Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ରଗ୍ରହଣ ୨୦୨୧ | ହାଣ୍ଡିଛାଡ ସମୟ ! ଓଡିଶାରେ ପାଳନ କରାଯିବ ନା ନାହି ! ୪ ରାଶି ହେବେ କୋଟିପତି !

ସେୟାର୍ କରନ୍ତୁ

ଆହିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଚନ୍ଦ୍ରଗ୍ରହଣ ୨୦୨୧। ହାଣ୍ଡିଛାଡ଼ ସମୟ। ଓଡ଼ିଶାରେ ପାଳନ କରାଯିବ କି ନାହିଁ। ୪ ଟି ରାଶି କୋଟିପତି

ବନ୍ଧୁଗଣ ୧୯ ନଭେମ୍ବରରେ ଚନ୍ଦ୍ରଗ୍ରହଣ ଲାଗିବ। ୪ ଟି ରାଶି ହେବେ ମାଲାମାଲ। ୨୦୨୧ ର ଏହା ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଯାହା କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିକୁ ଲାଗିବ। ଏହି ଗ୍ରହଣ ପରେ ବହୁତ ସାରା ଘଟଣା ଘଟିବ। ଏହି ୩ ଟି ଗ୍ରହର ଜ୍ୟୋତି ବନିବ ଅର୍ଥାତ ସୁର୍ଯ୍ୟ ମଙ୍ଗଳ ଏବଂ ବୁଧ ତୁଳା ରାଶିରେ ଜ୍ୟୋତି ବନେଇବେ। ତ ଏହି ଚନ୍ଦ୍ରଗ୍ରହଣ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ। ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ୧୯ ନଭେମ୍ବରକୁ ପଡ଼ିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ସବୁ ରାଶି ଉପରେ ଅଲଗା ଅଲଗା ପ୍ରଭାବ ପକାଇବେ। କିନ୍ତୁ ସବୁ ରାଶିଙ୍କ ଠାରୁ ଏହି ୪ ଟି ରାଶି ଏପରି ଯାହାକି ବହୁତ ଅଧିକ ଭାଗ୍ୟଶାଳୀ। ଏମାନଙ୍କୁ ଅଧିକ ଧନ ପ୍ରାପ୍ତି ହେବ। ଏହି ଗ୍ରହଣ ପରେ ଦେଶରେ ବହୁତ ଅଧିକ ପ୍ରଭାବ ପକାଇବ। କେତେ ପ୍ରକାରର ଶୁଭ ଏବଂ ଅଶୁଭ କଥା ଦେଖିବାକୁ ମିଳିବ। ଯେପରିକି ତୁଫାନ ଭୂମିକମ୍ଫ ପ୍ରାକୃତିକ ଘଟଣା। ବନ୍ଧୁଗଣ ୧୯ ନଭେମ୍ବରକୁ ପଡ଼ିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଠିକ ସମୟ ଏବଂ ଶୁଭ ଫଳ ଏହା ବ୍ୟତୀତ କେଉଁ କେଉଁ ରାଶି ଭାଗ୍ୟଶାଳୀ ରହିବେ ଏବଂ କେଉଁ ପ୍ରକାରର ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିବ ଏହିସବୁ ବିଷୟରେ ଆସନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଜାଣିବା। ଭାରତରେ ଏହା କେଉଁ ଅଂଶରେ ଦେଖାଦେବ ଏବଂ କେଉଁ ଦେଶରେ ଦେଖାଦେବ ଗ୍ରହଣ କାଳର ସୁତକ କାଳର ସମୟ ଏବଂ ଗ୍ରହଣ ସମୟରେ ସାବଧାନତା ବିଷୟରେ ମଧ୍ୟ ଜଣେଇବୁ। ଏହା ବ୍ୟତୀତ ସେହିସବୁ ଶୁଭ କାର୍ଯ୍ୟ ବିଷୟରେ ଜଣେଇବୁ ଯାହାକୁ ଗ୍ରହଣ ସମୟରେ କରିବା ଉଚିତ ଏବଂ କେଉଁ କାର୍ଯ୍ୟ ଅଛି ଯାହାକୁ ଗ୍ରହଣ ସମୟରେ କରିବା ଉଚିତ ନୁହେଁ। ଯଦି ଆପଣ ଏପରି କରନ୍ତି ତେବେ ନିଶ୍ଚୟ ଏହି ଗ୍ରହଣର ଶୁଭ ପରିଣାମ ଆପଣଙ୍କୁ ମିଳିବ। ବନ୍ଧୁଗଣ ୧୯ ନଭେମ୍ବରକୁ ପଡ଼ିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ବିଷୟରେ ଆସନ୍ତୁ ଜାଣିବେ।

ବନ୍ଧୁଗଣ ଏହି ଚନ୍ଦ୍ରଗ୍ରହଣ ଭାରତରେ ମଧ୍ୟ ଦେଖାଦେବ ଏବଂ ଏହାର ଖରାପ ପ୍ରଭାବକୁ ମଧ୍ୟ ଦେଖିବାକୁ ମିଳିବ। ଜ୍ୟୋତିଷଙ୍କ ଅନୁସାରେ ଚନ୍ଦ୍ରଗ୍ରହଣର ସୁତକ ସମୟକୁ ମାନାଯାଏ ନାହିଁ କାରଣ ଏହା ଭାରତରେ ଦିନରେ ଦେଖାଦେବ କିନ୍ତୁ ୪ ଟି ରାଶି ଏପରି ଯାହାଙ୍କ ଉପରେ ଶୁଭ ପ୍ରଭାବ ଦେଖିବାକୁ ମିଳିବ। ଏହି ୪ ଟି ରାଶି ଉପରେ ସକାରାତ୍ମକ ପ୍ରଭାବ ପଡିବ। ୧୯ ନଭେମ୍ବର ୨୦୨୧ର ଏହି ଏହି ଚନ୍ଦ୍ରଗ୍ରହଣ ଆମେରିକା ଉତ୍ତର ଆମେରିକା ଦକ୍ଷିଣ ଆମେରିକା ପୂର୍ବା ଆମେରିକା ତା ସହିତ ଉତ୍ତର ୟୁରୋପରେ ଦେଖାଦେବ। ପୂର୍ବ ଏସିଆ ଅଷ୍ଟ୍ରେଲିଆ ପ୍ରଶାନ୍ତ ମହାସାଗର ତା ସହିତ ହିନ୍ଦୁ ମହାସାଗରରେ ଏହାର କିଛି ଅଂଶ ଦେଖାଦେବ ଭାରତରେ ଆସାମ ଅରୁଣାଅଞ୍ଚଳ ପ୍ରଦେଶରେ କିଛି ଅଂଶରେ ଦେଖାଦେବ। ଏବେ ଆସନ୍ତୁ ଜାଣିବା ଏହାର ସୁତକ କାଳ ବିଷୟରେ। ଚନ୍ଦ୍ର ଗ୍ରହଣ ଲାଗିବାର ୯ ଘଂଟା ପୂର୍ବରୁ ସୁତକ କାଳ ଆରମ୍ଭ ହୋଇଯିବ। କିନ୍ତୁ ଏହା ଭାରତରେ ଦିନରେ ଦେଖାଦେବ ଏଥିପାଇଁ ପୁରା ଭାବରେ ଏହାକୁ ମାନାଯିବ ନାହିଁ। ଚନ୍ଦ୍ରଗ୍ରହଣ ଲାଗିବାର ସମୟ ୧୯ ନଭେମ୍ବର ଦିପ୍ରହର ୧୧ ଟା ବାଜି ୩୨ ମିନିଟରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ ଟା ବାଜି ୩୪ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଚନ୍ଦ୍ରଗ୍ରହଣ ପୁରା ୫ ଘଂଟା ୨ ମିନିଟ ପର୍ଯ୍ୟନ୍ତ ରହିବ। ଯାହାକି ବହୁତ ପ୍ରଭାବଶାଳି ଚନ୍ଦ୍ରଗ୍ରହଣ ଅଟେ। ଏହି ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଚନ୍ଦ୍ରଗ୍ରହଣ ଲାଗିବାର ୨ଘଣ୍ଟା ପୂର୍ବରୁ ସୁତକ କାଳ ଆରମ୍ଭ ହୋଇଯାଏ। ତ ଯେଉଁ ଯେଉଁ ଜାଗାରେ ଚନ୍ଦ୍ରଗ୍ରହଣ ଦେଖାଦେବ ସେହି ଜାଗାରେ ସୁତକ କାଳ ୯ ଘଂଟା ପୂର୍ବରୁ ଆରମ୍ଭ ହୋଇଯିବ।

ଏହି ସମୟରେ କିଛି ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ ଖାସ କରି ମହିଳାଙ୍କୁ। ଏହି ସମୟରେ ଗର୍ଭବତୀ ମହିଳା ଭୋଜନ କରିପାରିବେ ନାହିଁ। ଘରର ରୋଗୀଙ୍କୁ ଏବଂ ଛୋଟ ପିଲାଙ୍କୁ ମଧ୍ୟ ଭୋଜନ କରିବା ଉଚିତ ନୁହେଁ। ଏହି ସମୟରେ ଖାଇବା ପିଇବା ଜିନିଷରେ ତୁଳସୀ ପତ୍ର ପକାଇବା ଉଚିତ। ସୁତକ କାଳ ପରେ ଆପଣ କୌଣସି ଚାକୁ ଛୁରୀରେ ପରିବା କାଟିବା ଉଚିତ ନୁହେଁ। ଗ୍ରହଣ ସମୟରେ ଶୋଇବା ଉଚିତ ନୁହେଁ। ଏହା ବର୍ଜିତ ଅଟେ। ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ସବୁ କିଛି ପାଳନ କରି ରହିବାକୁ ହେବ। ଏହି ଚନ୍ଦ୍ରଗ୍ରହଣର ସୁତକ କାଳର ବିଶେଷ ରୂପେ ଯେଉଁ ନିୟମ ରହିଥାଏ ତାହାକୁ ମାନିବା ଉଚିତ। ଏହାର ପ୍ରଭାବ ସବୁ ରାଶି ମାନଙ୍କ ଉପରେ ପଡିବ। କିନ୍ତୁ ୪ ଟି ରାଶି ଏପରି ଯେଉଁମାନେ ଧନରେ ମାଲାମାଲ ହେବାକୁ ଯାଉଛନ୍ତି। ଗ୍ରହଣ ସମୟରେ ଗରିବ ଲୋକଙ୍କୁ ଦାନ କରିବାକୁ ଶୁଭ ବୋଲି ମାନାଯାଏ। ସୁତକ କାଳରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ସୁତକ କାଳରେ ପୂଜା ପାଠ ଦେବୀ ଦେବତାଙ୍କର ମୂର୍ତ୍ତିକୁ ଛୁଇଁବା ଉଚିତ ନୁହେଁ। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବାକୁ ଅଶୁଭ ମାନାଯାଇଛି। ଏହି ଚନ୍ଦ୍ରଗ୍ରହଣ ସମୟରେ ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ଏହି ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଶ୍ରୀକୃଷ୍ଣ ମନ୍ତ୍ର ଜପ କରନ୍ତୁ। ଓଁ ନମଃ ଭଗବତେ ବାସୁଦେବାୟ ନମଃ ଜପ କରନ୍ତୁ। ଗୀତାର ପାଠ କରନ୍ତୁ। ଶ୍ରୀମଦ ଭଗବତ ଗୀତାର ପାଠ କରନ୍ତୁ। ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ଏହି ସବୁ ନିୟମର ପାଳନ କରିବା ଉଚିତ। କାରଣ ଏହି ଗ୍ରହଣ ଆପଣଙ୍କ ଉପରେ ବହୁତ ପ୍ରଭାବ ପକାଇବ ଏବଂ ଏହା ଆପଣଙ୍କ ଜୀବନରେ ଧନ ସମ୍ପତ୍ତି ସହିତ ଜଡ଼ିତ କେତେ କଣ ସମସ୍ୟାରୁ ମୁକ୍ତି ଦେବ। କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଆମ ଦେଶ ସହିତ କିଛି ଏପରି ଦେଶ ଅଛି ଯେଉଁଠି ଅଶୁଭ ପ୍ରଭାବ ଦେଖିବାକୁ ମିଳିବ।

ଏବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ସମୟରେ ସେହି ୪ ଟି ଭାଗ୍ୟଶାଳୀ ରାଶି ଧନରେ ମାଲାମାଲ ହେବାକୁ ଯାଉଛନ୍ତି। ଆଉ କିଛି ରାଶି ଅଛି ଯେଉଁମାନଙ୍କୁ ସାବଧନ ରହିବାକୁ ହେବ।

ମେଷ ରାଶି। ଏହି ଚନ୍ଦ୍ରଗ୍ରହଣ ସମୟରେ ଏହି ରାଶିଙ୍କ ପାଇଁ ବହୁତ ଭଲ ରହିବ। ଧନ ସହିତ ଜଡିତ ସମସ୍ୟା ଦୂର ହେବ। ଜମି ସମ୍ବଦ୍ଧିତ ସମସ୍ୟା ଦୂର ହେବ। ତାସହିତ କିଛି ନୂଆ ମାର୍ଗ ମଧ୍ୟ ଆପଣଙ୍କୁ ମିଳିବ। ଏହି ଗ୍ରହଣରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ସମାଜରେ ପରିବାରରେ ଖୁସି ଏବଂ ମାନ ସମ୍ମାନ ମିଳିବ। ନୂଆ ଚାକିରୀ ମଧ୍ୟ ଆପଣଙ୍କୁ ମିଳିପାରେ।

ମିଥୁନ ରାଶି। ଏହି ଗ୍ରହଣ ଆପଣଙ୍କ ପାଇଁ ବହୁତ ଶୁଭ ରହିବ କାରଣ ଆପଣଙ୍କୁ ଧନ ଦୌଲତ ପ୍ରାପ୍ତ ହେବ। ଅନେକ ପ୍ରକାରର ସଫଳତା ମଧ୍ୟ ମିଳିବ। ଆପଣ ଚେଷ୍ଟା କଲେ ସବୁ କାମରେ ସଫଳ ହେବେ। କାର୍ଯ୍ୟରେ କ୍ଷେତ୍ରରେ ଶୁଭ କାମ କରି ପ୍ରଶଂସିତ ହେବେ। ପୁରୁଣା ମିତ୍ରଙ୍କ ସହିତ ଦେଖା ହୋଇପାରେ। ବୈବାହିକ ଜୀବନ ଆପଣଙ୍କର ଭଲ ରହିବ। ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି। ବ୍ୟାଙ୍କରୁ ଋଣ ମିଳିପାରେ। ଆପଣଙ୍କୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଶେଷ ଲାଭ ମିଳିବ। ଧନ ଲାଭ ହେବ। କୋର୍ଟ କଚେରୀ ମାମଲାରେ ଲାଭ ହେବ। ଆର୍ଥିକ ସ୍ଥିତି ମଜବୁତ ରହିବ। ରାଜନିତି କ୍ଷେତ୍ରରେ ବିଜୟୀ ଲାଭ କରିବେ।

କନ୍ୟା ରାଶି। ଏହି ରାଶିର ଲୋକଙ୍କର ଟଙ୍କା ଖର୍ଚ୍ଚ କମ ହେବ। ଟଙ୍କାର ଆବଶ୍ୟକ ପଡ଼ିଲେ ଆପଣଙ୍କୁ ଟଙ୍କା ସଙ୍ଗେ ସଙ୍ଗେ ମିଳିଯିବ। ଜୀବନରେ ସଫଳତାର ନୂତନ ରାସ୍ତା ଖୋଲିବ। ଏହି ଗ୍ରହଣ ଆପଣଙ୍କ ପାଇଁ ବହୁତ ଖୁସି ରହିବ। କାର୍ଯ୍ୟ କ୍ଷେତ୍ରରେ ବିବାଦ ଦୂର ହେବ। ବିଜନେସରେ ନୂତନ ରାସ୍ତା ମିଳିବ। ଆପଣ ବହୁତ ଆଗକୁ ଯିବେ।

ମକର ରାଶି। ଏହି ରାଶିର ଲୋକଙ୍କ ପାଇଁ ଏହି ଗ୍ରହଣ ବହୁତ ଶୁଭ ରହିବ। ଆପଣ ଏହି ସମୟରେ ଟିକେ ସାବଧାନ ରୁହନ୍ତୁ। ଆପଣ ଯଦି ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଥାନ୍ତି ତ ବହୁତ ଭାବି ଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତୁ। ପୋଡ଼ସିଙ୍କ ସହିତ ଭଲ ସମ୍ପର୍କ ରହିବ। ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ। ସବୁ ଆଡୁ ଆପଣଙ୍କୁ ଲାଭ ମିଳିବ। ଆପଣ ନିଜର କଥାରେ ନିୟନ୍ତ୍ରଣ ରଖନ୍ତୁ। ପାଠ ପଢ଼ାରେ ଆଗରେ ରହିବେ। କୌଣସି ବି କାର୍ଯ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ହେବ। ବିଜନେସ ଧନ ସମ୍ପତ୍ତି ମାମଲାରେ ଲକି ରହିବେ। ଘରେ ଅବିବାହିତ ଲୋକଙ୍କ ବିବାହ ହୋଇପାରେ। ଘରେ ଶୁଭ କାର୍ଯ୍ୟ ହୋଇପାରେ।

ବୃଷ ରାଶି। ଏହି ରାଶିଙ୍କୁ ଭଲ ପ୍ରଭାବ ଦେଖିବାକୁ ମିଳିବ। କିଛି ସାବଧାନ ରହିବାକୁ ହେବ। କିଛି ବିଶେଷ ସାବଧାନ ଏହିସବୁ ରାଶିଙ୍କୁ ରଖୁବାକୁ ହେବ ଯେପରିକି କୁମ୍ଭ ରାଶି, ମୀନ ରାଶି ଏବଂ ବୃଷ ରାଶି। ଆପଣ କାହା ସହିତ ବିବାଦ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *