Excuse Me Odisha

ଯାହା କହିବୁ ସତ କହିବୁ

ରାଶି ଅନୁସାରେ ଜାଣନ୍ତୁ କେଉଁ ଝିଅକୁ ମିଳିବ କେମିତି ଜୀବନସାଥୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାଶି ଅନୁସାରେ ଜାଣନ୍ତୁ କେଉଁ ଝିଅକୁ ମିଳିବ କେମିତି ଜୀବନସାଥୀ।

ବନ୍ଧୁଗଣ ଜାଣନ୍ତୁ କେଉଁ ରାଶିର ଝିଅକୁ ମିଳିବ କେମିତି ଏବଂ କିପରି ଜୀବନସାଥୀ। ଭଲ ଜୀବନସାଥିଟିଏ ପାଇବାକୁ ସବୁ ଝିଅଙ୍କର ଇଛା। ସ୍ୱାମୀ ଏମିତି ହେବା ଦରକାର ଯିଏ ତାଙ୍କୁ ସମ୍ମାନ କରିବ ତାଙ୍କ ଠାରୁ ଅଧିକ ତାଙ୍କୁ ଭଲ ପାଇବ ଏହା ସହିତ ଖୁସିରେ ସାରାଜୀବନ ଏକାଠି ରହିପାରିବେ। ବାପା ମା ମାନେ ମଧ୍ୟ ନିଜ ଝିଅ ପାଇଁ ଯୋଗ୍ୟ ବରପାତ୍ର ଖୋଜିଥାନ୍ତି। ତେବେ ଭଲ ଯୋଗ୍ୟପାତ୍ର ଖୋଜିବା ପାଇଁ ମଧ୍ୟ ବାପା ମା ମାନେ ଜ୍ୟୋତିଷଙ୍କ ସାହାର୍ଯ୍ୟ ନେଇଥାନ୍ତି। ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ଝିଅକୁ ମିଳିବ କେମିତି ଜୀବନସାଥୀ। ଝିଅଙ୍କୁ କେଉଁ ପ୍ରକାରର ମିଳିଥାନ୍ତି ଜୀବନସାଥୀ। ଜ୍ୟୋତିଷ ଶାସ୍ତ୍ରରେ କଣ ଉଲ୍ଲେଖ ରହିଅଛି। ସେହି ବିଷୟରେ ଆଜି ଆମେ ଜାଣିବା।

ମେଷ ରାଶି। ଯଦି ଆପଣଙ୍କର ମେଷ ରାଶି ହୋଇଥାଏ ତେବେ ଏହି ରାଶିର ଝିଅଙ୍କୁ ଶିକ୍ଷିତ ଏବଂ ସୁନ୍ଦର ବରପାତ୍ର ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କୁହାଯାଏ କି ଏମାନଙ୍କୁ ବର ଅତ୍ୟନ୍ତ ଧାର୍ମିକ ସ୍ୱଭାବର ହୋଇଥାନ୍ତି।

ବୃଷ ରାଶି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ ରାଶିର ଝିଅଙ୍କୁ ଅପେକ୍ଷା କୃତ କମ ଶିକ୍ଷିତ ବର ପାତ୍ର ମିଳିଥାନ୍ତି। ଏମାନଙ୍କ ସ୍ୱାମୀଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥାଏ।

ମିଥୁନ ରାଶି। ଏହି ରାଶିର ଝିଅଙ୍କୁ ଅଂହକାରୀ ସ୍ୱଭାବର ବରପାତ୍ର ମିଳିଥାଏ। ଏମାନେ କଥା କଥାରେ ରାଗିଥାନ୍ତି। ଏମାନେ ରାଗି ସ୍ୱଭାବରେ ହୋଇଥାନ୍ତି

କର୍କଟ ରାଶି। ଏହି ରାଶିର ଝିଅଙ୍କୁ ତାଙ୍କ ସ୍ବାମୀ ଅଧିକ ସମ୍ମାନ ଦେଇଥାନ୍ତି। ଏହା ସହିତ ତାଙ୍କର ସବୁ ଇଛା ଅନୁସାରେ କାର୍ଯ୍ୟ ନକଲେ କ୍ରୋଧ ମଧ୍ୟ କରିଥାନ୍ତି

ସିଂହ ରାଶି। କୁହାଯାଏ କି ଏହି ରାଶିର ଝିଅଙ୍କୁ ସମ୍ମାନ ଦେଉଥିବା ସ୍ୱାମୀ ମିଳିଥାନ୍ତି। ଏହା ସହିତ ଏମାନଙ୍କ ସନ୍ତାନ ଜୀବନରେ ବହୁତ ଆଗକୁ ବଢ଼ିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

କନ୍ୟା ରାଶି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଝିଅଙ୍କୁ ଚଞ୍ଚଳ ସ୍ୱଭାବର ସ୍ୱାମୀ ମିଳିଥାନ୍ତି। ଏମାନଙ୍କର ସ୍ୱାମୀ ଆକର୍ଷଣୀୟ ହୋଇଥାନ୍ତି ତେଣୁ କିଛି ସ୍ଥାନରେ ଏମାନେ ଅନ୍ୟ ଝିଅଙ୍କ ସହ ସମ୍ପର୍କ ମଧ୍ୟ ରଖିଥାନ୍ତି।

ତୁଳା ରାଶି। କୁହାଯାଏ କି ଏହି ରାଶିର ଝିଅଙ୍କ ସ୍ୱାମୀ କଥା କଥାରେ ରାଗି ଯାଇଥାନ୍ତି। କିନ୍ତୁ ଏମାନେ ନିଜ ବୈବାହିକ ଜୀବନକୁ ନେଇ ଅତ୍ୟନ୍ତ ଗଭୀର ହୋଇଥାନ୍ତି। ସବୁବେଳେ ପରିବାର ଲୋକଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି।

ବିଛା ରାଶି। ଏହି ରାଶିର ଝିଅଙ୍କର ସ୍ୱାମୀ ଭଲ କଥା କହିଥାନ୍ତି। ଏହା ସହିତ ଏମାନେ ଅନେକ ରୋମାଣ୍ଟିକ ହୋଇଥାନ୍ତି। ଏମାନଙ୍କ ଦାମ୍ଫତ୍ୟ ଜୀବନ ବେଶ ହସ ଖୁସିରେ କଟି ଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି।

ଧନୁ ରାଶି। ଏହି ରାଶିର ଝିଅଙ୍କୁ ଭାଗ୍ୟଶାଳୀ ସ୍ୱାମୀ ମିଳିଥାନ୍ତି। ଏହା ସହିତ ଏମାନେ ସର୍ବଦା ନିଜ ସ୍ତ୍ରୀର କଥାକୁ ଶୁଣିଥାନ୍ତି।

ମକର ରାଶି। ଏହି ରାଶିର ଝିଅଙ୍କୁ ମଧୁର ସ୍ୱଭାବର ସ୍ୱାମୀ ମିଳିଥାନ୍ତି। ଯେଉଁମାନେ ଅତି ପାଖରୁ ଖରାପ ସମୟକୁ ସାମ୍ନା କରିବାର କ୍ଷମତା ରହିଥାଏ।

କୁମ୍ଭ ରାଶି। ଏହି ରାଶିର ଝିଅଙ୍କ ସ୍ୱାମୀ ନରମ ସ୍ୱଭାବର ହୋଇଥାନ୍ତି। ଏମାନେ ଏକା ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି।

ମୀନ ରାଶି। ଏମାନଙ୍କୁ ସୁନ୍ଦର ଏବଂ ନରମ ସ୍ୱାଭାବର ସ୍ୱାମୀ ମିଳିଥାନ୍ତି। କେବେବି ଆର୍ଥିକ ସମସ୍ୟା ଉପୁଜି ନଥାଏ ହସ ଖୁସିରେ ଏମାନଙ୍କ ଦିନ ବ୍ୟତୀତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *