Excuse Me Odisha

ଯାହା କହିବୁ ସତ କହିବୁ

କଣ ଆପଣ କାହାଠାରୁ ଋଣ ନେଇଛନ୍ତି କି ? ଆଉ ସୁଝି ପାରୁ ନାହାଁନ୍ତି କି ? ତା ହେଲେ ଏ ଆର୍ଟିକିଲକୁ ନିଶ୍ଚିତ ଭାବରେ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ, ସାଧାରଣତଃ ସମସ୍ତେ ଋଣରୁ ମୁକ୍ତି ପାଇବା ପାଇଁ ଚାହିଁଥାନ୍ତି। କିନ୍ତୁ ପରିସ୍ଥିତି ଅନୁସାରେ ସମସ୍ତେ ନିଜର ଋଣ ଶୁଝି ପାରନ୍ତି ନାହିଁ। ଏହାଫଳରେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଯଦି ଆପଣ କରଜରେ ବୁଡି ରହିଛନ୍ତି, ତାହେଲେ ଆପଣ ଭଗବାନ ଗଣେଶଙ୍କୁ ଭକ୍ତିର ସହିତ ପୂଜାର୍ଚ୍ଚନା କରନ୍ତୁ।

ଭଗବାନ ଭୋଳାନାଥଙ୍କ କୃପା ଯୋଗୁଁ ଆପଣ ନିଶ୍ଚିତ ଭାବରେ ଋଣମୁକ୍ତ ହୋଇପାରିବେ। ଏହାଛଡା ଯଦି ମଙ୍ଗଳ ଗ୍ରହର ଚଳନ ଆପଣଙ୍କର ସଠିକ ସ୍ଥିତିରେ ରହିବ, ତାହେଲେ ଆପଣ ଋଣମୁକ୍ତ ହୋଇପାରିବେ। ଆପଣ ଏହି ମନ୍ତ୍ରଟି “ଓଁ ଋଣମୁକ୍ତେଶ୍ଵର ମହାଦେବାୟ ନମଃ” ଜପ କରନ୍ତୁ।

ଆପଣ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏହାସହିତ ଆପଣ ପ୍ରତ୍ୟେକ ସୋମବାର ଦିନ ଶିବ ମନ୍ଦିର ଯାଆନ୍ତୁ ଏବଂ ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ। ଯଦି ଆପଣ ମଙ୍ଗଳ ଗ୍ରହକୁ ସୁଦୃଢ କରିବା ପାଇଁ ଚାହୁଁଛନ୍ତି, ତାହେଲେ “ଓଁ ମଙ୍ଗଳ ମୁର୍ତ୍ତେୟ ନମଃ”। ଏହି ମନ୍ତ୍ରକୁ ମଧ୍ୟ ଆପଣ ୧୦୮ ଥର ଜପ କରନ୍ତୁ। ଆପଣଙ୍କର ଯେଉଁ ରୁଣ ସମସ୍ୟା ରହିଛି, ତାହା ଧୀରେ ଧୀରେ ସମାଧାନ ହେବାକୁ ଲାଗିବ। ଏହାସହିତ ଆପଣ ଭଗବାନ ଗଣେଶଙ୍କର ପୂଜାର୍ଚ୍ଚନା କରିବା ସହିତ “ଓଁ ଗନ ଗଣପତାୟ ନମଃ” ମନ୍ତ୍ରର ଜପ କରନ୍ତୁ।

ଏହାସହିତ ଆଉ କିଛି ଉପାୟ ରହିଛି, ଯାହାଦ୍ଵାରା ଆପଣ ଋଣ ଶୁଝି ପାରିବେ। ଆପଣ ପୂର୍ଣ୍ଣିମା ଏବଂ ମଙ୍ଗଳବାର ଦିନ ଆପଣ ଋଣ ଦିଅନ୍ତୁ ଏବଂ ବୁଧୁବାର ଦିନ ଋଣ ଫେରସ୍ଥ ନିଅନ୍ତୁ। କିନ୍ତୁ ଭୁଲରେ ମଧ୍ୟ ଆପଣ ମଙ୍ଗଳବାର ଦିନ କରଜ କେବେ ନିଅନ୍ତୁ ନାହିଁ । ଯଦି ଆପଣ ଏଭଳି କରନ୍ତି, ତେବେ ଆପଣ ବହୁତ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଯଦି ଆପଣ କାହା ଠାରୁ କରଜ ନେଇଛନ୍ତି, ତାହେଲେ ଆପଣ ମଙ୍ଗଳ ବାର ଦିନ ପ୍ରଥମ କିସ୍ତି ଦିଅନ୍ତୁ। ଆପଣଙ୍କର କରଜ ଅତିଶୀଘ୍ର ଶୁଝି ଯିବ। ଯଦି ଆପଣନିଜର ଋଣ ଶୁଝିବାକୁ ଚାହୁଁଛନ୍ତି,ତାହେଲେ ମଙ୍ଗଳ ଗ୍ରହର ସ୍ରୋତ ପାଠ କରନ୍ତୁ।

ଏହାଛଡା କରଜରୁ ମୁକ୍ତି ପାଇଁ ଆପଣ ଲାଲ ମଶୁର ଡାଲି ଦାନ କରି ପାରିବେ। ଏହାସହିତ ଆପଣଙ୍କ ଘରର ଐଶାନ୍ୟ କୋଣକୁ ସବୁବେଳେ ସଫାସୁତରା ରଖନ୍ତୁ। ଏହାସହିତ ଶୁକ୍ଳ ପକ୍ଷ ବୁଧୁବାର ଦିନ ଯଦି ଆପଣ ଭଗବାନ ଗଣେଶଙ୍କ ସ୍ରୋତ ପାଠ କରନ୍ତି, ତାହେଲେ ଆପଣ ନିଜେ ଦେଖିବେ, ଆପଣଙ୍କ ରୁଣ ନିଶ୍ଚିତ ଭାବରେ ଶୁଝିବାକୁ ଲାଗିବ। ଏହିସବୁ ଉପାୟ ଆପଣ ନିଜ ଘରର ଠାକୁର ଘରେ ଅଥବା ପୂଜା ଘରେ ପ୍ରୟୋଗ କରି ଦେଖନ୍ତୁ, ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ।

ତେବେ ବନ୍ଧୁଗଣ, ଆଶା କରୁଛୁ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଗୋଟେ ଲାଇକ କରନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *