Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ସହିତ ଭଗବାନ ଅଛନ୍ତି ନା ନାହିଁ ? ଏହି ୪ଟି ସଙ୍କେତରୁ ଜାଣନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ, ଆଜି ଆମେ ଜାଣିବା ସେହି ୪ଟି ସଂକେତ ବିଷୟରେ, ଯଦି ଆପଣଙ୍କ ଜୀବନରେ ଏହି ସଙ୍କେତ ଆସିଥାଏ, ତେବେ ଜାଣି ନିଅନ୍ତୁ ଯେ ଭଗବାନଙ୍କ କୃପା ଆପଣଙ୍କ ଉପରେ ନିଶ୍ଚିତ ରହିଛି। ଈଶ୍ଵରଙ୍କ ଆଶୀର୍ବାଦ ଏବଂ ଆପଣଙ୍କ ପିତୃଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଛି। ସେହି ୪ଟି ବିଶେଷ ସଙ୍କେତ ବିଷୟରେ ଆସନ୍ତୁ ଜାଣିବା।

୧/ ସ୍ଵପ୍ନ ସିଦ୍ଧ ହେବା, ବେଳେବେଳେ ଆପଣ କିଛି ଭଲ ସ୍ଵପ୍ନ ଦେଖିଲେ, ସେହି ସ୍ଵପ୍ନ ସତ ହୋଇଯାଏ। ଅନେକ ଥର ଆପଣ ରାତିରେ ସ୍ଵପ୍ନ ଦେଖୁଥିବେ ଏବଂ ସକାଳେ ଉଠିବା ମାତ୍ରେ ଦିନରେ ସେହିଭଳି ଘଟଣା ଘଟିଯାଏ।

ଯଦି ଏଭଳି ହେଉଅଛି ତେବେ ଆପଣ ଜାଣି ନିଅନ୍ତୁ ଯେ ଭଗବାନ ସର୍ବଦା ଆପଣଙ୍କ ସହିତ ଅଛନ୍ତି। ଏଥିପାଇଁ ଆପଣ ସର୍ବଦା ଭଲ କର୍ମ କରି ଚାଲନ୍ତୁ। ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ। ଆପଣ ନିଜର ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ।

୨/ ସ୍ଵପ୍ନରେ ସାଧୁ ଦେବତା ଅଥବା ମନ୍ଦିର ଦେଖିବା, ଯଦି ଆପଣ ସ୍ଵପ୍ନ ରେ ମନ୍ଦିର ତଥା ଦେବତାଙ୍କୁ ଦେଖୁଛନ୍ତି, ତାହେଲେ ଆପଣଙ୍କ ଉପରେ ଦେବାଦେବୀଙ୍କ କୃପା ରହିଛି । ଭଗବାନ ଆପଣଙ୍କ ସ୍ଵପ୍ନରେ ଦେଖା ଦେଉଥିଲେ, ଆପଣ ତାଙ୍କର ପୂଜା ନିଶ୍ଚିତ କରନ୍ତୁ।

୩/ ଆପଣ କିଛି ସଂକଳ୍ପ ଅଥବା କିଛି କାର୍ଯ୍ୟ କରିବା ପାଇଁ ଇଛା କଲେ, ପ୍ରାୟତଃ ତାହା ସତ ହୋଇଯାଏ। ହଠାତ୍ ଆପଣଙ୍କ ମନକୁ କିଛି ଆସିଲା ଏବଂ ଆପଣ ସେହି କାର୍ଯ୍ୟକୁ କରିବା ପାଇଁ ନିଷ୍ପତ୍ତି କଲେ। ଏହାଦ୍ବାରା ସେହି କାର୍ଯ୍ୟଟି ସିଦ୍ଧ ହୋଇଥାଏ। ତାହେଲେ ବୁଝି ନିଅନ୍ତୁ, ଆପଣଙ୍କ ଉପରେ ଈଶ୍ଵରଙ୍କ କୃପା ରହିଛି। ଏହାସହିତ ପିତୃଦେବ ଏବଂ ଇଷ୍ଟଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି।

୪/ ଯଦି ଆପଣ କିଛି ଅସୁବିଧାରେ ଅଛନ୍ତି ଏବଂ ଆପଣଙ୍କ ସହିତ କିଛି ଅଘଟଣ ଘଟିଲା ବା ଆପଣ ସକାରାତ୍ମକ ଚିନ୍ତାଧାରାରେ ରହୁଛନ୍ତି, କାହା ବିରୋଧରେ ଆପଣ ଖରାପ ବିଚାର କରୁ ନାହାନ୍ତି, କାହା ସହିତ ବିବାଦ କରୁ ନାହାନ୍ତି, ଆପଣଙ୍କ ସହିତ କେହି ଜଣେ ଖରାପ କଲେ ମଧ୍ୟ ଆପଣ ଭଲ ଚିନ୍ତାଧାରାରେ ରହୁଛନ୍ତି କିମ୍ବା ଆପଣ ଚାହିଁଲେ ମଧ୍ୟ ଅନ୍ୟ ବ୍ୟକ୍ତିଙ୍କ ପାଇଁ ଖରାପ ଚିନ୍ତାଧାରା କରି ପାରୁ ନାହାନ୍ତି, ତେବେ ଜାଣି ରଖନ୍ତୁ ଯେ ଭଗବାନ ଆପଣଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରଖିଛନ୍ତି।

ଭଗବାନ ଆପଣଙ୍କ ସହିତ ସର୍ବଦା ଅଛନ୍ତି। ବନ୍ଧୁଗଣ ଏହି ୪ଟି ସଙ୍କେତ ଦେଖାଯାଉଥିଲେ, ଆପଣଙ୍କ ସହିତ ଭଗବାନ ଅଛନ୍ତି ବୋଲି ଜାଣି ନିଅନ୍ତୁ। ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *