Excuse Me Odisha

ଯାହା କହିବୁ ସତ କହିବୁ

ଦେଖିବା ମାତ୍ରେ ଏହାକୁ ତୋଳି ଆଣନ୍ତୁ,ଟଙ୍କା,ସୁନା ଓ ପ୍ରେମକୁ ଚୁମ୍ବକ ପରି ଟାଣି ଆଣିବ,ଆଉ ଶତ୍ରୁ ଯେତେ ଦୂରରେ ରହିଲେ ବି ଆପଣଙ୍କ ଇସାରାରେ ନାଚିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦେଖିବା ମାତ୍ରେ ତୋଳି ଆଣନ୍ତୁ ଟଙ୍କା ସୁନା ପ୍ରେମକୁ ଚୁମ୍ବକ ପରି ଟାଣି ଆଣିବ ଶତ୍ରୁ ରହେ ଶହେ ଶହେ ହାତ ଦୂରରେ ସଂସାର ନାଚିବ ଆପଣଙ୍କ ଇଶାରାରେ। ଏହି ଉପାୟ କରନ୍ତୁ।

ବନ୍ଧୁଗଣ ଦୁନିଆରେ ସମସ୍ତେ ଚାହାନ୍ତି ଧନଶୀଳ ବ୍ୟକ୍ତି ଏବଂ ପ୍ରଭାବ ଶାଳୀ ବ୍ୟକ୍ତି ହେବା ପାଇଁ ଏବଂ ତା ସହିତ ଚାହିଁଥାନ୍ତି କି ତାଙ୍କର ଶତ୍ରୁ ତାଙ୍କ ପାଦ ତଳେ ରହୁ। ସେଥିପାଇଁ ଏହି ପ୍ରୟୋଗ ଏମିତି ଏକ ଶକ୍ତିଶାଳୀ ପ୍ରୟୋଗ ଯାହାକୁ ଏକ ସାଧାରଣ ମଣିଷରୁ ଅସାଧାରଣ ମଣିଷରେ ପରିଣତ କରିଦେଇଥାଏ। ଏହାକୁ ସମସ୍ତେ କରିପାରିବେ। କେବଳ ଏହି ଗଛର ଚେର ଫୁଲ ଫଳର ପ୍ରୟୋଗରେ। ବ୍ୟବସାୟୀ ଛାତ୍ରଛାତ୍ରୀ ଏହାକୁ କରିଲେ ନିଶ୍ଚୟ ଉନ୍ନତ ଧରଣର ଭଲ ଫଳ ପାଇବେ, କରଜ ବା ଋଣ କରିଥିଲେ ସେଥିରୁ ମୁକ୍ତି ପାଇବେ, ରାଜନୀତି କ୍ଷେତ୍ରରେ ବିଜୟୀ ହାସଲ କରିବେ, ଯଦି ବିବାହ ହୋଇ ପାରୁନାହିଁ ତେବେ ବିବାହ ହୋଇପାରିବ, ଦାମ୍ପତ୍ୟ ଜୀବନ ସୁଖଦ ହେବ, ଭାଙ୍ଗି ଯାଇଥିବା ସମ୍ପର୍କକୁ ଯୋଡି ପାରିବେ । ଯେକୌଣସି କାମରେ ସଫଳ ହେବେ। ଏହି ପ୍ରୟୋଗ ଦ୍ୱାରା ସମସ୍ତଙ୍କୁ ବଶୀଭୂତ କରିପାରିବେ।

ବନ୍ଧୁଗଣ ଏହି ଡିମ୍ବିରି ଗଛରେ ଏହିସବୁ ଚମତ୍କାର କରିପାରିବେ। ଏହି ଡିମ୍ବିରି ଗଛ ବିଭିନ୍ନ ପ୍ରଜାତିର ଅଛି। ଆପଣ ଯେକୌଣସି ପ୍ରଜାତିର ଡିମ୍ବିରି ଗଛକୁ ଏହି ତନ୍ତ୍ର କ୍ରିୟାରେ ବ୍ୟବହାର କରିପାରିବେ। ଡିମ୍ବିରି ଗଛରେ ବଶୀଭୂତ କରିବାର ଶକ୍ତି ଅଛି। ଶତ୍ରୁ ନାଶର ଶକ୍ତି ଅଛି ଏହା ସହିତ ଧନ ବୃଦ୍ଧିକାରୀ ଶକ୍ତି ଅଛି।

ପ୍ରଥମ କଥା। ଏହାର ତନ୍ତ୍ର ସମୁହନ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା। ଆପଣ କାହାକୁ ଶୀଘ୍ର ବଶୀଭୂତ କରିପାରିବେ। ଆପଣଙ୍କର ପ୍ରେମ ସମ୍ପର୍କରେ ହେଉ କିମ୍ବା ଭାଙ୍ଗି ଯାଇଥିବା ସମ୍ପର୍କ ପାଇଁ ହେଉ କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ ପତ୍ର ପାଇଁ ହେଉ ପରିବାର ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ହେଉ ଯେକୌଣସି ପ୍ରକାରର ବସିକରଣ ଏହି ପ୍ରୟୋଗ ମାଧ୍ୟମରେ କରିପାରିବେ। ତ ଆସନ୍ତୁ ଜାଣିବା। ଯେକୌଣସି ଅମାବାସ୍ୟା ଦିନ ରାତିରେ ଏହି ଡିମ୍ବିରି ଗଛ ପାଖକୁ ଯାଇ ଫୁଲ ଚନ୍ଦନ ସିନ୍ଦୁର ଦେଇ ପୂଜା କରି ସାତ ଫେରା ଗଛ ଚାରିପାଖରେ ବୁଲି ପ୍ରଣାମ କରି କହିବେ ମୁଁ ଆପଣଙ୍କୁ ନିମନ୍ତ୍ରଣ କଲି। ତାପର ଦିନ ଯାଇ ତାର ପୂର୍ବ ଭାଗରୁ ଖଣ୍ଡେ ଚେର ଘରକୁ ଆଣି କରି ଆସିବେ। ଶ୍ରୀ ବିଷ୍ଣୁଙ୍କର ପାଦ ତଳେ ତାକୁ ଭଲ ଭାବରେ ଧୌତ କରି ସେଥିରେ ମାଟି ଛଡାଇ ହଳଦୀ ମଧ୍ୟରେ ତାକୁ ବୁଡ଼େଇକି ରଖିବେ। ଏହି ପରି ଶ୍ରୀ ବିଷ୍ଣୁଙ୍କ ପାଦ ତଳେ ରଖିବା ପରେ ଓଁ କିଲିଂ ଏହି ମହା ମନ୍ତ୍ରକୁ ଆପଣ ଏକ ଘଂଟା ପର୍ଯ୍ୟନ୍ତ ଜପ କରିବେ। ଘିଅର ଦୀପ ଜାଳିବେ। ଏହାପରେ ଏମିତି ଗୋଟେ ଦିନ ରଖିଦେବେ। ତାର ପର ଦିନ ସେମିତି ସ୍ନାନ ଶୌଚ ସାରି ଭଗବାନ ଶ୍ରୀ ବିଷ୍ଣୁଙ୍କ ପାଖକୁ ଯିବେ ହଳଦୀ ଭିତରୁ ଚେରଟିକୁ ବାହାର କରିବେ ଏବଂ ତାହାକୁ ନେଇ ଛାଇରେ ସୁଖେଇ ଦେବେ ଏବଂ ଯେଉଁ ହଲଦୀରେ ବୁଡ଼େଇ ରଖିଥିଲେ ସେ ହଲଦୀକୁ ନେଇ ପ୍ରବାହିତ ଜଳରେ ପ୍ରବାହିତ କରିଦେବେ। ଏହି ଚେରଟିକୁ ସମ୍ପର୍ଣ୍ଣ ଭାବେ ସୁଖେଇ ଦେବେ। କିଛି ଦିନ ଲାଗିବ ଶୁଖିବା ପାଇଁ । ଯେତେବେଳେ ସମ୍ପର୍ଣ୍ଣ ଶୁଖିଯିବ ତ ସେହି ଚେରକୁ ଭଲ ଭାବରେ ଗୁଣ୍ଡ କରିଦେବେ। ଗୁଣ୍ଡ କରି ସାରିବା ପରେ ଗୁଣ୍ଡକୁ ବାମ ହାତରେ ରଖିକି ତା ଦେହରେ କିଛି ଜଳ ପକେଇକି ତାକୁ ଏକ ଖୋଳ ପ୍ରସ୍ତୁତ କରିବେ। ଏବଂ ତାହାକୁ ୧୦୮ ଥର ଓଁ କିଲିଂ ଜପ ମନ୍ତ୍ର କରିବେ। ଏହା ପରେ ତାକୁ ତ୍ରିନେତ୍ର ସ୍ଥାନ ଯେଉଁ ଦୁଇ ଭୃକୁଟିର କପାଳର ମଝିରେ ଯେଉଁ ସ୍ଥାନ ଅଛି ତାହାରି ଉପରେ ଆପଣ ତିଳକ କରିବେ। ସେହି ତିଳକ କରି ଆପଣ ଯେକୌଣସି ସ୍ଥାନକୁ ଯିବେ ତତ୍କାଳୀନ ସେ ବଶୀଭୂତ ହେବେ। ଆପଣ ନିଜର ପ୍ରେମ କ୍ଷେତ୍ରରେ ବ୍ୟବହାର କରିପାରିବେ। ବ୍ୟବସାୟରେ ପାଇଁ ଉପର ଅଫିସରକୁ ବସ କରିବା ପାଇଁ ସମଗ୍ର ସଂସାରକୁ ବଶୀଭୂତ କରିବା ପାଇଁ ଏହା ହେଉଛି ଶ୍ରେଷ୍ଠ ମାଧ୍ୟମ।

ଏବେ ଆସନ୍ତୁ ଜାଣିବା କେମିତି ଧନ ବୃଦ୍ଧି କରିପାରିବେ।

ଡିମ୍ବିରି ଗଛକୁ ଅମାବାସ୍ୟା ଦିନର ପୂର୍ବ ଦିନରୁ ନିମନ୍ତ୍ରଣ କରିଥିବେ ଏବଂ ଅମାବାସ୍ୟା ଦିନ ସ୍ନାନ ଶୌଚ ପରେ ଯେଉଁ କମଳ ପତ୍ର ୫୧ ଟି ସଂଗ୍ରହ କରିବେ। ଧ୍ୟାନ ରଖିବେ ଯେମିତି ବେଶି ଦିନର ପୁରୁଣା ପତ୍ର ହୋଇନଥିବ। ସେ ପତ୍ରରେ କୌଣସି କଣା କିମ୍ବା ଦାଗ ହୋଇନଥିବ। ଏହି ଗଛର ପତ୍ର ୫୧ ଟି ଘରକୁ ଆଣିବେ ଏହା ପରେ ମା ଲକ୍ଷ୍ମୀଙ୍କ ପାଦ ତଳେ ଏହି ପତ୍ରକୁ ଧୌତ କରି ରଖିବେ ଏବଂ ତା ଦେହରେ ହଲଦୀରେ ଆପଣ ଓଁ ଶ୍ରିଙ୍ଗ ଲେଖିବେ ପ୍ରତ୍ୟକ ପତ୍ରରେ। ସେହି ଡିମ୍ବିରି ଗଛର କାଠିରେ ଲେଖି ପାରିବେ କିମ୍ବା କୌଣସି ଫୁଲ ଗଛର ନରମ କାଠି ବ୍ୟବହାର କରିପାରିବେ। ଏବଂ ଲେଖି ସରିବା ପରେ କନକ ଧାରା ସ୍ତୋତ୍ରମ ଏକ ଘଣ୍ଟା ପର୍ଯ୍ୟନ୍ତ ପାଠ କରିବେ। ମା ଲକ୍ଷ୍ମୀଙ୍କୁ ଯଥା ବିଧିରେ ପୂଜା କରନ୍ତୁ। ଘିଅ ଦୀପ ଜଳାନ୍ତୁ ଏବଂ ଏହି ପ୍ରୟୋଗଟିକୁ ଆପଣ ଅମାବାସ୍ୟା ଦିନ ସନ୍ଧ୍ୟାରୁ ରାତ୍ରି କାଳ ମଧ୍ୟରେ କରନ୍ତୁ। ଏହି ପରି ସେହି ଦିନର ଶେଷ ପରେ ତା ପର ଦିନ ଏହି ସମସ୍ତ ପତ୍ର ମା ଲକ୍ଷ୍ମୀଙ୍କ ପାଦ ତଳୁ ଆଣି ତାକୁ ଭଲ ଭାବରେ ଛେଞ୍ଚି କରି ତାର ରସକୁ ବାହାର କରିନିଅନ୍ତୁ ଏବଂ ସେହି ରସକୁ ଆପଣ ନିଜର ତିଳକ ହିସାବରେ ବ୍ୟବହାର କରନ୍ତୁ। ଏହି ତିଳକୁ ଲଗେଇ ଆପଣ ନିଜର ବ୍ୟବସାୟୀ ସ୍ଥଳକୁ ଯାଆନ୍ତୁ ଦେଖିବେ ଆପଣଙ୍କର ପିଚୁର ଧନ ଲାଭ ହେବ ଏବଂ ଏହି ତିଳକକୁ ଛାତ୍ରଛାତ୍ରୀ ମାନେ କିମ୍ବା ଯେଉଁ ମାନେ ଚାକିରୀ ଖୋଜୁଛନ୍ତି ସେମାନେ ନିୟମିତ ଭାବେ ଏହି ତିଳକ ଲଗାନ୍ତୁ ଏବଂ ଓଁ ଶ୍ରୀଙ୍ଗ ମନ୍ତ୍ରକୁ ଆପଣ ପ୍ରତିଦିନ ୧୦୮ ଥର ପାଠ କରନ୍ତୁ ମା ଲକ୍ଷ୍ମୀଙ୍କ ଧ୍ୟାନ କରି ଦେଖିବେ ଆପଣ ନିଶ୍ଚୟ ସଫଳତା ହାସଲ କରିବେ। ଘରେ ସୁଖ ଶାନ୍ତି ବଢ଼ିଥାଏ ଏବଂ ଧନ ବୃଦ୍ଧି ମଧ୍ୟ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଶତ୍ରୁ ବିନାଶ କେମିତି ହେବ।

ଅମାବାସ୍ୟା ଦିନର ପୂର୍ବ ଦିନ ଏହି ଗଛକୁ ନିମନ୍ତ୍ରଣ କରିଥିବେ।ଏହା ଭିତରେ ସ୍ୱୟଂ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ବାସ କରିଥାନ୍ତି। ଅମାବାସ୍ୟା ଦିନ ୮ ଟି ଫଳ ଆଣିବେ। ୮ ଗୋଟି ଫଳ ଆଣିବା ପରେ ମା ଲକ୍ଷ୍ମୀ ଏବଂ ଭଗବାନ ନୃସିଂହ ଦେବଙ୍କ ଫୋଟ ତଳେ ସେହି ୮ ଟି ଫଳକୁ ରଖିବେ ଏବଂ ଓଁ ଶ୍ରୀ ନରସିଂହୟ ନମଃ ଏହି ମନ୍ତ୍ରକୁ ଆପଣ ୫୧ ମାଳା ଜପ କରିବେ। ୫୧ ଥର ମାଳା କହିଲେ ଗୋଟେ ମାଳା ହେଉଛି ୧୦୮ ଥର। ଆପଣ ୫୧ ମାଳା ଜପ କରିବେ ସେହି ଫଳ ଆଡ଼କୁ ଚାହିଁକି ଏବଂ ଭଗବାନ ନୃସିଂହ ଏବଂ ମା ଲକ୍ଷ୍ମୀଙ୍କୁ ଧ୍ୟାନ କରିକି। ଆପଣ ଆପଣଙ୍କ ଶତ୍ରୁ ମାନଙ୍କୁ ସ୍ମରଣ କରି ଏହି ପ୍ରୟୋଗଟିକୁ କରିବେ। ୫୧ ମାଳା ଜପ କରି ସାରିବା ପରେ ସେହି ୮ ଗୋଟି ଫଳକୁ କୌଣସି ଏକ ବର ଗଛ ପାଖକୁ ଯାଇ ବର ଗଛର ୮ ଦିଗରେ ଗାତ ଖୋଳି ୮ ଟି ଫଳକୁ ପୋତି ଦେବେ ମାଟି ତଳେ। ଏହା ପରେ ଘରକୁ ଏକ ମୁହାଁ ହୋଇ ଫେରି ଆସି ଗୋଡ଼ ହାତ ମୁହଁ ଧୋଇ ଦେବେ। ଦେଖିବେ ଆପଣଙ୍କର ଶତ୍ରୁ ବିନାଶ ହୋଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *