Excuse Me Odisha

ଯାହା କହିବୁ ସତ କହିବୁ

ନିଜ ସ୍ତ୍ରୀକୁ ମହାରାଣୀ ପରି ରଖିଥାନ୍ତି ଏହି ୪ଟି ନାମର ପୁରୁଷ,ଜାଣନ୍ତୁ ସେମାନେ କିଏ କିଏ ?

ସେୟାର୍ କରନ୍ତୁ

ସାଧାରଣ ଭାବରେ ଗୋଟିଏ ଝିଅ ନିଜ ଜୀବନରେ ବିବାହର ଏକ ମହତ୍ଵପୂର୍ଣ୍ଣ ନିଷ୍ପତି ନେଇଥାଏ। କାରଣ ବିବାହ ପୂର୍ବରୁ ଝିଅଟିଏ ତାର ମାତାପିତାଙ୍କ ପାଖରେ ବହୁତ ସ୍ନେହ ପ୍ରେମରେ ବଢ଼ିଥାଏ ଏବଂ ଖୁସିରେ ଜୀବନ ଅତିବାହିତ କରିଥାଏ। କିନ୍ତୁ ବିବାହ ପରେ ତାକୁ ତାର ମାତାପିତାଙ୍କ ଘର ଛାଡ଼ି ପର ଘରକୁ ଯିବାକୁ ପଡ଼ିଥାଏ। ସେଠାରେ ତାକୁ ସବୁ ନୂଆ ସମ୍ପର୍କ ମିଳିଥାଏ।

ଏମିତିରେ ତାପାଇଁ ତାର ସ୍ଵାମୀଙ୍କ ସହିତ ସମ୍ପର୍କ ଦୃଢ଼ ଓ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ସ୍ୱାମୀ ସହିତ ତାକୁ ସବୁ ସୁଖଦୁଃଖ ବାଣ୍ଟି ଜୀବନ ବିତେଇବାକୁ ପଡିଥାଏ। ଏଥିପାଇଁ ସବୁ ଝିଅମାନଙ୍କ ମନରେ ତାଙ୍କର ହେବାକୁ ଥିବା ଜୀବନସାଥୀ କିପରି ହୋଇଥିବେ, ସେହି ବିଷୟରେ ଜାଣିବାକୁ ଇଛା ରହିଥାଏ। ସବୁ ଝିଅ ତାଙ୍କର ଜୀବନରେ ଚାହିଁଥାନ୍ତି ଯେ ତାଙ୍କ ଜୀବନସାଥୀ ତାଙ୍କୁ ବହୁତ ପ୍ରେମ କରନ୍ତୁ ଏବଂ ସେମାନେ ପରସ୍ପର ସହିତ ସର୍ବଦା ଖୁସିରେ ରୁହନ୍ତୁ।

ଝିଅ ମାନଙ୍କର ବ୍ୟବହାର କିଛି ଅଲଗା ହୋଇଥାଏ ଓ ସେ ତାଙ୍କ ସାଥୀର ସବୁବେଳେ ଚିନ୍ତା କରିଥାଆନ୍ତି। ସବୁ ଝିଅମାନଙ୍କର ଅଭିପ୍ରାୟ ଥାଏ ଯେ ତାଙ୍କର ଜୀବନସାଥୀ ସବୁ ସୁଖଦୁଃଖରେ ତାଙ୍କ ଯତ୍ନ ନିଅନ୍ତୁ ଏବଂ ଜୀବନର ସବୁ ମୁହୂର୍ତ୍ତରେ ତାଙ୍କ ସହିତ ରହନ୍ତୁ। ଆଜି ଆମେ ଆପଣଙ୍କୁ ଏପରି ୪ଟି ନାମ ଥିବା ପୁରୁଷଙ୍କ ବିଷୟରେ କହିବୁ, ଯିଏକି ନିଜ ସ୍ତ୍ରୀଙ୍କୁ ସର୍ବଦା ମହାରାଣୀ ଭଳି ରଖିଥାନ୍ତି।

A ନାମ ଥିବା ପୁରୁଷ –

ଏହି ନାମ ଥିବା ପୁରୁଷ ସଫା ହୃଦୟର ହୋଇଥାନ୍ତି। ଏହି ଲୋକେ ନିଜଠାରୁ ଅଧିକ ନିଜ ସ୍ତ୍ରୀମାନଙ୍କର ବହୁତ ଯତ୍ନ ନେଇଥାନ୍ତି। ଏମାନେ ନିଜ ସ୍ତ୍ରୀଙ୍କ ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାନ୍ତି। ଦୁଇଜଣ ନିଜ ସମ୍ପର୍କକୁ ବିଶ୍ୱାସର ସହିତ ଯୋଡି ରଖନ୍ତି। ଯାହାଦ୍ୱାରା ଏମାନଙ୍କ ସମ୍ପର୍କ ସୁଦୃଢ ହୋଇଥାଏ। ଏହି ପୁରୁଷ ମାନେ ନିଜ ସ୍ତ୍ରୀକୁ ମହାରାଣୀ ପରି ରଖିଥାଆନ୍ତି।

G ନାମ ଥିବା ପୁରୁଷ –

ଏହି ନାମ ଥିବା ପୁରୁଷ ମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି। ଏମାନେ ନିଜ ପତ୍ନୀଙ୍କୁ ନିଜ ଠାରୁ ବହୁତ ବିଶ୍ୱାସ କରନ୍ତି। ଏହି ଲୋକ ମାନେ ନିଜ ସ୍ତ୍ରୀ ଉପରେ ଗର୍ବ କରିଥାନ୍ତି। ଏମାନେ ନିଜ ସ୍ତ୍ରୀଙ୍କୁ ତାଙ୍କର କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଯଥେଷ୍ଟ ସମର୍ଥନ କରନ୍ତି। ଏହି ଲୋକ ମାନେ ଅନ୍ୟ ସ୍ତ୍ରୀମାନଙ୍କୁ ଖରାପ ନଜରରେ ଦେଖନ୍ତି ନାହିଁ ।

R ନାମ ଥିବା ପୁରୁଷ –

ଏହି ପୁରୁଷ ମାନେ ମହିଳାଙ୍କୁ ବହୁତ ସମ୍ମାନ ଦେଇଥାନ୍ତି। ଏମାନେ ପୁରୁଷ ଓ ସ୍ତ୍ରୀ ମାନଙ୍କ ମଧ୍ୟରେ କିଛି ପ୍ରଭେଦ ଦେଖନ୍ତି ନାହିଁ। ନିଜ ସ୍ତ୍ରୀଙ୍କୁ ଖୁସିରେ ରଖିବା ପାଇଁ ଏମାନେ ସବୁକିଛି କରନ୍ତି। ଏହି ପୁରୁଷଙ୍କୁ ବିବାହ କରିବା ପରେ ସ୍ତ୍ରୀର ଭାଗ୍ୟ ଖୋଲିଯାଏ ଓ ଜୀବନ ସାରା ବହୁତ ଖୁସିରେ ରହିଥାନ୍ତି।

S ନାମ ଥିବା ପୁରୁଷ –

ଏହି ଲୋକ ମାନେ ଉତ୍ତମ ସ୍ୱାମୀ ମଧ୍ୟରେ ଗଣା ଯାଆନ୍ତି। ଏମାନେ ନିଜ ସ୍ତ୍ରୀଙ୍କୁ ଦୁନିଆର ସବୁ ଖୁସି ଦେବାକୁ ଚାହିଁ ଥାଆନ୍ତି। ନିଜ ଖୁସିଠାରୁ ଏମାନେ ନିଜ ସ୍ତ୍ରୀଙ୍କ ଖୁସିକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମାନେ କେବେ ମଧ୍ୟ ନିଜ ସ୍ତ୍ରୀଙ୍କୁ ଦୁଃଖରେ ଦେଖି ପାରନ୍ତି ନାହିଁ। ଏହି ପୁରୁଷ ମାନେ ନିଜ ସ୍ତ୍ରୀଙ୍କୁ ମହାରାଣୀ ପରି ରଖନ୍ତି

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ, ଗୋଟେ ଲାଇକ କରନ୍ତୁ ଏବଂ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *