Excuse Me Odisha

ଯାହା କହିବୁ ସତ କହିବୁ

ପାଣି ଟାଙ୍କି କେଉଁଠି ଏବଂ କିପରି ରହିଲେ ମିଳିଥାଏ ଅମାପ ଧନ।

ସେୟାର୍ କରନ୍ତୁ

ବନ୍ଧୁଗଣ ପାଣି ଟାଙ୍କି ଘରର କେଉଁଠି କେଉଁ ଦିଗରେ କେଉଁ ସ୍ଥାନରେ ରଖିବେ ଏହି ବିଷୟରେ ଅନେକଙ୍କ ମନରେ ଅନେକ ଚିନ୍ତା ଥାଏ। କେହି କେହି ବାସ୍ତୁବିତ ମାନଙ୍କ ପରାମର୍ଶରେ କରିଥାନ୍ତି ତ କେହି କେହି ନିଜ ଇଚ୍ଛାରେ କରିଥାନ୍ତି ବାସ୍ତୁବିତଙ୍କ ପରାମର୍ଶରେ କରିଥିଲେ ତ ଭଲ କଥା। ନଚେତ ବହୁତ ସମସ୍ୟା ଭୋଗ କରିବାକୁ ପଡିଥାଏ। ପରିବାର ତଥା ଗୃହରେ ଅନେକ ସମସ୍ୟା ଉପୁଜିଥାଏ ଯାହାର ପ୍ରତିକାର ବହୁତ କଷ୍ଟ ସାଧ୍ୟ ହୋଇଥାଏ। ଯେମିତିକି ଧନର ସମସ୍ୟା ସନ୍ତାନଙ୍କ ସମସ୍ୟା କଳହ ଝଗଡ଼ାର ସମସ୍ୟା କୋର୍ଟ କଚେରୀର ସମସ୍ୟା ଏମିତି ବହୁତ ପ୍ରକାରର ସମସ୍ୟା ଦେଖା ଦେଇଥାଏ।

ଯଦି ଆପଣ ପାଣି ଟାଙ୍କି ସଠିକ ସ୍ଥାନରେ ନରଖିବେ ତେବେ ଅନେକ ସମସ୍ୟା ମାନ ଆସିଥାଏ। ବନ୍ଧୁଗଣ ଗୋଟିଏ ହେଉଛି ପାଣିର ସଂଗ୍ରହ ସ୍ଥାନ ଏବଂ ଅନ୍ୟଟି ହେଉଛି ସଞ୍ଚୟ ବା ଷ୍ଟୋରେଜର ସ୍ଥାନ ତେବେ ପାଣିର ସଂଗ୍ରହ ହେଉଛି ଯେମିତିକି କୂପ ନଳ କୂପ ବା ବୋରିଂ ଇତ୍ୟାଦି ହୋଇଥାଏ। ଏହାର ସ୍ଥାନ ଅଲଗା ଏବଂ ସଞ୍ଚୟ ବା ପାଣି ଟାଙ୍କି ବା ଷ୍ଟରେଜର ସ୍ଥାନ ଅଲଗା। ତାହା ସିମେଣ୍ଟରେ ହେଉ କିମ୍ବା ପ୍ଲାଷ୍ଟିକରେ ହେଉ। ଏହାର ସ୍ଥାନ ସ୍ୱତନ୍ତ୍ର ହେବା ଆବଶ୍ୟକ। ଆଜିକାଲି ତ କୂପ ନଳ କୂପର ବ୍ୟବହାର ବହୁତ କମି ଗଲାଣି। ଏବେ ସିଧାସଳଖ ମଟର ବୋରିଂ କରି ଦେଉଛନ୍ତି ଏହି ବୋରିଂ ବା ପାଣିର ସଂଗ୍ରହ ସ୍ଥାନ ଉତ୍ତର ପୂର୍ବର କୋଣ ଐଶ୍ଵନ୍ୟ କୋଣ ହେଉଛି ସର୍ବଚ ସ୍ଥାନ ଯାହାକି ଦେବତାଙ୍କର ବାସସ୍ଥାନ ହୋଇଥାଏ।

ଯଦି ଐଶ୍ଵନ୍ୟ କୋଣରେ ଆପଣ କୂପ ହେଉ ନଳକୂପ ହେଉ ଅବା ମୋଟର ବୋରିଂ କରନ୍ତି ତେବେ ସେହି ଗୃହରେ ସମସ୍ତେ ସୁଖୀ ରହିଥାନ୍ତି। ଧନର ଅଭାବ ଦେଖା ଦେଇନଥାଏ। ଘରକୁ ଦୁଃଖ କଷ୍ଟ ଆସିନଥାଏ ସମସ୍ତ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ଅମାପ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ ଏବଂ ଧନର ବୃଦ୍ଧି ମଧ୍ୟ ହୋଇ ଚାଲିଥାଏ। ଯଦି ପୂର୍ବ ଦିଗରେ ବରିଂ କରାଯାଏ ତେବେ ଇଜତ ବା ସମ୍ମାନ ପ୍ରାପ୍ତି ହୋଇଥାଏ ଏବଂ ଉଚ୍ଚ ପଦବୀ ମଧ୍ୟ ପ୍ରାପ୍ତ ହୋଇଥାଏ। ଏହା ଜାଣିଲେ ପାଣି ସଂଗ୍ରହ କରିବାର ଦିଗ ବା ସ୍ଥାନ।

ଏବେ ଆସନ୍ତୁ ଜାଣିବା ପାଣି ସଞ୍ଚୟ ବା ଷ୍ଟରେଜର ସ୍ଥାନ ବା ଦିଗ କେଉଁଠି ହେବା ଆବଶ୍ୟକ। ପ୍ରାୟତଃ ସମସ୍ତେ ଛାତ ଉପରେ ପାଣି ଟାଙ୍କି ରଖିଥାନ୍ତି। କେହି କେହି ପ୍ଲାଷ୍ଟିକର ପାଣି ଟାଙ୍କି ଲଗାଇଥାନ୍ତି ତ କେହି କେହି ସିମେଣ୍ଟରେ ତିଆରି କରିଥାନ୍ତି। କେହି କେହି ସ୍ଥାନ ଅଭାବରୁ ଛାତ ଉପରେ ନରଖି ଅନ୍ୟ ସ୍ଥାନ ମାନଙ୍କରେ ରଖିଥାନ୍ତି। କିନ୍ତୁ ଏହା ରଖିବାର ଏକ ସ୍ୱତନ୍ତ୍ର ଦିଗ ଥାଏ। ଯଦି ଏହି ଦିଗରେ ନରଖିବେ ତେବେ ବହୁତ ସମସ୍ୟା ମାନ ଘରେ ଦେଖାଦେବ। ଯେମିତିକି ଧନର ଅଭାବ ଦେଖାଦେଇଥାଏ ଝିଅର ବୟସ ହୋଇଯାଇଥାଏ କିନ୍ତୁ ବିବାହ ହୋଇପାରୁନଥାଏ ପୁଅର ବିବାହ ହୋଇଯାଇଥାଏ କିନ୍ତୁ ସନ୍ତାନ ହୋଇନଥାଏ ଘରେ ସଦାସର୍ବଦା କଳହ ଝଗଡା ଲାଗିରହିଥାଏ ଏହି ସମସ୍ତ ପ୍ରକାରର ସମସ୍ୟା ଲାଗିରହିଥାଏ।

ପାଣି ଟାଙ୍କି ସଠିକ ସ୍ଥାନରେ ନରଖିବା ଦ୍ୱାରା ଏହି ପ୍ରକାରର ବାସ୍ତୁଦୋଷ ଘରକୁ ଆସିଥାଏ। ଏହି ପାଣି ଟାଙ୍କି ରଖିବାର ଅଶୁଭ ଦିଗ ହେଉଛି ପୂର୍ବ ଦିଗ ଉତ୍ତର ଦିଗ ଐଶ୍ଵନ୍ୟ କଣ ଏହା ଦ୍ବାରା ଅନେକ ପ୍ରକାରର ସମସ୍ୟା ମାନ ଦେଖାଦେଇଥାଏ। ଦରିଦ୍ରତା ବା ସର୍ବନାଶ ଦେଖା ଦେଇଥାଏ। ଯଦି ବା କୌଣସି କାରଣ ବସତ ଏହି ଦିଗରେ ପାଣି ଟାଙ୍କି ରହିଯାଇଥାଏ ତେବେ ଏହିସବୁ ସମସ୍ୟାର ସମାଧାନ ପାଇଁ ସେହି ଟାଙ୍କିକୁ ଯଦି ସବୁଜ ରଙ୍ଗର ବା ଗ୍ରୀନ କଲର କରିଦିଅନ୍ତି ତେବେ ସମସ୍ୟା ସାମାନ୍ୟ ସମାଧାନ ହୋଇପାରେ ତେବେ ପାଣି ଟାଙ୍କି ରଖିବାର ସର୍ବତମ ସ୍ଥାନ ହେଉଛି ପଶ୍ଚିମ ଦିଗ ଏବଂ ପାଣି ଟାଙ୍କି ଯଦି ଧଳା ରଙ୍ଗର ହୋଇଥାଏ ତେବେ ଆହୁରି ଉଚ୍ଚକୋଟିର ହୋଇଥାଏ। ସ୍ଥାନ ଅଭାବରୁ ଦକ୍ଷିଣ ଦିଗ ବା ଦକ୍ଷିଣ ପଶ୍ଚିମ କୋଣରେ ରଖିପାରିବେ। କିନ୍ତୁ ଦକ୍ଷିଣ ଦିଗରେ ରଖିଲେ ସବୁଜ ବା ଗ୍ରୀନ କଲର ହେବା ଆବଶ୍ୟକ ଓ ଦକ୍ଷିଣ ପଶ୍ଚିମ କୋଣରେ ରଖିଲେ ହଳଦିଆ ରଙ୍ଗର ପାଣିଟାଙ୍କି ହେବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *