Excuse Me Odisha

ଯାହା କହିବୁ ସତ କହିବୁ

ମହା ପଞ୍ଚୁକରେ ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ ଭୟଙ୍କର ଗରିବୀ ଆସିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ପଞ୍ଚୁକରେ ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ ଭୟଙ୍କର ଗରିବୀ ଆସିଥାଏ।

ବନ୍ଧୁଗଣ ୧୫ ନଭେମ୍ବର ଠାରୁ ଆରମ୍ଭ ହେଉଛି ପଞ୍ଚୁକ ଯାହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ରହିବ। ଏହି ମହା ପଞ୍ଚୁକରେ ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ ନଚେତ ଆସିପାରେ ଭୟଙ୍କର ବିପତି। ଏହା ସହିତ ଜାଣିବା ପଞ୍ଚୁକରେ ୫ ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସୁନା ଭଳି ଚମିକିବାକୁ ଯାଉଛି। ଏହି ରାଶିର ଲୋକଙ୍କ ଭାଗ୍ୟ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

କାର୍ତ୍ତିକ ମାସର ଶୁକ୍ଳପକ୍ଷର ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ୫ ଦିନକୁ ମହା ପଞ୍ଚୁକ କୁହାଯାଇଥାଏ। ଏହି ୫ ଦିନକୁ ବହୁତ ପବିତ୍ର ମାନାଯାଇଛି। ଏହି ଦିନରେ ଲୋକମାନେ ଦାନ ଧର୍ମ ପୂଜା ପାଠରେ ସମୟ ଅତିବାହିତ କରିଥାନ୍ତି। ଏହି ଦିନ ଶୁଭ ହୋଇଥିବାରୁ ଏହି ଦିନ ମାନଙ୍କରେ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟମାନ କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଘରେ ପୂଜା ପାଠ କରିଲେ ବ୍ୟକ୍ତିଙ୍କ ଜୀବନରେ ଶୁଭ ଫଳ ମିଳିଥାଏ। ଘରେ ଉନ୍ନତି ହୋଇଥାଏ। ବ୍ୟବସାୟରେ ଚାକିରୀରେ ଏବଂ ପରୀକ୍ଷାରେ ଭଲ ଫଳ ମିଳିଥାଏ। ଯଦି ଆମେ ଏହି ପବିତ୍ର ଦିନରେ କିଛି ଅଶ୍ୱଭ କାମ କରି ଦେଉଛନ୍ତି ତେବେ ଆମେ କରିଥିବା ସବୁ ଧର୍ମ କର୍ମର ଫଳ ସବୁ ଅଶୁଭ ହୋଇଥାଏ। ଯାହା ଫଳରେ ଆମକୁ ସାରା ଜୀବନ ଦୁଃଖ କଷ୍ଟ ଅଭାବ ଅନଟନରେ ଜୀବନ ବିତାଇବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ପଞ୍ଚୁକରେ କେଉଁ କାମ କରିବା ଉଚିତ ହୋଇନଥାଏ।

ସକାଳେ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଏହି ଦିନ ବହୁତ ପବିତ୍ର ହୋଇଥାଏ ତେଣୁ ଏହି ଦିନରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ। ଯେଉଁ ଲୋକ ଡେରି ପର୍ଯ୍ୟନ୍ତ ଶୋଇ ରହିଥାନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇନଥାଏ। ସେହି ବ୍ୟକ୍ତିର ଭାଗ୍ୟ ନିଦ୍ରାରେ ହିଁ ରହିଯାଏ। ସେଥିପାଇଁ ସକାଳୁ ଉଠି ସ୍ନାନ କରି ଭଗବାନଙ୍କର ପୂଜା ପାଠ ଆରାଧନା କରିବା ଉଚିତ। ସେହିପରି ସନ୍ଧ୍ୟା ସମୟରେ ମଧ୍ୟ ଶୋଇବା ଉଚିତ ହୋଇନଥାଏ।

କ୍ରୋଧ କରନ୍ତୁ ନାହିଁ। ଏବେ ହିଁ ଖରାପ ଅଭ୍ୟାସକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଦିଅନ୍ତୁ। ଆପଣଙ୍କ ଘର ପରିବେଶକୁ ଶାନ୍ତ ରଖନ୍ତୁ। ଜୋରରେ କାହାକୁ ପାଟି କରି କିଛି କୁହନ୍ତୁ ନାହିଁ। ଘରର ମହିଳା ମାନଙ୍କ ଉପରେ ରାଗନ୍ତୁ ନାହିଁ। ନିଜର ସନ୍ତାନ ମାନଙ୍କ ଉପରେ ରାଗନ୍ତୁ ନାହିଁ ପାଟି କରନ୍ତୁ ନାହିଁ ଗାଳି ଦିଅନ୍ତୁ ନାହିଁ ଏହିପରି କଲେ ଅଶୁଭ ହୋଇଥାଏ। ଯେଉଁଲୋକମାନେ ଏହି ଦିନ କ୍ରୋଧ କରନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇନଥାଏ।

ବାଦ ବିବାଦ କରନ୍ତୁ ନାହିଁ। ଘରେ କୌଣସି ପ୍ରକାରର କଳହ କିମ୍ବା ଝଗଡା କରନ୍ତୁ ନାହିଁ ଯେଉଁଠି ଝଗଡା ଓ କଳହ ଲାଗିରହିଥାଏ ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ। ଏଥି ସହିତ ବାହାରେ ମଧ୍ୟ ଏହି କଥାର ଧ୍ୟାନ ରଖନ୍ତୁ। କାହା ସହିତ କୌଣସି ପ୍ରକାରର ଝଗଡା ମଧ୍ୟ ନହୁଏ। ଅଶାନ୍ତ ମନରେ କରାଯାଇଥିବା କାମ କେବେବି ମଧ୍ୟ ସଫଳ ହୋଇନଥାଏ।

ଘରକୁ ଅପରିଷ୍କାର କରନ୍ତୁ ନାହିଁ ଏହି ସମୟରେ ସଫା ସୁତରା କରିବାର ବିଶେଷ ମହତ୍ୱ ରହିଥାଏ। ଘରେ ଅଳିଆ ରହିବା ଉଚିତ ନୁହେଁ। ଘରର କୋଣ ଅନୁକୋଣରେ ସଫା ରଖିବା ଉଚିତ। କୌଣସି ପ୍ରକାରର ଦୁର୍ଗଦ୍ଧ ଘର ଭିତରେ କିମ୍ଵା ଘର ପାଖରେ ରହିବା ଉଚିତ ନୁହେଁ। ଘରେ ସୁଗନ୍ଧିତ ବାତାବରଣ ରହିବା ଉଚିତ।

ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହି ଶୁଭ ଦିନରେ କୌଣସି ପ୍ରକାରର ନିଶା ଦ୍ରବ୍ୟର ସେବନ କରିବା ଉଚିତ ନୁହେଁ। ମାନ୍ୟତା ଅଛି କି ଯେଉଁଲୋକ ଏହି ପବିତ୍ର ଦିନ ମାନଙ୍କରେ ନିଶା ଦ୍ରବ୍ୟର ସେବନ କରନ୍ତି ତାଙ୍କର ସବୁବେଳେ ଅସୁବିଧା ହୋଇଥାଏ। ନିଶା ସେବନ ଯୋଗୁ ଘରର ଶାନ୍ତି ଭଙ୍ଗ ହେବା ସହିତ ମାନସିକ ଚିନ୍ତା ବୃଦ୍ଧି ପାଇଥାଏ ଯାହାର ଫଳ ଅଶୁଭ ହୋଇଥାଏ। ଘରକୁ ଦରିଦ୍ରତା ଆସିଥାଏ ସେଥିପାଇଁ ଏହି ଦିନ ମାନଙ୍କରେ ନିଶା ଦ୍ରବ୍ୟର ସେବନ କରନ୍ତୁ ନାହିଁ।

ଆମିଷ ଖାଆନ୍ତୁ ନାହିଁ। ପଞ୍ଚୁକର ଏହି ପବିତ୍ର ୫ ଦିନରେ ଭୁଲରେ ବି ଆମିଷ ଖାଆନ୍ତୁ ନାହିଁ। ଆମିଷ ଘରକୁ ଆଣିବା କିମ୍ବା ଖାଇବା ଅଶୁଭ ହୋଇଥାଏ। ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ବୟସ୍କ ଲୋକଙ୍କର ଅପମାନ କରନ୍ତୁ ନାହିଁ। ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି କୌଣସି ବି ପରିସ୍ଥିତିରେ ମା ବାପା କିମ୍ବା ଅନ୍ୟ ବୟସ୍କ ଲୋକମାନଙ୍କୁ ଅପମାନ କରନ୍ତୁ ନାହିଁ ନିରାଶ କରନ୍ତୁ ନାହିଁ ସମସ୍ତଙ୍କୁ ସମ୍ମାନ କରନ୍ତୁ। ଯେଉଁ ଲୋକମାନେ ଏମିତି ଭୁଲ କରିଥାନ୍ତି ସେମାନେ ଦେବୀ ଏବଂ ଦେବତା ମାନଙ୍କର କୃପା ମିଳିନଥାଏ ଏବଂ ସେମାନେ ସବୁବେଳେ ଦରିଦ୍ର ହୋଇ ରହିଥାନ୍ତି।

ଏବେ ଆସନ୍ତୁ ଜାଣିବା ପଞ୍ଚୁକ ଠାରୁ କେଉଁ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବାକୁ ଯାଉଛି।

ପଞ୍ଚୁକର ଆରମ୍ଭରେ ଗ୍ରହ ନକ୍ଷତ୍ର ମାନଙ୍କର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଯାହାର ଫଳରେ ୫ ଟି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି। ଯେବେବି କେଉଁ ଗ୍ରହ ନିଜର ସ୍ଥାନ ବଦଳାଇଥାଏ କିମ୍ବା ଗ୍ରହ ନକ୍ଷତ୍ରରେ କିଛି ପରିବର୍ତ୍ତନ ହୋଇଥାଏ ତାହେଲେ ଆମ ମାନଙ୍କ ଜୀବନରେ କିଛି ଭଲ ସମୟ କିମ୍ବା ଖରାପ ସମୟ ଆରମ୍ଭ ହୋଇଯାଏ ଏବଂ ଏହି ପଞ୍ଚୁକରେ ଗ୍ରହ ମାନଙ୍କର ଚଳନର କାରଣରୁ ଏହି ୫ ଟି ରାଶିକୁ ସବୁଠାରୁ ଅଧିକ ଲାଭ ହେବ।

କନ୍ୟା ରାଶି। ଏହି ରାଶିର ଲୋକଙ୍କର ପଞ୍ଚୁକ ଦିନ ଠାରୁ ସବୁଠାରୁ ଅଧିକ ସଫଳତା ହେବା ଭଳି ଦିନ ରହିବ। ଆପଣଙ୍କର ସମସ୍ତ ଧନ ଜନିତ ସମସ୍ୟା ଦୂର ହେବ। ଆପଣଙ୍କୁ ଆକସ୍ମିକ ଧନ ଲାଭ ହୋଇପାରେ। ଏହି ପଞ୍ଚୁକ ପର ଠାରୁ ଆପଣଙ୍କର ଘର ପରିବାରରେ ସୁଖ ଶାନ୍ତିର ବାତାବରଣ ଲାଗିରହିବ। ଧନ ରୋଜଗାର କରିବାର ବହୁତ ଅଵସର ପ୍ରାପ୍ତି ହେବ। ଏହା ବ୍ୟତୀତ ଅନ୍ୟ ମାନଙ୍କ ମାଧ୍ୟମରେ ମଧ୍ୟ ଧନର ପ୍ରାପ୍ତି ହେବ ଏବଂ ତାସହିତ ଭୋଗ ବିଳାସର ମଧ୍ୟ ବୃଦ୍ଧି ହୋଇପାରେ।

ବୃଷ ରାଶି। ଏହି ରାଶିର ଲୋକଙ୍କର ଏହି ସମୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ପଞ୍ଚୁକ ଠାରୁ ହିଁ ଏମାନଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ ଏବଂ ଏମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଦେବ ଏବଂ ଏହି ସମୟରେ ଆପଣ କିଛି ପରିବର୍ତ୍ତନର ଅନୁଭବ କରିପାରିବେ। ଏପରିକି ଲୋକମାନଙ୍କ ନଜରକୁ ମଧ୍ୟ ଆସିବେ। ଆପଣ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବେ ଏହି ସମୟରେ ଆପଣଙ୍କୁ ଭଲ ଜୀବନସାଥୀ ମିଳିବ। ଧନ ଜିନିଟ ସମସ୍ୟା ମଧ୍ୟ ଦୂର ହେବ।

ସିଂହ ରାଶି। ପଞ୍ଚୁକ ପର ଠାରୁ ହିଁ ଏହି ରାଶିର ଲୋକଙ୍କ ପାଇଁ ବହୁତ ଶ୍ରେଷ୍ଠ ଦିନ ହେବାକୁ ଯାଉଛି। ଏହି ଦିନ ଠାରୁ ଆପଣଙ୍କର ଅଧୁରା ସ୍ୱପ୍ନ ସବୁ ପୂରଣ ହେବାକୁ ଯାଉଛି। ଆପଣଙ୍କର ଦୀର୍ଘ ଦିନରୁ ସମସ୍ୟା ଦୂର ହେବ। ପରିବାର ମଧ୍ୟରେ ସୁଖ ଶାନ୍ତିର ଜୀବନ ଅତିବାହିତ କରିବେ। ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ। ଏହି ଦିନ ଠାରୁ ଆପଣଙ୍କ ଭାଗ୍ୟ ବହୁତ ଭାଗ୍ୟଶାଳୀ ହେବାକୁ ଯାଉଛି।

ବିଛା ରାଶି। ଏହି ରାଶିର ଲୋକଙ୍କ ପାଇଁ ଏହି ଦିନ ଠାରୁ ବହୁତ ଶୁଭ ସମୟ ଆସିବାକୁ ଯାଉଛି। ଏହି ସମୟରେ ଆପଣଙ୍କ ଉପରେ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତି ହେବ। ସବୁ ପ୍ରକାରର ଦୁଃଖ ଦୂର ହେବ। ବିବାହିତ ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଲଭ ଲାଇଫ ଭଲ ରହିବ। ଜୀବନରେ ଉନ୍ନତି କରିବେ। ହଠାତ ଧନ ପ୍ରାପ୍ତ ହୋଇପାରେ।

ତୁଳା ରାଶି। ଏହି ରାଶିର ଲୋକଙ୍କ ପାଇଁ ଏହି ସମୟ ବହୁତ ଶୁଭ ରହିବ। ବିଶେଷ କରି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ରହିବ। ଆଗକୁ ବହୁତ ଶୁଭ ସମୟ ଆସିବାକୁ ଯାଉଛି। କୌଣସି ବି ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିବ ନାହିଁ। ଦୀର୍ଘ ଦିନରୁ ପୁରୁଣା ରୋଗରୁ ମୁକ୍ତି ମିଳିବ। ସମାଜରେ ମାନ ସମ୍ମାନ ବଢିବ। ଏହି ଦିନ ଠାରୁ ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ଆପଣଙ୍କୁ କାର୍ଯ୍ୟରେ ପ୍ରଶଂସା ମିଳିବ। କିଛି ଏମିତି ଆପଣଙ୍କ ସହିତ ଘଟିବ ଯାହା ଆପଣ ଚିନ୍ତାବି କରିନଥିବେ। ଯାହା ଦ୍ୱାରା ଆପଣଙ୍କର ବିଚାରଧାରା ବହୁତ ସକାରାତ୍ମକ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *