Excuse Me Odisha

ଯାହା କହିବୁ ସତ କହିବୁ

ସାରା ଜୀବନ ଦୁଃଖରେ କାଟନ୍ତି ଏହି ୩ଟି ନାମର ଲୋକ,ଜାଣନ୍ତୁ କିଏ କିଏ !

ସେୟାର୍ କରନ୍ତୁ

ବନ୍ଧୁଗଣ, ସାଧାରଣତଃ ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ସମସ୍ୟାରେ ଚିନ୍ତିତ ଅଛନ୍ତି । କିଏ ନିଜ ପରିବାର କୁ ନେଇ ତ ଆଉ କେହି ନିଜ ଜୀବନକୁ ନେଇ ଚିନ୍ତା କରୁଛନ୍ତି। ଏହି ବିଷୟରେ ପ୍ରାୟତଃ ଆମେ ସମସ୍ତେ ଜାଣିଥାଉ ଯେ ଏହି ପୃଥିବୀରେ ଜନ୍ମ ନେଇଥିବା ସମସ୍ତ ବ୍ୟକ୍ତିକୁ ଅନେକ ପ୍ରକାରର ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ। ଈଶ୍ୱର ମନୁଷ୍ୟ ମାନଙ୍କୁ ଜୀବଜନ୍ତୁଙ୍କ ଠାରୁ ଭିନ୍ନ ଭାବରେ ସୃଷ୍ଟି କରିଛନ୍ତି ଅର୍ଥାତ ମନୁଷ୍ୟକୁ ବୁଦ୍ଧି, ବିବେକ, ଜ୍ଞାନ ଆଦି ପ୍ରଦାନ କରିଛନ୍ତି। ଏହାଦ୍ବାରା ମନୁଷ୍ୟ ଏହି ଦୁନିଆରେ ଥିବା ସମସ୍ତ ସମସ୍ୟାର ସାମ୍ନା କରି ସେଥିରୁ ପାରି ହୋଇ ପାରିବ।

ପ୍ରତ୍ୟେକ ବ୍ୟକ୍ତି ଦୁଃଖର ସାମ୍ନା କରିବାକୁ ନ ଚାହିଁଲେ ମଧ୍ୟ ତାକୁ ସାମ୍ନା କରିବାକୁ ପଡ଼ିଥାଏ। ସେହିଭଳି ଆମ ଜୀବନରେ ଯେତେବେଳେ ସୁଖ ଆସିଥାଏ, ତବେ ଆମେ ବହୁତ ଖୁସି ହୋଇ ଯାଉ। କିନ୍ତୁ ଯେତେବେଳେ ଦୁଃଖ ଆସିଥାଏ, ସେତେବେଳେ ଆମେ ନିଜ ଜୀବନକୁ ଗାଳି କରିଥାଉ।ଅନେ ଭୁଲି ଯାଇ ଥାଉ ଯେ ଦୁଃଖ ପରେ ସୁଖ ଆସିଥାଏ ଏବଂ ସୁଖ ପରେ ଦୁଃଖ ଆସିଥାଏ।

ଏହି ଦୁନିଆରେ ଅନେକ ଲୋକେ ଦୁଃଖରୁ ବଞ୍ଚିତ ହେବା ପାଇଁ ଭଗବାନଙ୍କୁ ଆରାଧନା କରନ୍ତି । କିନ୍ତୁ ଯେବେ ସୁଖର ଦିନ ଆସିଥାଏ, ତେବେ ସେମାନେ ଭଗବାନଙ୍କୁ ଭୁଲିଯାଇଥାନ୍ତି। ଯାହାର ଦଣ୍ଡ ତାଙ୍କୁ ଆଗାମୀ କେତେ ଜନ୍ମ ପର୍ଯ୍ୟନ୍ତ ଭୋଗିବାକୁ ପଡିଥାଏ। ଆଜି ଆମ୍ଭେ ଆପଣଙ୍କୁ ଯେଉଁ ମାନଙ୍କ କଥା କହିବାକୁ ଯାଉଅଛୁ, ସେମାନଙ୍କୁ ନିଜ ଜୀବନରେ ଅନେକ ପ୍ରକାରର ଦୁଃଖର ସାମ୍ନା କରିବାକୁ ପଡିଥାଏ ଏବଂ ତାଙ୍କୁ ନିଜ ଜୀବନରେ ସଚ୍ଚୋଟ ପ୍ରେମ ମଧ୍ୟ କେବେ ମିଳିନଥାଏ। ଆସନ୍ତୁ ଜାଣିବା ସେହି ବିଶେଷ ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ବିଷୟରେ।

୧/ S – ଏହି ନାମର ଲୋକମାନେ ନିଜ ଦାୟିତ୍ୱ ପ୍ରତି ନିଷ୍ଠାବାନ ହୋଇଥାନ୍ତି। ଏମାନେ ସମସ୍ତ ସମ୍ପର୍କକୁ ଭଲ ଭାବରେ ତୁଲାଇଥାନ୍ତି। ନିଜେ କଷ୍ଟ ପାଇ ଅନ୍ୟକୁ ସୁଖ ଦେବା ଏମାନଙ୍କୁ ଖୁସି ଦେଇଥାଏ।କିନ୍ତୁ ଏଭଳି ଲୋକଙ୍କୁ ଲୋକପ୍ରିୟ ହେବା ପାଇଁ ବହୁତ ଭଲ ଲାଗିଥାଏ। ଏମାନେ କେବେ କାହାର ଖରାପ ଚିନ୍ତା ମଧ୍ୟ କରି ନଥାନ୍ତି। ଏମାନେ ଅଧିକ ଭାବୁକ ପ୍ରକୃତିର ହୋଇଥାନ୍ତି। ଏମାନଙ୍କର ସ୍ୱଚ୍ଛ ଏବଂ ନରମ ହୃଦୟ କାରଣରୁ ଲୋକେ ଏମାନଙ୍କର ଫାଇଦା ଉଠାଇଥାନ୍ତି ।

୨/ P – ଏହି ନାମ ଥିବା ଲୋକେ ବହୁତ ନିରୀହ ତଥା ସରଳ ହୋଇଥାନ୍ତି। ଏହି ସ୍ଵଭାବ ପାଇଁ ଅନ୍ୟ ଲୋକମାନେ ଏମାନଙ୍କର ଫାଇଦା ଉଠାଇଥାନ୍ତି। ଏମାନଙ୍କର ନିଜସ୍ଵ ନିଷ୍ପତ୍ତି ରହିଥାଏ। ଏଥିପାଇଁ ଏମାନେ କୌଣସି ପ୍ରଜାରର ବୁଝାମଣା କରି ନଥାନ୍ତି। ଏହି ଲୋକମାନେ ସାଧାରଣତଃ ନିଜ ନିଷ୍ପତ୍ତିକୁ ଅନ୍ୟ ମାନଙ୍କ ଉପରେ ଜବରଦସ୍ତ ଥୋପିଥାନ୍ତି। ଏଥିପାଇଁ ଏମାନଙ୍କୁ ବିଦ୍ରୋହର ସାମ୍ନା କରିବାକୁ ପଡିଥାଏ।

୩/ B – ଶାସ୍ତ୍ର ଅନୁସାରେ ଏହି ନାମର ଲୋକେ ବହୁତ ଶାନ୍ତ ଏବଂ ଧର୍ଯ୍ୟଶାଳୀ ହୋଇଥାନ୍ତି। ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ସମସ୍ତ କାର୍ଯ୍ୟ କରିବା ପାଇଁ ଏମାନେ ନିଜର ଜୀବନ ଲଗାଇଦେଇଥାନ୍ତି। ଏମାନଙ୍କୁ ସଫଳତା ଖୁବ୍ ଶୀଘ୍ର ମିଳିଯାଇଥାଏ। ମାତ୍ର ଏମାନଙ୍କର ଅଳ୍ପ କଥା ହେବା ଏବଂ ଭୋଳାପଣ ହେତୁ ଏମାନଙ୍କୁ ଅହଙ୍କାରୀ ହେବାର ସାଙ୍ଗ୍ୟା ମିଳିଯାଇଥାଏ।

ଆଶା କରୁଛୁ ଆପଣମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ ଓ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *