Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୂର୍ଣ୍ଣମା ଡ଼ଙ୍ଗା ଭସାଇବା ସମୟରେ ନିଶ୍ଚୟ କରନ୍ତୁ ୫ ଟି କାମ,ତା ପରେ ଦେଖିବେ …

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାର୍ତ୍ତିକ ପୂର୍ଣ୍ଣିମା ଡ଼ଙ୍ଗା ଭସାରେ ଏହି ୫ ଟି କାମ ନିଶ୍ଚୟ କରନ୍ତୁ ସବୁ ମନସ୍କାମନା ପୁରଣ ହେବ।

ବନ୍ଧୁଗଣ କାର୍ତ୍ତିକ ପୂର୍ଣ୍ଣିମାରେ ବନୁଅଛି ଏକ ବିଶେଷ ମହାସଂଯୋଗ। ଏହି ୫ ଟି କାମ କରିବାକୁ କେବେବି ଭୁଲନ୍ତୁ ନାହିଁ। ଆପଣଙ୍କର ପୂରଣ ହେବ ସମସ୍ତ ମନସ୍କାମନା। ଶାସ୍ତ୍ର ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଅଛି। ଏହି ଦିନରେ ବିଶେଷ ରୂପେ ପୂଜାର୍ଚ୍ଚନା କରି ସବୁ ଦେବା ଦେବୀ ମାନଙ୍କୁ ଏକା ସାଙ୍ଗରେ ପ୍ରସନ୍ନ କରାଯାଇପାରେ। ବର୍ଷ ୨୦୨୧ର କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାରକୁ ପଡୁଅଛି। ଜ୍ୟୋତିଷଙ୍କ ଅନୁସାରେ ଏହି ଦିନ ସମୃଦ୍ଧିର ମହା ସଂଯୋଗ ବନୁଅଛି। ଆଜି ଆମେ କହିବାକୁ ଯାଉଛୁ ଯେ ଏହି ଦିନ ରହୁଥିବା ସମସ୍ତ ସମସ୍ୟାକୁ ଦୂର କରାଯାଇପାରିବ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ। ଏହି ଦିନ ଘରର ମୁଖ୍ୟ ଦ୍ଵାରକୁ ସୁନ୍ଦର ଭାବେ ସଜାନ୍ତୁ। କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାତଃ କାଳରୁ ଉଠି ସମସ୍ତ ଘରକୁ ସଫା ସୁତରା କରି ସ୍ନାନ ଆଦି କରି ଭଗବାନଙ୍କର ନାମ ଉଚାରଣ କରି ମୁଖ୍ୟ ଦ୍ଵାରକୁ ତରଣ ଦ୍ୱାରା ସଜାନ୍ତୁ। ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ। କୁହାଯାଏ କି ଏପରି କରିବା ଦ୍ୱାରା ଗୃହକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଏବଂ ଗୃହରୁ ସମସ୍ତ ପ୍ରକାରର ଦୁଃଖ ଦାରିଦ୍ର୍ୟତା ଦୂର ହୋଇଯାଇଥାଏ। ମନ୍ଦିର ଯାଇ ଦୀପ ଦାନ କରନ୍ତୁ।

ଶାସ୍ତ୍ର ମାନଙ୍କରେ ଏପରି ମାନ୍ୟତା ରହିଛି ବହୁ ଥିବା ନଦୀ ଜଳ ଏବଂ ପୋଖରୀ ଆଦିରେ ଦୀପ ଦାନ କରିବା ଆବଶ୍ୟକ ହୋଇଥାଏ। ଯଦି ସମ୍ଭବ ହୁଏ ତ କୌଣସି ଭଗବାନ ଶିବ ମନ୍ଦିରକୁ ଯାଇ ଶୁଦ୍ଧ ଘିଅର ଦୀପଟିଏ ଅବଶ୍ୟ ଜାଳି ଦିଅନ୍ତୁ। ଏହି ଦିନ ବାନୁଥିବା ସମୃଦ୍ଧି ଯୋଗ ଦିନ ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ଏବଂ ଶିବ ମନ୍ତ୍ର ୧୦୮ ଥର ଜପ କରାଯାଏ। ଏମିତି କଲେ ବହୁତ ଶୁଭ ପ୍ରଭାବ ପଡିଥାଏ। ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କୁ ପୂଜାର ଫଳ ମିଳିଥାଏ ଏବଂ ତାଙ୍କର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ। କୌଣସି ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ଚାଉଳର ଦାନ କରନ୍ତୁ। ମାନ୍ୟତା ରହିଛି କି ଏହି ଦିନ କୌଣସି ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ଚାଉଳର ଦାନ କରିବା ଦ୍ୱାରା ବହୁତ ହିଁ ଶୁଭ ହୋଇଥାଏ। ଏପରି ମାନ୍ୟତା ଅଛି କି ଚାଉଳର ସମ୍ବଦ୍ଧ ଚନ୍ଦ୍ରଙ୍କ ସହିତ ରହିଛି। ଏହି ଦିନ ଚାଉଳ ଦାନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯେଉଁ ଲୋକଙ୍କ କୁଣ୍ଡଳୀରେ ଚନ୍ଦ୍ରମା ପ୍ରତିକୂଳ ସ୍ଥିତିରେ ରହିଥାଏ ତାଙ୍କୁ ବି ଏହି ଦିନରେ ବିଶେଷ ରୂପରେ ଚାଉଳର ଦାନ କରିବା ଆବଶ୍ୟକ। ଶାସ୍ତ୍ର ଙ୍କ କଥା ମାନିବା ତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କର ପୂଜା କରିବା ବହୁତ ହିଁ ଶୁଭ ବିଚାର କରାଯାଏ। ଚନ୍ଦ୍ରଙ୍କୁ ଗଙ୍ଗା ଜଳରେ ଅର୍ଘ୍ୟ ଦେଇ କ୍ଷୀରିର ଭୋଗ ଲଗାନ୍ତୁ। ଏମିତି ଚନ୍ଦ୍ରଦେବଙ୍କର ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଆସିବାକୁ ଥିବା ସମସ୍ତ ବାଧା ଦୂର ହୋଇଯାଇଥାଏ। ତୁଳସୀ ପୂଜନ କରନ୍ତୁ।

ଶାସ୍ତ୍ର ମାନଙ୍କରେ ତୁଳସୀକୁ ମା ଲକ୍ଷ୍ମୀଙ୍କର ରୂପ ବୋଲି ମାନାଯାଏ। ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଦିନରେ ତୁଳସୀ ଗଛ ପାଖରେ ଶୁଦ୍ଧ ଘିଅର ଦୀପଟିଏ ନିଶ୍ଚୟ ଜଳାନ୍ତୁ। ଏବଂ ପବିତ୍ର ମନରେ ତାଙ୍କର ଆରାଧନା କରି ୭ ଫେରା ବୃନ୍ଦାବତୀଙ୍କ ଚାରିପାଖେ ପରିକ୍ରମା କରନ୍ତୁ। ଏହି କାର୍ତ୍ତିକ ପୂର୍ଣ୍ଣିମାରେ ଯଦି ମା ତୁଳସୀଙ୍କର ପୂଜାର୍ଚ୍ଚନା କରାଯାଏ ତେବେ ଆପଣଙ୍କୁ ବିଶେଷ ରୂପରେ ଫଳ ପ୍ରାପ୍ତି ହୋଇଥାଏ। ବୈଭବ ଲକ୍ଷ୍ମୀ ବ୍ରତର ଆରମ୍ଭ କରନ୍ତୁ। ବୈଭବ ଲକ୍ଷ୍ମୀ ବ୍ରତ ଜୀବନରେ ସୁଖ ସମୃଦ୍ଧି ପାଇଁ ରଖାଯାଇଥାଏ। ବର୍ଷ ୨୦୨୧ ର କାର୍ତ୍ତିକ ପୂର୍ଣ୍ଣିମା ୧୮ନଭେମ୍ବର ଶୁକ୍ରବାର ଦିନ ପାଳନ କରାଯିବ। ଯାହାକି ମା ଲକ୍ଷ୍ମୀଙ୍କର ଦିନ ଭାବରେ ବିଚାର କରାଯାଇଥାଏ। ଯଦି ଏହିଦିନ ବୈଭବ ଲକ୍ଷ୍ମୀ ବ୍ରତର ଆରମ୍ଭ କରାଯାଏ ତ ଏହା ବିଶେଷ ଫଳ ପ୍ରଦାନ କରିଥାଏ। ପୌରାଣିକ କଥା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ମସ୍ୟ ଅବତାର ଧାରଣ କରିଥିଲେ କୁହାଯାଏ କି ଏହି ଦିନ ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ କରି ଭଗବାନଙ୍କର ଦର୍ଶନ କରିବା ଦ୍ୱାରା ଏବଂ ଦୀପ ଦାନ କରିବା ଦ୍ୱାରା ଦଶ ଯଜ୍ଞ ଫଳ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ଏହି ଦିନ କରାଯାଇଥିବା ଦାନ ପୁଣ୍ୟର ବି ବିଶେଷ ଫଳ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *