Excuse Me Odisha

ଯାହା କହିବୁ ସତ କହିବୁ

ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କଣ ସୂଚନା ମିଳିଥାଏ !

ସେୟାର୍ କରନ୍ତୁ

ବନ୍ଧୁଗଣ ବର୍ତ୍ତମାନ ସମୟରେ ଲୋକମାନେ ଅତ୍ୟାଧୁନିକ ଓ ନୂତନ ଟେକ୍ନୋଲୋଜି ଦେଇ ଚଳି ଆସୁଛନ୍ତି।କିନ୍ତୁ ଆମେ ଆମର ପୁରାଣ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରକୁ କେବେବି ଭୁଲି ନଥାଉ। ପୁରାଣ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ଥିବା ଦୁଃଖ, ସୁଖ, ଭଲମନ୍ଦ ଯାହା ସବୁ ଘଟିଥାଏ, ତାହା ସର୍ବଦା ମନୁଷ୍ୟର କର୍ମ ଉପରେ ଆଧାରିତ ହୋଇଥାଏ। ଅଜାଣତରେ ଆମେ ଏଭଳି କିଛି କାର୍ଯ୍ୟ କରିଥାଉ, ଯାହାଦ୍ଵାରା ପରବର୍ତ୍ତୀ ସମୟରେ ଆମକୁ ପଶ୍ଚାତାପ କରିବାକୁ ପଡ଼ିଥାଏ।ସେହି କାର୍ଯ୍ୟ ଗୁଡ଼ିକ ହେଉଛି –

୧/ ଯେଉଁ ବ୍ୟକ୍ତି ଖାଇ ସାରିବା ପରେ ଅଇଁଠା ରଖି ଚାଲି ଯାଇଥାନ୍ତି, ତାଙ୍କୁ କେବେବି ଜୀବନରେ ସଫଳତା ମିଳି ନଥାଏ। ଯଦି କୌଣସି କ୍ଷେତ୍ରରେ ସଫଳତା ଅର୍ଜନ କରନ୍ତି, ତାହେଲେ ଏହା ବେଶୀ ଦିନ ତିଷ୍ଠି ନଥାଏ।

୨/ ଯେଉଁ ବ୍ୟକ୍ତି ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, କିମ୍ବା ଦିନ ୧୨ ଘଟିକା ସମୟରେ ଖାଦ୍ୟ ସେବନ କରିବାର ଅଭ୍ୟାସ ରଖିଥାନ୍ତି ଏବଂ ଏହାସହିତ ଅନ୍ୟମାନଙ୍କ ସହିତ ସର୍ବଦା କଳି ଝଗଡ଼ା କରିଥାନ୍ତି, ତାଙ୍କଠାରେ ଦାରିଦ୍ର୍ୟତାର ଦେଖା ଦେଇଥାଏ।

୩/ ଖାଦ୍ୟ ଖାଇଲା ବେଳେ ଯଦି ବାଳ ବାହାରେ, ତାହେଲେ ଶୁଭ ହୋଇ ନଥାଏ ବା ଅଶୁଭ ହୋଇ ନଥାଏ। କିନ୍ତୁ ବ୍ୟକ୍ତିର ମନରେ ଅଶୁଭ ଚିନ୍ତାଧାରା ଆସିଥାଏ।

୪/ ଯେଉଁ ବ୍ୟକ୍ତି ନାକରେ ବାରମ୍ବାର ହାତ ପୁରେଇ ଥାଏ ବା ସର୍ବଦା ଦାନ୍ତକୁ ରଗଡିବାର ଅଭ୍ୟାସ ରଖିଥାଏ, ତାଙ୍କର ସର୍ବଦା ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।

୫/ ଯେଉଁ ଲୋକର ବାରମ୍ବାର ଚୁଟି ଧରିବା ବା ଚୁଟିକୁ ଛୁଇଁବା ଅଭ୍ୟାସ ରହିଥାଏ, ତାଙ୍କ ପାଖରେ ସର୍ବଦା ଅଶୁଭ ଲକ୍ଷଣ ଦେଖା ଦେଇଥାଏ। ଏହାସହିତ ତାଙ୍କର ସର୍ବଦା ଅମଙ୍ଗଳ ହୋଇଥାଏ।

୬/ ଯେଉଁ ବ୍ୟକ୍ତି ସର୍ବଦା ଗରମ ପାଣିରେ ଗାଧୋଇ ଥାଆନ୍ତି, ସେମାନଙ୍କର କେଶ ଝଡ଼ିବା ସମସ୍ୟା ସୃଷ୍ଟି ହେବା ସହିତ ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ।

୭/ ଯଦି ଆପଣ ବାହାର ଜାଗାରୁ ଘରକୁ ପ୍ରବେଶ କରନ୍ତି, ତାହେଲେ ଗୋଡହାତ ଭଲଭାବରେ ଧୋଇବା ଉଚିତ। ଗାଧୋଇବା ସମୟରେ ଭଲଭାବରେ ନିଜ ଶରୀରକୁ ପରିଷ୍କାର କରିବା ଆବଶ୍ୟକ, ଏହାଦ୍ବାରା ମନ ସ୍ଥିର ହେବା ସହିତ ଶାନ୍ତି ପ୍ରାପ୍ତ ହୋଇଥାଏ।

୮/ ଯେଉଁ ବ୍ୟକ୍ତି ମୁଣ୍ଡ କୁଣ୍ଡେଇବା ସମୟରେ ଯଦି ପାନିଆ ତାଙ୍କ ହାତରୁ ଖସି ପଡେ, ତାହେଲେ ଏହା ଶୁଭ ସଙ୍କେତ ଦେଇଥାଏ। ଯଦି ଆପଣଙ୍କ କାନରେ କେଶ ଉଠିଥାଏ, ତାହେଲେ ଏହା ଅଶୁଭ ସୂଚନା ଦେଇଥାଏ।

୯/ ଯଦି ଆପଣ ନିଜ ଘର ପାଖରେ ଲଗାଇଥିବା ଗଛରେ ସବୁଦିନ ପାଣି ଦେବେ, ତାହେଲେ ଆପଣଙ୍କ ପାଇଁ ଏହା ମଙ୍ଗଳମୟ ସାବ୍ୟସ୍ତ ହେବ। ଏଭଳି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ସୁସ୍ଥତା ଅନୁଭବ ହେବ।

୧୦/ ଯଦି କୌଣସି ବ୍ୟକ୍ତି ଅମାବାସ୍ୟା ଦିନ ନିଶାଦ୍ରବ୍ୟ ସେବନ ବା ଆମିଷ ଭୋଜନ କରନ୍ତି, ତାହେଲେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ।

୧୧/ ଯଦି ଆପଣ ବାହାର ସ୍ଥାନରୁ ଘରକୁ ଫେରୁଛନ୍ତି, ତାହେଲେ ଆପଣଙ୍କୁ କିଛି ନା କିଛି ଘରକୁ ନେଇ ଆସିବା ଉଚିତ। ଅର୍ଥାତ ବାହାର ସ୍ଥାନରୁ ଘରକୁ ଆସିବା ସମୟରେ ଖାଲି ହାତ ଆସିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଅଧିକ ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *