Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କର ଏହି ଗୋଟିଏ ଜିନିଷ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ,ଜୀବନ ହୋଇଯିବ ନର୍କ ସମାନ

ସେୟାର୍ କରନ୍ତୁ

ବନ୍ଧୁଗଣ ଚାଣକ୍ୟ ନୀତି, ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ। ଏଠାରେ ଜୀବନକୁ ସୁଖମୟ ବନେଇବା ପାଇଁ ଅନେକ ପ୍ରକାରର ଉପଦେଶ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ନିଜର ନୀତି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜାଙ୍କ ଆସନରେ ବସାଇ ଦେଇଥିଲେ।

ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର ବିଶେଷ ମହତ୍ଵପୂର୍ଣ୍ଣ ନୀତି ବିଷୟରେ । ଯଦି ଆପଣ ମହିଳା ମାନଙ୍କର କୁପ୍ରଭାବରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣ ମହିଳା ମାନଙ୍କର ଏହି ଗୋଟିଏ ଜିନିଷକୁ ଆଦୌ ଦେଖନ୍ତୁ ନାହିଁ। ନଚେତ ଆପଣଙ୍କ ମୃତ୍ୟୁ ହୋଇଯିବାର ସମ୍ଭାବନା ରହିଛି । ଶାସ୍ତ୍ରରେ ଏହିଭଳି ଲୋକଙ୍କୁ ମହାପାପୀ ମଧ୍ୟ କୁହାଯାଇଛି।

୧/ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ କୌଣସି ଜଣେ ମହିଳାଙ୍କୁ ନିଜ ଶିଶୁକୁ ସ୍ତନ୍ୟପାନ କରାଉଥିବାର ଦେଖି ନିଜ ମନରେ ଖରାପ ଭାବନା ଆଣିଥାଏ ଅଥବା ଖରାପ ଚିନ୍ତା କରିଥାଏ, ତାହେଲେ ସେହି ଲୋକକୁ ମହାପାପୀ କୁହାଯାଏ। ମହିଳାଙ୍କ ପ୍ରତି ଖରାପ ଚିନ୍ତାଧାରା, ଖରାପ ନଜର ରଖୁଥିବା ବ୍ୟକ୍ତି କେବେ ନା କେବେ ସ୍ଵୟଂ ନିଜ ମୃତ୍ୟୁର କାରଣ ହୋଇଥାଏ।

୨/ ଶାସ୍ତ୍ର ଅନୁସାରେ, କୌଣସି ବ୍ୟକ୍ତି ଅନ୍ୟ ମହିଳା ଗାଧୋଇବା ସମୟରେ ଦେଖିବା ଅନୁଚିତ ଅଟେ। ଏଭଳି କରିବା ଘୋର ପାପ ବୋଲି ମାନା ଯାଇଥାଏ। ଲୁଚି ଲୁଚି କୌଣସି ମହିଳାଙ୍କୁ ଦେଖିବା ସବୁଠାରୁ ବଡ ପାପ ବୋଲି ମାନାଯାଇଥାଏ।

୩/ ପର ସ୍ତ୍ରୀଙ୍କ ଉପରେ ଖରାପ ନଜର ରଖୁଥିବା ବ୍ୟକ୍ତି ଅଥବା ଯଦି କୌଣସି ପୁରୁଷ ନିଜ ସ୍ତ୍ରୀକୁ ଛାଡି ପର ସ୍ତ୍ରୀ ଉପରେ ଖରାପ ନଜର ରଖିଥାଏ, ତାହେଲେ ସେ ଚରିତ୍ରହୀନ ପୁରୁଷ ଅଟେ। ଶାସ୍ତ୍ରରେ ଏହାକୁ ମହାପାପ ବୋଲି ମନା ଯାଇଥାଏ।

୪/ ମହିଳା ମାନଙ୍କୁ ସମ୍ମାନ ନ କରିବା ଅଥବା ଯେଉଁ ପୁରୁଷ ମହିଳା ମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ, ସେମାନଙ୍କୁ ମଧ୍ୟ ଚରିତ୍ରହୀନ ପୁରୁଷ କୁହାଯାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମହିଳା ମାନଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ। ଆପଣ ମାନେ ମହିଳା ମାନଙ୍କୁ କେବେ ମଧ୍ୟ ଖରାପ ଶବ୍ଦ ପ୍ରୟୋଗ କରି ଗାଳି ଦିଅନ୍ତୁ ନାହିଁ। ଏଭଳି କରିବା ପୁରୁଷର ପୌରୁଷତ୍ବ ଉପରେ ପ୍ରଶ୍ନ ଉଠିଥାଏ। ଏହାସହିତ ସେହି ପୁରୁଷ ଚରିତ୍ରହୀନ ବୋଲି କୁହାଯାଏ। ଏଣୁ ପୁରୁଷ ମାନଙ୍କୁ ଏହି ଭୁଲ କେବେ ମଧ୍ୟ କରିବା ଉଚିତ ନୁହେଁ। ଯେଉଁ ପୁରୁଷ ମହିଳା ମାନଙ୍କୁ ସମ୍ମାନ କରିଥାନ୍ତି, ସେ ନିଜ ଜୀବନରେ ବହୁତ ସୁଖରେ ରହିଥାନ୍ତି।ତେଣୁ ଆପଣମାନେ ସର୍ବଦା ଏହିସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ, ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ ସେୟାର ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *