Excuse Me Odisha

ଯାହା କହିବୁ ସତ କହିବୁ

କୃଷ୍ଣବାଣୀ : ସକାଳୁ ଉଠି ନିଶ୍ଚୟ ଦେଖନ୍ତୁ ଏହି ୫ଟି ଜିନିଷ,ଆପଣଙ୍କ ଭାଗ୍ୟ ବଦଳିଯିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି ସକାଳୁ ଉଠି ନିଶ୍ଚୟ ଦେଖନ୍ତୁ ଏହି ୫ ଟି ଜିନିଷ ଭାଗ୍ୟ ଖୋଲିବ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଏହି ୫ ଟି ଜିନିଷର ନିଶ୍ଚୟ ଦର୍ଶନ କରିବା ଉଚିତ। ଏହି ଜିନିଷ ଗୁଡିକର ଦର୍ଶନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ମଣିଷ ପ୍ରତିଦିନ ଏହି ଜିନିଷ ଗୁଡିକର ଦର୍ଶନ କରିଥାଏ ତା ଜୀବନରେ ନକରାତ୍ମକତା ସମାପ୍ତ ହୋଇଥାଏ ଏବଂ ତା ଜୀବନ ସକାରାତ୍ମକତାରେ ଭରି ଯାଇଥାଏ। କାରଣ ଆମର ଘରେ କିମ୍ବା ଆମର ଘରର ଆଖପାଖରେ କିଛି ଏମିତି ଜିନିଷ ଥାଏ ଯାହା ନକରାତ୍ମକତା ଶକ୍ତି ଛାଡ଼ିଥାଏ ଏବଂ କିଛି ଏମତି ଜିନିଷ ଥାଏ ଯାହା ସକାରାତ୍ମକ ଶକ୍ତି ଛାଡ଼ିଥାଏ। କିନ୍ତୁ ଆମକୁ ସକାଳୁ ଉଠି ନକରାତ୍ମକ ଶକ୍ତି ଛାଡୁଥିବା ଜିନିଷକୁ ଦର୍ଶନ କରନ୍ତି ତ ଆମ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଯଦି ସକାରାତ୍ମକ ବସ୍ତୁର ଦର୍ଶନ କରିବା ତାହେଲେ ଆମର ଜୀବନରେ ସକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ। ଏଥିପାଇଁ ଆମର ଶାସ୍ତ୍ରରେ କିଛି ଏପରି ବସ୍ତୁ ବିଷୟରେ କୁହାଯାଇଛି ଯାହାକୁ ସକାଳୁ ଉଠିବା ମାତ୍ରେ ମଣିଷକୁ ଦର୍ଶନ କରିବା ଉଚିତ। ନୀତିଦିନ ଏହି ବସ୍ତୁ ଗୁଡିକୁ ଦର୍ଶନ କରିବା ବହୁତ ଶୁଭ ମାନାଯାଇଥାଏ ଏବଂ ମଣିଷ ଜୀବନରେ ସକାରତ୍ମକ ଦେଖିବାକୁ ମିଳିଥାଏ। ଆପଣ ଗରିବର ସାମ୍ନା କରୁଛନ୍ତି ତ ଆପଣଙ୍କର କାମରେ ବାଧା ଆସୁଅଛି କିମ୍ବା ଆପଣଙ୍କର ଶତ୍ରୁଙ୍କ ସଂଖ୍ୟା ବଢୁଛି ତ ଆପଣ ଏହି ଜିନିଷ ଗୁଡିକର ଦର୍ଶନ କରନ୍ତୁ ଏହି ଜିନିଷ ଗୁଡିକର ଦର୍ଶନ କରିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ। ତ ଆସନ୍ତୁ ଜାଣିବା ସେହିସବୁ ଜିନିଷ ଗୁଡିକ ବିଷୟରେ ଯାହାକୁ ସକାଳୁ ଉଠୁ ଉଠୁ ଦେଖିବା ଉଚିତ ହୋଇଥାଏ ଏବଂ ଆଉ କଣ ଜିନିଷ ଅଛି ଯାହାକୁ ଦର୍ଶନ କରିବା ଅନୁଚିତ।

ଆଇନା। ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଆଇନା କେବେବି ପ୍ରଥମେ ଦେଖିବା ଉଚିତ ନୁହେଁ। ଏପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଏ। ଶାସ୍ତ୍ର ଅନୁସାରେ ପ୍ରଥମେ ସକାଳୁ ଉଠି ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ମଣିଷର ଭାଗ୍ୟ ଉପରେ ପଡିଥାଏ ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅଗ୍ରଗତି ହୋଇଥାଏ। ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରା ଦେଖନ୍ତୁ ନାହିଁ। କାରଣ ସକାଳୁ ଉଠିବା ବେଳେ ଆମର ଚେହେରା ଖରାପ ଦେଖାଯାଉଥାଏ ଆଉ ସକାଳୁ ଉଠି ଏପରି ଛବି ଦେଖିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆମର ମନ ଉପରେ ପଡିଥାଏ।

ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ସକାଳୁ ଉଠି ଛାଇ ଦେଖିବା ଦ୍ୱାରା ମଣିଷ ଭାଗ୍ୟରେ ଦୁର୍ଭାଗ୍ୟ ଆସିଥାଏ। କାରଣ ଛାଇ ମଣିଷ ଜୀବନରେ ଭ୍ରମ ଏବଂ ଭୟ ନିର୍ମାଣ କରିଥାଏ। ସକାଳୁ ଉଠି ଆପଣ ନିଜର ଛାଇ ଦେଖୁଛନ୍ତି ତ ଏହା ଆପଣଙ୍କ ଜୀବନରେ ଆର୍ଥିକ ପରିସ୍ଥିତି ନିର୍ମାଣ କରିଥାଏ। ଆପଣଙ୍କର କାର୍ଯ୍ୟ ଅଟକି ରହିଯାଏ। ଏଥିପାଇଁ ସକାଳୁ ଉଠି ଆପଣ ଛାଇ ଦେଖନ୍ତୁ ନାହିଁ।

ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠି ନିଜ ହାତର ପାପୁଲି ଦର୍ଶନ କରିବାକୁ ଅତ୍ୟନ୍ତ ଶୁଭ ମାନାଯାଏ। କାରଣ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ସମ୍ପୂର୍ଣ୍ଣ ହାତରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କର ବାସ ହୋଇଥାଏ। ଯାହା ଦ୍ୱାରା ଧନ ଜ୍ଞାନ ଏବଂ ସୁଖର ପ୍ରାପ୍ତି ହୋଇଥାଏ। ଏଥିପାଇଁ ସକାଳୁ ଉଠି ଆପଣ ପ୍ରଥମେ ହାତର ଦର୍ଶନ କରନ୍ତୁ। ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ସକାଳୁ ଉଠି ନିଜର ହାତ ପାପୁଲିର ଦର୍ଶନ କରି ପାଠ ପଢିବା ଆରମ୍ଭ କରିବା ଉଚିତ।

ଗୋମାତାଙ୍କର ଦର୍ଶନ। ସକାଳ ସମୟରେ ଉଠିବା ସମୟରେ ଯଦି ଆପଣଙ୍କ ଦ୍ୱାର ପାଖରେ ଗାଈ ଦେଖାଦିଏ କିମ୍ବା ତାହାର ଆମ୍ବାଜ ଶୁଣାଯାଏ ତ ବୁଝିଯାଅନ୍ତୁ କି ସେଦିନ ଆପଣଙ୍କ ପାଇଁ ବହୁତ ଶୁଭ ହେବ। ସକାଳ ସକାଳ ଏହା ଦେଖିବା ଭଲ ପ୍ରାପ୍ତିର ସଂକେତ ମାନାଯାଏ। ଏଥିପାଇଁ ସକାଳ ସମୟରେ ଯଦି ଦ୍ୱାର ପାଖକୁ ଗାଈ ଆସେ ତେବେ ତାକୁ ମାଡ଼ ମାରି ଓଡାନ୍ତୁ ନାହିଁ ବରଂ ରୁଟି ଖାଇବାକୁ ଦେଇ ଗାଈ କାନରେ ନିଜର ମନସ୍କାମନା କୁହନ୍ତୁ। ଗୋମାତାଙ୍କ କାନରେ ନିଜର ମନସ୍କାମନା କହିବା ଦ୍ୱାରା ମା କାମଧେନୁ ଆପଣଙ୍କର ମନସ୍କାମନା ପୂରଣ କରିବେ। ଆପଣଙ୍କର ଅଟକି ରହିଥିବା କାମ ମଧ୍ୟ ପୂରଣ ହୋଇଥାଏ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ।

ତୁଳସୀର ଦର୍ଶନ। ସକାଳୁ ଉଠି ତୁଳସୀଙ୍କର ଦର୍ଶନ କରିବା ଉଚିତ। କାରଣ ତୁଳସୀ ମା ସବୁ ପ୍ରକାରର ରୋଗକୁ ଭଲ କରିଥାନ୍ତି। ମଣିଷ ଜୀବନରେ ଆଗକୁ ଆସୁଥିବା ଅଘଟଣକୁ ଆଗୁଆ ଜଣାଇ ଦେଇଥାନ୍ତି। ଯଦି ଘରର ତୁଳସୀ ଗଛ ଶୁଖି ଯାଏ ତେବେ ଜାଣନ୍ତୁ କି ଘରର କୌଣସି ଦୁର୍ଘଟଣା ଆସିବାକୁ ଯାଉଅଛି କିମ୍ବା ଘରର ପୁରୁଷ କୌଣସି ବିପଦରେ ପଡ଼ିବାକୁ ଯାଉଛନ୍ତି। ଏଥିପାଇଁ ପ୍ରତିଦିନ ମା ତୁଳସୀଙ୍କୁ ଦର୍ଶନ କରି ଘରୁ ବାହାରକୁ ଯିବା ଉଚିତ।

ଶାସ୍ତ୍ର ଅନୁସାରେ ମାତା ପିତାଙ୍କର ପାଦ ଛୁଇଁବା। ଏହା କୁହାଯାଇଛି ଯେ ମଣିଷକୁ ସକାଳୁ ଉଠିବା ପରେ କିମ୍ବା କୌଣସି ଜାଗାକୁ ଯିବା ସମୟରେ ମାତା ପିତଙ୍କର ଚରଣ ଅବଶ୍ୟ ସ୍ପର୍ଶ କରିବା ଉଚିତ। କାରଣ ମାତା ପିତାଙ୍କର ପାଦରେ ହିଁ ସ୍ୱର୍ଗଲୋକ ବିରାଜମାନ ଅଛି। ଏଥିପାଇଁ ଯେଉଁ ବ୍ୟକ୍ତି ମାତା ପିତାଙ୍କର ଚରଣ ଛୁଇଁ ଘରୁ ବାହାରିଥାଏ ତାକୁ ତାର କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିଥାଏ। ଏଥିପାଇଁ ମାତାପିତାଙ୍କର ସେବା ଅବଶ୍ୟ କରନ୍ତୁ ଏବଂ ନୀତି ତାଙ୍କର ଚରଣ ଛୁଇଁ ବାହାରକୁ ଯାଆନ୍ତୁ।

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସବୁଠୁ ମହତ୍ୱପୂର୍ଣ୍ଣ ଏବଂ ଧାର୍ମିକ କାମ ଏହା ଅଟେ। ମନୁଷ୍ୟକୁ ସକାଳୁ ଉଠିବା ପରେ ନୀତି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମନୁଷ୍ୟକୁ ତାର ପର ଜନ୍ମର ଫଳ ପ୍ରାପ୍ତ ହୋଇଥାଏ। ଏଥିପାଇଁ ସକାଳୁ ଉଠିବା ପରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ତମ୍ବା ଢାଳରେ ଜଳ ଅର୍ପଣ କରନ୍ତୁ ଏବଂ ଏହି ମନ୍ତ୍ରକୁ ଅବଶ୍ୟ ଜପ କରନ୍ତୁ ଓଁ ସୂର୍ଯ୍ୟାୟ ନମଃ। ଏହା କରିବା ଦ୍ୱାରା ଆପଣଙ୍କର ଜୀବନରେ ନିରାଶା ନକରାତ୍ମକତା ସମାପ୍ତ ହୋଇଥାଏ। ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *