Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ କାଚ ବୋତଲରେ ଏହି ନମ୍ବର ଲେଖି ପୋତି ଦିଅନ୍ତୁ,ଦେଖିବେ ଧନସମ୍ପତ୍ତି, ଗାଡି ବଙ୍ଗଳା ସବୁ ଗୋଡତଳେ ପହଞ୍ଚିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳବାର କାଚ ବୋତଲରେ ଏହି ନମ୍ବର ଲେଖି ପୋତି ଦିଅନ୍ତୁ ଜମିରେ। ଧନ ସମ୍ପତ୍ତି ଗାଡି ବଙ୍ଗଳା ସବୁ ହେବ

ବନ୍ଧୁଗଣ ଯେକୌଣସି ଧନହିନ ବ୍ୟକ୍ତି ଏହି ପ୍ରୟୋଗ କଲେ ଧନ ବିଳାସ ବ୍ୟସନ ଆଭିଜାତ୍ୟ ବ୍ୟକ୍ତିତ୍ୱ ସ୍ଥାପନ କରିପାରିବ। ଏହି ପ୍ରୟୋଗ ମଙ୍ଗଳ ଗ୍ରହ ସହିତ ଜଡ଼ିତ। ଯାହା ଉପରେ ମଙ୍ଗଳ ଗ୍ରହ ଶାନ୍ତି ହୋଇଥାନ୍ତି ଯାହାର ଜନ୍ମ କୁଣ୍ଡଳୀରେ ମଙ୍ଗଳ ଗ୍ରହ ବଳବାନ ହୋଇଥାନ୍ତି ତାର କୌଣସି ଜିନିଷର ଅଭାବ ରହେନାହିଁ। ତା ପାଖକୁ ଧନ ଆସିବା ସହ ତାର ଏକ ସ୍ୱତନ୍ତ୍ର ସାହସୀ ପଣିଆ ସୃଷ୍ଟି ହୋଇଥାଏ। ସମସ୍ତ କାର୍ଯ୍ୟ ସହଜରେ ହୋଇଥାଏ। ଯେଉଁମାନଙ୍କ ଜନ୍ମ କୁଣ୍ଡଳୀରେ ମଙ୍ଗଳ ଦୋଷ ଚାଲିଥାଏ ସେ ବ୍ୟକ୍ତି ଉପରେ ମଙ୍ଗଳଙ୍କର କ୍ରୁର ଦୃଷ୍ଟି ପଡିଥାଏ। ସେ ବ୍ୟକ୍ତି କୌଣସି ବି କାର୍ଯ୍ୟରେ ସଫଳ ହୁଏ ନାହିଁ। ଅଭାବ ଅନଟନରେ ଦିନ ବ୍ୟତୀତ ହୋଇଥାଏ। ଏହି ପ୍ରୟୋଗ କଲେ ମଙ୍ଗଳଦୋଷ ଦୂର ହେବ ଏବଂ ମଙ୍ଗଳ ଗ୍ରହ ଦୃଢ଼ ହେବ।

ବନ୍ଧୁଗଣ ଆପଣଙ୍କୁ ଏହି ପ୍ରୟୋଗଟିକୁ ଯେକୌଣସି ମଙ୍ଗଳବାର ଦିନ ସକାଳରୁ ସନ୍ଧ୍ୟା ଭିତରେ କରିବାରେ ଅଛି।ଏହି କ୍ରିୟାଟିକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏକ ମଧ୍ୟମ ସାଇଜର କାଚ ବୋତଲ ନେବା ପାଇଁ ପଡିବ। ଏହି କାଚ ବୋତଲ ଟିକୁ ଭଲ ଭାବରେ ଧୋଇ ଦିଅନ୍ତୁ। କୌଣସି ବି ଟିକେ ବି କାଗଜ ଯେମିତି ରହିବ ନାହିଁ ଭଲ ଭାବରେ ଘଷି ମାଜି ସଫା କରିଦିଅନ୍ତୁ ଠିପିଟିକୁ ମଧ୍ୟ ଭଲ ଭାବରେ ସଫା କରିଦିଅନ୍ତୁ। ଏହା ପରେ ଏଥିରେ ଶୁଦ୍ଧ ଜଳକୁ ଭର୍ତି କରିଦିଅନ୍ତୁ। ଏହା ପରେ ଗୋଟେ ସାଧା କାଗଜ ନିଅନ୍ତୁ। ଯେଉଁ ସାଧା କାଗଜ ଚାରି କୋଣରୁ ସମାନ ଭାବରେ କଟା ଯାଇଥିବ। ସେହିଭଳି ଗୋଟେ ସାଧା କାଗଜ ନିଅନ୍ତୁ ଏବଂ ସେହି ସାଧା କାଗଜ ଉପରେ ଲାଲ କୁକୁମ ହେଉ କିମ୍ବା ଲାଲ କାଳୀରେ ଏହି ୯ ସଂଖ୍ୟାକୁ ଲେଖନ୍ତୁ। ଆପଣ ଜାଣିଛନ୍ତି ୯ ହେଉଛି ମଙ୍ଗଳଗ୍ରହଙ୍କର ସଂଖ୍ୟା।

ଆପଣଙ୍କୁ ପ୍ରଥମେ ଲାଲ କାଳୀରେ ୯ ଲେଖିବାର ଅଛି। ୯ ଲେଖି ସାରିବା ପରେ ତା ପଛକୁ ୮ ଟି ୦ ଲେଖିବାର ଅଛି। ୦ ର ମୂଲ୍ୟ କିଛି ନଥାଏ କିନ୍ତୁ କୌଣସି ସଂଖ୍ୟା ପରେ ଯଦି ୦ ଟି ରହେ ତେବେ ସେ ସଂଖ୍ୟାର ବହୁ ଗୁଣିତ ହୋଇଥାଏ। ଆପଣ ଏହି ପରି ୯ ୦୦୦୦୦୦୦୦ ଲେଖିବାକୁ ପଡିବ ଲାଲ କାଳୀରେ। ଏହା ସେହି କାଗଜକୁ କାଚ ବୋତଲ ଉପରେ ଅଠା ସାହାର୍ଯ୍ୟରେ ଲେବଲ କରିଦେବେ। ଏବଂ ଅବିକଳ ଏମିତି ଆଉ ଗୋଟେ ସାଧା ଜାଗଜରେ ଲେଖି ନିଅନ୍ତୁ ସଂଖ୍ୟା ଗୁଡିକ ପ୍ରାଞ୍ଜଳ ଭାବରେ ଲେଖିବାକୁ ହେବ ସୁନ୍ଦର ଭାବରେ ଲେଖିବେ ଏବଂ ଯେଉଁ ୯ ପରେ ୮ ଗୋଟି ୦ ଲେଖିବେ ସେହି ୦ ସବୁର ଆକାର ଆୟତ୍ତ ସମାନ ହେବା ଦରକାର ୯ ମଧ୍ୟ ସେମିତି ଗୋଟିଏ ସମାନରେ ଲେଖିବେ ଛୋଟ ବଡ଼ କରି ଲେଖିବେ ନାହିଁ। ଗୋଟେ କାଗଜ କାଚ ବୋତଲରେ ମଡେ଼ଇ ସାରିବା ପରେ ଆଉ ଗୋଟେ କାଗଜକୁ ଚାରି ଖଣ୍ଡ କରି ନିଜର ସାର୍ଟ ପକେଟରେ ରଖନ୍ତୁ। ସେହି ଯେଉଁ ବୋତଲରେ ଶୁଦ୍ଧ ଜଳ ମିଶାଇଛନ୍ତି ସେହି ଜଳରେ ଖଣ୍ଡେ ଗୁଡ଼ ପକାନ୍ତୁ ଯେପରି ସେ ଦ୍ରବିଭୂତ ହୋଇଯିବ। ଏହା ପରେ ସେହି ବୋତଲଟିକୁ ନେଇ ଯେକୌଣସି ଏକ ଜମି ଭିତରେ ନେଇ ପୋତି ଦିଅନ୍ତୁ।

ଆପଣ ଜାଣିଥିବେ ମଙ୍ଗଳ ଗ୍ରହ ହେଉଛନ୍ତି ମଙ୍ଗଳ ଦେବତା ଭୂମି ପୁତ୍ର। ସେଥିପାଇଁ ଆପଣ ସେହି ବୋତଲଟିକୁ ନେଇ ଯେକୌଣସି ଜମିରେ ପୋତି ଦେଇ ଆସନ୍ତୁ ଏବଂ ପୋତିବା ସମୟରେ ଆପଣଙ୍କର ଯେକୌଣସି ଇଚ୍ଛାକୁ ସେଠାରେ ବ୍ୟକ୍ତ କରନ୍ତୁ ଧନ ଆସୁ ବୋଲି ମଧ୍ୟ କୁହନ୍ତୁ। ଏହା ପରେ ଏକ ମୁହାଁ ହୋଇ ଘରକୁ ଫେରି ଆସନ୍ତୁ। ଏବଂ ଯେଉଁ ଜାଗାରେ ପୋତିଲେ ସେଠାକୁ ୭ ଦିନ ପର୍ଯ୍ୟନ୍ତ ଯିବେ ନାହିଁ। ଏହା ପରେ ଯେଉଁ କାଗଜଟିକୁ ନିଜ ପାଖରେ ରଖିଥିଲେ ଯେଉଁ ମଙ୍ଗଳବାର ଦିନ ଏହି କ୍ରିୟା କରିଥିଲେ ସେହି ମଙ୍ଗଳବାର ଦିନ ସନ୍ଧ୍ୟା ଭିତରେ ଯେତିକି ସମୟ ଆପଣ ଦେଇପାରିବେ ସେତିକି ସମୟକୁ ଆପଣ ଏହି କାଗଜଟିକୁ ବାହାର କରି ଦେଖନ୍ତୁ ୯ ପରେ ଯେଉଁ ୮ ଟି ୦ ରହିଛି ତାହାକୁ ମନେ ମନେ ନିବୃତି କରନ୍ତୁ ୯ ୦୦୦୦୦୦୦୦ ଏହିପରି ତାହାକୁ ପଢ଼ନ୍ତୁ। ଏହାକୁ ଆପଣ ଯେତେ ଥର ପଢିବେ ସେତେ ଭଲ। ଏହିପରି ଆପଣ ଏହି କ୍ରିୟାଟିକୁ ମଙ୍ଗଳବାର ଦିନ କରି ସାରିବା ପରେ ତାର ଯେତେ ଗୁଡିଏ ମଙ୍ଗଳବାର ଆସିବ ଆପଣ ସେହି କାଗଜ ବାହାର କରି ପକେଟରୁ ସେହି ସଂଖ୍ୟା ଟିକୁ ପଢିବାକୁ ଚେଷ୍ଟା କରିବେ। ଏହା ସହିତ ବହୁତ ପରିଶ୍ରମୀ ମଧ୍ୟ ହେବା ଦରକାର।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *