Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ସକାଳୁ ଉଠି ଏହି ସବୁ ସ୍ୱର ଶୁଣିଲେ ବା ଦେଖିଲେ,ହୋଇଥାଏ ଟଙ୍କାର ବର୍ଷା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି ଏହି ସ୍ୱର ଶୁଣିଲେ ବା ଦେଖିଲେ ହୁଏ ଟଙ୍କାର ବର୍ଷା।

ବନ୍ଧୁଗଣ ଆଜି ଅସମେ ଜାଣିବା ସକାଳୁ ଉଠିବା ମାତ୍ରେ କେଉଁ ସବୁ ଜିନିଷ ଶୁଣିବା ବା ଦେଖିବା ମାତ୍ରେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ମଙ୍ଗଳମୟ ଏବଂ ଶୁଭମୟ ହେବ। ଯଦି ସକାଳୁ ଉଠିବା ମାତ୍ରେ କୌଣସି ସକାରାତ୍ମକ ଜିନିଷର ସ୍ୱର ଶୁଣନ୍ତି ବା ଦେଖନ୍ତି ଆପଣଙ୍କର ସମ୍ପୂର୍ଣ ଦିନଟି ଶୁଭମୟ ହୋଇଥାଏ। ତେବେ ସେହି ସକାରାତ୍ମକ ଜିନିଷ ଗୁଡିକ ହେଉଛି ସକାଳୁ ଉଠୁ ଉଠୁ ଯଦି ଆପଣ ଶଙ୍ଖ ଘଣ୍ଟି ଭକ୍ତି ସଙ୍ଗୀତର ଶବ୍ଦ ଶୁଣିବାକୁ ମିଳେ ତେବେ ଆପଣଙ୍କର ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ।

ଯଦି ଆଖି ଖୋଲୁ ଖୋଲି ସର୍ବପ୍ରଥମେ କ୍ଷୀର କିମ୍ଵା ଦହି ପାତ୍ର ଉପରେ ନଜର ପଡେ ତାହେଲେ ମଧ୍ୟ ଶୁଭ ହୋଇଥାଏ। ଯଦି ଆପଣ ସେହିଦିନ କିଛି ମଙ୍ଗଳମୟ କାର୍ଯ୍ୟ କରିବାକୁ ଚାହୁଁଥାନ୍ତି କିମ୍ବା ଶୁଭ କାର୍ଯ୍ୟରେ ବାହାରିବାକୁ ଚାହୁଁଥାନ୍ତି ତେବେ ସେହି କାର୍ଯ୍ୟରେ ମଧ୍ୟ ଶୁଭଫଳ ମିଳିଥାଏ। ଆହୁରି ଏମିତି ଅନେକ ସଂକେତ ଅଛି ଆସନ୍ତୁ ସେହି ବିଷୟରେ ଜାଣିବା।

ଯଦି ସକାଳୁ କୌଣସି ଭିକାରୀ ଭିକ ମାଗିବାକୁ ଆସେ ତ ବୁଝିଯାଅନ୍ତୁ ଆପଣ କୌଣସି ଲୋକକୁ ଉଧାର ଦେଇଥିବା ଧନକୁ ଖୁବଶୀଘ୍ର ଫେରି ପାଇବେ। ତେବେ ଭିକାରୀଙ୍କୁ ଦେଖି କେବେବି ଅସ୍ତବ୍ୟସ୍ତ ହୁଅନ୍ତୁ ନାହିଁ କି ତାଙ୍କ ଉପରେ ରାଗନ୍ତୁ ନାହିଁ ଏହା ଆପଣଙ୍କୁ ଶୁଭଫଳ ଦେଇଥାଏ ଏବଂ ଆପଣଙ୍କର ଦିନଟି ମଙ୍ଗଳମୟ ହୋଇଥାଏ। ତେଣୁ ଆପଣ ସକାଳୁ ଭିକାରୀଙ୍କୁ ପାଇଲେ ଖୁସି ହୋଇଯାନ୍ତୁ।

ଯଦି କୌଣସି କାର୍ଯ୍ୟରେ ଘରୁ ବାହରୁକୁ ଯିବାବେଳେ କୌଣସି ସୁହାଗିନୀ ନାରୀ କିମ୍ବା ଗାଈ ଆସିଯାନ୍ତି ତେବେ ସେହି କାର୍ଯ୍ୟରେ ସମ୍ପୂର୍ଣ ସଫଳତା ମିଳିଥାଏ

ସେହିପରି ରାସ୍ତାରେ ଆପଣଙ୍କ ସାମ୍ନାରେ କେହି ଗୁଡ଼ ନେଇ ଯାଉଥିବାର ଦେଖନ୍ତି ତେବେ ଆପଣ ବୁଝିଯାଅନ୍ତୁ କି ଆପଣଙ୍କର କାର୍ଯ୍ୟଟି ବା ଆପଣଙ୍କର ଦିନଟି ବହୁତ ଭଲ ଲାଭଦାୟକ ହେବ। ଯାହାକି ଆପଣଙ୍କୁ ବହୁତ ସଫଳତାର ରାସ୍ତା ଦେଖାଇବ ଏବଂ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବା ସହିତ ଶୁଭଫଳ ଆଣିଦେଇଥାଏ।

ରାସ୍ତାରେ ଯାଉଥିବା ସମୟରେ ଯଦି କୌଣସି ସ୍ତ୍ରୀ ବା ପୁରୁଷ କ୍ଷୀର କିମ୍ବା ପାଣି ଭର୍ତ୍ତି ପାତ୍ର ନେଇ ଯାଉଥିବାର ଦେଖନ୍ତି ତେବେ ତାହା ବହୁତ ଶୁଭ ସଂକେତ ଦେଇଥାଏ।

ଯଦି ରାସ୍ତାରେ ହସୁଥିବା ବାଳକ ଏବଂ ଫୁଲ ଫଳ ବିକୁଥିବା କେହି ଜଣେ ନଜର ଆସେ ତ ଆପଣଙ୍କୁ ନିଶ୍ଚୟ ଲାଭ ପ୍ରାପ୍ତ ହେବ। ଯାହାକି ଆପଣ କେବେବି ଭାବି ନଥିବେ ଏବଂ ଆପଣ ବୁଝିଯାଅନ୍ତୁ କି ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭ ଏବଂ ମଙ୍ଗଳଦାୟକ ହେବ। ଆପଣଙ୍କର ସବୁ କାର୍ଯ୍ୟ ସଫଳ ମଧ୍ୟ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *