Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ, ସ୍ୱାମୀ ସହିତ କିମ୍ବା ସ୍ୱାମୀ ପୁର୍ବରୁ ଭୋଜନ କରୁଛନ୍ତି,ତାହେଲେ ଜଲଦି ଏହାକୁ ପଢନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ସ୍ତ୍ରୀ ସ୍ୱାମୀ ସହିତ ଏବଂ ସ୍ୱାମୀଙ୍କ ପୂର୍ବରୁ ଭୋଜନ କରୁଛନ୍ତି କଣ ହୋଇଥାଏ ଆସନ୍ତୁ ଜାଣିବା

ବନ୍ଧୁଗଣ ଆମର ଜୀବନ ପ୍ରତ୍ୟକ କାର୍ଯ୍ୟ କଳାପ ଆମର ବାସ୍ତୁ ଉପରେ ମଧ୍ୟ ପ୍ରଭାବ ପକାଇଥା। ଆମର ରହିବା ଖାଇବା ପିଇବା ବିଚାର ଆଚରଣ ଯେଉଁ ପ୍ରକାରର ହୋଇଥାଏ ସେହି ପ୍ରକାରର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ଆମର ବ୍ୟବହାର ଦ୍ୱାରା ଆମର ଜୀବନ ଜଡିତ ହୋଇଥାଏ। ବାସ୍ତୁଶାସ୍ତ୍ରର କିଛି ନିୟମ ପାଳନ କରିବା ଆମର ଦୈନିକ ଜୀବନରେ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ। ଯେପରି ପ୍ରତିଦିନ ସ୍ନାନ କରିବା ଠିକ ସମୟରେ ଭୋଜନ କରିବା ପ୍ରତ୍ୟକ କାମ ସମୟ ଅନୁସାରେ କରିବା ଠିକ ସମୟରେ ଶୋଇବା ଉଠିବା ଆମ ପାଇଁ ବହୁତ ଜରୁରୀ ଅଟେ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ। ଏହା ଆମ ଶାସ୍ତ୍ର ଅନୁସାରେ ଏହସବୁ ନିୟମ ପାଳନ କରିବା ଉଚିତ। ଭଲ ନିଦ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଏହା ଆମ ମନ ମସ୍ତିଷ୍କକୁ ଆରାମ ମିଳିବା ସହିତ ଶାନ୍ତି ମଧ୍ୟ ମିଳିଥାଏ। ଆମର ବାସ୍ତୁଶାସ୍ତ୍ରରେ ଶୋଇବା ଏବଂ ନିଦକୁ ନେଇ କେତେ ସବୁ ନିୟମ କୁହାଯାଇଛି। ସେହିପରି କେଉଁ ସମୟରେ ଶୋଇବା ଉଚିତ କେଉଁ ସମୟରେ ଶୋଇବା ଅନୁଚିତ କେଉଁ ଦିଗକୁ ପାଦ ରଖି ଶୋଇବା ଅନୁଚିତ ଶୋଇବା ସମୟରେ ଆମର ମୁଣ୍ଡ କେଉଁ ଦିଗକୁ ରହିବା ଉଚିତ ଏହିସବୁ ବିଷୟରେ ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏହାର ସିଧା ପ୍ରଭାବ ଆମର ଆର୍ଥିକ ଏବଂ ପାରିବାରିକ ଜୀବନ ଉପରେ ପଡିଥାଏ। ଖାସ କରି ଘରର ମହିଳାଙ୍କୁ ଏହିସବୁ ନିୟମର ପାଳନ କରିବା ଉଚିତ। ଆଜି ଆମେ ଶୋଇବା ସମୟ ବିଷୟରେ ଜଣେଇବୁ। ଯଦି ଆମର ଶୋଇବାର ଶୈଳୀ ଭୁଲ କିଛି ନିୟମର ଅଣଦେଖା କରୁଛନ୍ତି ଏପରି କିଛି ଭୁଲ କରୁଛନ୍ତି ଯାହା ଦ୍ୱାରା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହାକୁ ଶୀଘ୍ର ସୁଧାରିବାକୁ ହେବ ଯାହା ଦ୍ୱାରା ଜୀବନ ସୁଖମୟ ହେବ। ତେବେ ଆସନ୍ତୁ ଜାଣିବା ଘରର ମହିଳାଙ୍କୁ ଶୋଇବା ସମୟରେ କେଉଁ କଥାର ଧ୍ୟାନ ରଖିବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ କର୍ତାଙ୍କ ଶୟନ କକ୍ଷ ସବୁବେଳେ ଦକ୍ଷିଣ ପଶ୍ଚିମ ଦିଗକୁ ରହିବା ଉଚିତ। ଏହି ଦିଗରେ ଶୟନ କକ୍ଷ ହେବା ଦ୍ୱାରା ସେହି ବ୍ୟକ୍ତିକୁ ବ୍ୟାପାରରେ ଧନ ମିଳିଥାଏ। ଏହା ସହିତ ଘର ପରିବାର ମଧ୍ୟରେ ପ୍ରେମ ସ୍ନେହ ଆଦର ବନିରହିଥାଏ।

ଶୋଇବା ସମୟରେ ଆମର ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ରହିବା ଉଚିତ। ଏହା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ। ଦକ୍ଷିଣ ଦିଗକୁ ପାଦ କରି ଭୁଲରେ ବି ଶୁଅନ୍ତୁ ନାହିଁ। କାରଣ ଏହା ମୃତ୍ୟୁ ଦେବତା ଯମଙ୍କର ଦିଗ ହୋଇଥାଏ ଏହା ଦ୍ବାରା ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଦ୍ୱାରା ମାନସିକ ଚିନ୍ତା ଲାଗିରହିଥାଏ।ଏହିପରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଅନୁଚିତ। ପୂର୍ବ ଦିଗରେ ସୂର୍ଯ୍ୟଦେବତା ଉଦୟ ହୋଇଥାନ୍ତି। ସୂର୍ଯ୍ୟଦେବଙ୍କୁ ଆମ ହିନ୍ଦୁ ଧର୍ମରେ ପଦନିୟ ମାନନ୍ତି। ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଅନୁଚିତ ଅଟେ।

ଘରର ଖୁସିକୁ ବୃଦ୍ଧି କରିବା ଘରର ମହିଳାଙ୍କ ମୁଖ୍ୟ ଭୂମିକା ଏଥିରେ ଥାଏ। ଘରର ସଂସ୍କାର ମଧ୍ୟ ଘରର ମହିଳାଙ୍କୁ ଅଧିକ ଜଣାଥାଏ। ଏଥିପାଇଁ ଘରର ମହିଳାଙ୍କୁ ଶୋଇବା ଉଠିବା ସମୟର ଧ୍ୟାନ ରଖିବା ଉଚିତ। ପ୍ରତ୍ୟକ ଦିନ ସ୍ନାନ କରି ପୂଜାପାଠ କରିବା ଉଚିତ। ଏହା ଦ୍ୱାରା ଘରେ ଖୁସି ସବୁବେଳେ ରହିଥାଏ। ଘରର ମହିଳା ଡେରି ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଘରକୁ ଦୁର୍ଭାଗ୍ୟ ଆସିଥାଏ। ନକରାତ୍ମକତା ବଢିଥାଏ ଶାରୀରିକ ମାନସିକ ଚିନ୍ତା ମଧ୍ୟ ବଢିଥାଏ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଭଲ ନୁହେଁ। ଏଥିପାଇଁ ଘରର ମହିଳାମାନେ ଶୀଘ୍ର ଉଠିବା ଉଚିତ ଏବଂ ଘରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଶୀଘ୍ର ଉଠାଇବା ଉଚିତ।

ଆବଶ୍ୟକତା ଯଦି ନାହିଁ ତେବେ ଘରର ମହିଳାଙ୍କୁ ଦିନରେ ଶୋଇବା ଉଚିତ ନୁହେଁ। ଦିନରେ ଶୋଇବା ଆରୋଗ୍ୟ ଦୃଷ୍ଟିକୋଣରୁ ଭୁଲ ବୋଲି ମାନାଯାଏ। ଶରୀର ଆଉ ମନ ଆଳସ୍ୟରେ ଭରିଯାଏ। ଏହାର କୁପ୍ରଭାବ ଘରର ସମସ୍ତଙ୍କ ଉପରେ ପଡିଥାଏ। ଘରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ। ମହିଳାଙ୍କୁ ସନ୍ଧ୍ୟା ସମୟରେ ଭୁଲରେ ବି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀ ଘରୁ ଚାଲିଯାନ୍ତି।

ଘରର ବଡ଼ ମହିଳା ବା ମୁଖ୍ୟ ମହିଳାଙ୍କୁ ଦକ୍ଷିଣ ଦିଗରେ ଶୋଇବା ଉଚିତ କାରଣ ଦକ୍ଷିଣ ଦିଗର ପ୍ରଭାବ ସବୁଠାରୁ ଅଧିକ ହୋଇଥାଏ। ଏହା ଦ୍ବାରା ଘରର ମୁଖ୍ୟ ମହିଳାଙ୍କ ସ୍ଵଭାଵ ଭଲ ହୋଇଥାଏ।

ଶୟନ କକ୍ଷରେ ପତି-ପତ୍ନୀ ଲଢେଇ ଝଗଡା କରିବା ଉଚିତ ନୁହେଁ। ଏହାକୁ ବାସ୍ତୁଶାସ୍ତ୍ରରେ ବହୁତ ଅଶୁଭ କୁହାଯାଏ। ରାହୁ କେତୁ ଗ୍ରହ ଝଗଡାର କାରଣ ହୋଇଥାନ୍ତି। ଏହି ଗ୍ରହ ଠାରୁ ବଞ୍ଚିବା ଉଚିତ। ଶାସ୍ତ୍ର ଅନୁସାରେ ପତ୍ନୀଙ୍କୁ ପତିଙ୍କର ବାମ ପଟେ ଶୋଇବା ଉଚିତ।

ଘରର ମହିଳାଙ୍କୁ ନିଜର ମୁଣ୍ଡ ଚୁଟିରେ ଫୁଲ ଗଜରା କିମ୍ବା କୌଣସି ସୁଗନ୍ଧିତ ତେଲ ଲଗେଇ ଶୋଇବା ଉଚିତ ନୁହେଁ। ଏହା ଖରାପ ଶକ୍ତିକୁ ଆକର୍ଷଣ କରିଥାଏ। ଚୁଟିକୁ ବାନ୍ଧି କରି ଶୋଇବା ଉଚିତ।

ଶୋଇବା ପୂର୍ବରୁ ପାଦକୁ ଭଲ ଭାବରେ ଧୋଇକି ଶୋଇବା ଉଚିତ। ଖଟ ଉପରେ ବସି ଖାଆନ୍ତୁ ନାହିଁ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ପତି ଏବଂ ପତ୍ନୀଙ୍କ ସମ୍ପର୍କ ଏହି ସଂସାରରେ ସବୁଠାରୁ ଶକ୍ତିଶାଳୀ ସମ୍ପର୍କ ଅଟେ। ତା ସହିତ ଏହି ସଂପର୍କକୁ ମଧ୍ୟ କମଜୋର କୁହାଯାଏ। ଯଦି ପତି ଏବଂ ପତ୍ନୀଙ୍କ ଆଚାର ବଚନ କର୍ମ ବିଚାର ସଂସ୍କାର ସହଜରେ ମିଳିଯାଏ ତ ଏହିପରି ସମ୍ପର୍କ ମଜବୁତ ଅଟେ। ଯଦି ଏହାର ବିପରିତ ହୋଇଥାଏ ତ ଦୁହିଁଙ୍କ ଜୀବନ କମଜୋର ହୋଇଯାଇଥାଏ। ଦାମ୍ଫତ୍ୟ ଜୀବନରେ ବେଳେବେଳେ କୌଣସି କାରଣରୁ ମତଭେଦ ହୋଇଥାଏ ଏହା ସାମାନ୍ୟ କଥା ଅଟେ। ଏହାକୁ ପତି-ପତ୍ନୀ ଦୁହେଁ ମିଶି ସମାଧାନ କରିବା ଉଚିତ। ଅନ୍ୟ କାହାକୁ ଏଥିରେ ସାମିଲ କରିବା ଉଚିତ ନୁହେଁ। ଏହା ଯେତେବି ବଡ଼ କଥା ହୋଇଥାଉ ନାଁ କାହିଁକି। ଆପଣ ଦୁହେଁ ଦୁହିଁଙ୍କୁ ସାହାର୍ଯ୍ୟ କରିବା ଉଚିତ।

ମହାଭାରତ ଅନୁସାରେ ଧର୍ମରାଜ ଯୁଧିଷ୍ଠିରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ସେହି ପ୍ରଶ୍ନ ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା କି ଇଶ୍ଵର ତିଆରି କରିଥିବା ସବୁଠୁ ଭଲ ସମ୍ପର୍କ କଣ। ତ ଯୁଧିଷ୍ଠିର ଉତ୍ତରରେ କହିଥିଲେ ପତି ଏବଂ ପତ୍ନୀଙ୍କ ମଧ୍ୟରେ ଭଲ ମିତ୍ରତା ରହିବା ଦରକାର। ଯେମିତି ରାଗି ଯାଇଥାନ୍ତି ଏବଂ ଶୀଘ୍ର ହିଁ କଥା ହୋଇଥାନ୍ତି। କୌଣସି ବି କାରଣରୁ ଦୁହେଁ ଅଲଗା ହେବା ଉଚିତ ନୁହେଁ। ସେହିପରି ପତି ଏବଂ ପତ୍ନୀଙ୍କୁ ବି ମିତ୍ରତା ଭାବରେ ରହିବା ଉଚିତ। ଆପଣ ବେଳେବେଳେ ଦେଖିଥିବେ ପତି ଏବଂ ପତ୍ନୀ ସମାଜରେ ସମସ୍ତଙ୍କ ସାମ୍ନାରେ ଝଗଡା କରିଥାନ୍ତି ଜଣେ ଜଣଙ୍କୁ ଖରାପ ବୋଲି ମଧ୍ୟ କହିଥାନ୍ତି। ସମସ୍ତଙ୍କ ସାମ୍ନାରେ ପତି ଏବଂ ପତ୍ନୀ ଦୁହେଁ ଦୁହିଁଙ୍କୁ ସମ୍ମାନ କରିବା ଉଚିତ। ଯେତେ ବି ରାଗ ରୁଷା ମନରେ ଥାଉ ନାଁ କାହିଁକି ଏହାକୁ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ନଚେତ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଆନ୍ତି। ତା ସହିତ ଜୀବନରେ ନକରାତ୍ମକତା ଦୁଃଖ କ୍ଳେଶ ଏବଂ ଦରିଦ୍ରତା ଆସିଥାଏ। କାରଣ ଯେଉଁଠି ନକରାତ୍ମକତା ଦୁଃଖ କ୍ଳେଶ ଥାଏ ସେଠାରେ ଅଲକ୍ଷ୍ମୀ ବାସ କରିଥାନ୍ତି। ଯେଉଁ ମହିଳାମାନେ ତାଙ୍କ ସ୍ୱାମୀଙ୍କ ପଛରେ ଖରାପ କାମ କରିଥାନ୍ତି କିମ୍ବା ଖରାପ କଥା କହିଥାନ୍ତି ଏମିତି ମହିଳାଙ୍କ ଠାରୁ ମା ଲକ୍ଷ୍ମୀ ଚାଲିଯାଇଥାନ୍ତି। ସେଥିପାଇଁ ମହିଳାଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ। ପତି ଏବଂ ପତ୍ନୀ ଦୁହେଁ ଦୁହିଁଙ୍କ ଉପରେବିଶ୍ୱାସ ରଖିବା ଉଚିତ। ଚରିତ୍ର ଏବଂ ବିଶ୍ୱାସ କାଚ ଭଳି ହୋଇଥାଏ ଏହାର ଯତ୍ନ ରଖିବା ଆବଶ୍ୟକ। ଯେପରି ଆମେ ଯତ୍ନର ସହିତ କାଚ କୁ ରଖିଥାଉ ସେହିପରି ଚରିତ୍ରକୁ ମଧ୍ୟ ଯତ୍ନର ସହ ରଖିବା ଉଚିତ। କାଚ ଦେହରେ ଯେମିତି ଛୋଟିଆ ଆଘାତ ଲାଗିଲେ ଭାଙ୍ଗି ଯାଏ ସେହିପରି ଚରିତ୍ରରେ ମଧ୍ୟ ଛୋଟ ଆଘାତ ଲାଗିଲେ ଜୀବନର ସାରା ସମ୍ପର୍କ ତୁଟି ଯାଇଥାଏ।

ସେଥିପାଇଁ ପତି ଏବଂ ପତ୍ନୀଙ୍କୁ ନିଜ ଉପରେ ବିଶ୍ୱାସ ରଖିବା ଉଚିତ। ଦୁହେଁ ଦୁହିଁଙ୍କୁ କୌଣସି ବି କଥା ଲୁଚେଇବା ଉଚିତ ନୁହେଁ। ପ୍ରେମ ସ୍ନେହ ସମ୍ମାନ ଦୁହେଁ ଦୁହିଁଙ୍କୁ କରିବା ଉଚିତ। ଦୁହିଁଙ୍କୁ ଆଗକୁ ଯିବାକୁ ହେଲେ ଏକା ସାଙ୍ଗରେ ପାଦ ମିଶାଇ ଚାଲିବାକୁ ହେବ। ଶାସ୍ତ୍ର ଅନୁସାରେ ନିଜ ପତି ବିନା ପତ୍ନୀ ଅନ୍ୟ କୌଣସି ପୁରୁଷ ସହିତ ଗୋଟିଏ ଜାଗାରେ କିମ୍ବା ଗୋଟିଏ ଗାଡ଼ିରେ ବସିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ସେହି ମହିଳାଙ୍କ ଚରିତ୍ର ନଷ୍ଟ ହୋଇଯାଏ। ଶାସ୍ତ୍ର ଅନୁସାରେ ପତି ଭୋଜନ କରିବା ପରେ ହିଁ ଭୋଜନ କରିବା ଉଚିତ। ପତିଙ୍କ ଆଗରୁ ଭୋଜନ କରୁଥିବା ପତ୍ନୀଙ୍କ ପତିବ୍ରତା ଧର୍ମ ନଷ୍ଟ ହୋଇଯାଏ। ଏହି କାରଣରୁ ଘରେ ନକରାତ୍ମକ ବୃଦ୍ଧି ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ଚାଲିଯାଏ। ଏଥିପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ପତ୍ନୀଙ୍କୁ ପତିଙ୍କ ଭୋଜନ ପରେ ହିଁ ଭୋଜନ କରିବା ଉଚିତ। ଏହା ଦ୍ୱାରା ଘରେ ସୁଖ ଶାନ୍ତି ବନି ରହେ। ଏବଂ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବନିରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *