Excuse Me Odisha

ଯାହା କହିବୁ ସତ କହିବୁ

ଏହି ଚାରୋଟି ରାଶିର ପୁଅ ମାନଙ୍କୁ ପାଇବା ପାଇଁ ସୁନ୍ଦରୀ ଝିଅମାନେ ହୁଅନ୍ତି ପାଗଳ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ, କୌଣସି ବ୍ୟକ୍ତିର ରାଶିକୁ ନେଇ ସେହି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ ଏବଂ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବା ମଧ୍ୟ ବ୍ୟକ୍ତିର ରାଶି ମାଧ୍ୟମରେ ହିଁ ଜଣା ପଡ଼ିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏଭଳି ଏକ ଜୀବନସାଥୀର କାମନା କରିଥାଏ, ଯିଏ ତାଙ୍କୁ ନିଜ ଠାରୁ ଅଧିକ ଭଲ ପାଉଥିବ।

ଭାଗ୍ୟବାନ ପୁରୁଷ ମାନଙ୍କୁ ତାଙ୍କ ଜୀବନରେ ସୁନ୍ଦର ଏବଂ ଗୁଣୀ ସ୍ତ୍ରୀ ମିଳିଥାଏ। କିନ୍ତୁ କିଛି ଲୋକଙ୍କୁ ନିଜ ଇଚ୍ଛା ଅନୁସାରେ ଜୀବନସାଥୀ ମିଳି ନଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ରାଶି ଥିବା ପୁଅ ମାନଙ୍କ ବିଷୟରେ କହି ଯାଉଛୁ, ଯେଉଁ ମାନଙ୍କୁ ପାଇବା ପାଇଁ ଝିଅମାନେ ପାଗଳ ହୋଇ ଯାଆନ୍ତି ଏବଂ ସେମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇ ଯାଆନ୍ତି। ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ପ୍ରଥମ ରାଶିଟି ହେଉଛି ମିଥୁନ ରାଶି । ଏହି ରାଶିର ପୁଅ ମାନଙ୍କ ପ୍ରତି ଝିଅ ମାନେ ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ଏମାନେ ବହୁତ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି। ଏହାସହିତ ଏମାନଙ୍କ ହୃଦୟ ଅତ୍ୟନ୍ତ କୋମଳ ହୋଇଥାଏ। ଏମାନେ ଝିଅ ମାନଙ୍କ ସହିତ କିପରି କଥାବାର୍ତ୍ତା କରିବା ଉଚିତ ଏବଂ କିପରି ବ୍ୟବହାର କରିବା ଉଚିତ ତାହା ଭଲ ଭାବରେ ଜାଣିଥାନ୍ତି। ଏମାନେ ଝିଅ ମାନଙ୍କ ମନ କଥାକୁ ପଢି ପାରନ୍ତି। ମିଥୁନ ରାଶିର ପୁଅ ମାନଙ୍କର ଏହି ଗୁଣ ଯୋଗୁଁ ଝିଅ ମାନେ ଏମାନଙ୍କୁ ପାଇବା ନିମନ୍ତେ ସର୍ବଦା ଇଛା ରଖିଥାନ୍ତି।

୨/ ଦ୍ୱିତୀୟ ରାଶିଟି ହେଉଛି ସିଂହ ରାଶି। ଏହି ରାଶିର ପୁଅ ମାନେ ସମ୍ପର୍କକୁ ଅତ୍ୟଧିକ ଗୁରୁତ୍ୱ ପ୍ରଦାନ କରନ୍ତି। ଏମାନେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି। ଏହି ରାଶିର ପୁଅମାନେ ଅଧିକ ଜ୍ଞାନୀ ହୋଇଥାନ୍ତି। ଏମାନଙ୍କୁ କେଉଁ ଝିଅ ମାନଙ୍କୁ କେଉଁ ମାଧ୍ୟମରେ ଆକର୍ଷିତ କରିବା ଉଚିତ, ସେହି ବିଷୟରେ ଭଲଭାବରେ ଜଣାଥାଏ। ଏମାନଙ୍କର ଏହି ଗୁଣ ଯୋଗୁଁ ଝିଅମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ।

୩/ ତୃତୀୟ ରାଶିଟି ହେଉଛି ତୁଳା ରାଶି । ଏହି ରାଶିର ଲୋକମାନଙ୍କ ଆଖିରେ ଏକ ଅଲଗା ପ୍ରକାରର ଚମକ ରହିଥାଏ। ଏମାନେ ସମ୍ପର୍କକୁ ବହୁତ ଗମ୍ଭୀରତାର ସହିତ ନେଇଥାନ୍ତି। ଏହି ରାଶିର ପୁଅଙ୍କ ମଧ୍ୟରେ ଗୋଟିଏ ସମୟରେ ଭିନ୍ନ ଭିନ୍ନ ଚରିତ୍ର ଦେଖିବାକୁ ମିଳିଥାଏ । ଏମାନେ କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ଭଲଭାବରେ ବିଚାର କରିଥାନ୍ତି। ଏହି ରାଶିର ପୁଅ ମାନଙ୍କର ଏହି ସବୁ ଗୁଣ ଯୋଗୁଁ ଝିଅ ମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇ ଯାଆନ୍ତି।ଏହାସହିତ ଝିଅମାନେ ଏମାନଙ୍କୁ ଯେକୌଣସି ଉପାୟରେ ହାସଲ କରିବା ନିମନ୍ତେ ପ୍ରୟାସ କରିଥାନ୍ତି ।

୪/ ଚତୁର୍ଥ ରାଶିଟି ହେଉଛି ମକର ରାଶି। ଏହି ରାଶି ଥିବା ପୁଅ ମାନେ ଦେଖିବାକୁ ବହୁତ ସୁନ୍ଦର ତଥା ଆକର୍ଷଣୀୟ ହୋଇଥାନ୍ତି। ଏହି ରାଶିର ପୁଅଙ୍କ ମଧ୍ୟରେ ଏଭଳି ଏକ କଳା ରହିଥାଏ, ଯାହାଦ୍ୱାରା ସେମାନେ ସହଜରେ ଅନ୍ୟ ମାନଙ୍କୁ ପ୍ରଭାବିତ କରି ପାରିଥାନ୍ତି । ଏମାନଙ୍କର ଏହି ଗୁଣ ଯୋଗୁଁ ସୁନ୍ଦର ଝିଅ ମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ଏମାନଙ୍କୁ ପାର୍ଟନର ରୂପରେ ପାଇବାକୁ ଇଛା ରଖିଥାନ୍ତି।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଜ ସମ୍ପର୍କୀୟଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *