Excuse Me Odisha

ଯାହା କହିବୁ ସତ କହିବୁ

ଏଥର ନୂଆବର୍ଷରେ ଏହି ୬ଟି ରାଶିର ଲୋକେ ହେବେ ଭାଗ୍ୟଶାଳୀ,ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ ?

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ନୂଆବର୍ଷରେ କିଛି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ତେବେ ନୂଆବର୍ଷରେ ଏହି ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଏହି ରାଶିର ଲୋକ ମାନେ ପୂର୍ବରୁ କରିଥିବା ଖରାପ କାର୍ଯ୍ୟରୁ ନିବୃତ ହେବେ। ଆପଣଙ୍କ ଜୀବନରେ ରହିଥିବା ଅନେକ ସମସ୍ୟା ଦୂର ହେବ। ଆପଣ ସମାଜ କଲ୍ୟାଣ ପାଇଁ କିଛି ଭଲ କାର୍ଯ୍ୟ କରିବେ। ଆପଣଙ୍କର ସବୁ ଗ୍ରହ ଦଶା କଟିଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ।

କନ୍ୟା ରାଶି – ଏହି ରାଶିର ଲୋକ ମାନେ ନିଜ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରିବେ।ଅଚାନକ ଆପଣଙ୍କର କୌଣସି କ୍ଷେତ୍ରରୁ ଧନଲାଭ ହୋଇପାରେ। ନୂଆ କାର୍ଯ୍ୟାଳୟରେ ଆପଣ କାମ କରି ପାରନ୍ତି। ଆଗାମୀ ସମୟ ଆପଣଙ୍କ ପାଇଁ ଖୁସିରେ ଅତିବାହିତ ହେବ।

ତୁଳା ରାଶି – ଏହି ରାଶିର ଲୋକ ମାନଙ୍କର ଅଚାନକ ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଆପଣଙ୍କୁ ସଚ୍ଚୋଟ ପ୍ରେମ ମିଳିବାର ଯୋଗ ରହିଛି। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣ ଧନଲାଭ କରିବେ। ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ପାଇବ। ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି, ତାହେଲେ ତାଙ୍କ ପାଖରେ ପ୍ରେମ ସ୍ବୀକାର କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।

ସିଂହ ରାଶି – ଏହି ରାଶିର ଲୋକ ମାନଙ୍କ ପାଇଁ ଏହି ସମୟ ଅନୁକୂଳ ସାବ୍ୟସ୍ତ ହେବ। ପାରିବାରିକ କଳହର ସମାପ୍ତି ଘଟିବ। କୌଣସି ସ୍ଥାନକୁ ଆପଣ ଲାଭଦାୟକ ଯାତ୍ରା କରିବେ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ। ବ୍ୟବସାୟରେ ଭଲ ଲାଭ ହେବା ସହିତ ଅଧିକ ନିବେଶ କରିବେ। ମାତାପିତାଙ୍କ ସହଯୋଗ ଦ୍ୱାରା ଆପଣଙ୍କ କାର୍ଯ୍ୟ ସଠିକ ରୂପରେ ସମ୍ପନ୍ନ ହେବ।

ମେଷ ରାଶି – ଏହି ରାଶିର ଲୋକ ମାନଙ୍କର ରୋଜଗାରରେ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ଲାଭ ପ୍ରାପ୍ତ ହେବ।ଆପଣ ଯେଉଁ କାର୍ଯ୍ୟ କରିବେ, ସେଥିରେ ଆପଣ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

କର୍କଟ ରାଶି – ଏହି ରାଶିର ଲୋକମାନେ ବଡ ସଂସ୍ଥା ସହିତ ଯୋଡି ହୋଇ ପାରନ୍ତି। ଆପଣ ସ୍ଵାଦିଷ୍ଟ ଭୋଜନ କରି ପାରନ୍ତି। ଆପଣ ଯେଉଁ କାର୍ଯ୍ୟ କରିବେ, ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ। ଦୂରରେ ରହି ପାଠ ପଢୁଥିବା ଆପଣଙ୍କ ସନ୍ତାନ ଠାରୁ ଶୁଭ ସମାଚାର ପ୍ରାପ୍ତ କରିବେ। ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ।

କୁମ୍ଭ ରାଶି – ଏହି ରାଶିର ଲୋକମାନେ ସର୍ବଦା ଧନ ସଞ୍ଚୟ କରିବାରେ ସଫଳ ହେବେ। ଆପଣ ଯେଉଁ ଯୋଜନା କରିଛନ୍ତି, ତାହା ସଫଳ ହେବ। ଆପଣଙ୍କୁ ଶାରୀରିକ ପୀଡାରୁ ମୁକ୍ତି ମିଳିବ। ନୂଆ ବାହନ କ୍ରୟ କରି ପାରନ୍ତି। ବିଦେଶରେ ରହୁଥିବା କୌଣସି ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ, ଏହାକୁ ସମସ୍ତଙ୍କୁ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *