Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ତଳେ ବସି ଖାଉଛନ୍ତି ତା ହେଲେ ଏ ଆର୍ଟିକିଲକୁ ନିଶ୍ଚିତ ଭାବରେ ଥରେ ପଢନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତଳେ ବସି ଖାଉଥିବା ଲୋକ ଥରେ ମାତ୍ର ପଢ଼ନ୍ତୁ।

ବନ୍ଧୁଗଣ ଭାରତୀୟ ପରମ୍ପରାରେ ହିନ୍ଦୁ ଧର୍ମରେ ଲୋକମାନେ ତଳେ ବସି ଖାଇବାକୁ ପସନ୍ଦ କରିଥାନ୍ତି। ପୂଜା ପର୍ବ ହେଉ କିମ୍ବା କୌଣସି ମନ୍ଦିରରେ ଆମେ ତଳେ ବସି ଖାଇଥାଉ। ଡାଇନିଙ୍ଗରେ ବସି ଖାଉଥିବା ଲୋକମାନେ ମଧ୍ୟ ସୁଯୋଗ ପାଇଲେ ତଳେ ବସି ଖାଇବାକୁ ପସନ୍ଦ କରିଥାନ୍ତି। କୁହାଯାଏ ଯେ ତଳେ ବସି ଖାଇବା ଦ୍ୱାରା ଆନନ୍ଦ ମିଳିଥାଏ। ଶାସ୍ତ୍ର ଅନୁସାରେ ଭୋଜନ ସବୁବେଳେ ତଳେ ବସି ଖାଇବା ଆବଶ୍ୟକ। ଏବେ ଆସନ୍ତୁ ଜାଣିବା ଏହାର କାରଣ କଣ ହୋଇପାରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ହିନ୍ଦୁ ଧର୍ମରେ ଅନ୍ନକୁ ମା ଅନ୍ନପୂର୍ଣ୍ଣାଙ୍କ ସହିତ ତୁଳନା କରାଯାଏ। ଏଥିପାଇଁ ମା ଲକ୍ଷ୍ମୀଙ୍କୁ ସମ୍ମାନ ଦେବା ପାଇଁ ପୂଜା ସମୟରେ ଯେଉଁ ଭଳି ବସି ପୂଜା କରାଯାଏ ସେହିଭଳି ଖାଦ୍ୟ ଗ୍ରହଣ ସମୟରେ ମଧ୍ୟ ତଳେ ବସିବା ଆବଶ୍ୟକ। ଠିଆ ହୋଇ ଖାଇଲେ କିମ୍ବା ଖାଇବା ସମୟରେ କଥାବାର୍ତା ହେଲେ ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହା କରିବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦେଇଥାଏ। ଏପରିକି ବୈଜ୍ଞାନିକ ମାନେ ମଧ୍ୟ ଏପରି କଥାକୁ ପ୍ରମାଣ କରିଛନ୍ତି ଯେ ତଳେ ବସି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ତଳେ ବସି ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ। ମାନସିକ ଶାନ୍ତି ମିଳିବା ସହିତ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ। ତଳେ ବସି ଖାଇବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ଏବଂ ଘରେ କେବେବି ଧନ ଜନିତ ସମସ୍ୟା ଦେଖା ଦେଇନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *