Excuse Me Odisha

ଯାହା କହିବୁ ସତ କହିବୁ

ଯାହା ପାଖରେ ଏହି ଜିନିଷ ଥାଏ ତା ପାଖକୁ ସାକ୍ଷତ ଭଗବାନ ଆସନ୍ତି। ଯାହା ଚାହିଁବେ ତାହା ହେବାକୁ ଲାଗିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆପଣ ମାନଙ୍କୁ ଜଣେଇବୁ ଯାହା ପାଖରେ ଏହି ଜିନିଷ ଥାଏ ତା ପାଖକୁ ସାକ୍ଷତ ଭଗବାନ ଆସନ୍ତି। ଯାହା ଚାହିଁବେ ତାହା ହେବାକୁ ଲାଗିବ

ବନ୍ଧୁଗଣ ଏହି ଛୋଟ ଜିନିଷକୁ ଯେଉଁ ବ୍ୟକ୍ତି ନିଜ ପାଖରେ ରଖିଥାଏ ସେ ଯାହା ଇଛା କରିଥାଏ ତାହା ପାଇଥାଏ। ଯେତେ ବଡ଼ ଅସମ୍ଭବ କାର୍ଯ୍ୟ ହେଉ ପଛେ ସେ ନିମିଶକ ମଧ୍ୟରେ ସମ୍ଭବ କରିପାରେ। ଏହି କ୍ରିୟା ମାଧ୍ୟମରେ ଭଗବାନ ବିଷ୍ଣୁ ଗୁରୁ ବୃହସ୍ପତି ଏବଂ ପିତୃ ଦେବଙ୍କୁ ଶାନ୍ତ କରିପାରେ। ଏହି କ୍ରିୟା ମାଧ୍ୟମରେ ମଧ୍ୟ କୌଣସି ସାଧାରଣ ବ୍ୟକ୍ତି ପ୍ରତିଷ୍ଠିତ ବ୍ୟକ୍ତି ଶକ୍ତିଶାଳୀ ବ୍ୟକ୍ତି ହୋଇଥାଏ ଏବଂ ତା ସହିତ ଧନର ଆଗମନ ହୋଇଥାଏ। ତା ଦେହରେ ଏକ ସ୍ୱତନ୍ତ୍ର ସମୂହନ ବସିକରଣ ଶକ୍ତି ଫୁଟିଉଠିଥାଏ।ଯାହାକୁ ଦେଖିକରି ସାରା ଦୁନିଆ ମୋହିତ ହୋଇଥାନ୍ତି ତା ସହିତ ଯେକୌଣସି ପୁରୁଷ ହୁଅନ୍ତୁ କିମ୍ବା ନାରୀ ସମ୍ପର୍କ ରଖିବା ପାଇଁ ଲାଳାୟତ ହୋଇଥାନ୍ତି ମାନେ ଏହି କାଳଜୟୀ କ୍ରିୟାର ସଠିକ ବ୍ୟବହାର ଯେଉଁ ବ୍ୟକ୍ତିଟି କରିଥାଏ ତା ଜୀବନରେ ସମସ୍ତ ସୁଖ ଶାନ୍ତି ସମୃଦ୍ଧି ଏବଂ ଏକ ଶତ୍ରୁ ବିହୀନ ଜୀବନ ତାଙ୍କୁ ପ୍ରାପ୍ତ ହୋଇଥାଏ। ଏହାକୁ କରିବା ବହୁତ ସହଜ। ତାହେଲେ ଆସନ୍ତୁ ଏହି ଶକ୍ତିଶାଳୀ କ୍ରିୟା ବିଷୟରେ ଜାଣିବା ଏବଂ ଏମତି କେଉଁ ଜିନିଷ ଆମ ପାଖରେ ରଖିଲେ ଆମ ପାଖକୁ ଧନର ଆଗମନ ହେବା ସହିତ ଯେଉଁ କାର୍ଯ୍ୟ ଚାହିଁବେ ତାହା ଆପେ ଆପେ ହୋଇଯିବ।

ଏହି ଉପାୟ ଯେକୌଣସି ମାସର ଏକାଦଶୀ ଦିନ କରିବା ପାଇଁ ପଡିବ। ଏଥିପାଇଁ ଆପଣଙ୍କୁ ଗୋଟିଏ କଦଳୀ ବୃକ୍ଷର ଚେରକୁ ହିଁ ସଂଗ୍ରହ କରିବା ପାଇଁ ପଡିବ। ଏହା ଅତ୍ୟନ୍ତ ସାଧାରଣ ଗଛଟିଏ। ଏହି ଗଛତ ସମସ୍ତଙ୍କ ବାଡ଼ି ବଗିଚାରେ ଦେଖିବାକୁ ମିଳେ। ଏହି କଦଳୀ ଗଛର ଯେଉଁ ଅନ୍ୟାନ୍ୟ ଅସାଧାରଣ ତାନ୍ତ୍ରିକ ଗୁଣ ଅଛି ଯାହାକୁ କି ଅନେକ ବ୍ୟକ୍ତି ଜାଣନ୍ତି ନାହିଁ। ଯଦିଓ ତାର ପତ୍ରକୁ ଆଣି ଅନ୍ନ ଭୋଜନ କରିଥାନ୍ତି ତା ଫଳକୁ ବ୍ୟବହାର କରିଥାନ୍ତି ତାର ଅଷ୍ଟାଙ୍ଗ ଖାଦ୍ୟ ରୂପରେ ବ୍ୟବହାର କରିଥାନ୍ତି ମାତ୍ର ତାର ଯେଉଁ ତନ୍ତ୍ର ଗୁଣ ପ୍ରାୟତଃ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେଉଁଥି ପାଇଁ ଏହାର ତନ୍ତ୍ର ଯୁକ୍ତ ଗୁଣର ବ୍ୟବହାର ପ୍ରାୟତଃ ଦେଖାଯାଏ ନାହିଁ। ଯାହାକି ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ। ଆସନ୍ତୁ ଜାଣିବା।

ଏହି କଦଳୀ ଗଛର ଚେରକୁ ଏକାଦଶୀ ତିଥିରେ ହିଁ ସଂଗ୍ରହ କରିବେ। ତେବେ ଏକାଦଶୀ ତିଥିର ଗୋଟେ ଦିନ ଆଗରୁ ଅର୍ଥାତ ଦଶମୀ ତିଥିରେ ଏହି ବୃକ୍ଷକୁ ନିମନ୍ତ୍ରଣ କରିକି ଆସିବାକୁ ପଡିବ କାରଣ ବିନା ନିମନ୍ତ୍ରଣରେ କୌଣସି ବୃକ୍ଷର ତନ୍ତ୍ର କ୍ରିୟା ସଫଳ ହୋଇନଥାଏ। ସେଥିପାଇଁ ଦଶମୀ ତିଥିରେ ଏହି ବୃକ୍ଷ ପାଖକୁ ଯିବେ ଏବଂ ତାକୁ ନିମନ୍ତ୍ରଣ ଜଣେଇବେ ପ୍ରଥମେ ଆପଣ ରାତି ୧୦ ଟାରୁ ୧୧ ଟା ଭିତରେ ବୃକ୍ଷ ପାଖକୁ ଯାଇ ଧୂପ ଦୀପ ଫୁଲ ଦେଇ ପୂଜା କରିବେ ଏହା ପରେ ବୃକ୍ଷ ଚାରି ପଟେ ୭ ଫେରା ବୁଲିବେ ଏବଂ କଣ ପାଇଁ ଏହି ଚେରଟିକୁ ସଂଗ୍ରହ କରୁଛନ୍ତି ତାକୁ ମଧ୍ୟ ଜଣେଇ ଆସିଥିବେ। ତାହାକୁ ସମୂହନ ବସିକରଣ ପାଇଁ ନେଉଛନ୍ତି କିମ୍ବା ଧନ ବୃଦ୍ଧି ପାଇଁ ନେଉଛନ୍ତି କିମ୍ବା ଯାହା ଆପଣଙ୍କର ଇଛା ଆଅଣା ଛାଏଁ ହେବାକୁ ଲାଗିବ ଏସମସ୍ତ କଥା ସେହି ଦିନ ଜଣେଇ କରି ବୃକ୍ଷ ନିମନ୍ତ୍ରଣ କରି ଆସିବେ। ଏକାଦଶୀ ତିଥିରେ ସ୍ନାନ ଶୌଚ ଆଦି ସାରି ଗୋଟେ ଲୋଟା ପାଣି ଏବଂ ସେଥିରେ ଚୁଟକେ ହଳଦୀ ମିଶାଇ ନେଇକି ଯିବେ। ଏବଂ ସେହି କଦଳୀ ଗଛ ମୂଳରେ ତାକୁ ପ୍ରଣାମ ପୂର୍ବକ ଅର୍ପଣ କରିବେ ଏହା ପରେ କଦଳୀ ଗଛର ପୂର୍ବ ଭାଗରୁ ଖଣ୍ଡେ ଚେର ସଂଗ୍ରହ କରିବେ।

ଚେର ସଂଗ୍ରହ କରି ଘରକୁ ଆଣିବେ ଏହା ପରେ ତାକୁ ଭଲ ଭାବରେ ତାକୁ ସାଧା ଜଳରେ ଧୌତ କରିନେବେ ତା ଦେହରୁ ମାଟି ଛଡେଇ ଦେବେ ଏବଂ ତାପରେ ଗଙ୍ଗା ଜଳରେ ତାକୁ ଧୋଇକି ନୂତନ ହଳଦିଆ କପଡ଼ା ଉପରେ ତାକୁ ରଖିବେ। କପଡା ଉପରେ ରଖି ସାରିବା ପରେ ଆପଣ ତାରି ଉପରେ ସାମାନ୍ୟ ହଳଦୀ ଟିକେ ଛିଟା ମାରିବେ। ଚନ୍ଦନ ଅତର ତାକୁ ଛିଟା ମାରିବେ ଏବଂ ତାକୁ ଭଲ ଭାବରେ ସେହି ହଳଦିଆ କପଡ଼ାରେ ଗୁଡେଇ କରି ତାକୁ ଆପଣ ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ବିଷ୍ଣୁଙ୍କ ଚରଣ ତଳେ ରଖିବେ। ଘିଅ ଦୀପ ଟିକେ ପ୍ରଜ୍ଵଳନ କରିବେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଆପଣ ସେଇଠି ହଳଦୀ ଅତର ଫୁଲ ଧୂପ ଏସବୁ ପ୍ରଦାନ କରିବେ। ମନେ ମନେ ଆପଣଙ୍କର ଅଭିଷ୍ଟ କାର୍ଯ୍ୟ କାର୍ଯ୍ୟକାରୀ ହେଉ ବୋଲି ଜଣେଇବେ।

ଏହିପରି ଭାବେ ଆପଣ ସେଇଠି ବିଧିବଧ ଭାବେ ପୂଜା କରନ୍ତୁ। ପୂଜା ସମାପ୍ତ ପରେ ଆପଣ ତାଙ୍କର ଚରଣ ତଳୁ ସେହି ହଳଦିଆ କପଡ଼ାରେ ଗୋଡା ହୋଇଥିବା ସମସ୍ତ ଜିନିଷ ମାନେ କପଡା ସହିତ ଆଣନ୍ତୁ ଏବଂ ନିଜର ଧନ ରଖୁଥିବା ସ୍ଥାନରେ ଚେରଟିକୁ ରଖିଦିଅନ୍ତୁ। କିମ୍ବା ଯଦି ଦୋକାନରେ ଆପଣଙ୍କର ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଦୋକାନରେ ଟଙ୍କା ରଖୁଥିବା ବାକ୍ସରେ ମଧ୍ୟ ରଖିପାରନ୍ତି। ଯଦି କୌଣସି ଅପୂର୍ଣ ଇଚ୍ଛାକୁ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଘରର ଯେକୌଣସି ଏକ ନିବୃତ ସ୍ଥାନରେ ଲୁଚାଇ ରଖିଦିଅନ୍ତୁ। ଏବଂ ଯେତେବେଳେ ଆପଣଙ୍କର ଇଛା ପ୍ରାପ୍ତ ହୋଇଯିବ ସେତେବେଳେ ଆପଣ ଏହି କପଡା ସହ ଚେରଟିକୁ କୌଣସି ଏକ ପ୍ରଭାହିତ ଜଳରେ ପ୍ରବାହିତ କରିଦେବେ। ଯଦି ଧନ କିମ୍ବା ଘରର ସୁଖ ଶାନ୍ତି ପାଇଁ ଏହି ଉପାୟ କରୁଥାନ୍ତି ତେବେ ଧନ ଭଣ୍ଡାରରେ ଏହାକୁ ରଖିଦେବେ ଏବଂ ଏହାକୁ ପ୍ରତ୍ୟକ ୬ ମାସରେ ଥରେ ବଦଳ କରିଦେବେ। ଅର୍ଥାତ ସେହି ପୁରୁଣା ଚେରଟିକୁ କୌଣସି ପ୍ରବାହିତ ଜଳରେ ପ୍ରବାହିତ କରିଦେବେ ଏବଂ ଆଉ ଗୋଟେ ପୁଣି ନୂତନ ଚେର ସେମିତି ବିଧିବଧ ଭାବରେ ପୂଜା କରି ରଖିଦେବେ। ଦେଖିବେ ଆପଣଙ୍କ ଘରେ ଧନ ବୃଦ୍ଧି ହେବା ସହିତ ଘରେ ସୁଖ ଶାନ୍ତି ବନି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *