Excuse Me Odisha

ଯାହା କହିବୁ ସତ କହିବୁ

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଜୀବନସାରା ଧନସମ୍ପତିର ଅଭାବ ରହିବ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ବିଷ୍ଣୁ ପୁରାଣ ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାର ସନ୍ଧ୍ୟା ପରେ ଭଗବାନ ବିଷ୍ଣୁ ମସ୍ୟ ଅବତାର ହୋଇଥିଲେ ଏବଂ ଆଉ ଏକ ମାନ୍ୟତା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ଶିବ ତ୍ରିପୁରା ନାମକ ଅସୁରକୁ ବୋଧ କରିଥିଲେ। ସେଥିପାଇଁ ଏହାକୁ ତ୍ରିପୁରୀ ପୂର୍ଣ୍ଣିମା କୁହାଯାଏ। ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ଏବଂ ଦୀପ ଦାନ କରିବାର ପରମ୍ପରା ରହିଛି। କାର୍ତ୍ତିକ ପୂର୍ଣ୍ଣିମା କାର୍ତ୍ତିକ ମାସର ଶୁକ୍ଳପକ୍ଷରେ ପଡେ। ଏହି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ୧୯ ନଭେମ୍ବର ୨୦୨୧ ଶୁକ୍ରବାର ଦିନ ପଡିବ। ଏହି ମାସରେ ବିଶେଷ ଭାବରେ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗାଈକୁ କଣ ଖୁଆଇବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କ ଉପରେ ଧନର ବର୍ଷା କରିଥାନ୍ତି। ଏହା ସହିତ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ କେଉଁ କେଉଁ ଛୋଟ ଉପାୟ କରି ଘରେ ଧନର ବର୍ଷା ହୋଇପାରିବ ଆସନ୍ତୁ ଜାଣିବା।

ବନ୍ଧୁଗଣ ପୂର୍ଣ୍ଣିମା ତିଥିରେ ମା ଲକ୍ଷ୍ମୀଙ୍କର ପୂଜା କରିବା ଦ୍ୱାରା ଜୀବନରେ ଧନର ଅଭାବ ରୁହେ ନାହିଁ। ଏହି ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନ କରିବା ଦୀପ ଦାନ କରିବା ଯଜ୍ଞ କରିବା ଧର୍ମ କର୍ମ କରିବା ଇଶ୍ଵରଙ୍କ ଉପାସନା କରିବା ଏହାର ବିଶେଷ ମହତ୍ୱ ରହିଛି କାରଣ ଏହି ଦିନ କରାଯାଇଥିବା ଦାନ ଆପଣଙ୍କୁ ଶୁଭ ଫଳ ଦେଇଥାଏ। ଏହାର ଫଳ ଆପଣଙ୍କୁ ଶୀଘ୍ର ମଧ୍ୟ ମିଳିଥାଏ। ତ ଆପଣ ସ୍ନାନ କିପରି କରିବେ ନାଁ ଆପଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳୁ ଉଠି କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତୁ ଏବଂ ଏହା ପରେ ଦୀପ ଦାନ କରନ୍ତୁ। ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କର ପୂଜା କରନ୍ତୁ। ମାନ୍ୟତା ଅଛି କି ଏହି କରାଯାଇଥିବା ଦାନରେ ପୁଣ୍ୟ ଦୁଇଗୁଣା ମିଳିଥାଏ। ଗାଈ ହାତୀ ଘୋଡା ରଥ ଘିଅର ଦାନ କରିବା ଦ୍ୱାରା ପୁଣ୍ୟ ମିଳିଥାଏ ଏସବୁ କଲେ ମଧ୍ୟ ସମ୍ପତି ବଢିଥାଏ। ଗ୍ରହଦୋଷରୁ ମୁକ୍ତି ମିଳିଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ବ୍ରତ ରଖୁଥିବା ଲୋକମାନେ ଏହି ଦିନ ଦାନ କରନ୍ତୁ। ଯଦି ଆପଣ ଗରିବଙ୍କୁ ଭଜନ କରାନ୍ତି ବହୁତ ଲାଭ ମିଳିଥାଏ କାରଣ କାର୍ତ୍ତିକ ପୂର୍ଣ୍ଣିମା ବର୍ଷ ସାରାର ପୂର୍ଣ୍ଣିମା ମଧ୍ୟରୁ ଅନ୍ୟତମ। ଏଥିପାଇଁ ଏହି ଦିନ ଦାନ ବିଶେଷ ଫଳଦାୟୀ ହୋଇଥାଏ। କାରଣ ଏହି ଦିନ କୃତିକା ନକ୍ଷତ୍ର ଏବଂ ଚନ୍ଦ୍ରମା ବିଶାଖା ନକ୍ଷତ୍ର ସହିତ ପଦ୍ମ ଯୋଗ ବନୁଛି ଯାହାକି ବହୁତ ଦୁର୍ଲଭ ଅଟେ।

ଏହି ଦିନ କୃତିକା ନକ୍ଷତ୍ରରେ ଚନ୍ଦ୍ରମା ବୃହସ୍ପତି ରହୁଛି। ତ ଆପଣ ସନ୍ଧ୍ୟାରେ ମନ୍ଦିରକୁ ଯାଇ ଦୀପ ଦାନ କଲେ ଜୀବନର କଷ୍ଟ ଦୂର ହୋଇଥାଏ ଏବଂ ମୋକ୍ଷ ପ୍ରାପ୍ତି ମଧ୍ୟ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ ୧୮ନଭେମ୍ବର ରାତି ୧୨ ଟା ବାଜି ୨ ମିନିଟରୁ ଆରମ୍ଭ ହେବ ଏବଂ ୧୯ ନଭେମ୍ବର ଦିପ୍ରହର ୨ ଟା ବାଜି ୨୯ ମିନିଟ ପର୍ଯ୍ୟନ୍ତ ରହିବ ତ ଆପଣଙ୍କୁ ସମ୍ପୂର୍ଣ୍ଣ ପୁର୍ଣିମାର ଫଳ ୧୯ ନଭେମ୍ବର ପୂର୍ଣ୍ଣିମାରେ ମିଳିବ। ତ ଆପଣଙ୍କୁ ଏହି ଦିନ ଧର୍ମ କର୍ମ ସ୍ନାନ ଦାନ ଓ ପ୍ରତ୍ୟକ ବିଧାନ କରିବା ଉଚିତ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଯାହାକି ବର୍ଷର ଶେଷ ଗ୍ରହଣ ଏବଂ ଏହି ଦିନ ଯେଉଁ କାର୍ତ୍ତିକ ପୂର୍ଣ୍ଣିମା ପଡୁଛି ତ ସେଥିପାଇଁ କିଛି ବିଶେଷ ଯୋଗ ବନୁଅଛି। ବୈଜ୍ଞାନିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣକୁ ଭଲ ବୋଲି ମାନାଯାଏ ନାହିଁ କାରଣ ଗ୍ରହଣ ସମୟରେ କିଛି ଏପରି ଜିନିଷ ଥାଏ ଯାହା ଆମର ମନ ମସ୍ତିଷ୍କକୁ ପ୍ରଭାବିତ କରିଥାଏ।

ସେଥିପାଇଁ ଗ୍ରହଣ ସମୟରେ କିଛି ନକରିବାର ବିଧାନ ରହିଛି। ଏହି ବର୍ଷ ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ତିଥିକୁ ପଡୁଛି ସେଥିପାଇଁ ଭୁଲରେ ଏହି କାର୍ଯ୍ୟ ଗୁଡିକ କରିବା ଉଚିତ ନୁହେଁ। କିନ୍ତୁ ଏହି ଦିନ ପୂର୍ଣ୍ଣିମା ସେଥିପାଇଁ କଣ କରିବେ ନାଁ ଗାଈକୁ କିଛି ଖାଇବାକୁ ଦିଅନ୍ତୁ। ଯାହା ଦ୍ୱାରା ଜୀବନର ସମସ୍ୟା ଦୂର ହେବ। କାରଣ ଏହିଦିନ ଭଗବାନ ଶିବ ତ୍ରିପୁରା ସୁର ରାକ୍ଷସର ବୋଧ କରି ଦେବତାଙ୍କୁ ମୁକ୍ତ କରିଥିଲେ। ଏହି ଦିନ ଆପଣ ପୂଜାପାଠ ବ୍ରତ କରିଲେ ଭଗବାନଙ୍କ କୃପା ମିଳିଥାଏ। ତା ସହିତ ଆପଣ ଏପରି କିଛି ଉପାୟ କରିନିଅନ୍ତୁ। ଏବଂ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ଉପାୟ କରିନିଅନ୍ତୁ। ମାନ୍ୟତା ଅଛି କି କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ଯମୁନାର କୁଶା ସ୍ନାନ କରନ୍ତୁ ବା ହାତରେ କୁଶା ନେଇ ପବିତ୍ର ନଦୀରେ ସ୍ନାନ କରନ୍ତୁ। ଏମିତି କଲେ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ।

ଘରକୁ ସୁଖ ସୌଭାଗ୍ୟ ଆସିଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କ ଘରକୁ ଆଗମନ ପାଇଁ ନିଜର ଘରର ସାମ୍ନାରେ ହଲଦୀରେ ସ୍ବାସ୍ତିକ ଚିହ୍ନ ବନାଇବେ ତା ସହିତ ଆମ୍ବ ପତ୍ରର ମାଳା ଘର ସାମ୍ନାରେ ଲଗେଇବେ। ଏମିତି କଲେ ମା ଲକ୍ଷ୍ମୀ ପ୍ରବେଶ କରିବେ ଏବଂ ଘରେ ଧନର ବର୍ଷା ହେବ। ଯଦି ଆପଣ ଏହି ଦିନ ପବିତ୍ର ନଦୀରେ ଦୀପ ଦାନ କରନ୍ତି ତେବେ ଦେବୀ ଦେବତା ମାନଙ୍କର ଆଶୀର୍ବାଦ ପ୍ରାପ୍ତ କରିବେ। ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ ଏବଂ ଏହି ମାସରେ ମଧ୍ୟ ତୁଳସୀ ପୂଜାର ବିଶେଷ ମହତ୍ୱ ରହିଛି। ତୁଳସୀକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଏ। ଏହି ଦିନ ତୁଳସୀ ଚଉରାରେ ଦୀପ ଲଗାଇବେ ଏବଂ ତୁଳସୀର ମାଟିକୁ ନିଜ ମଥାରେ ଚନ୍ଦନ କରି ଲଗାଇବେ ତ କାର୍ଯ୍ୟରେ ସଫଳତା ମିଳିଥାଏ।

ଏହି ପୂର୍ଣ୍ଣିମାକୁ ତ୍ରିପୁରା ପୂର୍ଣ୍ଣିମା କୁହାଯାଏ ତେଣୁ ଏହି ଦିନ ଆପଣ ଶିବ ଲିଙ୍ଗରେ କ୍ଷୀର ଦହି ଗଙ୍ଗା ଜଳ ଘିଅ ମହୁର ଯଦି ପଞ୍ଚାମୃତ ଚଢାଇବେ ତ ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି। ଏହି ଦିନ ଭଗବାନ ଲକ୍ଷ୍ମୀନାରାୟଣଙ୍କର ଆରାଧନା କରନ୍ତୁ। ତାଙ୍କ ସାମ୍ନାରେ ଘିଅର ଦୀପ ଜଳାନ୍ତୁ। ଏବଂ ଘର ସାରା ପୂଜାର ଝୁଣା ନେଇ ବୁଲାନ୍ତୁ। ସତ୍ୟନାରାୟଣ କଥାର ପାଠ କରନ୍ତୁ କିମ୍ବା ଶ୍ରବଣ କରନ୍ତୁ। କ୍ଷୀରିର ଭୋଗ ଲଗାନ୍ତୁ।

ଏହି ଦିନ ସ୍ନାନ କରି ଯଦି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତି ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ। ଏହି ଦିନ ଦାନ କିଛି ପାପକୁ ନାଶ କରିଥାଏ। ଜାତକରେ ଚଦ୍ରମା ଦୁର୍ବଳ ଥିଲେ ଏହି ଦିନ ଚାଉଳର ଦାନ କରନ୍ତୁ। ଆପଣ ଏହି ଦିନ ତୁଳସୀର ପୂଜା ନିଶ୍ଚୟ କରନ୍ତୁ। ଆପଣ ଏହି ଦିନ କାହା ସହିତ ଝଗଡା କଳହ କରନ୍ତୁ ନାହିଁ। କାହାରି ମନରେ କଷ୍ଟ ଦିଅନ୍ତୁ ନାହିଁ। ମଦ ମାଂସ ଠାରୁ ଦୂରେଇ ରୁହନ୍ତୁ। ଆପଣ ଏହି ଦିନ ନଖ ଏବଂ ଚୁଟି କାଟନ୍ତୁ ନାହିଁ। ଆପଣ ଏହି ଦିନ ଏହି ମନ୍ତ୍ର ଜପ କଲେ ଆପଣଙ୍କର ଚନ୍ଦ୍ରମା ମଜବୁତ ହେବ। ପ୍ରଥମ ମନ୍ତ୍ରଟି ହେଉଛି ଓମ ସୋମ ସମାୟ ନମଃ, ଦ୍ୱିତୀୟ ମନ୍ତ୍ରଟି ହେଉଛି ଓଁ ବିଷ୍ଣବେ ନମଃ। ତୃତୀୟ ମନ୍ତ୍ରଟି ହେଉଛି ଓମ କାର୍ତ୍ତିକେୟ ନମଃ। ଚତୁର୍ଥ ମନ୍ତ୍ରଟି ହେଉଛି ଓମ ବୃନ୍ଦୟ ନମଃ। ପଞ୍ଚମ ମନ୍ତ୍ରଟି ହେଉଛି ଓମ କେଶବାୟ ନମଃ। ଏହି ମନ୍ତ୍ର ଭିତରୁ ଆପଣ କୌଣସି ବି ଗୋଟିଏ ମନ୍ତ୍ର ପାଠ କରନ୍ତୁ।

ବନ୍ଧୁଗଣ ପୂର୍ଣ୍ଣିମା ଦିନ ଯେହେତୁ ଚନ୍ଦ୍ରଗ୍ରହଣ ଲାଗୁଛି କିନ୍ତୁ ଭାରତରେ ଲାଗୁନାହିଁ। ଆପଣ ଭାରତରେ ରହୁଥିଲେ ପୂଜାପାଠ କରିପାରିବେ। ଏହି ଦିନ ୪ ଟି କାମ ଅବଶ୍ୟ କରନ୍ତୁ। ଘରକୁ ସୁଖ ସମୃଦ୍ଧି ଆଣିବା ପାଇଁ। କିପରି ସ୍ନାନ ଏବଂ ଦାନ କରିବା ଉଚିତ। ତୁଳସୀ ପୂଜା ଅବଶ୍ୟ କରିବା ଉଚିତ ଏବଂ ଦୀପ ଦାନ କରିବା ଆବଶ୍ୟକ। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ଆବଶ୍ୟକ। ତ ଆପଣ ଏହି ପୂର୍ଣ୍ଣିମା ଦିନ ଗାଈକୁ ସବୁଜ ଘାସ ଏବଂ ଗୁଡ଼ ନିଜ ହାତରେ ଖୁଆନ୍ତୁ। କାରଣ ଏହି ଦିନ କିଛି ଦୁର୍ଲଭ ଶୁଭ ସଂଯୋଗ ବନୁଅଛି। ଏମିତି କଲେ ଆପଣଙ୍କ ଜୀବନରେ ସବୁ ସମସ୍ୟା କଷ୍ଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *