Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ପାଦରେ ଅଛି କି ଏମିତି ଆଙ୍ଗୁଠି,ଜାଣନ୍ତୁ ଏମିତି ଆଙ୍ଗୁଠି ପଛର ଭୟଙ୍କର ରହସ୍ୟ

ସେୟାର୍ କରନ୍ତୁ

ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ପାଦର ଲମ୍ବା ଆଙ୍ଗୁଠିର ରହସ୍ୟ ବିଷୟରେ କହିବାକୁ ଯାଉଛୁ। ଅଧିକାଂଶ ଲୋକଙ୍କର ପାଦର ଆଙ୍ଗୁଠି ସମାନ ହୋଇଥାଏ।ମାତ୍ର କିଛି ଲୋକ ଏଭଳି ଅଛନ୍ତି, ଯେଉଁମାନଙ୍କ ପାଦର ଆଙ୍ଗୁଠି ସମାନ ହୋଇ ନଥାଏ। କେତେବେଳେ ପାଦର ବୁଢା ଆଙ୍ଗୁଠି ବାକି ଆଙ୍ଗୁଠି ମାନଙ୍କ ଠାରୁ ବଡ ତ ଆଉ କେତେବେଳେ ବାକି ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ବଡ ହୋଇଥାଏ।

ଏହି ଆଙ୍ଗୁଠି ମାନଙ୍କର ଛୋଟ ତଥା ବଡ ହେବାର କିଛି ଅଲଗା ମହତ୍ଵ ରହିଥାଏ। ଶାସ୍ତ୍ର ଅନୁସାରେ, ଏଭଳି କୁହାଯାଇଛି ଯେ ଆପଣଙ୍କ ଶରୀରର କିଛି ଅଙ୍ଗ ବହୁତ କିଛି ସୂଚନା ଦେଇଥାଏ। ଆପଣ କିଛି ଲୋକ ମାନଙ୍କର ଅଙ୍ଗକୁ ଦେଖିବା ପରେ ସେହି ଲୋକ ମାନଙ୍କର ସ୍ଵଭାବ ବିଷୟରେ କହିପାରିବେ। ଏହି ବିଧିକୁ ସାମୁଦ୍ରିକ ଶାସ୍ତ୍ରର ବିଧି ବୋଲି କୁହାଯାଏ।ସାମୁଦ୍ରିକ ଶାସ୍ତ୍ରର ଅଧ୍ୟୟନ କରିବା ଦ୍ଵାରା କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତିର ଶରୀରର ଅଙ୍ଗ ସହିତ ତାଙ୍କ ଜୀବନ ଏବଂ ଜୀବନ ସହିତ ଜଡିତ ହୋଇ ରହିଥିବା ରହସ୍ୟ ବିଷୟରେ ଭଲ ଭାବରେ କହି ପାରନ୍ତି।

ଏହାସହିତ ସେହି ବ୍ୟକ୍ତିର ବ୍ୟବହାର, ଚାଲି ଚଳନ ଏବଂ କାର୍ଯ୍ୟକ୍ଷେତ୍ର ସମ୍ବନ୍ଧରେ ବହୁତ ସହଜରେ ଜଣା ପଡ଼ିଯାଏ। ଯେଉଁ ଲୋକଙ୍କ ପାଦର ବୁଢା ଆଙ୍ଗୁଠିର ପାଖରେ ଥିବା ଆଙ୍ଗୁଳି ଅଧିକ ଲମ୍ବା ହୋଇଥାଏ ଏବଂ ଅନ୍ୟ ଆଙ୍ଗୁଳି ଛୋଟ ହୋଇଥାଏ, ତାହେଲେ ସେହି ମଣିଷ ଉର୍ଜାବାନ ହୋଇଥାନ୍ତି।

ଏହିଭଳି ମନୁଷ୍ୟ ସାଧାରଣ ଭାବରେ କୌତୁକିଆ ସ୍ଵଭାବର ହୋଇଥାନ୍ତି। ଏମାନେ କିଛି ନୂଆ କରି ଦେଖାଇବାର ସାହାସ ରଖିଥାନ୍ତି। ଏହିଭଳି ଲୋକ କୌଣସି କାର୍ଯ୍ୟ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ସମୟ ଦେବା ସହିତ ପ୍ରୟାସ ମଧ୍ୟ କରିଥାନ୍ତି। ପାଦର ବୁଢା ଆଙ୍ଗୁଠିର ପାଖରେ ଥିବା ଆଙ୍ଗୁଠି ବଡ଼ ହୋଇଥିଲେ, ସେହି ଲୋକମାନେ ସର୍ବଦା ଖୁସି ରହିବାର ପ୍ରୟାସ କରିଥାନ୍ତି। ଏହାଛଡା ଯାହାର ବୁଢା ଆଙ୍ଗୁଠିର ପାଖରେ ଥିବା ଆଙ୍ଗୁଠି ବଡ ହୋଇଥାଏ, ସେମାନେ ତୀକ୍ଷ୍ଣ ମସ୍ତିଷ୍କ ତଥା ମାନସିକ ରୂପରେ ସୁସ୍ଥ ରହିଥାନ୍ତି। ମାତ୍ର ଏହିଭଳି ଲୋକ ଶାରୀରିକ ରୂପରେ ଦୁର୍ବଳ ରହିଥାନ୍ତି। ଏହିଭଳି ଲୋକ ସମସ୍ତ କାର୍ଯ୍ୟକୁ ଭାବିଛିନ୍ତି କରିଥାନ୍ତି

ଯଦି ଆପଣଙ୍କ ପାଦର ବୁଢା ଆଙ୍ଗୁଠି ସହିତ ଲାଗି ରହିଥିବା ଆଙ୍ଗୁଠି ଦୁଇଟି ସମାନ ରହିଥାନ୍ତି, ତାହେଲେ ଏହାର ଅର୍ଥ ହେଉଛି ସେମାନେ ସମାଜରେ ନିଜ ପରିଶ୍ରମ ଓ ପ୍ରତିଷ୍ଠା ବଳରେ ପରିଚିତ ହୋଇଥାନ୍ତି। ଏହିଭଳି ଲୋକ ବହୁତ ଭଲ ସ୍ୱଭାବର ହୋଇଥାନ୍ତି । ଅନ୍ୟ ସହିତ ଝଗଡା ତଥା କଳି ଠାରୁ ଏମାନେ ସର୍ବଦା ଦୂରେଇ ରହନ୍ତି। ଯେଉଁ ବ୍ୟକ୍ତିର ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ କ୍ରମଶ ତଳ କ୍ରମ ଅନୁଯାୟୀ ରହିଥାଏ, ସେମାନେ ସର୍ବଦା ନିଜର ଶ୍ରେଷ୍ଠତା ସାବ୍ୟସ୍ଥ କରିଥାନ୍ତି।

ସାଧାରଣତ ସେମାନେ ସର୍ବଦା ନିଜ ଅଧିକାରକୁ ନେଇ କଥା କହିଥାନ୍ତି। ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ।ତେବେ ଏହାକୁ ନିଜ ସମ୍ପର୍କୀୟଙ୍କ ସହିତ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *