Excuse Me Odisha

ଯାହା କହିବୁ ସତ କହିବୁ

୫ଟି କଥା ସର୍ବଦା ଗୁପ୍ତ ରଖନ୍ତୁ। ନହେଲେ ପରେ ପଶ୍ଚାତାପ ଅନୁଭବ କରିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ, ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ଗୁପ୍ତ ବିଷୟ ରହିଛି, ଯାହାକୁ ସେମାନେ କାହା ଆଗରେ କହିବାକୁ ଭଲ ପାଇ ନଥାନ୍ତି । କାରଣ ଯଦି ଆପଣ ନିଜ ଗୁପ୍ତ କଥା ଅନ୍ୟ ସମସ୍ତଙ୍କୁ କୁହନ୍ତି, ତାହେଲେ ଆପଣଙ୍କୁ ପଛରେ ପଶ୍ଚାତାପ କରିବାକୁ ପଡିପାରେ। ଏହା ସହିତ ନିରାଶତା ମଧ୍ୟ ମିଳିପାରେ।

ଅଧିକାଂଶ ସମୟରେ କୌଣସି ବ୍ୟକ୍ତି ଯଦି ଆପଣଙ୍କୁ ତାଙ୍କର କୌଣସି ଗୁପ୍ତ କଥା ସମ୍ବନ୍ଧରେ କୁହନ୍ତି, ତେବେ ଆପଣଙ୍କୁ ମଧ୍ୟ ଲାଗେ ଯେ ଆପଣ ମଧ୍ୟ ତାଙ୍କୁ ନିଜର ଗୁପ୍ତ କଥା କହି ପାରିବେ।ଏହା କୌଣସି ଦୃଷ୍ଟିରୁ ଖରାପ ନୁହେଁ । ମାତ୍ର ଏହା ଭୁଲ ଅଟେ। ଯେଉଁ ଲୋକ ଆପଣଙ୍କୁ ନିଜର ଭାବି ତାଙ୍କର ଗୁପ୍ତ କଥା କହିଦେଲେ, ଆପଣ ମଧ୍ୟ ତାଙ୍କୁ ନିଜର ଭାବି ତାଙ୍କୁ ନିଜର ଗୁପ୍ତ କଥା କହି ଦେଲେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ।

ଏହା ଆପଣଙ୍କୁ ଭବିଷ୍ୟତରେ କିଛି ସମସ୍ୟାରେ ମଧ୍ୟ ପକାଇ ପାରେ । ଜୀବନରେ ଏଭଳି କିଛି ଲୋକ ମଧ୍ୟ ଆପଣଙ୍କ ଜୀବନକୁ ଆସିଥାନ୍ତି, ଯେଉଁ ମାନେ ଏଭଳି କଥା କୁହନ୍ତି ଯାହା ଦ୍ଵାରା ଆପଣ ନିଜର ଗୁପ୍ତ କଥା ତାଙ୍କୁ କହିବାକୁ ଲାଗିଯିବେ। ଏଭଳି ଲୋକଙ୍କ ଠାରୁ ସର୍ବଦା ସାବଧାନ ରହିବାକୁ ଆବଶ୍ୟକ । ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ୫ ଟି ଗୁପ୍ତ କଥା ବିଷୟରେ କହିବାକୁ ଯାଉଅଛୁ, ଏହାକୁ ଆପଣ କାହାକୁ କହିବେ ନାହିଁ।

୧/ ଆପଣ ଯଦି କାହାକୁ କିଛି ଦାନ କରୁଛନ୍ତି ଅଥବା ଆପଣ କୌଣସି ସେବା କାର୍ଯ୍ୟ କରୁଛନ୍ତି,ତାହେଲେ ଆପଣ ଏହି ବିଷୟରେ କାହାକୁ କହିବ ଉଚିତ ନୁହେଁ। ଆପଣ ଏହି କଥା ଜାଣିଛନ୍ତି ଯେ ଡାହାଣ ହାତ ଯଦି ଦାନ କରିଥାଏ ତେବେ ବାମ ହାତ ଯେପରି ତାହା ସମ୍ବନ୍ଧରେ ଜାଣି ନପାରେ। ଏଣୁ ଉପକାର କରନ୍ତୁ ଏବଂ ଭୁଲି ଜାଆନ୍ତୁ।

୨/ ଆପଣଙ୍କର ନିଜର କିଛି ବିଚାର ଥିବ ଅଥବା ନିଜର କିଛି ସ୍ଵତନ୍ତ୍ର ବିଶ୍ଵାସ ଥିବ, ଯାହା ଆପଣ ନିଜେ ତିଆରି କରିଥିବେ। କୌଣସି ବ୍ୟକ୍ତି ବିଶେଷ ଅଥବା ଅନ୍ୟ କୌଣସି ବିଷୟରେ ଆପଣଙ୍କର କିଛି ବ୍ୟକ୍ତିଗତ ଚିନ୍ତାଧାରା ମଧ୍ୟ ରହିଥିବ। ଏହା ଆପଣଙ୍କର ବିଶ୍ଵାସ ଅଟେ। ଏଣୁ ଏହା ଆପଣଙ୍କ ପାଖରେ ହିଁ ଗୁପ୍ତ ରହିବା ଆବଶ୍ୟକ।

୩/ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଅଛି। ସେହି ଲକ୍ଷ୍ୟ ପାଇବା ପାଇଁ ସେ ବହୁତ କଷ୍ଟ ମଧ୍ୟ ସ୍ଵୀକାର କରିଥାନ୍ତି। ଆପଣ ନିଜର ଲକ୍ଷ୍ୟ ବିଷୟରେ ଅନ୍ୟମାନଙ୍କୁ ଜଣାଇବା ଆଦୌ ଉଚିତ ନୁହେଁ। କାରଣ ଯଦି ଆପଣଙ୍କ ଲକ୍ଷ ବହୁତ ବଡ ହୋଇଥାଏ, ତେବେ ଲୋକ ମାନେ ଆପଣଙ୍କୁ ଈର୍ଷା କରିବାକୁ ଲାଗିଥାନ୍ତି। ଏହାସହିତ ଲୋକ ମାନେ ଆପଣଙ୍କ ଉପରେ ହସିବାକୁ ଲାଗିଥାନ୍ତି।

୪/ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀ ଅଲଗା ଅଲଗା ହୋଇଥାଏ। ଏହା ସମ୍ଭବ ନୁହେଁ ଯେ ଆପଣଙ୍କ ନିକଟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ଧର୍ମର ହୋଇଥିବେ। ଏଣୁ ଆପଣ ନିଜ ଧର୍ମର ଗୁପ୍ତ କଥା ସମସ୍ତଙ୍କ ସାଙ୍ଗରେ ସେୟାର କରିବା ଆଦୌ ଉଚିତ ନୁହେଁ।

୫/ ପ୍ରତ୍ୟେକ ମଣିଷର କିଛି ବ୍ୟକ୍ତିଗତ ଗୁପ୍ତ କଥା ମଧ୍ୟ ରହିଥାଏ। କେହି ଯଦି ନିଜ ଜୀବନରେ ଜାଣତ ତଥା ଅଜାଣତରେ କିଛି ଭୁଲ କାର୍ଯ୍ୟ କରିଥାଏ, ତେବେ ସେହି ବିଷୟରେ ଅନ୍ୟମାନଙ୍କ ଆଗରେ ଚର୍ଚ୍ଚା କରନ୍ତୁ ନାହିଁ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *