Excuse Me Odisha

ଯାହା କହିବୁ ସତ କହିବୁ

ଖଟ ତଳେ ରଖି ଦିଅନ୍ତୁ ଏହି ୫ ଜିନିଷ,ଦେଖିବେ ଆପଣଙ୍କର ଭାଗ୍ୟ ବଦଳିଯିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଖଟ ତଳେ ରଖିଦିଅନ୍ତୁ ଏହି ୫ ଜିନିଷ। ଭାଗ୍ୟ ବଦଳି ଯିବ।

ବନ୍ଧୁଗଣ ବିଛଣା ତଳେ ରଖିଦିଅନ୍ତୁ ଏହି ୫ ଟି ଜିନିଷ ଧୀରେ ଧୀରେ ବଦଳିଯିବ ଆପଣଙ୍କର ଭାଗ୍ୟ ଏବଂ ଧନର ବୃଦ୍ଧିହେବ। ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରକୁ ବହୁତ ମହତ୍ୱ ଦିଆଯାଇଛି। ଏହି ବାସ୍ତୁ ଆମର ଘରର ସକରାତ୍ମକ ଏବଂ ନକରାତ୍ମକ ଉର୍ଜାକୁ ନିୟନ୍ତ୍ରିତ କରିଥାଏ। ଘରର ଅନ୍ୟ ରୁମ ଭଳି ବେଡ଼ରୁମ ମଧ୍ୟ ବାସ୍ତୁ ଅନୁଯାୟୀ ହେବା ଦରକାର କାରଣ ବେଡ଼ରୁମରେ ଆମେ ଅଧିକ ସମୟ ବିତାଇଥାଉ। ଘରର ବେଡ଼ରୁମରେ ବେଡ଼ ବା ବିଛଣା ନିଶ୍ଚୟ ଭାବରେ ରହିଥାଏ ଯେଉଁଠି ଆମେ ରାତିରେ ଶୋଇଥାଉ। ଏହି ବେଡ଼ ବା ବିଛଣାରୁ ବାହାରୁଥିବା ଉର୍ଜା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ବେଡ଼ ବା ବିଛଣା ତଳେ କେଉଁ ସବୁ ଜିନିଷ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଯାହା ଫଳରେ ଭାଗ୍ୟରେ ପରିବର୍ତ୍ତନ ଆସିବା ସହିତ ଧନର ମଧ୍ୟ ବୃଦ୍ଧି ହୋଇଥାଏ।

ସୋରିଷ ଏବଂ ଲୁଣ। ଗୋଟିଏ କାଗଜରେ କିଛି ସୋରିଷ ଏବଂ କିଛି ଲୁଣ ପକାଇ ତାହାର ପୁଡ଼ିଆ ତିଆରି କରିନିଅନ୍ତୁ। ଏବେ ଏହି କାଗଜର ପୁଡ଼ିଆକୁ ନେଇ ନିଜର ବିଛଣା ବା ବେଡ଼ ତଳେ ରଖିଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ କେବେବି କାହାରି ନଜର ଲାଗିବ ନାହିଁ। ତା ସହିତ ଯେଉଁମାନେ ଅବିବାହିତ ଅଛନ୍ତି ସେମାନେ ଏହାକୁ ବେଡ଼ ତଳେ ରଖିବେ ତେବେ ବହୁତ ଶୀଘ୍ର ମନ ପସନ୍ଦର ଜୀବନସାଥୀ ମିଳିଯିବ।

ଷ୍ଟିଲ ଛୁରୀ। ଯେଉଁ ଲୋକମାନଙ୍କୁ ରାତିରେ ଖରାପ ସମୟ ଆସିଥାଏ ତାଙ୍କର ବେଡ଼ ବା ବିଛଣା ତଳେ ଷ୍ଟିଲର ଛୁରୀ ରଖିଲେ ଖରାପ ଶକ୍ତି ପାଖକୁ ଆସିପାରେ ନାହିଁ ଏବଂ ରାତିରେ ଖରାପ ସ୍ୱପ୍ନ ଆସିବା କମ ହୋଇଯାଏ। ଏହାର ଦ୍ୱିତୀୟ ଫାଇଦା ହେଉଛି ଏହା କୌଣସି ପ୍ରକାରର ଯାଦୁ ତନ୍ତ୍ର ମନ୍ତ୍ରକୁ କାଟୁ କରିବାକୁ ଦିଏନାହିଁ। ମାନେ ଆପଣଙ୍କୁ ଯଦି ସନ୍ଦେହ ଅଛି କି ଆପଣଙ୍କ ଉପରେ କେହି ଯାଦୁ କି ତନ୍ତ୍ର କରୁଛି ତେବେ ଏହି ଛୁରୀକୁ ତକିଆ ତଳେ ରଖି କରି ଶୁଅନ୍ତୁ। ଦେଖିବେ ତନ୍ତ୍ର ମନ୍ତ୍ରର କୌଣସି ପ୍ରଭାବ ରହିବ ନାହିଁ।

ଗୋଲାପ ଫୁଲ। ବୁଧବାର ଦିନ ଗଣେଶ ଭଗବାନଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ ଏବଂ ଭଗବାନ ଗଣେଶଙ୍କର ଚାଳିସା ପାଠ କରନ୍ତୁ। ଏହା ପରେ ଗୋଲାପର ଫୁଲକୁ ନିଜ ବେଡ଼ରୁମ ଭିତରେ ବିଛଣା ତଳେ ରଖିଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ସବୁଦିନ ଭାଗ୍ୟଶାଳୀ ହେବାକୁ ଲାଗିବ ଏବଂ ଆସୁଥିବା ଅଘଟଣ ସବୁ ଦୂରେଇ ଯିବ।

ମୟୁର ପଛ। ଯଦି ପ୍ରତିଦିନ କଳି ଝଗଡା ଲାଗିରହୁଛି ତେବେ ପ୍ରତ୍ୟକ ବ୍ୟକ୍ତିଙ୍କ ବେଡ଼ ବା ବିଛଣା ତଳେ ମୟୁର ପଛ ରଖିଦିଅନ୍ତୁ। ମୟୁର ପଛରେ ସକାରାତ୍ମକ ଉର୍ଜା ଭରି ହୋଇ ରହିଥାଏ। ଯାହାକୁ ନେଇ ଘର ପରିବେଶରେ ସକାରତ୍ମକ ଉର୍ଜାରେ ଭରି ରହିଥାଏ ଏବଂ କୌଣସି କଳି ଝଗଡା ହେବନାହିଁ।

ଶୁଖିଲା ଲେମ୍ବୁ। ଘରର ପୂଜା ସ୍ଥାନରେ ଏକ ଲେମ୍ବୁ ରଖିଦିଅନ୍ତୁ। ଏବଂ ସବୁଦିନ ତାହାକୁ ସିନ୍ଦୁର ଏବଂ ଚାଉଳ ଦ୍ୱାରା ପୂଜା ମଧ୍ୟ କରନ୍ତୁ। ଏହା ଯେମିତି ଶୁଖି ନଯାଉ। ଯେବେ ଲେମ୍ବୁ ଶୁଖିଯିବ ସେହି ଶୁଖିଲା ଲେମ୍ବୁକୁ ଆଣି ବେଡ଼ କିମ୍ବା ବିଛଣା ତଳେ ରଖିଦିଅନ୍ତୁ। ଏଠାରେ ଶୁଖିଲା ଲେମ୍ବୁ ସୁରକ୍ଷିତ କବଜ ଭଳି କାମ କରିଥାଏ। ଏମତି କଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣଙ୍କ ସହିତ ଘଟିବାକୁ ଥିବା ଅଘଟଣ ସବୁ ଧୀରେ ଧୀରେ ଦୂରେଇ ଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *