Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ହବିଷ ବା ପଞ୍ଚୁକରେ ଏହି କାମ କଲେ ପୁଜାର ଫଳ ୧୦୦ ଗୁଣ ମିଳିଥାଏ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାର୍ତ୍ତିକ ହବିଷ ବା ପଞ୍ଚୁକରେ ଏହି କାମ କରିଲେ ପୂଜାର ଫଳ ୧୦୦ ଗୁଣା ମିଳିଥାଏ।

ବନ୍ଧୁଗଣ ଆଜି ଆମେ ଜାଣିବା କାର୍ତ୍ତିକ ମାସର ବ୍ରତ ଏବଂ ପଞ୍ଚୁକ ବ୍ରତର କିଛି ନିୟମ ବିଷୟରେ। ପଦ୍ମ ମୁଖ ଭଗବାନ ବିଷ୍ଣୁ ନିଜ ମୁଖରେ ଯେଉଁ ପୁରାଣରେ ବ୍ରତର ମାହାତ୍ମ୍ୟକୁ ବର୍ଣ୍ଣନା କରିଛନ୍ତି ତାହା ହିଁ ହେଉଛି ପଦ୍ମ ପୁରାଣ। କାର୍ତ୍ତିକ ମାସରେ ବ୍ରତ ଏବଂ ପଞ୍ଚୁକ ବ୍ରତ କରିଥିଲେ କିପରି ରହିବ ଦିନଚର୍ଯ୍ୟ ଆସନ୍ତୁ ଜାଣିବା। କେଉଁ ଦେବତାଙ୍କୁ କେଉଁ ଫୁଲ ଚଢାଇଲେ ଭଲ କେଉଁ ଫୁଲ ଏହି ମାସରେ ଦେବା ଭଲ ନୁହେଁ କେଉଁ ସବୁ ପରିବା ବର୍ଜନିୟ ଏବଂ କେଉଁ ସବୁ ପରିବା ଖାଇଲେ ନଷ୍ଟ ହୋଇଯିବ ଏହି ପଞ୍ଚୁକ ବ୍ରତ ଆସନ୍ତୁ ଜାଣିବା ଏହି ପୋଷ୍ଟରେ।

ବନ୍ଧୁଗଣ ଦେବର୍ଷି ନାରଦ କହିଛନ୍ତି କାର୍ତ୍ତିକ ମାସ ଧର୍ମବଳେ ମୁକତି ଲଭନ୍ତି ନିଶ୍ଚଳେ। ଅସସେ ଜନ୍ମେ ପାପ ହରେ ନିଶ୍ଚିତ ବସେ ବିଷ୍ଣୁପୁରେ। ପୂର୍ବେ ବିଧାତା ପଦ୍ମ ଜନୀ ବିଷ୍ଣୁ ଆଦେଶ ଚିର ଘେନି। ଯାହା କହିଲେ ବିଧି ମତେ ସେ କଥା ଶୁଣ ଏକ ଚିତ୍ତେ। ଅର୍ଥାତ ଦେବର୍ଷି ନାରଦ ମହାମୁନି କହୁଛନ୍ତି ଯେ କାର୍ତ୍ତିକ ମାସର ଧର୍ମ ବଳରେ ଶେଷ ଜନ୍ମ ମାନଙ୍କ ପାପ ହରଣ ହୋଇ ବ୍ୟକ୍ତି ମୁକ୍ତି ଲାଭ କରିଥାଏ। ଆସିନ ଶୁକ୍ଳ ଏକାଦଶୀ ଦିନ ଠାରୁ ଭୋର ବା ସୁର୍ଯ୍ୟଦୟ ପୂର୍ବରୁ ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ଶୌଚ ଆଦି କାମରୁ ନିବୃତ ରହିବା ଦରକାର। ଦାନ୍ତ ଘଷିବା ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। କଣ୍ଟାଯୁକ୍ତ ଗଛ କିମ୍ବା ଦୁର୍ଗନ୍ଧ ଜନିତ ଦାନ୍ତ କାଠିରେ ଦାନ୍ତ ଘଷିବେ ନାହିଁ। ସେହି ମନ୍ଦିର କିମ୍ବା ଦେବ ସ୍ଥାନରେ ଥିବା ଗଛରେ ଦାନ୍ତ ଘଷନ୍ତୁ ନାହିଁ। ଏବଂ ଯେଉଁ ବ୍ୟକ୍ତି ନିଜେ ଯେଉଁ ଗଛ ଲଗାଇଥିବ ସେହି ଗଛର କାଠରେ ବ୍ୟକ୍ତି ଦାନ୍ତ ଘଷି ପାରିବ ନାହିଁ। ଯଦି ଆପଣଙ୍କୁ କୌଣସି ଯୋଗ୍ୟ କାଠ ନମିଳେ ତେବେ ଆମ୍ବ ପତ୍ରରେ ଦାନ୍ତ ଘଷି ପାରିବେ। ସେହି ଚତୁର୍ଦସି ଅମାବାସ୍ୟା ଷଷ୍ଠୀ ଏକାଦଶୀ ଦିନ ଦାନ୍ତ ଘଷିବାକୁ ବାରଣ କରାଯାଇଛି। ସୁର୍ଯ୍ୟ ପରାଗ ଥିଲେ କିମ୍ବା ଚନ୍ଦ୍ରଗ୍ରହଣ ଥିଲେ ସେହିଦିନ ମଧ୍ୟ ଦାନ୍ତ ଘଷିବାକୁ ବାରଣ କରାଯାଇଛି। ଏହି ଦିନ ଜଳରେ ୧୨ ଥର ପାଣିରେ ଦାନ୍ତ ଘଷନ୍ତୁ। ଅର୍ଥାତ ୧୨ ଥର ଜଳରେ କୁଲୁକୁଚା କରିବାକୁ କୁହାଯାଇଛି।

ଯଦି ନଦୀ କିମ୍ବା ପୁଷ୍କରିଣୀ ଥିବ ତେବେ ଏହି ଦିନ ନାଭି ପର୍ଯ୍ୟନ୍ତ ବୁଡାଇ ସ୍ନାନ କରିବା ଉଚିତ। ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଭଗବାନ ସୂର୍ଯ୍ୟଦେବଙ୍କୁ ଦର୍ଶନ ପୂର୍ବକ କର ଆଞ୍ଜୁଳିରେ ଜଳ ଅର୍ପଣ କରି ବ୍ରତ ନିବେଦନ କରିବା ଉଚିତ। ତା ସହିତ ଏହି କାର୍ତ୍ତିକ ମାସରେ ହବିଷ ଏବଂ ପଞ୍ଚୁକ ବ୍ରତ କରୁଥିଲେ କଳା ବସ୍ତ୍ର ପିନ୍ଧିବା ନିଷେଧ। ବିଶେଷ କରି ଶୁକ୍ଳ ବସ୍ତ୍ର ବା ଧଳା ରଙ୍ଗର ବସ୍ତ୍ର କିମ୍ବା ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ। ଏମିତି ବିନ୍ଧିଲେ ଶୁଭ ହୋଇଥାଏ। ଯଦି ଏପରି ବସ୍ତ୍ର ନମିଳେ ତେବେ ଆପଣ ଯେକୌଣସି ହାଲୁକା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ବସ୍ତ୍ର ଧାରଣ କଲା ପରେ ପୁରୁଷ ମାନେ ହାତରେ ରକ୍ଷ ସୂତ୍ର ଏବଂ ମହିଳାମାନେ ମୁଣ୍ଡକୁ ଘୋଡାଇ ଚିତା କଗାଇ ପବିତ୍ର ମନରେ ସୁର୍ଯ୍ୟଦେବ ମା ତୁଳସୀ ଭଗବାନ ଗଣେଶ ଏବଂ ଭଗବାନ ବିଷ୍ଣୁ ଦେବ ଦେବମହାଦେଦ ଭଗବତୀ ଦୁର୍ଗା ଏବଂ ନିଜର ଗୁରୁ ଏବଂ ଇଷ୍ଟ ଦେବଙ୍କୁ ଯଥା ସକ୍ଷମ ପୂଜା କରିବା ଉଚିତ। ଏହି ପଞ୍ଚୁକ ବ୍ରତ ଏବଂ କାର୍ତ୍ତିକ ମାସରେ ହବିଷରେ କେଉଁ ସବୁ ଦେବତାଙ୍କ ପୂଜାରେ କେଉଁ ସବୁ ଫୁଲ ଗ୍ରହଣୀୟ ଆଉ ବର୍ଜନିୟ ଆସନ୍ତୁ ଜାଣିବା।

କାର୍ତ୍ତିକ ମାସରେ କନିୟର ଫୁଲ ପୂଜା କରିବା ଗଦଧର ମାନେ ବର୍ଷ ତମାମ ଭଗବାନ ବିଷ୍ଣୁଙ୍କୁ କନିୟର ଫୁଲ ଚଢା ଯାଏ ନାହିଁ କିନ୍ତୁ ଏହି କାର୍ତ୍ତିକ ମାସରେ ଗଦାଧର ଭଗବାନ ବିଷ୍ଣୁଙ୍କୁ କନିୟର ଫୁଲ ବହୁତ ପ୍ରିୟ। ତେଣୁ ତାଙ୍କୁ ଏହି କାର୍ତ୍ତିକ ମାସରେ କିମ୍ବା ପଞ୍ଚୁକରେ କନିୟର ଫୁଲରେ ପୂଜା କରିବା ଅଧିକ ପୁଣ୍ୟଦାୟକ ହୋଇଥାଏ। କିନ୍ତୁ ଅରଖ ଦୁଦୁରା ମଲୀଫୁଲ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

ଯେଉଁମାନେ କାର୍ତ୍ତିକ ସୋମବାର ବ୍ରତ କରୁଛନ୍ତି କିମ୍ବା ଶିବଙ୍କ ବଡ଼ ଓଷା ବା ଧବଳେଶ୍ବର ଓଷା କରୁଛନ୍ତି କାର୍ତ୍ତିକ ବ୍ରତ ଆଦି କରୁଛନ୍ତି ସେମାନେ ଜବା ପୁଷ୍ପ ଜବା ମାନେ ମନ୍ଦାର ଫୁଲ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିବେ ନାହିଁ। କଇଁ କୁଳ ଜୁଇ ଏବଂ ସେବତୀ ଫୁଲ ମଧ୍ୟ ଭଗବାନ ଶିବଙ୍କୁ ଏହି ସମୟରେ ଅର୍ପଣ କରାଯିବ ନାହିଁ ସେହିପରି ମା ଦୁର୍ଗାଙ୍କ ପୂଜାରେ ଦୁବ ଭଗବାନ ଗଣେଶଙ୍କର ପୂଜାରେ ତୁଳସୀ ଅର୍ପଣ କରିବେ ନାହିଁ। ମା ଦୁର୍ଗାଙ୍କ ପୂଜାରେ ବେଲ ପତ୍ର ଏବଂ ଭଗବାନ ଗଣେଶଙ୍କୁ ଦୁବରେ ପୂଜା କରିଲେ ସେମାନେ ପ୍ରସନ୍ନ ହୋଇଥାନ୍ତି।

ଏବେ ଆସନ୍ତୁ ଜାଣିବା କାର୍ତ୍ତିକ ମାସରେ ବ୍ରତ ଏବଂ ପଞ୍ଚୁକ ବ୍ରତ କରୁଥିଲେ କେଉଁ ସବୁ ପରିବା ଭୋଜନ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା।

ମଦ୍ୟ ମାଂସ ଆଦି ଆମିଷ ଖାଇବା ନିଷେଧ। ଯେଉଁମାନେ ବ୍ରତୀ ସେମାନେ କଳଥ ମସୁର ଡାଲି ଖାଇବେ ନାହିଁ। ବାଇଗଣ ଆଦି ଯାହା ସବୁ କଣ୍ଟା ଫଳ ରହିଛି ତାକୁ ଖାଇବେ ନାହିଁ। କସ୍ମାଣ୍ଡ ବା କଖାରୁ ବୋଇତାଳୁ ପାଣି କଖାରୁ ଆଦି ଖିଆଯିବ ନାହିଁ। ଜାମ୍ବୁଳ ଆଦି ଫଳ ଖାଇବା ଉଚିତ ନୁହେଁ। ଲେମ୍ବୁ କାଙ୍କଡ଼ ମୂଳା ଏବଂ ଭେଜି ବାଇଗଣ ମଧ୍ୟ ଖାଇବା ଉଚିତ ନୁହେଁ। ଯେଉଁ ପରିବା ଏବଂ ଫଳର ରଙ୍ଗ କଳା ହୋଇଥିବ ସେସବୁ ମଧ୍ୟ ଖାଇବା ଉଚିତ ନୁହେଁ। ସେହିପରି ଅଗସ୍ତି ଶାଗ ବ୍ୟତୀତ ଅନ୍ୟ କିଛି ଶାଗ ଖାଇବା ଉଚିତ ନୁହେଁ। ସେହି ରାଶି ତେଲ ଏବଂ ଯୋଡ଼ା ତେଲକୁ ବ୍ରତୀ ମାନେ ଦେହରେ ଲଗାନ୍ତୁ ନାହିଁ। ଛେଳି ଏବଂ ମଇଁଷିର କ୍ଷୀର ମଧ୍ୟ ପିଅନ୍ତୁ ନାହିଁ। ଅଇଁଠା ଖାଦ୍ୟ ଖାଇବା ଉଚିତ ନୁହେଁ। ବିଷ ପ୍ରୟୋଗ ଖାଦ୍ୟ ଖାଇବେ ନାହିଁ। ବିଷ ପ୍ରୟୋଗ ଖାଦ୍ୟ ମାନେ କେମିକାଲ ଯୁକ୍ତ ଖାଦ୍ୟ ଯେମିତିକି ବଜାରରେ ବହୁତ ସାରା ମିଳୁଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *