Excuse Me Odisha

ଯାହା କହିବୁ ସତ କହିବୁ

ଏହି ଫୁଲ କରିଥାଏ ଧନ ବର୍ଷା,ମହାଦେବଙ୍କର ଅତି ପ୍ରିୟ ଫୁଲ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନ ବର୍ଷା କରୁଥିବା ଫୁଲ ମହାଦେବଙ୍କର ଅତିପ୍ରିୟ ଫୁଲ ବିଷୟରେ।

ବନ୍ଧୁଗଣ ଆସନ୍ତୁ ଜାଣିବା ଏକ ଚମତ୍କାରୀ ଓ ଅଦ୍ଭୁତ ଫୁଲ ବିଷୟରେ। ଯାହାକି ଘରକୁ ଧନର ଆଗମନ କରିବା ସହିତ ଘରେ ସୁଖ ଶାନ୍ତି ବୃଦ୍ଧି କରାଇଥାଏ। ଏହି ଫୁଲଟିର ନାମ ହେଉଛି ନାଗଚମ୍ପା। ଯଦି ଆପଣ ମାନଙ୍କର ସର୍ବଦା ଧନର ସମସ୍ୟା ଲାଗି ରହୁଛି ଏବଂ ଏହି ବିଷୟରେ ଆପଣ ସର୍ବଦା ଚିନ୍ତାରେ ରହୁଛନ୍ତି ତେବେ ଏହି ଖାସ ଉପାୟ କରିବା ଦ୍ୱାରା ଆପଣ ମାନଙ୍କର ସମସ୍ତ ଦୁଃଖ ଦୂର ହେବା ସହିତ ସୁଖ ସମୃଦ୍ଧି ଲାଭ ହୋଇଥାଏ। ଏହି ସରଳ ଉପାୟ କରିବା ଦ୍ୱାରା ଧ୍ୟାନ ଦେବେ କି ଯେମିତି ଆପଣଙ୍କୁ କେହି ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇପାରିବେ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭଗବାନଙ୍କୁ ପୂଜା କରିବା ସମୟରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ମନ ପସନ୍ଦର ଫୁଲ ନିଶ୍ଚୟ ଅର୍ପଣ କରୁଥିବେ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି କି ଭଗବାନ ଶିବଙ୍କର ଅତି ପ୍ରିୟ ପୁଷ୍ପ ମଧ୍ୟରୁ ଗୋଟିଏ ପୁଷ୍ପ ହେଉଛି ଏହି ନାଗ ଚମ୍ପା ଯାହା ଦେଖିବାକୁ ନାଗ ସାପର ଫଣା ସଦୃଶ ହୋଇଥାଏ। ଏହି ପୁଷ୍ପ ସାଧାରଣତଃ ସବୁ ସମୟରେ ଦେଖିବାକୁ ମିଳିନଥାଏ। ଏହା ସାଧାରଣତଃ ଶୀତ ଦିନରେ ଅଧିକ ଦେଖିବାକୁ ମିଳିଥାଏ। ଏହି ନାଗଚମ୍ପା ଭଗବାନ ଶିବ ମା ପାର୍ବତୀ ଓ ଭଗବାନ ଗଣେଶଙ୍କର ବହୁତ ପ୍ରିୟ ହୋଇଥାଏ। ତେଣୁ ଏହି ଗଛ ଘରକୁ ସୁଖ ଶାନ୍ତି ଆଣିଥାଏ ଏବଂ ଏହାର ସଠିକ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତିର ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଏହି ପୁଷ୍ପକୁ ନେଇ ଏମିତି କିଛି ଖାସ ଉପାୟ ବିଷୟରେ ଜଣାଇବାକୁ ଯାଉଛୁ ଯାହାର ପ୍ରୟୋଗ କରି ଆପଣମାନେ ଏହାର ଉପକାର ପାଇପାରିବେ। ତେବେ ଆସନ୍ତୁ ଜାଣିନେବା ସେହିସବୁ ଉପାୟ ସବୁ କଣ ହୋଇଥାଏ ଯାହାକୁ କରିବା ଦ୍ୱାରା ଧନର ଆଗମନ ହୋଇଥାଏ।

ପ୍ରଥମ ଉପାୟ। ଘରର ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ରକୁ ଦୂର କରିବା ସହିତ ଧନର ଆଗମନ କରିଥାଏ। ଏହି ନାଗଚମ୍ପା ପୁଷ୍ପ ସୁର୍ଯ୍ୟ ଉଦୟ ବା ସକାଳ ସମୟରେ ଯଦି କେହି ଉଠିବା ଆଗରୁ ଏହି ପୁଷ୍ପକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତି ତେବେ ଆପଣଙ୍କ ଘରକୁ ଭୁତ ପ୍ରେତର ଆଗମନ ହୋଇନଥାଏ ଏବଂ ସକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ। ଏହା କରିବା ବେଳେ ଧ୍ୟାନ ଦେବେ ଯେ ଆପଣଙ୍କୁ ଯେମିତି କେହି ନଦେଖନ୍ତି।

ଦ୍ୱିତୀୟ ଉପାୟ। କରଜରୁ ମୁକ୍ତି ଓ ଧନ ପ୍ରାପ୍ତିର ଉପାୟ। ଶନିବାର ଦିନ କିମ୍ବା ସୋମବାର ଦିନ ରାତି ସମୟରେ ଏହି ଫୁଲକୁ ତୋଳି ଘରକୁ ନେଇଆସନ୍ତୁ ଏବଂ ତା ପର ଦିନ ପ୍ରାତଃ ସମୟରେ ଏହି ଫୁଲକୁ କୌଣସି ଏକ ନଦୀ କିମ୍ବା ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ମନେରଖିବେ ଯେ ଏହି ଉପାୟ କରିବା ସମୟରେ ଯେମିତି ଆପଣ କାହାରିକୁ ଜଣାଇବେ ନାହିଁ କି କେହି ଆପଣଙ୍କୁ ଯେପରି ଦେଖିବେ ନାହିଁ ଏମିତି କଲେ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ।

ତୃତୀୟ ଉପାୟ। ମନ ପସନ୍ଦର ଚାକିରୀ ପାଇବା ପାଇଁ କରନ୍ତୁ ଏହି ଉପାୟ। ଯଦି ଆପଣ ମନ ପସନ୍ଦର ଚାକିରୀଟିଏ ପାଇବାକୁ ଚାହୁଁଥାନ୍ତି ତେବେ ପ୍ରତିଦିନ ମା ଦୁର୍ଗାଙ୍କୁ କିମ୍ବା ମା ପାର୍ବତୀଙ୍କୁ ଗୋଟିଏ ନାଗଚମ୍ପାର ଫୁଲ ଅର୍ପଣ କରନ୍ତୁ। ଦେଖିବେ ୧୧ ଦିନ ଭିତରେ ଆପଣ ମାନଙ୍କର ମନବାଞ୍ଛା ନିଶ୍ଚୟ ପୂରଣ ହେବ। ଏହି କଥାର ଧ୍ୟାନ ଦେବେକି ଏହି ପୁଷ୍ପ ଲଗାତାର ଭାବେ ମାଙ୍କୁ ୧୧ ଦିନ ପର୍ଯ୍ୟନ୍ତ ଏହି ଫୁଲକୁ ଅର୍ପଣ କରିବେ।

ଚତୁର୍ଥ ଉପାୟ। ଧନର ସମସ୍ୟା ଦୂର କରିବା ପାଇଁ ଏବଂ ଚାକିରୀରେ ଉନ୍ନତି ପାଇଁ। ସୋମବାର ଦିନ ୩ ଟି ନାଗଚମ୍ପା ଫୁଲକୁ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ। ଏବଂ ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲକୁ ଆଣି ନିଜ ପାଖରେ ରଖିନିଅନ୍ତୁ। ଯଦି ପାରିବେ ତ ଆପଣ ଟଙ୍କା ପଇସା ରଖୁଥିବା ସ୍ଥାନରର ଅବା ଅଫିସରେ ରଖି ଦିଅନ୍ତୁ। ଦେଖିବେ ଏହାକୁ ରଖିବା ଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଥାଏ। ତା ସହିତ ମନ ପସନ୍ଦର ଚାକିରିରେ ପ୍ରମସନ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *