Excuse Me Odisha

ଯାହା କହିବୁ ସତ କହିବୁ

ପଞ୍ଚୁକ ୫ ଦିନରେ କରନ୍ତୁ ଏହି ୫ଟି କାମ,ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ,ଜାଣନ୍ତୁ କଣ କଣ ସେ ସବୁ କାମ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପଞ୍ଚୁକ ୫ ଦିନରେ କରନ୍ତୁ ଏହି ୫ ଟି କାମ ସବୁ ମନସ୍କାମନା ପୂରଣ ହେବ।

କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁରୁଷ ସ୍ତ୍ରୀ ଯୁବକ ଏବଂ ଯୁବତୀ ସମସ୍ତେ ତୃଣ ବ୍ରତ ଭାବି ପ୍ରାତଃ ସ୍ନାନ ସହ ୫ ଦିନ ପଞ୍ଚୁକ ପାଳନ କରନ୍ତି। ପିତାମହ ଭୀଷ୍ମ ବାସୁଦେବ କୃଷ୍ଣଙ୍କ ଠାରୁ ପ୍ରତିବର୍ଷ କାର୍ତ୍ତିକ ମାସର ଶେଷ ୫ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାର କହିଥିଲେ। ସେହି ଅନୁସାରେ ବ୍ରତର ନାମକରଣ ଭୀଷ୍ମ ପଞ୍ଚକ ବୋଲି ହୋଇଛି ତେବେ ବନ୍ଧୁଗଣ ଯଦି ଆପଣ ନିଜର ସବୁ ମନସ୍କାମନା ପୂରଣ କରିବାକୁ ଚାହୁଁଥିଲେ ଏହି ପଞ୍ଚୁକ ୫ ଦିନରେ କରନ୍ତୁ କେବଳ ୫ଟି କାମ। ଘରେ କେବେବି ଧନର ଅଭାବ ରହିବ ନାହିଁ। ମା ଲକ୍ଷ୍ମୀଙ୍କ କୃପାରୁ ଘରେ ସର୍ବଦା ସୁଖ ସମୃଦ୍ଧି ବନି ରହିବ। ଏହା ସହିତ ଜାଣିବା ପଞ୍ଚୁକ ସମୟରେ କେଉଁ ୫ ଟି କାମ ଭୁଲରେ ବି କରିବା ଅନୁଚିତ ହୋଇଥାଏ ନଚେତ ମା ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହୋଇଯିବେ। ଘରେ ଧନର ଘୋର ଅଭାବ ରହିବ।

କାର୍ତ୍ତିକ ମାସ ପଞ୍ଚୁକରେ ଭଗବାନ ରାଧାକୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ। ପୂଜା କରିବା ସମୟରେ ରାଧାକୃଷ୍ଣଙ୍କର ମଥାରେ ଚନ୍ଦନ ଘରେଇ ଲଗାନ୍ତୁ। ଏହା କରିବା ଦ୍ୱାରା ଭଗବାନ ରାଧାକୃଷ୍ଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।

ମହା ପଞ୍ଚୁକ ୫ ଦିନ ଆପଣ ସୂର୍ଯ୍ୟୁ ଉଦୟ ପୂର୍ବରୁ ସକାଳୁ ଭୋର ଭୋର ଉଠି ନିଜର ଘର ସଫା କରିନିଅନ୍ତୁ। ଏହା ପରେ ଘର ବାହାରେ ଚାରିପଟେ ବଗିଚା ମନ୍ଦିର କିମ୍ବା କୌଣସି ସ୍ଥାନ ଯାହା ଆପଣଙ୍କ ଘର ପାଖରେ ଥିବ ତାକୁ ଝାଡୁରେ ଅଳେଇ ସବୁ ସଫା କରିନେବେ। ସବୁ ଆଡେ ସଫା ରଖିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଖୁସି ହୋଇ ତାଙ୍କର କୃପା ବର୍ଷା କରିଥାନ୍ତି। କାରଣ ମା ଲକ୍ଷ୍ମୀ ସବୁବେଳେ ପରିଷ୍କାର ସ୍ୱଚ୍ଛ ସ୍ଥାନରେ ରହିବାକୁ ଇଛା କରିଥାନ୍ତି।

ଆପଣ ଏହି ମହା ପଞ୍ଚୁକରେ ସୁର୍ଯ୍ୟ ଉଦୟ ହେବା ପୂର୍ବରୁ ପ୍ରାତଃ ସ୍ନାନ ସାରି ଚଉରା ପୂଜା ବା ତୁଳସୀ ପୂଜା କରନ୍ତୁ। ପୂଜା କରିବା ସାରିବା ପରେ ଆପଣ ଚଉରା ପାଖରେ ବା ଭଗବାନ ରାଧାକୃଷ୍ଣଙ୍କ ପାଖରେ ମୁରୁଜରେ କିଛି ରଙ୍ଗଲି ପକାନ୍ତୁ ଏବଂ ସେହି ମିରୁଜରେ ପଞ୍ଚୁକ ବୋଲି ମଧ୍ୟ ଲେଖନ୍ତୁ। ଏବଂ ଏହାକୁ ପଞ୍ଚୁକ ୫ ଦିନ ପ୍ରତିଦିନ ପୂଜା ସାରିବା ପରେ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୁରା ହୋଇଥାଏ ଏବଂ ଆପଣଙ୍କର ସେହି ଦିନଟି ଶୁଭରେ ବ୍ୟତିତ ହୋଇଥାଏ।

କାର୍ତ୍ତିକ ମାସ ପଞ୍ଚୁକ ୫ ଦିନରେ ଭଗବାନ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କାହିଁକିନା ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କର ପ୍ରତୀକ ହୋଇଥାଏ। ତେଣୁ ଏହାକୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବା ଦ୍ୱାରା ଭଗବାନଙ୍କର କୃପା ପ୍ରାପ୍ତ ହୋଇଥାଏ।

ପଞ୍ଚୁକ ୫ ଦିନରେ ଶେଷ ଦିନ ଡ଼ଙ୍ଗା ଭସା ଦିନ ହୋଇଥାଏ। ଏହି ଦିନ ଛୋଟରୁ ବଡ଼ ଯାଏଁ ସମସ୍ତେ ଡ଼ଙ୍ଗା କିଣି ତାକୁ ପୂଜା କରି ନଇ କିମ୍ବା ପୋଖରୀରେ ଭସାଯାଏ। ଆପଣ ଯଦି ଏହି ଦିନ କଦଳୀ ପାଟୁଆରେ ଡ଼ଙ୍ଗା ତିଆରି କରି ଭସେଇବେ ତେବେ ଆପଣଙ୍କର ସବୁ ଇଛା ସବୁ ମନସ୍କାମନା ବହୁତ ଶୀଘ୍ର ପୁରଣ ହୋଇଥାଏ। କିନ୍ତୁ ଯଦି ଆପଣ ପେପରରେ ତିଆରି କିମ୍ବା ସୋଲରେ ତିଆରି ଡ଼ଙ୍ଗା କିଣି ଭସାଇବେ ତାହେଲେ ଧ୍ୟାନ ରଖିବେ କି ଆପଣ ଯେଉଁ ଦୀପ ବା ମହମବତୀ ସେଥିରେ ଲଗାଇଥିବେ ଧ୍ୟାନ ରଖିବେ ଯେ ତାହା କିଛି ବାଟ ଭାସିଯାଇ ଜଳି ନଯାଉ। ଏମତି ହେବା ଦ୍ୱାରା ଆପଣଙ୍କର ମନସ୍କାମନା ସେମିତି ଅଧୁରା ହୋଇ ରହିଯିବ। କାହିଁକିନା ଡ଼ଙ୍ଗା ଜଳିଯିବା ଏକ ଅଶୁଭ ପ୍ରକାରର ସଂକେତ ଦେଇଥାଏ। ସେଥିପାଇଁ ଆପଣ କଦଳୀ ପାଟୁଆରେ ଡ଼ଙ୍ଗା ତିଆରି କରି ଭସାଇବା ସବୁଠାରୁ ଭଲ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ମହା ପଞ୍ଚୁକ ସମୟରେ କେଉଁ କାମକୁ କରିବା ଅନୁଚିତ ହୋଇଥାଏ।

୧୫ ନଭେମ୍ବର ଠାରୁ ଆରମ୍ଭ ହେଉଛି ପଞ୍ଚୁକ ଯାହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ରହିବ। ଏହି ପଞ୍ଚୁକରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୫ ଟି କାମ। ଭାରତୀୟ ପରମ୍ପରା ଅନୁସାରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଜ୍ୟୋତିଷ ଗଣନା କରି ଶୁଭ ଏବଂ ଅଶୁଭ ମୁହୂର୍ତ୍ତ ସ୍ଥିର କରାଯାଏ। ଜ୍ୟୋତିଷଙ୍କ ଅନୁସାରେ ଶୁଭ ମୁହୂର୍ତ୍ତରେ କରାଯାଇଥିବା କୌଣସି ବି ନୂତନ କାମ ଭଲ ହୋଇଥାଏ ଏବଂ ଅଶୁଭ ମୁହୂର୍ତ୍ତରେ କରାଯାଇଥିବା କାମ ଅଶୁଭ ଫଳ ଦେଇଥାଏ। ଏହି ବର୍ଷ ପଞ୍ଚୁକରେ ଏହି ୫ ଟି କାମ କରିବା ଉଚିତ ନୁହେଁ।

ପ୍ରଥମ କଥା। ଜାଣି ରଖନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖଟ ଉପରେ ବସି କୌଣସି ମନ୍ତ୍ର ଉଚାରଣ କରିବା ପାଇଁ ମନାକରାଯାଏ କାରଣ ଏହା ଶୁଭ ହୋଇନଥାଏ। ଏହି କାମ କରିବା ଦ୍ୱାରା କୌଣସି ସଙ୍କଟ ଆସିଥାଏ। ତେଣୁ ଏହି ପଞ୍ଚୁକ ସମୟରେ ଖଟ ଉପରେ ବସି କୌଣସି ମନ୍ତ୍ର ଉଚାରଣ କରନ୍ତୁ ନାହିଁ

ପଞ୍ଚୁକର ଯେଉଁ ସମୟରେ ଧନୁଷ୍ଠା ନକ୍ଷତ୍ରର ସମୟ ହୋଇଥାଏ ସେହି ସମୟରେ ଘାସ କାଠ ଏବଂ ଜଳୁଥିବା ବସ୍ତୁ ମାନଙ୍କୁ ଏକାଠି କରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

ପଞ୍ଚୁକରେ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ ମାନାଯାଏ ନାହିଁ। କାରଣ ଏହି ଦିଗରେ ଯମରାଜଙ୍କର ବାସ ହୋଇଥାଏ। ତେଣୁ ଏହି ୧୫ ନଭେମ୍ବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଦିଗକୁ କୌଣସିବି ଯାତ୍ରା କରନ୍ତୁ ନାହିଁ।

ପଞ୍ଚୁକରେ ଯେବେ ରେବତୀ ନକ୍ଷତ୍ର ଲାଗିଥିବ ସେହି ସମୟରେ ଘରର ଛାତ ବନେଇବା ଉଚିତ ହୋଇନଥାଏ। ସେଥିପାଇଁ ଏହି ସମୟରେ କେବେବି ଘରର ଛାତ ପକାନ୍ତୁ ନାହିଁ।

ଏହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ପଞ୍ଚୁକରେ କେବେବି କୌଣସି ଶବର ଅନ୍ତିମ ସଂସ୍କାର କରିବା ପୂର୍ବରୁ କୌଣସି ଯଜ୍ଞ ପଣ୍ଡିତର ପରାମର୍ଶ ନେବା ଉଚିତ। ଏହା ବ୍ୟତୀତ ଏହି ପଞ୍ଚୁକରେ କିଛି ଶୁଭ କାର୍ଯ୍ୟ କରିବା ଦରକାର। କିଛି ନକ୍ଷତ୍ରରେ ପଞ୍ଚୁକ ଲାଗିବା ଦ୍ୱାରା ଶୁଭ କାର୍ଯ୍ୟ ମଧ୍ୟ କରାଯାଏ। ତେଣୁ ଏହି ଦିନରେ ବ୍ୟାପାର ନିର୍ବଂଦ୍ଧ ବିବାହ ଆଦି କରିଲେ ଶୁଭ ଫଳ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *