Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୨ରେ ୩ଟି ରାଶିରେ ଭୟଙ୍କର ଘଟଣା ! ଜାଣନ୍ତୁ କେଉଁ କେଉଁ ରାଶି !

ସେୟାର୍ କରନ୍ତୁ

ବନ୍ଧୁଗଣ, ଅନେକ ସମୟରେ ଆମ ମାନଙ୍କ ଜୀବନରେ ଅର୍ଥାତ ମନୁଷ୍ୟ ଜୀବନରେ ଆସୁଥିବା ସୁଖ ଏବଂ ଦୁଃଖର ସମ୍ବନ୍ଧ ଆମ କୁଣ୍ଡଳୀ ଏବଂ ରାଶି ସହିତ ଜଡିତ ହୋଇ ରହିଥାଏ ।ଏପରି ମାନ୍ୟତା ରହିଛି ଯେ ଆମ ରାଶି ଏବଂ କୁଣ୍ଡଳୀ ଅନୁସାରେ ଆମ ଜୀବନରେ ଭୋଗ ହେବାକୁ ଥିବା ସୁଖ ଏବଂ ଦୁଃଖ ବିଷୟରେ ପ୍ରଥମରୁ ହିଁ ଜଣା ପଡ଼ି ଯାଇଥାଏ।

ଏହାଫଳରେ ଭବିଷ୍ୟତରେ କୌଣସି କଥାକୁ ନେଇ ସମସ୍ୟା ରହି ନଥାଏ। ଆମ ମାନଙ୍କ କୁଣ୍ଡଳୀରେ ଯେତେବେଳେ ଗ୍ରହ ଚଳନରେ ପରିବର୍ତ୍ତନ ହୋଇଥାଏ, ସେତେବେଳେ ତାହାର ସିଧା ପ୍ରଭାବ ଆମର ବ୍ୟକ୍ତିଗତ ଜୀବନରେ ପଡିଥାଏ। ଏହାଫଳରେ ଆମ ମାନଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ। ଆସନ୍ତୁ ଜାଣିବା ଏହି ୩ଟି ରାଶିର ଲୋକଙ୍କ ବିଷୟରେ, ଯେଉଁମାନଙ୍କର ଭାଗ୍ୟ ବିଶେଷ ରୂପରେ ପରିବର୍ତ୍ତନ ହେବାକୁ ଯାଉଛି।

୧/ ବୃଷ ରାଶି – ଏମାନଙ୍କ ଜୀବନରେ ସମସ୍ତ ଦୁଃଖର ସମାପ୍ତି ହେବାକୁ ଯାଉଛି। ନିଶ୍ଚିତ ଭାବରେ ସବୁକ୍ଷେତ୍ରରେ ଲାଭବାନ ହେବେ। ଯେଉଁମାନେ କୌଣସି ସମସ୍ୟାରେ ପଡିଛନ୍ତି, ଋଣ ବୋଝ ତଳେ ଚାପି ହୋଇ ରହିଛନ୍ତି, ସେହି ଲୋକମାନଙ୍କ ପାଇଁ ସମାଧାନର ବାଟ ଖୋଲିଯିବ। ପରିବାର ଠାରୁ ସହଯୋଗ ପ୍ରାପ୍ତ କରିବେ। ଏହାଫଳରେ ଆପଣ ସବୁ କ୍ଷେତ୍ରରେ ସଫଳ ରହିବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ।

୨/ ତୁଳା ରାଶି – ଏହି ରାଶିର ଲୋକେ ସମାଜରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହେବେ। ବ୍ୟବସାୟ କରୁଥିବା ଲୋକଙ୍କୁ ଧନପ୍ରାପ୍ତି ହେବାର ଯୋଗ ରହିଛି।ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଆପଣଙ୍କର ବୈବାହିକ ଜୀବନ ସୁଖଶାନ୍ତିରେ ଭରି ଯିବ। ବିଦ୍ୟାର୍ଥୀ ମାନେ ଆଗ୍ରହର ସହିତ ପାଠ ପଢ଼ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

୩/ କୁମ୍ଭ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କ ପରିବାରରେ ଯାହା ମଧ୍ୟ ସମସ୍ୟା ବା ବିବାଦ ରହିଛି, ତାହା ସବୁ ଦୂର ହୋଇ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। ଆପଣ ନୂତନ ବାହନ କିଣି ପାରନ୍ତି। ନବବର୍ଷରେ ଆପଣ ପ୍ରତ୍ୟେକ କାର୍ଯ୍ୟକୁ ମନ ଲଗାଇ କରନ୍ତୁ।ଗ୍ରହର ଚଳନ ଯୋଗୁଁ ସ୍ଥିତି ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ସମାଜରେ ଆପଣ ନିଜର ଏକ ପରିଚୟ ସୃଷ୍ଟି କରିବେ। ତେବେ ବନ୍ଧୁଗଣ, ଆଶା କରୁଛୁ ଏହି ପୋଷ୍ଟଟି ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *