Excuse Me Odisha

ଯାହା କହିବୁ ସତ କହିବୁ

ଏକାଦଶୀ ଦିନ ରାତିରେ ଚାଉଳ ବସ୍ତାରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ !! ହେବ ଧନର ବର୍ଷା !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏକାଦଶୀ ରାତି ୧୫ନଭେମ୍ବର ସୋମବାର। ଚାଉଳ ବସ୍ତାରେ ରଖିଦିଅନ୍ତୁ ଏହି ଜିନିଷ। ଧନର ବର୍ଷା ହେବ।

କାର୍ତ୍ତିକ ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିକୁ ଦେବତ୍ୱପୂର୍ଣ ଏକାଦଶୀ କୁହାଯାଏ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ଦ୍ଵାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ଅଟେ ଏହି ଦେବତ୍ୱପୂର୍ଣ ଯାତ୍ରା। କାର୍ତ୍ତିକ ଶୁକ୍ଳ ଏକାଦଶୀରେ ପାଳନ କରାଯାଇଥାଏ ଏବଂ ଏହି ଦିନ ୪ ମାସ ନିଦ୍ରା ଯାଇଥିବା ଭଗବାନ ନାରାୟଣ ନିଦ୍ରାରୁ ଉଠି ଜାଗ୍ରତ ହୋଇଥାନ୍ତି। ତାଙ୍କୁ ଜାଗ୍ରତ କରାଯାଇଥାଏ। ଏହା ଦେବତ୍ୱପୂର୍ଣ ଯାତ୍ରା ନାମରେ ପ୍ରସିଦ୍ଧ। ଏହି ବର୍ଷ ଦେବତ୍ୱପୂର୍ଣ ଏକାଦଶୀ ୧୫ ନଭେମ୍ବର ସୋମବାର ଦିନ ପଡୁଛି। ୧୫ ନଭେମ୍ବର କାର୍ତ୍ତିକ ମାସର ଶେଷ ସୋମବାର ହୋଇଥିବା ସହିତ ଏହିଦିନ ପଞ୍ଚୁକ ଆରମ୍ଭ ହୋଇଥାଏ। ଏହି ଏକାଦଶୀ ବହୁତ ଶୁଭଦାୟକ ପୁଣ୍ୟଦାୟକ ହୋଇଥିବା କାରଣରୁ ଆପଣଙ୍କୁ ଏହି ଏକାଦଶୀରେ ଶ୍ରଦ୍ଧା ଏବଂ ନିଷ୍ଠା ମନରେ ପୂଜା ପାଠ ବ୍ରତ ଏବଂ ଦାନ ଧର୍ମ କଲେ ଏହାର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ।

ବନ୍ଧୁଗଣ ଜୀବନରେ ଧନର ଆଶା କାହାର ବା ନାହିଁ ସେଥିପାଇଁ ଖାସ ଦିନ ମାନଙ୍କରେ ଖାସ ଉପାୟ କରାଯାଇଥାଏ। ଯାହା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ବହୁତ ଖୁସି ହୋଇ ଧନ ସମ୍ପତ୍ତିର ବର୍ଷା କରିଥାନ୍ତି। ଏହି ଏକାଦଶୀ ତିଥି ଯାହା ଭଗବାନ ଶ୍ରୀହରିଙ୍କର ହୋଇଥାଏ ଏବଂ ଏହି ଦିନ ପ୍ରଭୁ ଶ୍ରୀହରି ପ୍ରସନ୍ନ ମୁଦ୍ରାରେ ଥାନ୍ତି ଏବଂ ତାଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ଥାନ୍ତି। ଯେବେବି ଆପଣ ଏହି ଏକାଦଶୀରେ ପୂଜା କରିବେ ଭଗବାନ ଶ୍ରୀହରି ଏବଂ ମା ଲକ୍ଷ୍ମୀଙ୍କୁ ଏକା ସାଙ୍ଗରେ ପୂଜା କରିବେ। ଅଲଗା ଅଲଗା ପୂଜା କେବେବି କରିବେ ନାହିଁ। ଅଲଗା ପୂଜା କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କର ପୂଜାର ଫଳ ସମ୍ପୂର୍ଣ୍ଣ ମିଳିନଥାଏ। ଅଧୁରା ହିଁ ମିଳିଥାଏ। ଏଥି ଲାଗି ଯେବେବି ଏକାଦଶୀ ଦିନ ପୂଜା କରିବେ ଏକା ସାଥିରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରିବେ। ଆଜି ଆମେ ଆପଣଙ୍କୁ ଜଣେଇବୁ ଏକାଦଶୀ ତିଥିରେ ଚାଉଳ ବସ୍ତାରେ ଏହି ଜିନିଷ ଟିକୁ ରଖିଦେବେ ଯାହା ଦ୍ୱାରା ଆପଣଙ୍କୁ ଜୀବନରେ ସବୁକିଛି ମିଳିଯାଇଥାଏ ତା ସହିତ ଆପଣଙ୍କ ଜୀବନରେ ଖୁସିର ସମୟ ଆସିଯାଇଥାଏ ଏବଂ ଦୁଃଖର ସମୟ ଦୂର ହୋଇଥାଏ।

ଏକାଦଶୀ ଦିନ ଚାଉଳ ରାନ୍ଧି ଖିଆଯାଏ ନାହିଁ। ଏହା ତ ସମସ୍ତେ ଜାଣିଥିବେ। କିନ୍ତୁ ମା ଲକ୍ଷ୍ମୀଙ୍କୁ ଚାଉଳ ବହୁତ ପସନ୍ଦ ଅଟେ। ଏହା ସହିତ ମା ଲକ୍ଷ୍ମୀଙ୍କୁ ପସନ୍ଦ ଅଟେ ହଳଦୀ ଚାଉଳ ଚାନ୍ଦି ଏବଂ ରୁପାର ସବୁ ଜିନିଷ। ବନ୍ଧୁଗଣ ଆଜି ଆପଣଙ୍କୁ ଜଣେଇବୁ ଗୋଟେ ଛୋଟ ପ୍ରୟୋଗ ବିଷୟରେ। ଏବଂ ଆପଣ ଏହାକୁ କୌଣସି ଏକାଦଶୀ ଦିନ କରିବେ।

ଆପଣ ଏକାଦଶୀ ଦିନ ଶୀଘ୍ର ଉଠି ସ୍ନାନ କରି ସଫା ବସ୍ତ୍ର ପିନ୍ଧି ଯେବେ ଆପଣ ଭଗବାନ ଶ୍ରୀହରି ଏବଂ ମା ଲକ୍ଷ୍ମୀଙ୍କର ପୂଜା ଆରାଧନା କରିବେ ସେତେବେଳେ ମା ଲକ୍ଷ୍ମୀଙ୍କୁ ଚାନ୍ଦିର କଏନ ଚଢେଇ ଦେବେ। ଯଦି ଆପଣଙ୍କ ପାଖରେ ଚାନ୍ଦିର କଏନ ବା ରୂପାର କଏନ ନାହିଁ ତାହେଲେ ୧ ଟଙ୍କାର ଗୋଟେ କଏନକୁ ନେଇ ଭଲ ଭାବରେ ସଫା କରି ଗଙ୍ଗା ଜଳରେ ପବିତ୍ର କରି ସେହି କଏନକୁ ମାଙ୍କ ପାଖରେ ଅର୍ପଣ କରିବେ। ଏବଂ ଏହା ପରେ ମା ଲକ୍ଷ୍ମୀଙ୍କ ସାମ୍ନାରେ ଗୋଟେ ପାତ୍ରରେ ରଖିଦେବେ। ଏହି କଏନ ଉପରେ ଅଳ୍ପ ହଳଦୀ ଏବଂ ଅଳ୍ପ ସିନ୍ଦୁର ଅର୍ପିତ କରିଦେବେ। ଏହା ପରେ ଆପଣ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଭାବି ଆପଣ ଆପଣଙ୍କର ଘରେ ଯେଉଁଠାରେ ଚାଉଳର ଡ଼ବା କିମ୍ବା ଚାଉଳ ଜାର କିମ୍ବା ଆପଣ ଯେଉଁଥିରେ ଚାଉଳ ରଖୁଥିବେ ଯେଉଁଠି ଆପଣ ପ୍ରତିଦିନ ଚାଉଳ ବାହାର କରି ରୋଷେଇ କରିବା ପାଇଁ ଆଣୁଥିବେ ସେଥିରେ ଆପଣ ଏହି କଏନ ଟିକୁ ରଖିଦେବେ। ଆଉ ତା ପରେ ଦେଖିବେ ଚମତ୍କାର। ଆପଣଙ୍କୁ ଧୀରେ ଧୀରେ ଅନୁଭବ ହେବ କି ଘରେ ଧନ ସମ୍ପତ୍ତି ସହ ଜଡିତ କାମରେ କିପରି ପରିବର୍ତ୍ତନ ହେଉଛି।

ଆପଣ ଏହି କଏନଟିକୁ ଚାଉଳ ବସ୍ତାରେ ରଖିବା ପରେ ଆପଣ ନିଜେ ଅନୁଭବ କରିପାରିବେ ଏହି କଥା। ଆପଣ ଦେଖିବେ ଘରକୁ ପୂର୍ବ ଅପେକ୍ଷା ଅଧିକ ଖୁସି ଆସିବାକୁ ଲାଗିବ ଏବଂ ଆପଣଙ୍କର ଘରର ଭଣ୍ଡାର କେବେବି ଖାଲି ରହିବ ନାହିଁ। ଏହା ବହୁତ ଶୁଭ ହେବା ସହିତ ଜୀବନରେ ବଡ଼ ପରିବର୍ତ୍ତନ ମଧ୍ୟ ଆସିଥାଏ। କେବେବି ଧନର କମି ହେବ ନାହିଁ। ଯଦି ଆପଣ ଋଣ କରଜରେ ଅଛନ୍ତି ତେବେ ଏପରି କଲେ ସେଥିରୁ ମୁକ୍ତି ମିଳିଯିବ ଏବଂ ସବୁ ଜାଗାରେ ଆପଣଙ୍କୁ ପ୍ରଶଂସା ମଧ୍ୟ ମିଳିଥାଏ। ଧ୍ୟାନ ରଖିବେ ଚାଉଳ ବାହାର କଲା ସମୟରେ ଯେମିତି କଏନଟି ବାହାରକୁ ବାହାରି ନଯାଏ କିମ୍ବା ତଳେ ପଡିନଯାଏ ଯଦି ଏମିତି ହୁଏ ତେବେ କଏନକୁ ପୁଣି ମୁଣ୍ଡରେ ଲଗେଇ ଚାଉଳ ବସ୍ତାରେ ରଖିଦେବେ। ଦେଖିବେ ଏହା ପରେ ଆପଣ ବହୁତ ଖୁସିରେ ରହିବେ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥିର ହୋଇ ରହିଥାନ୍ତି। ଏହାକୁ ଦୀପାବଳି ଦିନ ବଦଳାଇ ପାରିବେ। ମା ଲକ୍ଷ୍ମୀଙ୍କର ପୂଜା କରି ଚାଉଳ ବସ୍ତାରୁ କଏନଟିକୁ ବାହାର କରି ଗଙ୍ଗା ଜଳରେ ଶୁଦ୍ଧ କରି ପୁଣି ଥରେ ସିନ୍ଦୁର ଚନ୍ଦନ ହଳଦୀ ଲଗେଇ ସେହି କଏନକୁ ମା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ପୂଜା କରିବେ ଏବଂ ପୁଣି ଚାହିଁଲେ ଆପଣ ସେହି କଏନ ଟିକୁ ଚାଉଳ ବସ୍ତାରେ ରଖିପାରିବେ ନଚେତ କାହାକୁ ଦାନ ବି କରିପାରିବେ। କେଉଁ ବି ଛୋଟ ଛୁଆକୁ ଦାନ କରିବା ଭଲ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *