Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୂର୍ଣ୍ଣମୀରେ ସ୍ନାନ କରିବା ସମୟରେ କହିଦିଅନ୍ତୁ ଏହି ମନ୍ତ୍ର, ବିନା ପୂଜାରେ ପୂରଣ ହୋଇଯିବ ସବୁ ମନସ୍କାମନା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସ୍ନାନ ସମୟରେ କହିଦିଅନ୍ତୁ ଏହି ମନ୍ତ୍ର ବିନା ପୂଜାରେ ପୂରଣ ହେବ ସବୁ ମନସ୍କାମନା।

ବନ୍ଧୁଗଣ କାର୍ତ୍ତିକ ମାସ ପାବନ ମାସ ପୁଣ୍ୟର ମାସ ଧର୍ମର ମାସ ନାମରେ ପରିଚିତ। ଏହି କାର୍ତ୍ତିକ ମାସରେ କାର୍ତ୍ତିକ ସ୍ନାନ ହେଉଛି ପ୍ରସିଦ୍ଧ। ଏହି ମାସରେ ସ୍ନାନ ଦାନ ଧର୍ମ ଯଜ୍ଞ ତପ ବ୍ରତର ମଧ୍ୟ ଅଧିକ ମହତ୍ୱ ରହିଛି। ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଗତି ମୁକ୍ତି ମୋକ୍ଷ ଫଳ ଦାୟୀ ଏହି ପରମପାବନ ମାସ କାର୍ତ୍ତିକ ମାସ। ସୂର୍ଯ୍ୟ ଯେତେବେଳେ କୃତିକା ନକ୍ଷତ୍ରକୁ ଯାଆନ୍ତି ସେତେବେଳେ ଏହି କାର୍ତ୍ତିକ ମାସର ଶୁଭାରମ୍ଭ ହୋଇଥାଏ। କାର୍ତ୍ତିକ ମାସରେ ସ୍ନାନ ଦାନ ଦୀପ ଦାନ ତୁଳସୀ ବିବାହ କାର୍ତ୍ତିକ ବ୍ରତ କଥା ଶ୍ରବଣ ଏବଂ ରାଇ ଦାମଦରଙ୍କ ପୂଜା ସହିତ ସର୍ବ ଦେବା ଦେବୀଙ୍କର ପୂଜା ନିଷ୍ଠାର ସହିତ କରାଯାଏ।ପାପର ନାଶ ହୋଇଥାଏ ଏହିପରି କଲେ ଏବଂ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହି କାର୍ତ୍ତିକ ମାସରେ ପବିତ୍ର ମନରେ କାର୍ତ୍ତିକ ବ୍ରତ ଏବଂ କାର୍ତ୍ତିକ ସ୍ନାନ କଲେ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ସମସ୍ତ ତୀର୍ଥର ଫଳ ଏହି ଗୋଟିଏ ମାସରେ ମିଳିଥାଏ। ସ୍କଂଦ୍ଧ ପୁରାଣ ନାରଦ ପୁରାଣ ଠାରୁ ଆରମ୍ଭ କରି ପଦ୍ମ ପୁରାଣ ପର୍ଯ୍ୟନ୍ତ ସମସ୍ତ ପୁରାଣ ମାନଙ୍କରେ ଏହି କାର୍ତ୍ତିକ ବ୍ରତ କଥା ଉଲ୍ଲେଖ କରାଯାଇଛି। କାର୍ତ୍ତିକ ସ୍ନାନ ଗଙ୍ଗା ସ୍ନାନ ମାଘ ସ୍ନାନ ସହିତ ସମାନ ବୋଲି କୁହାଯାଇଛି। କୁମ୍ଭ ମେଳା ଏବଂ ପ୍ରୟୋଗ ସ୍ନାନର ପୁଣ୍ୟ ଫଳ ମଧ୍ୟ କାର୍ତ୍ତିକ ମାସ ସାରା କାର୍ତ୍ତିକ ସ୍ନାନରୁ ମିଳିଥାଏ। ପରମ ପାବନି ଗଙ୍ଗା ସ୍ନାନ ପ୍ରୟାଗ ସ୍ନାନ ବାରଣାସି ସ୍ନାନର ପୁଣ୍ୟ ଫଳ ମଧ୍ୟ କାର୍ତିକ ସ୍ନାନରୁ ପ୍ରାପ୍ତ ହୋଇଥାଏ। ଏହି କାର୍ତ୍ତିକ ମାସର ସ୍ନାନ ପରେ ପ୍ରଭୁ ଦାମଧର ଏବଂ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରି ଗୋଟିଏ ଥର ଭୋଜନ କରି ଅନ୍ୟକୁ ଭକ୍ଷଣ କରିବା ଉଚିତ। ପ୍ରାତଃ ସମୟରେ କୌଣସି ମୋହଦଧି ପୁଷ୍କରିଣୀ ନଦୀରେ କିମ୍ବା ଜଳାଶୟରେ ସ୍ନାନ କରିବା ବହୁତ ଭଲ ହୋଇଥାଏ। ସ୍ୱୟଂ ପ୍ରଭୁ ମହାଦେବ ଏବଂ ମା ପାର୍ବତୀ ସୂର୍ଯ୍ୟ ଦେବଙ୍କ ମନ୍ଦିରରେ ସ୍ନାନ ପରେ ସବୁ ଭକ୍ତମାନେ ଯାଇ ଦୀପ ଜଳାଇଥାଆନ୍ତି। କାର୍ତ୍ତିକ ମାସରେ କାର୍ତ୍ତିକ ସ୍ନାନ ପରେ ପ୍ରଭୁ ଜଗନ୍ନାଥ ଲକ୍ଷ୍ମୀନାରାୟଣ ଭଗବାନ ବିଷ୍ଣୁ ସମସ୍ତ ଦେବୀ ଦେବତାଙ୍କୁ ମନ୍ଦିରରେ ଦର୍ଶନ କଲା ପରେ ମନ୍ଦିର ପରିକ୍ରମା କରି ଭଗବାନଙ୍କ ଆତଳି ଦେଖି ଦୀପ ଜଳାଇବାର ବିଧି ରହିଛି। ଏମିତି କଲେ ଯଜ୍ଞର ଫଳ ମିଳିଥାଏ।

କାର୍ତ୍ତିକ ମାସରେ କାର୍ତିକ ସ୍ନାନର କିଛି ବିଧି ରହିଛି।

ରାତ୍ର ଦୁଇ ଘଡି ଥାଉ ଥାଉ ସୁର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରାଯାଏ ଯାହା ପ୍ରାତଃ ସ୍ନାନ ବା କାର୍ତ୍ତିକ ସ୍ନାନ ନାମରେ ନାମିତ ଏବଂ ସ୍ନାନ ପରେ କୌଣସି ଦେବୀ ଦେବତାଙ୍କ ମନ୍ଦିର ଯାଇ ମଙ୍ଗଳ ଆଳତି ପ୍ରଭୁଙ୍କର ଦର୍ଶନ କରାଯାଏ ଏବଂ ଧୂପ ଦୀପ ଭୋଗ ଭଗବାନଙ୍କୁ ଅର୍ପଣ କରାଯାଏ। ତୁଳସୀ ଚୁଉରାରେ ତୁଳସୀ ପୂଜା ସହିତ ଭଗବାନ ରାଧାକୃଷ୍ଣ ଏବଂ ପ୍ରଭୁ ଦାମଧରଙ୍କୁ ପୂଜା ମଧ୍ୟ କରାଯାଏ। ସନ୍ଧ୍ୟା ସକାଳରେ ଭୋଜନ କୀର୍ତ୍ତନ ଶୁଣନ୍ତୁ। କାର୍ତ୍ତିକ ମାସରେ ସୁର୍ଯ୍ୟ ଏବଂ ଚନ୍ଦ୍ରଙ୍କର ଅନୁକୂଳ ପ୍ରଭାବ ପଡିଥାଏ। ଏମିତି କଲେ ଶରୀରରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହି ସମୟରେ ଦେବ ଆରୋଧନା ପାଇଁ ପ୍ରକୃତ ସମୟ। ସେଥିପାଇଁ ସ୍ନାନ ପରେ ଦାନ ଦେବାର ମଧ୍ୟ ବିଧି ରହିଛି। ଏହି କାର୍ତ୍ତିକ ମାସରେ ବିଷ୍ଣୁ ସହସ୍ର ନାମ ମଧ୍ୟ ପାଠ କରାଯାଏ। ଓମ ନମଃ ନାରାୟଣ ଓମ ନମଃ ବାସୁଦେବାୟ ଏହି ମନ୍ତ୍ର ଜପ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ମାସ ସାରା ସ୍ନାନକୁ କାର୍ତ୍ତିକ ସ୍ନାନ କୁହାଯାଏ। କୁହାଯାଏ ଭଗବାନ ବିଷ୍ଣୁ ସୃଷ୍ଟିର କଲ୍ୟାଣ ନିମନ୍ତେ ମସ୍ୟ ଅବତାର କରିଥିବାରୁ ବିଶ୍ୱାସ କରାଯାଏ ଯେ ଏହି ମାସରେ ଜଳାଶୟ ମାନଙ୍କରେ ଭଗବାନ ବିଷ୍ଣୁ ଜଳର ପ୍ରତ୍ୟକ ବିନ୍ଦୁରେ ଭଗବାନ ବିଷ୍ଣୁଙ୍କର ଦିବ୍ୟ ସତା ଅନୁଭୂତ ହୋଇଥାଏ। ତେଣୁ ସ୍ନାନ କରିବାର ବିଧାନ ରହିଛି। ଭଗବାନ କାର୍ତିକଙ୍କୁ ମଧ୍ୟ ପୂଜା କରାଯାଏ।

କାର୍ତିକ ମାସର ପ୍ରଥମ ସ୍ନାନ କରିବା ସମୟରେ ବିଧି।

ରାତ୍ର ଦୁଇ ଘଡି ଥାଉ ଥାଉ ଶଯ୍ୟା ତ୍ୟାଗ କରି ପ୍ରଥମେ ହାତ ଦର୍ଶନ କରି ଏହାକୁ କହିବେ। କାରଗ୍ରେ ବସତି ଲକ୍ଷ୍ମୀ କର ମଧେ ସରସ୍ମୃତି କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ। ଏହି ମନ୍ତ୍ରକୁ ଉଚାରଣ କରି ପ୍ରଥମେ ପ୍ରମେଶ୍ୱରଙ୍କ ଉଦ୍ଧେଶ୍ୟରେ ପ୍ରଣାମ କରିବା ଉଚିତ। ଏହା ପରେ ନିକଟସ୍ଥ ଜଳାଶୟକୁ ଯାଇ ସ୍ନାନ ବିଧିକୁ ସମାପ୍ତ କରିବା ଉଚିତ। ସେହି ସମୟରେ ଏହି ମନ୍ତ୍ରର ଜପ କରିବେ। ଓମ ଦିସାକୋଲାଉ ସଂକୀରଥ ଗଙ୍ଗାବାଲୁକା ଭି ସପ୍ତଶ୍ର ମଣ୍ଡଳ ପ୍ରଯ୍ୟଟକ ଗୋଦାଭରଣେ। ଏହି ସ୍ନାନ ମନ୍ତ୍ରକୁ ପାଠ କରି ସ୍ନାନ କରିବେ। ସ୍ନାନ କରିବା ସମୟରେ ଉଚାରଣ କରିବେ ଓମ ନିରିବିଘ୍ନନମଃ କୁରୁମେ ଦେବ ଦାମଧର ନମସ୍ତୁତେ। ସ୍ନାନ ସଂକଳ୍ପ ପାଠ କରି ଭଗବାନ ଦାମଧରଙ୍କୁ ପ୍ରଣାମ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *