Excuse Me Odisha

ଯାହା କହିବୁ ସତ କହିବୁ

ଲୁଣ ଡ଼ବାରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ ମା ଲକ୍ଷ୍ମୀ ଦୁଇ ହାତରେ ବର୍ଷା କରିବେ ସୁଖ ଧନ ସମ୍ପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଲୁଣ ଡ଼ବାରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ ମା ଲକ୍ଷ୍ମୀ ଦୁଇ ହାତରେ ବର୍ଷା କରିବେ ସୁଖ ଧନ ସମ୍ପତି

ବନ୍ଧୁଗଣ ଆସନ୍ତୁ ଜାଣିବା ଲୁଣ ଡ଼ବାରେ କେଉଁ ଜିନିଷ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। କହିବାକୁ ଗଲେ ଲୁଣ ଏକ ସାମାନ୍ୟ ଜିନିଷ ହେଲେ ମଧ୍ୟ ଘରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ଆପଣ ଆଶ୍ଚର୍ଯ୍ୟ ହେବେ ଜାଣିଲେ ଯେ ଏହି ଲୁଣ ଗରିବ ଲୋକଙ୍କୁ କିପରି ଧନୀ କରିପାରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲୁଣ ଆପଣଙ୍କ ଘରର ଧନ ବୃଦ୍ଧି କରିବାର ସହାୟକ ହୋଇଥାଏ। ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କୁ ପ୍ରବେଶ କରାଇଥାଏ ଏବଂ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଭରି ଦେଇଥାଏ। ଆସନ୍ତୁ ଜାଣିବା ଲୁଣ ଭିତରେ କେଉଁ ଜିନିଷ ପକାଇଲେ ଘରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତୀକ ମନାଯାଇଥାଏ। ଲୁଣକୁ ଯଦି ଆପଣ ଷ୍ଟିଲ କିମ୍ବା ପ୍ଲାଷ୍ଟିକ ପାତ୍ରରେ ରଖନ୍ତି ତେବେ ଏହା ଚନ୍ଦ୍ର ଏବଂ ଶନିଙ୍କର ମିଳନ କରାଇଥାଏ। ଯାହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ ଓ ରୋଗ ଶୋକର କାରଣ ହୋଇଥାଏ। ସେଥିପାଇଁ ଲୁଣକୁ ସର୍ବଦା କାଚ ପାତ୍ରରେ ରଖନ୍ତୁ। ଆଜି କାଲି ସର୍ବ ମୂଳରେ ରହୁଛି ଧନ। କେତେ ରୋଜଗାର କଲେ ମଧ୍ୟ ଧନ ସଞ୍ଚୟ ହେଉନାହିଁ ତ ଆଉ କେତେବେଳେ ରୋଜଗାର ହିଁ ହୁଏନାହିଁ। ଏହାର କାରଣ ହେଉଛି ଘରେ ଥିବା ନକରାତ୍ମକ ଉର୍ଜାର କାରଣ ଏବଂ ବାସ୍ତୁଦୋଷ। ଏଣୁ ପ୍ରତି ସପ୍ତାହରେ ଗୁରୁବାର ଦିନକୁ ଛାଡି ଅନ୍ୟ କୌଣସି ଦିନ ପାଣିରେ ଲୁଣ ମିଶାଇ ଗରକୁ ଲିପା ପୋଛା କରନ୍ତୁ ଏହା ଦ୍ବାରା ନକାରାତ୍ମକତା ଦୂର ହୋଇଥାଏ ଏବଂ ପବିତ୍ରତା ଆସିଥାଏ। ରୋଜଗାରର ମାର୍ଗ ଖୋଲିଯାଇଥାଏ।

ଘରର ଉନ୍ନତି ପାଇଁ କୌଣସି ଏକ କାଚ ପାତ୍ରରେ ପାଣି ରଖି ସେଥିରେ କିଛି ଲୁଣ ମିଶାଇ ପୂଜା ଘରର କୌଣସି ଏକ କୋଣରେ ରଖିଦିଅନ୍ତୁ। ଏହା ଦ୍ବାରା ସେହି ପାଣି ଏତେ ସକାରାତ୍ମକତା ଆଣି ଦେଇଥାଏ ଯେ ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏହି ପାଣିକୁ ପ୍ରତି ଶନିବାର ଦିନ ବଦଳାଇ ଦେବେ।

ଯଦି ଘର ପରିବାରରେ ସର୍ବଦା କଳହ ଝଗଡା ଲାଗି ରହୁଛି ତେବେ ଏହି ଉପାୟଟି କରନ୍ତୁ। ଏକ କାଚ ପାତ୍ରରେ କିଛି ପାଣି ନେଇ ସେଥିରେ କିଛି ଲୁଣ ପକାଇ ଦିଅନ୍ତୁ ଓ କିଛି ସିନ୍ଦୁର ମଧ୍ୟ ପକାଇ ଦିଅନ୍ତୁ। ଏହି ପାଣିକୁ ନିଜ ମୁଣ୍ଡ ଉପରେ ୭ଥର ବୁଲାଇ ସେହି ପାଣିକୁ ନିଜ ଗାଧୁଆ ପାଣିରେ ମିଶାଇ ସେହି ପାଣିରେ ସ୍ନାନ କରି ନିଅନ୍ତୁ। ମୁଣ୍ଡ ଉପରେ ବୁଲାଇବା ସମୟରେ ଓଁ ସଂ ଶନିଶ୍ଚରାୟ ନମଃ ଏହି ମନ୍ତ୍ର ନିଶ୍ଚୟ ଜପ କରନ୍ତୁ। ଏହା ଦ୍ୱାରା ଘର ପରିବାରରେ କଳହ ଝଗଡା ହେବ ନାହିଁ ଏବଂ ଧନର ସଞ୍ଚୟ ବୃଦ୍ଧି ହୋଇଥାଏ।

ଯଦି କୌଣସି ଲୋକଙ୍କୁ କିମ୍ବା ପିଲାଙ୍କୁ ନଜର ଦୋଷ ଲାଗିଥାଏ ତେବେ ୭ ମୁଠା ଲୁଣକୁ ନେଇ ସେହି ପିଲାର ମୁଣ୍ଡ ଉପରେ ୭ ଥର ବୁଲାଇ ଦିଅନ୍ତୁ ଏବଂ ସେହି ଲୁଣକୁ ନଦୀ କିମ୍ବା ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ। ନଦୀ ନଥିଲେ ନଳକୂପରେ ମଧ୍ୟ ବ୍ୟବହାର କରିପାରିବେ। ଏହା ଦ୍ବାରା ନଜର ଦୋଷ ଦୂର ହୋଇଯିବ।

ଯଦି ଆପଣଙ୍କ ଉପରେ କୌଣସି ବାଧା ଆସୁଛି କିମ୍ବା ଆପଣଙ୍କର କାମରେ କେହି ଶତ୍ରୁ ହୋଇ ଛିଡା ହେଉଛନ୍ତି ତେବେ ସନ୍ଧ୍ୟା ସମୟରେ ଏକ ମୁଠା ଲୁଣ ଧରି ନିଜର ମୁଣ୍ଡ ଉପରେ ୭ ଥର ବୁଲାଇ ନିଅନ୍ତୁ ଓ ସେହି ଲୁଣକୁ ଘରର ମୁଖ୍ୟ ଦ୍ୱାରରେ ଥାଇ କବାଟ ବାହାରକୁ ଲୁଣକୁ ଫୋପାଡ଼ି ଦିଅନ୍ତୁ। ଏହା ଦ୍ବାରା ଶତ୍ରୁତାରୁ ମୁକ୍ତି ମିଳିଥାଏ। ଏବଂ ଜୀବନ ସୁଖମୟ ହୋଇଥାଏ।

ଯଦି ଆପଣ ଚାହୁଁଥାନ୍ତି କି ସର୍ବଦା ଘରେ ଧନର ବର୍ଷା ହେଉ ଓ ସୁଖ ଶାନ୍ତି ବନିରହୁ ତେବେ ଏକ କାଚର ଡ଼ବା କିମ୍ବା ବୋତଲ ଟିଏ ନିଅନ୍ତୁ ସେଥିରେ ଲୁଣ ଭରି ଦିଅନ୍ତୁ ଏବଂ ସେହି ଲୁଣ ଉପରେ ୫ ରୁ ୭ ଟି ଲବଙ୍ଗ ପକାଇ ଦିଅନ୍ତୁ ଏବଂ ତାହାକୁ ନିଜର ରୋଷେଇ ଘରେ ରଖିଦିଅନ୍ତୁ। ଲୁଣକୁ ଏପରି ରଖିବେ ଯେମିତି ସେହି ଲୁଣକୁ କେହି ଖାଇବାରେ କିମ୍ବା ରୋଷେଇରେ ବ୍ୟବହାର କରି ପାରିବେ ନାହିଁ। ଏହି ଲୁଣ ଏବଂ ଲବଙ୍ଗର ମିଳନ ଘରେ ଧନ ସଂଚୟ କରିଥାଏ ଓ ଘରେ ଧନକୁ ବୃଦ୍ଧି କରାଇଥାଏ।

ବନ୍ଧୁଗଣ ଯଦି ଆପଣଙ୍କ ମନ ସର୍ବଦା ଅଶାନ୍ତ ରହୁଛି ତେବେ ପ୍ରତିଦିନ ଗାଧୋଇବା ପୂର୍ବରୁ ଏକ ଚିମୁଟା ଲୁଣ ଧରି ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ଦିଅନ୍ତୁ ଏବଂ ସେହି ଲୁଣକୁ ଗାଧୋଇବା ପାଣିରେ ମିଶାଇ ସେହି ପାଣିରେ ସ୍ନାନ କରିନିଅନ୍ତୁ। ଏପରି କରିବା ଦ୍ୱାରା ମନ ଶାନ୍ତ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *