Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପଞ୍ଚୁକ ପାଳନ କରୁଛନ୍ତି କି ? ତାହାଲେ ଜାଣିରଖନ୍ତୁ କେଉଁ ଫୁଲ ବାରଣ ଓ କେଉଁ ଖାଦ୍ୟ ବାରଣ କରାଯାଏ ଓ କଣ ଏହାର ମୁଖ୍ୟ କାରଣ

ସେୟାର୍ କରନ୍ତୁ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ କିଛି ବିଶେଷ ତଥ୍ୟ ବିଷୟରେ ଆମେ ଜାଣିବା। ତେବେ ଏହି ବିଷୟକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ପଦ୍ମ ମୂଖ ଭଗବାନ, ବିଷ୍ଣୁ ପୁରାଣରେ ଯେଉଁ ବ୍ରତର ମାହାତ୍ମ୍ୟକୁ ବର୍ଣ୍ଣନା କରିଛନ୍ତି ତାହା ହିଁ ହେଉଛି ପଦ୍ମ ପୁରାଣ।ଯଦି ଆପଣ କାର୍ତ୍ତିକ, ହବିଷ କିମ୍ବା ପଞ୍ଚୁକ କରୁଛନ୍ତି, ତାହେଲେ ଏହାକୁ ନିଶ୍ଚିତ ଭାବରେ ପଢନ୍ତୁ।

ମହର୍ଷି ନାରଦ କହିଛନ୍ତି, କାର୍ତ୍ତିକ ମାସର ବ୍ରତ କରିବା ଦ୍ୱାରା ପୂର୍ବ ଜନ୍ମର ପାପରୁ ମୁକ୍ତି ମିଳିଥାଏ। ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବା ଉଚିତ।କଣ୍ଟା ଯୁକ୍ତ ଗଛ କିମ୍ବା ଦୁର୍ଗନ୍ଧ କାଠରେ ଦାନ୍ତ ଘଷିବେ ନାହିଁ।ସେହିପରି ମନ୍ଦିର ପରିସରରେ ଥିବା ବୃକ୍ଷର କାଠରେ ମଧ୍ୟ ଦାନ୍ତ ଘସାଯାଏ ନାହିଁ।

ଯଦି କୌଣସି ଯୋଗ୍ୟ କାଠି ଆପଣଙ୍କୁ ନ ମିଳେ ତେବେ ଆମ୍ବ ପତ୍ରରେ ଦାନ୍ତ ଘଷିବା ଉଚିତ।ସେହିପରି ଚତୁର୍ଦ୍ଦଶୀ, ଅମାବାସ୍ୟା, ଷଷ୍ଠୀ ଏବଂ ଏକାଦଶୀ ଦିନ ଦାନ୍ତ ଘଷିବାକୁ ବାରଣ କରାଯାଇଛି।ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ଥିଲେ ମଧ୍ୟ ଏହିଦିନ ଦାନ୍ତ ଘଷିବାକୁ ବାରଣ ହୋଇଛି।

ଏହାପରେ ଯଦି ପାଖରେ ନଦୀ ବା ପୋଖରୀ ରହିଥାଏ ତେବେ ସେଠାରେ ନାଭି ପର୍ଯ୍ୟନ୍ତ ବୁଡି ସ୍ନାନ କରିବା ଉଚିତ।କାର୍ତ୍ତିକ ମାସ ବା ପଞ୍ଚୁକ ପାଳନ କରୁଥିବା ଲୋକମାନେ ଏହିଦିନ କଳା ରଙ୍ଗର ବସ୍ତ୍ର ପିନ୍ଧିବା ନିଷେଧ ଅଟେ। ଏହାପରେ ସୂର୍ଯ୍ୟ, ବୃନ୍ଦାବତୀ, ପ୍ରଭୁ ଶ୍ରୀଗଣେଶ, ଭଗବାନ ବିଷ୍ଣୁ, ମହାଦେବ, ଭଗବତୀ ଦୁର୍ଗା, ନିଜର ଗୁରୁ ଏବଂ ଇଷ୍ଟ ଦେବଙ୍କୁ ସ୍ମରଣ କରିବା ଉଚିତ।

ଏହି କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ କନିଅର ଫୁଲ ବହୁତ ପସନ୍ଦ ଆସିଥାଏ।ତେଣୁ ଭଗବାନ ବିଷ୍ଣୁଙ୍କୁ ଏହି କାର୍ତ୍ତିକ ମାସରେ ବା ପଞ୍ଚୁକରେ କନିଅର ଫୁଲରେ ନିଶ୍ଚିତ ଭାବରେ ପୂଜା କରନ୍ତୁ। ଯେଉଁମାନେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି, ସେମାନେ ଭଗବାନ ବିଷ୍ଣୁଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ ନୁହେଁ।କଇଁ,ଛୁଇଁ ଏବଂ ସେବତୀ ଫୁଲ ମଧ୍ୟ ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

ସେହିପରି ମାଆ ଦୁର୍ଗାଙ୍କ ପୂଜାରେ ଦୁବ ଏବଂ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାରେ ତୁଳସୀ ଦେବା ଉଚିତ ନୁହେଁ।ମାଆ ଦୁର୍ଗାଙ୍କୁ ବେଲ ପତ୍ରରେ ପୂଜାକଲେ ମାଆ ପ୍ରସନ୍ନ ହୋଇଥାନ୍ତି।ଏହିଦିନ ମାନଙ୍କରେ ମଦ ଏବଂ ଆମିଷ ସେବନ କରିବା ଉଚିତ ନୁହେଁ। କୋଳଥ ଏବଂ ମସୁର ଡାଲି ଖାଇବା ମଧ୍ୟ ଉଚିତ ନୁହେଁ। ବାଇଗଣ ଭଳି କଣ୍ଟା ଫଳ ସେବନ କରିବା ମଧ୍ୟ ଏହିଦିନରେ ବାରଣ କରାଯାଇଛି।ବାଇଗଣ, ଲେମ୍ବୁ, ମୂଳା, କାଙ୍କଡ଼ ଏବଂ ଭେଜି ବାଇଗଣ ମଧ୍ୟ ଖାଇବାକୁ ବାରଣ କରାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *