Excuse Me Odisha

ଯାହା କହିବୁ ସତ କହିବୁ

ସୋମବାର ଦିନ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଗୋଟିଏ ଜିନିଷ, ଲାଗିଥାଏ ମହାପାପ

ସେୟାର୍ କରନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, ସୌର ମଣ୍ଡଳର ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟଦେବଙ୍କ ଠାରୁ ହିଁ ଗ୍ରହଣ କରିଥାନ୍ତି। ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ କୁଣ୍ଡଳୀରେ କୌଣସି ନା କୌଣସି ଗ୍ରହର ପ୍ରଭାବ ପଡ଼ିଥାଏ। ଯାହାଦ୍ୱାରା ଆମ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ । ଏଥିପାଇଁ ଆମ ଗ୍ରହ ଶାନ୍ତ ରହିବା ପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ।

ଏଥିପାଇଁ ଆମେ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି ଗ୍ରହ, ଶୁକ୍ରବାର ଦିନ ଶୁକ୍ର ଗ୍ରହ ଏବଂ ଶନିବାର ଦିନ ଭଗବାନ ଶନିଦେବଙ୍କ ଆରାଧନା କରିଥାଉ। କିନ୍ତୁ ଯେତେବେଳେ ସୋମବାର ଦିନ କଥା ଆସେ, ସେତେବେଳେ ଆମ ସମସ୍ତଙ୍କ ମନରେ ମହାଦେବଙ୍କ କଥା ମନ ପଡ଼ିଥାଏ।

ସୋମବାର ଦିନ ମହାଦେବଙ୍କର ପୂଜା କରିବା ଦ୍ୱାରା, ମହାଦେବ ବହୁତ ପ୍ରସନ୍ନ ହୋଇ ଥାଆନ୍ତି । ଏହିଦିନ ନିଷ୍ଠାର ସହିତ ମହାଦେବଙ୍କୁ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରିବା ଉଚିତ। ଆମର ସମସ୍ତ ଦୁଃଖକଷ୍ଟ ସବୁ ଦୂର ହୋଇଯାଏ। ଏହାସହିତ ଭଗବାନ ମହାଦେବଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ତେବେ ଏହି ସୋମବାର ଦିନ କିଛି ଏପରି ଜିନିଷ ରହିଛି। ଯାହାକୁ ଜମାରୁ ଖାଇବା କିମ୍ବା କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିନେବା କେଉଁ ଜିନିଷ ଖାଇବା ଉଚିତ ନୁହେଁ।

ସୋମବାର ଦିନ ସୌମ୍ୟ ଅର୍ଥାତ ଚନ୍ଦ୍ରଙ୍କର ମଧ୍ୟ ଦିନ ତେଣୁ ଚନ୍ଦ୍ର ଏବଂ ମହାଦେବଙ୍କ ଉଭୟଙ୍କର ହୋଇଥାଏ।ତେଣୁ ଏହିଦିନ ମହାଦେବଙ୍କର ବ୍ରତ ରଖିବା ଦ୍ୱାରା ଆମକୁ ଶୀଘ୍ର ଫଳ ପ୍ରାପ୍ତ ହୋଇଥାଏ।ଏହାସହିତ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। କହିବାକୁ ଗଲେ ଶ୍ରାବଣ ମାସର ସୋମବାର ଦିନ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ଆବଶ୍ୟକ।

ଏହିଦିନ ନିଷ୍ଠା ଏବଂ ଶୁଦ୍ଧ ମନୋଭାବ ରଖି ଭଗବାନ ମହାଦେବଙ୍କର ପୂଜା କରିବା ଉଚିତ। ଏହାଦ୍ୱାରା ଆମର ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ଆସିଥାଏ। ଅବିବାହିତ ଝିଅମାନଙ୍କର ବୈବାହିକ ଜୀବନ ସୁଖମୟ ହେବା ସହିତ ସେମାନଙ୍କୁ ଭଲ ବର ମିଳୁ, ସେଥିପାଇଁ ଏହି ସୋମବାର ବ୍ରତ ରଖିଥାନ୍ତି। ଏହି ସୋମବାର ଦିନ ମନ୍ଦିର ଯାଇକି ସେଠାରେ ମହାଦେବଙ୍କୁ ଗଙ୍ଗାଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ଅଟେ।

ଏହାଛଡା ବେଲପତ୍ର, ଚନ୍ଦନ, ଏବଂ ଅଟାରେ ପ୍ରସ୍ତୁତ ଭୋଗ ଲଗାଇବା ମଧ୍ୟ ଶୁଭ ଅଟେ। ରାତ୍ରିରେ ଚନ୍ଦ୍ରଙ୍କୁ ପୂଜା କରିବା ମଧ୍ୟ ଶୁଭ ହୋଇଥାଏ। କିନ୍ତୁ ସୋମବାର ଦିନ କିଛି ଏପରି ଜିନିଷ ରହିଛି ଯାହା କରିବା ଉଚିତ ନୁହେଁ। ଯେପରି ଏହି ଦିନ ଆମିଷ ଯେପରି ମାଂସ, ମାଛ ଆଦି ସେବନ କରିବା ନିଷେଧ ଅଟେ। ଏହାଛଡା କଳା ବସ୍ତ୍ର ପରିଧାନ କରିବା ମଧ୍ୟ ଅଶୁଭ ଅଟେ। ଏହାସହିତ ଏହି ସୋମବାର ଦିନ ମୁଣ୍ଡ ଧୋଇବା ମଧ୍ୟ ମଧ୍ୟ ଉଚିତ ନୁହେଁ କିମ୍ବା କାହାକୁ ଅପମାନ କରିବା କିମ୍ବା ଅପଶବ୍ଦ କହିବା ମଧ୍ୟ ଅନୁଚିତ ଅଟେ। ତେଣୁ ଏହି ସବୁ କଥାର ଧ୍ୟାନ ଦେବା ଆବଶ୍ୟକ ଅଟେ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଜ ସମ୍ପର୍କୀୟଙ୍କ ସହିତ ସେୟାର ନିଶ୍ଚୟ କରନ୍ତୁ। ଏଭଳି ଅଧିକ ପୋଷ୍ଟ ଅଧିକ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *