Excuse Me Odisha

ଯାହା କହିବୁ ସତ କହିବୁ

ଘରର ବାଟ ଭୁଲି ଯିବ ମଶା। କରନ୍ତୁ ଏହି ଘରୋଇ ଉପାୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ବାଟ ଭୁଲି ଯିବ ମଶା। କରନ୍ତୁ ଏହି ଘରୋଇ ଉପାୟ।

ବନ୍ଧୁଗଣ ଏମତି କୌଣସି ଋତୁ ନାହିଁ ଯେଉଁ ଋତୁରେ ଆପଣଙ୍କୁ ମଶା ମିଳିବେ ନାହିଁ। ମଶା ପ୍ରବଳ ଦେଖୁବାକୁ ମିଳୁଛନ୍ତି ଏବଂ ଯଦି ଆପଣଙ୍କ ଘରେ ପ୍ରବଳ ମଶା ହୋଇଛନ୍ତି ତେବେ କଣ କରିବେ ଆସନ୍ତୁ ଜାଣିବା। ଆଜି ଆମେ ଏକ ହୋମ ରେମିଡ଼ି ନେଇ ଆସିଛୁ ଯାହା ବହୁତ ପୁରାତନ କାଳରୁ ମଶା ଘଉଡାଇବା ପାଇଁ ବ୍ୟବହାର ହୋଇ ଆସୁଛି। ଏହି ରେମିଡ଼ି ଘରେ ବହୁତ ସହଜରେ ବନେଇ ହେବ। କେବଳ ଦୁଇଟୋ ଜିନିଷ ସାହାର୍ଯ୍ୟରେ ଆଜିର ଏହି ହୋମ ରେମିଡ଼ି ବନାଇ ପାରିବେ। ବଜାରରୁ ମିଳୁଥିବା କେମିକାଲ ଯୁକ୍ତ ମଶା ଧୂପର ଧୂଆଁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷ-ତିକା-ରକ ହୋଇଥାଏ ସେଥିପାଇଁ ସର୍ବଦା ହୋମ ରେମିଡ଼ିର ପ୍ରୟୋଗ କରି ମଶା ଘଉଡାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ହୋମ ରେମିଡ଼ି କେମିତି ପ୍ରୟୋଗ କରି ନିଜ ଘରୁ ମଶା ଘଉଡ଼ାଇ ପାରିବେ।

କେମିତି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା।

ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଝୁଣା। ବନ୍ଧୁଗଣ ଝୁଣା ସୁଗନ୍ଧିତ ହୋଇଥାଏ ଏବଂ ତାହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ। ବହୁ ପୁରାତନ କାଳରୁ ଏହାର ପ୍ରୟୋଗ ମଶା ଘଉଡ଼ାଇବା ପାଇଁ ହୋଇ ଆସୁଛି। ଆପଣଙ୍କୁ ଏହାର ପ୍ରଥମେ ତେଲ କରିବାକୁ ହେବ। ଝୁଣା ତେଲ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ର ଗ୍ୟାସରେ ବସାନ୍ତୁ ଏବଂ ସେଥିରେ ଅଧା କପ ସୋରିଷ ତେଲ ଢାଳି ହାଲକା ଗରମ କରିନିଅନ୍ତୁ। ହାଲକା ଗରମ ହେବା ପରେ ତେଲକୁ ବନ୍ଦ କରି ଦିଅନ୍ତୁ ଏବଂ ଏହାକୁ ହାଲକା ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ସୋରିଷ ତେଲ ହାଲକା ଥଣ୍ଡା ହେବା ପରେ ଏଥିରେ ଅଳ୍ପ ୪ ରୁ ୫ ଖଣ୍ଡ ଝୁଣା ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ। ଗରମ ତେଲରେ ଝୁଣା ମିଶାଇ ସାରିବା ପରେ ଏହାକୁ ଗୋଟେ ପାତ୍ରକୁ ଢାଳି ଦିଅନ୍ତୁ

ଦ୍ୱିତୀୟ ସାମଗ୍ରୀ ହେଉଛି ପିଆଜ। ପିଆଜର ସ୍ମେଲ କେତେ ଖରାପ ଆପଣ ତ ଜାଣିଥିବେ। ଆପଣ ପ୍ରଥମେ ଏକ ପିଆଜ ନେଇ ତାକୁ ଦୁଇ ସାଇଟରୁ ଏହିପରି ଭାବେ କା-ଟି ଦିଅନ୍ତୁ। ଏହା ପରେ ଆପଣଙ୍କୁ ଛୁଞ୍ଚି ସୁତାର ଆବଶ୍ୟକତା ପଡିବ। ଏହି ଛୁଞ୍ଚି ସୁତାରେ ପିଆଜକୁ ଗୁନ୍ଥି ଦିଅନ୍ତୁ।

ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ ମଶା ଘଉଡାଇବା ପାଇଁ କେମିତି କରିବେ। ଏବେ ଆପଣ ଯେଉଁ ଝୁଣା ତେଲ ବନେଇ ଥିଲେ ତାହାର ଆବଶ୍ୟକତା ପଡିବ। ଏହି ଝୁଣା ତେଲରେ ଗୁନ୍ଥି ଥିବା ପିଆଜକୁ ସୁତାରେ ଧରି ବୁଡ଼େଇ ଦିଅନ୍ତୁ। ପିଆଜର ଉପର ଅଂଶ ପାଇଁ ଆପଣ ତୁଳାର ସାହାର୍ଯ୍ୟ ନେଇ ପାରିବେ। ପିଆଜର ଗନ୍ଧ ଏବଂ ଏହି ତେଲର ଗନ୍ଧ ମିଶି ଗଲେ ଆପଣଙ୍କ ଘରେ ଗୋଟେ ବି ମଶା ଦେଖାଯିବେ ନାହିଁ। ଏହି ପିଆଜକୁ ଆପଣଙ୍କ ଘରେ ଯେଉଁ ଜାଗାରେ ମଶା ହେଉଛନ୍ତି ସେହି ଜାଗାରେ ଝୁଲାଇ ଦିଅନ୍ତୁ। ଏହାର ଗନ୍ଧ ଏତେ କଡା ଯେ ଦେଖିବେ ଘରେ ଗୋଟେ ବି ମଶା ରହିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *