Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ କରନ୍ତୁ ଏହି କାମ,ବଦଳି ଯିବ ଆପଣଙ୍କ ଭାଗ୍ୟ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳବାର ଦିନ ଏହି କାମ କଲେ ଭାଗ୍ୟ ବଦଳିବ।

ଆମର ଶାସ୍ତ୍ରରେ ପ୍ରତ୍ୟକ ଦିନ ଓ ବାରର ମହତ୍ୱ କୁହାଯାଇଛି। ସପ୍ତାହର ପ୍ରତ୍ୟକ ଦିନ କିଛି ନାଁ କିଛି ବିଶେଷତ୍ୱ ରହିଥାଏ କାରଣ କୌଣସି ନାଁ କୌଣସି ଭଗବାନ ଗ୍ରହମାନଙ୍କ ସହିତ ଯୋଡି ହୋଇରହିଥାନ୍ତି। ଏଥିପାଇଁ ସପ୍ତାହରେ କିଛି ନାଁ କିଛି ନିୟମ ଅଛି ଯାହାର ପାଳନ କରିବା ଦ୍ୱାରା ଆମର ଜୀବନରେ ଅନେକ ଭଲ ପରିବର୍ତ୍ତନ ଆସିପାରିବ। ଆମର ଶାସ୍ତ୍ରରେ ଯେଉଁସବୁ କଥା ଲେଖା ଯାଇଛି ବା କୁହାଯାଇଛି ତଥା ଯେତେସବୁ ମାନ୍ୟତା ବନାଯାଇଛି ସେହି ସବୁ ମାନ୍ୟତା ପଛରେ ଏକ ଖାସ କାରଣ ରହିଥାଏ। ଏହିସବୁ ମାନ୍ୟତା ଆମ ଜୀବନ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏଥିପାଇଁ ଯଦି ଆପଣଙ୍କ ଘରେ କୌଣସି ଗୁରୁଜନ ଆପଣଙ୍କୁ କିଛି ନିୟମ ବିଷୟରେ ବୁଝେଇ ଥାଆନ୍ତି ସେହି ମାନ୍ୟତାର ମଜାକ ନଉଡେଇ ତାଙ୍କର ସେହି ମାନ୍ୟତା ଗୁଡିକର ପାଳନ କରିବା ଉଚିତ। ଆଜି ଆମେ କଥା ହେବା ସପ୍ତାହର ଦ୍ୱିତୀୟ ବାର ମାନେ ମଙ୍ଗଳବାର ବିଷୟରେ। ହିନ୍ଦୁ ଧର୍ମରେ ମଙ୍ଗଳଙ୍କୁ ଯୁଦ୍ଧର ଦେବତା ମାନାଯାଇଥାଏ। ହେଲେ ବି ମଙ୍ଗଳବାର ଦିନ ଭଗବାନ ହନୁମାନ ମା ପାର୍ବତୀ ଏବଂ ଭଗବାନ ଗଣେଶଙ୍କର ପୂଜା କରାଯାଇଥାଏ। ମଙ୍ଗଳବାର ହନୁମାନଙ୍କର ଅତିପ୍ରିୟ ବାର ହୋଇଥାଏ। ଏଥିପାଇଁ ମଙ୍ଗଳବାର ଦିନ ସୋଚା ମନରେ ହନୁମାନଙ୍କୁ ଧ୍ୟାନ କରିବା ସହିତ କିଛି ଏମିତି କଥା ଅଛି ଯାହାର ପାଳନ କରିବା ଦ୍ୱାରା ଆମର ମନସ୍କାମନା ପୁର୍ଣ ହୋଇଥାଏ। ତ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ କରିବା ଦରକାର ଏବଂ କେଉଁ ଜିନିଷ ଖାଇବା ଦରକାର ଏବଂ କଣ ନାହିଁ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ପ୍ରଥମ କଥା। ମଙ୍ଗଳବାର ଦିନ ହନୁମାନଙ୍କର ମନ୍ଦିରକୁ ଯାଇ ତାଙ୍କୁ ସିନ୍ଦୁର ତଥା ନାଲି ରଙ୍ଗର ଫୁଲ ନିଶ୍ଚୟ ଚଢାନ୍ତୁ। ଏହା ଦ୍ବାରା ଭଗବାନ ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କର ମନର ଇଛା ନିଶ୍ଚୟ ପୁର୍ଣ କରିଥାନ୍ତି।

ଦ୍ୱିତୀୟ କଥା। ମଙ୍ଗଳବାର ଦିନ ହନୁମାନ ଚାଳିସା ପାଠ କରିବା ସହିତ ଭଗବାନ ହନୁମାନଙ୍କ ମନ୍ତ୍ରର ଜପ କରନ୍ତୁ। ପ୍ରତ୍ୟକ ମଙ୍ଗଳବାର ଦିନ ହନୁମାନ ଚାଳିସା ପାଠ କରିବା ଦ୍ୱାରା ଜୀବନରେ ନକରାତ୍ମକ ଦୂର ହୋଇଥାଏ ଏବଂ ଯଦି ବ୍ୟକ୍ତି ଅଧିକ କାମୀ ଅଟେ ଏବଂ ନିଜର କାମୀ ଭାବନା ଉପରେ ନିୟନ୍ତ୍ରଣ କରିପାରୁନଥାଏ ତ ତାକୁ ପ୍ରତି ମଙ୍ଗଳବାର ଦିନ ହନୁମାନ ଚାଳିସାର ପାଠ କରିବା ଉଚିତ। ଏବଂ ବିଧିବିଧାନର ସହିତ ଭଗବାନ ହନୁମାନଙ୍କର ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ତାକୁ ଏହି ଦୋଷରୁ ମୁକ୍ତି ମିଳିଥାଏ।

ତୃତୀୟ କଥା। ମଙ୍ଗଳବାର ଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଏବଂ କିଛି ବିଶେଷ କାର୍ଯ୍ୟ କରିବା ପୂର୍ବରୁ ନାଲି ରଙ୍ଗର ଜିନିଷ କିମ୍ବା କପଡା ନିଜ ପାଖରେ ଅବଶ୍ୟ ରଖନ୍ତୁ।

ଚତୁର୍ଥ କଥା। ଭଗବାନ ହନୁମାନଙ୍କୁ ଗୁଡ଼ କିମ୍ବା ଚଣାର ପ୍ରସାଦ ଅର୍ପଣ କରନ୍ତୁ ଏହା ସହିତ ପାନପତ୍ର ବି ଚଢାନ୍ତୁ। ଯାହା ଦ୍ୱାରା ଆପଣଙ୍କୁ ଶାରୀରିକ ବଳ ଏବଂ ବୁଦ୍ଧି ପ୍ରାପ୍ତି ହେବ।

ପଞ୍ଚମ କଥା। ଯେମିତିକି ଆପଣ ଜାଣିଲେ ଏହି ଦିନର ସ୍ୱାମୀ ବା ଅଧିପତି ହେଉଛନ୍ତି ମଙ୍ଗଳ ଏଥିପାଇଁ ଯଦି ଆପଣଙ୍କ ଜାତକରେ ଦୋଷ ଅଛି ତେବେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପୂଜା ବିଶେଷ ଭାବରେ କରନ୍ତୁ। ଏହା ଦ୍ବାରା ମଙ୍ଗଳର ପ୍ରଭାବ କମ ହୋଇଥାଏ। ଯଦି ମଙ୍ଗଳ ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଜୀବନରେ ଅଧିକ ଅଛି ତେବେ ଏହାକୁ କମ କିମ୍ବା ଦୂର କରିବା ପାଇଁ ଭଗବାନ ମହା ପୁରାଣରେ କୁହାଯାଇଛି ମଙ୍ଗଳବାର ଦିନ ମଙ୍ଗଳ ଚଣ୍ଡୀ ଦେବୀଙ୍କ ଉପାସନା କରିବା ଦ୍ୱାରା ଏହି ଦୋଷର ପ୍ରଭାବ କମ ହୋଇଥାଏ। ଏହା ସହିତ ଏହି ଉପାସନା କରିବା ଦ୍ୱାରା ଆମ ଜୀବନରେ ପାରିବାରିକ ସାମାଜିକ ଏବଂ ଆର୍ଥିକ ସଂକଟ ସବୁ ଦୂରେଇ ଯାଇଥାଏ।

ଷଷ୍ଠ କଥା। ମଙ୍ଗଳବାର ଦିନ ମା ପାର୍ବତୀ ଏବଂ ଭଗବାନ ଗଣେଶଙ୍କର ଦିନ ମଧ୍ୟ ହୋଇଥାଏ। ଏହି ଦିନ ମା ଙ୍କ ବ୍ରତ ଉପାସନା ରଖା ଯାଇଥାଏ।

ସପ୍ତମ କଥା। ମଙ୍ଗଳବାରର ବ୍ରତରେ ଗୋଟିଏ ସମୟ ଭୋଜନ କରି ସ୍ୱାତିକ ଆହାର ପାଳନ କରନ୍ତୁ।

ଅଷ୍ଟମ କଥା। ମଙ୍ଗଳବାର ଦିନ ଲାଲ ମସୁର ଡାଲି ଏବଂ ଗୁଡ଼ର ଦାନ କରିବା ଉଚିତ। ଏହା ଦ୍ଵାରା ଘରୁ ଦୁଃଖ ଦାରିଦ୍ର୍ୟ ଏବଂ କ୍ଳେଶ ଦୂରେଇ ଯାଇଥାଏ।

ଏହା ଥିଲା କିଛି କଥା ଯାହାକୁ କରିବା ଦ୍ୱାରା ଲାଭ ମିଳିଥାଏ। କିନ୍ତୁ ଏମିତି କିଛି କାମ ବି ଅଛି ଯାହା ମଙ୍ଗଳବାର ଦିନ କରିବା ଉଚିତ ନୁହେଁ।

କୌଣସି ନୂଆ କାମ ଆରମ୍ଭ କରିବା ପାଇଁ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ମଙ୍ଗଳବାର ଦିନକୁ ଉଚିତ ମାନାଯାଇ ନଥାଏ। ଏହିଦିନ ଆପଣ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ।

ମଙ୍ଗଳବାର ଦିନ ଦୂର ଯାତ୍ରା କରନ୍ତୁ ନାହିଁ।

ମଙ୍ଗଳକୁ ପାପ ଗ୍ରହ ମାନାଯାଇଥାଏ ଏଥିପାଇଁ ଯାହାର ଜାତକରେ ରହିଥାଏ ଯାହାର ପ୍ରଭାବରେ ଅନ୍ୟ ଲୋକଙ୍କ ଜୀବନରେ ଅଧିକ ଅସୁବିଧା ଆସିଥାଏ। ଏଥିପାଇଁ ଏମିତି ଲୋକଙ୍କୁ ମଙ୍ଗଳବାର ଦିନ ବିଶେଷ ଧ୍ୟାନ ରଖିବା ଉଚିତ।

ମଙ୍ଗଳବାର ଦିନ ମାତାଙ୍କ ଉପାସନା କରିବା ଏବଂ ମନ୍ଦିର ଯିବା ସମୟରେ କଳା ରଙ୍ଗର ବସ୍ତ୍ର ପିଦ୍ଧନ୍ତୁ ନାହିଁ। ତା ବଦଳରେ ନାଲି ରଙ୍ଗର ବସ୍ତ୍ର ପିନ୍ଧିଲେ ଶୁଭ ହୋଇଥାଏ।

ମଙ୍ଗଳବାର ଦିନ କ୍ଷୀର କିଣନ୍ତୁ ନାହିଁ କିମ୍ବା କ୍ଷୀରର ତିଆରି ଜିନିଷର ଅଧିକ ସେବନ କରନ୍ତୁ ନାହିଁ। କାରଣ କ୍ଷୀରର ସମ୍ବଦ୍ଧ ଚନ୍ଦ୍ରଙ୍କ ସହ ରହିଛି ଏବଂ ମଙ୍ଗଳ ଏବଂ ଚନ୍ଦ୍ର ବିରୋଧୀ ଗ୍ରହ ଅଟନ୍ତି। ମଙ୍ଗଳବାର ଦିନ ମାଛ ଖାଇବା ଅଶୁଭ ମାନାଯାଇଛି। ଏହା ଆପଣଙ୍କ ଜୀବନରେ ଆର୍ଥିକ ସଂକଟ ଆସିଥାଏ ଏବଂ ଆପଣଙ୍କୁ ଧନର ସମସ୍ୟା ଆସିଥାଏ। ମଙ୍ଗଳବାର ଦିନ ରୁଟି ଖାଇବାକୁ ଦିଅନ୍ତୁ। ଏହି ଦିନ ଗାଈକୁ ରୁଟି ଖାଇବାକୁ ଦେଲେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ। ଏହି ଦିନ ଲୁହାର ଜିନିଷ କିଣନ୍ତୁ ନାହିଁ। ଏହି ଦିନ ମହିଳା ମାନଙ୍କୁ ସିଙ୍ଗାର ଜିନିଷ କିଣିବା ଉଚିତ ନୁହେଁ। ଏମିତି କରିଲେ ବୈବାହିକ ଜୀବନରେ ଫାଟ ଆସିଥାଏ। ଏହି ଦିନ ଭୁଲରେ ବି ବିରି ଡାଲି ଖାଆନ୍ତୁ ନାହିଁ। ଏହି ଦିନ ବିରି ଡାଲି ଖାଇଲେ ଶନି ଏବଂ ମଙ୍ଗଳ ଆପଣଙ୍କ ପାଇଁ କଷ୍ଟଦାୟକ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *