Excuse Me Odisha

ଯାହା କହିବୁ ସତ କହିବୁ

ନୂଆ ବର୍ଷ ୨୦୨୨ ରେ ଏହି ୫ଟି ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ ,ଦେଖିବେ ଆପଣଙ୍କ ପୁରା ବର୍ଷ ହସ ଖୁସିରେ ବିତିବ,ହେବ ଧନବର୍ଷା

ସେୟାର୍ କରନ୍ତୁ

ଆଉ ଅଳ୍ପ ଦିନ ପରେ ଆରମ୍ଭ ହୋଇଯିବ ଆଉ ଏକ ନୂଆବର୍ଷ। ପୂର୍ବ ବର୍ଷରେ ଯେଉଁ ସମସ୍ତ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା, ଏହି ନୂଆବର୍ଷରେ ସେସବୁ ଦେଖା ନଦେଉ ବୋଲି ସମସ୍ତେ ଆଶା କରିଥାନ୍ତି। ନୂଆ ବର୍ଷଟି ଆଗାମୀ ଜୀବନ ପାଇଁ ଶୁଭ ହେଉ ବୋଲି ସମସ୍ତେ ପ୍ରାର୍ଥନା କରିଥାନ୍ତି । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ। ନୂଆ ବର୍ଷରେ କେଉଁ ସବୁ ଜିନିଷ ଘରକୁ ଆଣିଲେ, ଜୀବନ ଓ ଘର ପରିବାରରେ ସୁଖଶାନ୍ତି ବିରାଜମାନ କରିବ ଆସନ୍ତୁ ସେହି ବିଷୟରେ ଜାଣିବା।

ଯଦି ଆପଣ ନୂଆବର୍ଷ ଦିନ ଖଣ୍ଡ ହଳଦୀ କିଣି ଘରକୁ ଆଣନ୍ତି, ତାହେଲେ ବର୍ଷସାରା ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ।ଶାସ୍ତ୍ର ଅନୁସାରେ ଖଣ୍ଡ ହଳଦୀ ଦେବୀ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ନୂଆବର୍ଷ ଦିନ ଖଣ୍ଡ ହଳଦୀ କିଣି ଘରକୁ ଆଣିଲେ, ଆପଣଙ୍କ ଘରକୁ ସ୍ଵୟଂ ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଆପଣ ମଧ୍ୟ ନୂଆବର୍ଷରେ ଘରକୁ ଖଣ୍ଡ ହଳଦୀ ନିଶ୍ଚୟ କିଣି ଆଣନ୍ତୁ। ଦେଖିବେ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ।

ଭଗବାନ ଗଣେଶ ହେଉଛନ୍ତି ରିଧି, ସିଦ୍ଧି ଓ ଶୁଭ ଲାଭ। ଭଗବାନ ଗଣେଶ ଆମର ସମସ୍ତ ପ୍ରକାରର ଦୁଃଖ କଷ୍ଟ ନିବାରଣ କରିବା ସହିତ ଆମ ଉପରେ ତାଙ୍କର କୃପା ଦୃଷ୍ଟି ରଖିଥାନ୍ତି। ତେଣୁ ଯଦି ଆପଣ ନୂଆବର୍ଷରେ ଭଗବାନ ଗଣେଶଙ୍କ ଫଟୋ କିମ୍ବା ମୂର୍ତ୍ତି ଘରକୁ କିଣି ଆଣୁଛନ୍ତି ଓ ଏହାକୁ ଆଲମୀରା ବା ଧନଭଣ୍ଡାର ସ୍ଥାନରେ କିମ୍ବା ପୂଜାଘରେ ରଖିଛନ୍ତି, ତେବେ ବର୍ଷ ସାରା ଆପଣଙ୍କୁ କୌଣସି ପ୍ରକାରର ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ।କାରଣ ଯେଉଁଠାରେ ଭଗବାନ ଗଣେଶ ବାସ କରନ୍ତି, ସେଠାରେ ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜ ମଧ୍ୟ ବାସ କରିଥାନ୍ତି।

ରୁପାକୁ ଶୁଭତାର ପ୍ରତୀକ ବୋଲି ମାନାଯାଏ। ତେଣୁ ଆପଣ ଯଦି ନୂଆବର୍ଷ ଦିନ ରୂପାର ଯେକୌଣସି ଜିନିଷ କିଣି ଘରକୁ ଆଣନ୍ତି, ବର୍ଷ ସାରା ଆପଣଙ୍କ ଘରେ ସୁଖଶାନ୍ତିର ବାତାବରଣ ଲାଗି ରହିବ। ଏହି ନୂଆବର୍ଷରେ ଆପଣଙ୍କ ସକ୍ଷମ ଅନୁସାରେ ରୂପାର ଯେକୌଣସି ଜିନିଷ କିଣି ଘରକୁ ଆଣନ୍ତୁ। ଦେଖିବେ ଆପଣଙ୍କର ପୁରା ବର୍ଷ ସୁଖରେ ଅତିବାହିତ ହେବ।

ଶାସ୍ତ୍ର ଅନୁସାରେ ପଦ୍ମଫୁଲର ମଞ୍ଜିକୁ ସାକ୍ଷାତ ଦେବୀ ଲକ୍ଷ୍ମୀ ବୋଲି ମାନାଯାଏ। ନୂଆବର୍ଷ ଦିନ ଆପଣ ଯଦି ୭ଟି କିମ୍ବା ୧୧ଟି ପଦ୍ମଫୁଲ ଆଣି ତାହାକୁ ଗଙ୍ଗା ଜଳ କିମ୍ବା ପଞ୍ଚାମୃତରେ ଧୋଇ ଘରେ ଟଙ୍କା ରଖୁଥିବା ସ୍ଥାନରେ ବା ଧନଭଣ୍ଡାରରେ ସ୍ଥାପନ କରନ୍ତି, ତାହେଲେ ବର୍ଷ ସାରା ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ।ଯାହାଫଳରେ ଆପଣ ଧନବାନ ହୋଇଯିବେ।

ଶେଷରେ ହେଉଛି ତୁଳସୀ ଗଛ। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ନୂଆବର୍ଷ ଦିନ ତୁଳସୀ ଗଛ କିଣି ଆଣି ନିଜ ତୁଳସୀ ଚଉରାରେ ଲଗାଇଥାଏ, ସେହି ଘରେ ସାରା ବର୍ଷ ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ଭଗବାନ ବିଷ୍ଣୁ ଅବଶ୍ୟ ବାସ କରିଥାନ୍ତି ଏବଂ ଯେଉଁଠାରେ ଭଗବାନ ବିଷ୍ଣୁ ରହିଥାନ୍ତି, ସେଠାରେ ଦେବୀ ଲକ୍ଷ୍ମୀ ମଧ୍ୟ ନିଶ୍ଚିତ ଭାବରେ ବାସ କରନ୍ତି। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *