Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୨ : ଏହି ୮ଟି ରାଶିର ଲୋକଙ୍କୁ ମିଳିବ ନିଜର ସଚ୍ଚା ପ୍ରେମ, ହେବ ପ୍ରେମ ବିବାହ। ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ !

ସେୟାର୍ କରନ୍ତୁ

ନୂଆବର୍ଷରେ ଆମ ସମସ୍ତଙ୍କୁ କିଛି ନା କିଛି ନୂଆ ଖୁସି ଖବର ନିଶ୍ଚିତ ରୂପରେ ମିଳିଥାଏ। ନୂଆବର୍ଷର ଆରମ୍ଭରୁ ହିଁ କିଏ ନିଜର କ୍ୟାରିୟରକୁ ନେଇ, କିଏ ନିଜର ବିବାହକୁ ନେଇ ତ ଆଉ କିଏ ନିଜର ଅସଲ ପ୍ରେମକୁ ନେଇ ଉତ୍ସାହରେ ଥାନ୍ତି। ଆଜି ଆମେ ଆପଣଙ୍କୁ ସେହି ୮ଟି ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ୨୦୨୨ରେ ନିଜର ଅସଲ ପ୍ରେମ ପାଇବେ। ଏହାସହିତ ପ୍ରେମ କରୁଥିବା ଲୋକଙ୍କର ବିବାହ ମଧ୍ୟ ହୋଇଯିବ।

ବିଚ୍ଛା ରାଶି –

ବିଚ୍ଛା ରାଶିର ଲୋକମାନଙ୍କ ପାଇଁ ୨୦୨୨ ମସିହା ବହୁତ ଶୁଭ ସାବ୍ୟସ୍ତ ହେବ। ଆପଣ ଯଦି ମନରେ କାହାକୁ ପସନ୍ଦ କରୁଛନ୍ତି, ତାହେଲେ ଏହି ସମୟରେ ଆପଣ ପରିବାର ଲୋକଙ୍କୁ ନିଜର ସାଥୀଙ୍କ ବିଷୟରେ କହି ପାରିବେ। କାରଣ ଏହା ଆପଣଙ୍କ ପାଇଁ ଶୁଭ ସମୟ ଅଟେ। ପ୍ରେମ ମାମଲାରେ ୨୦୨୨ ମସିହା ବିଚ୍ଛା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ।

ମିଥୁନ ରାଶି –

ନୂଆବର୍ଷରେ ଏହି ରାଶିର ଲୋକମାନଙ୍କ ଜୀବନରେ ନୂଆ ଉତ୍ସାହ ବୃଦ୍ଧି ପାଇବ। ଏହି ରାଶିର ଲୋକମାନଙ୍କୁ ନିଜର ସଚ୍ଚା ପ୍ରେମ ମିଳିବ। ଯେଉଁମାନେ ଏକୁଟିଆ ଅଛନ୍ତି, ସେମାନଙ୍କୁ ତାଙ୍କର ପାର୍ଟନର ମିଳିପାରେ।

ମେଷ ରାଶି –

ବର୍ଷର ଆରମ୍ଭ ଆପଣଙ୍କ ପାଇଁ ଅଳ୍ପ କଷ୍ଟଦାୟକ ହୋଇପାରେ। କିନ୍ତୁ ଧୀରେ ଧୀରେ ସବୁ ଠିକ ହୋଇଯିବ। ମେଷ ରାଶିର ଯେଉଁ ବ୍ୟକ୍ତିଙ୍କୁ ନିଜର ସଚ୍ଚା ପ୍ରେମ ମିଳି ନାହିଁ, ଏହି ବର୍ଷ ଆପଣଙ୍କର ଏହି ସ୍ଵପ୍ନ ପୂରଣ ହୋଇପାରେ।

ବୃଷ ରାଶି –

ପ୍ରେମ ମାମଲାରେ ଏହିବର୍ଷ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଏହିବର୍ଷ ଆପଣଙ୍କୁ ନୂଆ ସାଥୀ ମିଳିପାରେ। ଆପଣ ଯଦି ପ୍ରେମ ବିବାହ କରିବା ପାଇଁ ଇଚ୍ଛା କରୁଛନ୍ତି, ତେବେ କରି ପାରିବେ । କାରଣ ଏହିବର୍ଷ ଆପଣଙ୍କ ଜୀବନରେ କିଛି ବାଧାବିଘ୍ନ ଆସିବ ନାହିଁ।

ସିଂହ ରାଶି –

ସିଂହ ରାଶିର ଲୋକମାନଙ୍କ ପାଇଁ ୨୦୨୨ ମସିହା ବହୁତ ସୁଖପ୍ରଦ ରହିବ। ଏହିବର୍ଷ ଆପଣଙ୍କୁ ଜୀବନସାଥୀ ମିଳି ପାରନ୍ତି। । ଅବିବାହିତ ଥିବା ଲୋକଙ୍କର ଏହିବର୍ଷ ବିବାହ ମଧ୍ୟ ହୋଇପାରେ। ବର୍ଷର ଆରମ୍ଭରୁ ହିଁ ଆପଣ ଖୁସିରେ ରହିବେ। ଆପଣଙ୍କ ପାଇଁ କିଛି ନୂଆ ପ୍ରସ୍ତାବ ଆସିପାରେ।

କନ୍ୟା ରାଶି –

ଏହିବର୍ଷ ଆପଣ ବହୁତ ସୁଖମୟ ଓ ରୋମାଣ୍ଟିକ ସମୟ ଅତିବାହିତ କରିବେ। ଏହିବର୍ଷ ଆପଣଙ୍କ ପାଇଁ ସୁଖଶାନ୍ତି ନେଇ ଆସିବ। ଯେଉଁ ଲୋକମାନେ ପ୍ରେମ ଆଶାରେ ଅଛନ୍ତି, ସେମାନଙ୍କୁ ପ୍ରେମ ମିଳିପାରେ।

ତୁଳା ରାଶି –

ଏହିବର୍ଷ ଆପଣଙ୍କ ଜାତକରେ ପ୍ରେମ ବିବାହ ହେବାର ଯୋଗ ରହିଛି। ପ୍ରେମ ସ୍ବୀକାର କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ। ଆପଣଙ୍କୁ ବର୍ତ୍ତମାନ ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ।

କୁମ୍ଭ ରାଶି –

୨୦୨୨ ମସିହାରେ କୁମ୍ଭ ରାଶିର ଲୋକଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ଏହିବର୍ଷ ଆପଣ ନିଜର ପାର୍ଟନରଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।ଆପଣଙ୍କ ପାଇଁ ଏହିବର୍ଷ ସୁଖମୟ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *