Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ର ଗ୍ରହଣ : କାର୍ତ୍ତିକ ପୂର୍ଣ୍ଣିମା ୧୯ ନଭେମ୍ବର : କେତେ ବେଳେ ହାଣ୍ଡି ଛାଡ ସମୟ, ଗର୍ଭବତୀ ମହିଳା କଣ କରିବେ ଏବଂ କେଉଁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ସେୟାର୍ କରନ୍ତୁ

ବନ୍ଧୁଗଣ, ଏହିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଆସନ୍ତା ୧୯ ନଭେମ୍ବର ଶୁକ୍ରବାର ଦିନ ଲାଗିବାକୁ ଯାଉଛି। ଚନ୍ଦ୍ର ଗ୍ରହଣ ସମୟରେ କିଛି ନୂଆ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ। ଗ୍ରହଣ ସମୟରେ ଗୃହ ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଥାଏ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ତଥା ନଭେମ୍ବର ୧୯ ତାରିଖ ଶୁକ୍ରବାର ଦିନ ବର୍ଷର ଦ୍ଵିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହା ଆଂଶିକ ଚନ୍ଦ୍ର ଗ୍ରହଣ ଅଟେ। ଏହି ଚନ୍ଦ୍ର ଗ୍ରହଣ ଭାରତର ଆସାମ ଓ ଅରୁଣାଚଳ ପ୍ରଦେଶରେ କିଛି ସମୟ ପାଇଁ ଦୃଶ୍ୟମାନ ହେବ।

ଏହି ଚନ୍ଦ୍ର ଗ୍ରହଣ ଆମେରିକା, ଉତ୍ତର ଇଉରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେବ। ଜ୍ୟୋତିଷ ମାନଙ୍କ ମତରେ ଏହି ଗ୍ରହଣ ବୃଷ ରାଶି ଏବଂ କୃତ୍ତିକା ନକ୍ଷତ୍ରରେ ଲାଗିବ। ଯାହାଫଳରେ ବୃଷ ରାଶିର ଲୋକ ମାନଙ୍କ ପାଇଁ ଏହି ସମୟ କ୍ଷତିକାରକ ସାବ୍ୟସ୍ତ ହେବ। ଭାରତୀୟ ସମୟ ଅନୁସାରେ ଏହି ଗ୍ରହଣ ନଭେମ୍ବର ୧୯ ତାରିଖ ଦିବା ୧୧ ଘଣ୍ଟା ୩୪ ମିନିଟରୁ ଚନ୍ଦ୍ର ଗ୍ରହଣ ପ୍ରାରମ୍ଭ ହେବ ଏବଂ ସନ୍ଧ୍ୟା ୫ ଘଣ୍ଟା ୩୩ ମିନିଟରେ ଶେଷ ହେବ। କିନ୍ତୁ ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ନହେବା କାରଣରୁ ଏହାର ସୂତକ କାଳ ମାନା ଯିବ ନାହିଁ।

କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ସମୟରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଉଚିତ। ସୂତକ କାଳ ସମୟରେ ଖାଦ୍ୟପାନୀୟ ଏବଂ ପୂଜାପାଠ ଆଦି ଧାର୍ମିକ କାର୍ଯ୍ୟରୁ ଦୂରେଇ ରହିବା ଉଚିତ। ଏହି ସମୟରେ ଭଗବାନଙ୍କ ଧ୍ୟାନ କରନ୍ତୁ। ଏହି ଅବଧିରେ ଗର୍ଭବତୀ ମହିଳା ମାନେ ବିଶେଷ ସାବଧାନ ରହିବା ଆବଶ୍ୟକ। ଗ୍ରହଣ ସମୟରେ ଭଗବାନ ମହାଦେବଙ୍କ ଆରାଧନା କରିବା ଲାଭଦାୟକ ହୋଇଥାଏ।

ପାଞ୍ଚଟି ରାଶିର ଲୋକଙ୍କ ଉପରେ ଚନ୍ଦ୍ର ଗ୍ରହଣର ପ୍ରଭାବ ପଡ଼ିବ। ବୃଷ ରାଶି, କନ୍ୟା ରାଶି, ବିଛା ରାଶି, ଧନୁ ରାଶି ଏବଂ ମେଷ ରାଶିରେ ଚନ୍ଦ୍ର ଗ୍ରହଣର ସର୍ବାଧିକ ପ୍ରଭାବ ରହିବ। ଏହି ସମୟରେ ଆପଣଙ୍କୁ ଅଯଥା ଖର୍ଚ୍ଚ ଓ ବାଦବିବାଦ ରୁ ଦୂରେଇ ରହିବା ଆବଶ୍ୟକ। ଏକାନ୍ତରେ ପ୍ରଭୁଙ୍କ ଧ୍ୟାନ କରିବା ଉଚିତ

ଆମେ ପ୍ରତିଦିନ ଏମିତି ସ୍ବାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ଼, ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ, ମାସିକ ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ। ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଆମ ତଥ୍ୟ ଭଲ ଲାଗିଥିଲେ, ଏହାକୁ ସମସ୍ତଙ୍କୁ ସେୟାର କରନ୍ତୁ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ସମ୍ପୂର୍ଣ୍ଣ ପଢିଥିବାରୁ ଆପଣଙ୍କୁ ଧନ୍ୟବାଦ। ଭଲ ଲାଗିଥିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *