Excuse Me Odisha

ଯାହା କହିବୁ ସତ କହିବୁ

ହାତ ଗୋଡ ଝିମିଝିମି ହୋଇ ଯାଉଛି କି? ହୋଇ ଯାଆନ୍ତୁ ସାବଧାନ। ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆମର ହାତ ଓ ଗୋଡ ବେଳେ ବେଳେ ଶୁନ ପଡିଯାଏ କିମ୍ବା ଝିମ ଝିମ ହୋଇଯାଏ । କିନ୍ତୁ କିଛି ସମୟ ପରେ ଏହା ଠିକ ହୋଇଯାଏ । ବେଳେ ବେଳେ ଲାଗିଥାଏ କି ଆମର ହାତ ଓ ଗୋଡରେ ଆପେ ଆପେ ଛୁଞ୍ଚି ଫୋଡି ହେଉଛି। ବହୁତ ସମୟ ଧରି ଛିଡା ହେଲେ ବି ଏହିଭଳି ହୋଇଥାଏ। କିନ୍ତୁ ଏହା ଏପରି କିଛି ରୋଗର ସଂକେତ ଦେଇଥାଏ, ଯାହାକି ବହୁତ ଭୟଙ୍କର ଅଟେ। ଏହାକୁ କେବେ ମଧ୍ୟ ଅଣଦେଖା କରନ୍ତୁ ନାହିଁ। କହିବାକୁ ଗଲେ ଆମ ଶରୀରରେ କ୍ୟାଲସିୟମର ଅଭାବ ହେବା କାରଣରୁ ଏଭଳି ଝିମ ଝିମ ପଡ଼ି ଯାଇଥାଏ।

ଯଦି ଆମର ଶରୀରରେ କ୍ୟାଲସିୟମ କମ ହୋଇଯାଏ, ତାହେଲେ ଆମର ହାତ ଓ ଗୋଡ ଶୁନ ହୋଇଯାଏ ଓ ଝିମ ଝିମ ହୋଇଯାଏ। ଶରୀରରେ ଭିଟାମିନ B12 ଓ ମ୍ୟାଗ୍ନେସିୟମର ଅଭାବ ହେବା କାରଣରୁ ମଧ୍ୟ ଏହି ସମସ୍ୟା ଦେଖାଯାଏ। ଯଦି ଆମେ କିଛି ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିବା, ତାହେଲେ ଏହିଭଳି ସମସ୍ୟା ଦେଖାଯାଏ।

ଆପଣ ନିଜର ଏହି ସମସ୍ୟାକୁ ଠିକ କରିବା ପାଇଁ ପ୍ରତ୍ୟେକଦିନ ବ୍ୟାୟାମ ଓ ଯୋଗ ନିଶ୍ଚିତ ଭାବରେ କରନ୍ତୁ। ଆପଣ ନିଜ ଖାଦ୍ୟରେ ଅଧିକ ପରିମାଣରେ ଭିଟାମିନ B, B6, B12 ଥିବା ଖାଦ୍ୟ ସାମିଲ କରନ୍ତୁ। ଯେପରି ଅଣ୍ଡା, ଆଭୋକାଡୋ, ମାଂସ, କଦଳୀ, ବିନ୍ସ, ମାଛ, କ୍ଷୀର, ଲହୁଣୀ, ଦହି ଓ ଫଳ ଇତ୍ୟାଦି। ଶରୀରରେ ମ୍ୟାଗ୍ନେଶୀୟମର ଅଭାବ ହେଲେ ହାଡ ଓ ଗୋଡ ଝିମଝିମ ହୋଇଯାଏ।

ଆପଣ ପନିପରିବା, ପନୀର, ଘିଅ, ଲୁଣି ମାଛ, ସୋୟାବିନ, ଆବୋକାଡୋ, କଦଳୀ, ଡାର୍କ ଚକୋଲେଟ ଓ ଦହି ସେବନ କରନ୍ତୁ। ଆପଣ ଗୋଟିଏ ଗ୍ଳାସ କ୍ଷୀରରେ ହଳଦୀ ମିକ୍ସ କରି ପିଅନ୍ତୁ। ଯାହାକି ଆପଣଙ୍କ ଶରୀରର ରକ୍ତ ସଞ୍ଚାଳନ ସଠିକ ଭାବରେ କରିଥାଏ। ଯଦି ଆପଣ ପ୍ରତ୍ୟେକଦିନ ୨ ରୁ ୪ ଗ୍ରାମ ଡାଲଚିନି ପାଉଡର ସେବନ କରିବେ, ତାହେଲେ ଆପଣଙ୍କ ଶରୀରର ରକ୍ତ ସଂଚାଳନ ସଠିକ ଭାବରେ ହୋଇ ପାରିବ। ଡାଲଚିନି ହାତ ଓ ଗୋଡର ରକ୍ତ ପ୍ରବାହକୁ ବୃଦ୍ଧି କରିଥାଏ।

କିନ୍ତୁ ଡାଲଚିନିକୁ ସେବନ କରିବାର ସବୁଠାରୁ ଭଲ ଉପାୟ ହେଉଛି, ଆପଣ ଗୋଟିଏ ଗ୍ଳାସ ଗରମ ପାଣିରେ ଗୋଟିଏ ଚାମଚ ଡାଲଚିନି ପାଉଡର ମିଶାଇ ଦିଅନ୍ତୁ ଓ ଦିନକୁ ଥରେ ଏହାର ସେବନ କରନ୍ତୁ। ଦ୍ଵିତୀୟ ଉପାୟ ହେଉଛି, ଗୋଟିଏ ଚାମଚ ଡାଲଚିନି ଓ ମହୁ ମିଶାଇ ସକାଳ ସମୟରେ କିଛିଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ଗାଧୋଇବା ସମୟରେ ଅଳ୍ପ ଲୁଣ ପାଣିରେ ମିଶାଇ ଦିଅନ୍ତୁ ଏବଂ ତାପରେ ସ୍ନାନ କରନ୍ତୁ। ରକ୍ତକୁ ପତଳା କରିବା ପାଇଁ ଆପଣ ଅଁଳା ପାଉଡର ସେବନ କରି ପାରିବେ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ସମ୍ପର୍କୀୟଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଏଭଳି ପୋଷ୍ଟ ଅଧିକ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *