Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ୮ଟି ସଙ୍କେତ,ନିଶ୍ଚୟ ଭାବରେ ଥରଟେ ଏହାକୁ ପଢନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ୮ ଟି ସଂକେତ।

ଜୀବନ ମୃ-ତ୍ୟୁ ଲାଭ କ୍ଷତି ସୁଖ ଦୁଃଖ ଏସବୁ ଜୀବନର ମହତ୍ୱପୂର୍ଣ୍ଣ ଅଙ୍ଗ। କେବେ ଜୀବନରେ ସୁଖ ଆସିଥାଏ ତ କେବେ ଦୁଃଖର କଳା ବାଦଲ ଖେଳିଯାଇଥାଏ। ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ ସୁଖ ଦୁଃଖ ତ ଆସିଥାଏ କିନ୍ତୁ ସମୟ ଚକ୍ର ଯୋଗୁ ଆସିଥାଏ। କିନ୍ତୁ ସମୟ ଠାରୁ ବଳବାନ ଆଉ କିଛିବି ନାହିଁ। ଏବଂ ସମୟ ଆଗରେ ସମସ୍ତେ ମୁଣ୍ଡ ନୁଆଁଇ ଥାନ୍ତି। ଏହି ଦୁନିଆରେ ଏମିତି ଲୋକଙ୍କୁ ଆପଣ ଦେଖିଥିବେ କି ହଠାତ ସେମାନେ ରାଜାଙ୍କ ଭଳି ଜୀବନ ଅତିବାହିତ କରିଥାନ୍ତି ଏବଂ ଅନେକ ଧନୀ ବ୍ୟକ୍ତି କାଙ୍ଗାଳ ମଧ୍ୟ ହୋଇଯାଇଥାନ୍ତି। ଏହାସବୁ ସମୟ ଉପରେ ନିର୍ଭର କରିଥାଏ। ତେଣୁ ଆମେ କିପରି ଜାଣିପାରିବା କି ଆମ ସମୟ ଚକ୍ର ଖୁସି ଆଣି କରି ଆସୁଛି କି ଦୁଃଖ ନେଇ ଆସୁଛି। ଏମିତି ବହୁତ ସାରା ପ୍ରଶ୍ନ ମନରେ ଉଙ୍କି ମାରୁଥିବ। ସେଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ କି ଏହି ସବୁ ସଙ୍କେତ ମିଳିଲେ ଜାଣିପାରିବେ ଆପଣଙ୍କ ଜୀବନରେ ଶୁଭ ନେଇ ଆସୁଛି। ଯେବେ ନାରଦ ମୁନି ବୈକୁଣ୍ଠ ଧାମରେ ପହଁଚି ଶ୍ରୀହରି ବିଷ୍ଣୁଙ୍କୁ ଏହି ସଂକେତ ବିଷୟରେ ପଚାରିଥିଲେ ତ ଶ୍ରୀହରି ବିଷ୍ଣୁ ସ୍ୱୟଂ କହିଥିଲେ ମନୁଷ୍ୟଙ୍କ ପାଖକୁ ଏମିତି ସଂକେତ ପହଂଚାଇ ଥାନ୍ତି ଯାହା ମଣିଷ ତାର ଆଗକୁ ଆସୁଥିବା ସମୟ ବିଷୟରେ ଜାଣିପାରିବେ। ଏହି ସଂକେତ ପ୍ରକୃତି ଦ୍ୱାରା ପଶୁପକ୍ଷୀ ଦ୍ୱାରା ଏବଂ ମୋର ଭକ୍ତ ଦ୍ୱାରା ମଧ୍ୟ ହୋଇପାରେ କେବଳ ମନୁଷ୍ୟଙ୍କୁ ତାହା ବୁଝିବାର ଜାଣିବାର ଆବଶ୍ୟକତା ଅଛି।ବତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ବିଷୟରେ। ଯାହାସବୁ ଭଗବାନ ବିଷ୍ଣୁ କହିଛନ୍ତି। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ଗାଈ। ଯଦି ଗାଈ ଆପଣଙ୍କର ଅଗଣାକୁ ବାରମ୍ବାର କିଛି ଖାଇବାକୁ ଆସିଯାଉଥାଏ ମାଙ୍କଡ଼ କିଛି ଜିନିଷ ଉଠେଇ କରି ନେଇଯାଏ ବିଲେଇ ଆପଣଙ୍କର ଘରେ ଛୁଆ ଜନ୍ମ କରେ ଏବଂ ପକ୍ଷୀ ଘର ଅଗଣାରେ ତାର ବସା ବାନ୍ଧିଥାଏ ଏହିପରି କିଛି ସଂକେତ ଦର୍ଶାଇଥାଏ କି ଆପଣଙ୍କର ଆଗକୁ ଆସୁଥିବା ସମୟ ଆପଣଙ୍କୁ ବଳବାନ ବନେଇବୁ ଯାହା ଦ୍ୱାରା ଆପଣ ଆପଣଙ୍କର ଜୀବନରେ ଗୋଟିଏ ଯୋଗ୍ୟ ପଦବୀରେ ପିହଁଚିବାକୁ ଯାଉଛନ୍ତି।

ଛୋଟ ପିଲା ମାନଙ୍କ ମଧ୍ୟରେ ସ୍ୱୟଂ ଭଗବାନ ବାସ କରିଥାନ୍ତି। ଏହା ସମସ୍ତେ ଜାଣିଛନ୍ତି। ଯଦି ଛୋଟ ଝିଅ ବା ଶିଶୁ ଆପଣଙ୍କୁ ଦେଖିକି ବାରମ୍ବାର ହସୁଥାଏ କିମ୍ବା ଆପଣଙ୍କର ଘରେ ତାଙ୍କର ଆଗମନ ହୋଇଥାଏ ଏବଂ ଆପଣଙ୍କର ଘରେ ଖୁସିରେ ଖେଳିଥାଏ ତ ଏହାକୁ ବହୁତ ଶୁଭ ସଂକେତ ମାନାଯାଇଥାଏ। ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ନୂଆ ସମ୍ପର୍କ ଆପଣଙ୍କ ଜୀବନରେ ଯୋଡି ହେବାକୁ ଯାଉଛି। ଏହିପରି ସଂକେତ ଆପଣଙ୍କୁ ଇଶ୍ୱରଙ୍କ କୃପା ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ।

ସକାକୁ ସକାଳୁ ଆପଣ ଘରୁ କିଛି ଶୁଭ କାର୍ଯ୍ୟ ପାଇଁ ବାହାରିଥାଆନ୍ତି ଏବଂ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହୋଇଯାଏ କିମ୍ବା ଆପଣଙ୍କୁ ରାସ୍ତାରେ କୌଣସି ସାଧୁ ସନ୍ଥ ଆଶୀର୍ବାଦ କରିଥାନ୍ତି ତ ଏହାକୁ ବହୁତ ଶୁଭ ସଂକେତ ମାନାଯାଇଥାଏ। ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କର ସେହି କାର୍ଯ୍ୟ ନିଶ୍ଚୟ ସଫଳ ହେବ।

ସନ୍ଧ୍ୟା ସମୟରେ ଯଦି ଆପଣଙ୍କୁ କ୍ଷୀର ପୁର୍ଣ ପାତ୍ର କିମ୍ବା ଜଳ ପୁର୍ଣ ପାତ୍ର କାହା ଦ୍ୱାରା ପ୍ରାପ୍ତ ହୋଇଯାଏ କିମ୍ବା କୌଣସି ମିଠା ଦ୍ରବ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଯାଏ ତ ଏହି ସଂକେତ ଆପଣଙ୍କ ଜୀବନରେ ଶୁଭ ସମୟ ଆରମ୍ଭ ହେବାର ସଂକେତ ଦେଇଥାଏ।

ଘରକୁ ପ୍ରିୟ ଅତିଥୀଙ୍କର ଆଗମନ ହେବା ସୁନା ଏବଂ ଚାନ୍ଦି ପ୍ରାପ୍ତ ହେବାର ସଂକେତ ଦେଇଥାଏ। ମହିଳା ମାନଙ୍କ ବାମ ପଟ ଅଙ୍ଗ ଏବଂ ପୁରୁଷଙ୍କ ଡାହାଣ ପଟ ଅଙ୍ଗ ଡେଇଁବା ବହୁତ ଶୁଭ ମାନାଯାଏ। ଏହିସବୁ ସଂକେତ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସମୟ ବିଷୟରେ ସୂଚନା ଦେଇଥାଏ।

ଆପଣ କେତେଥର ଅନୁଭବ କରିଥିବେ କି ଆପଣଙ୍କର ମନ ବିନା କାରଣରେ କେତେଥର ପ୍ରସନ୍ନ ହୋଇଥିବ ଆପଣଙ୍କର ଚେହେରା ଖୁସିପୁର୍ଣ ରହିଥାଏ ଆପଣ କ୍ରୋଧ ଠାରୁ ଦୂରେଇ ଯାଇଥାନ୍ତି ଏହି ସଂକେତ ଦର୍ଶାଇଥାଏ କି ଆପଣଙ୍କ ଜୀବନରେ ଖୁସିରେ ଆଗମନ ହେବାକୁ ଯାଉଛି। ଯାହା ଦ୍ୱାରା ଆପଣ ସବୁବେଳେ ଖୁସି ରହିବେ। ଯାହା ଆମେ କେବେ ଭାବି ନଥାଉ ସେହି ସମୟରେ ଆମକୁ ଖୁସି ଖବର ମିଳିଯାଇଥାଏ। ଆମ ଭିତରେ ଇଶ୍ଵର ବାସ କରିଥାନ୍ତି ସେଥିପାଇଁ ମନ ଖୁସି ରହିବା ସବୁଠାରୁ ବଡ଼ ଶୁଭ ସଂକେତ ମାନାଯାଇଥାଏ।

ଯଦି ଆପଣଙ୍କର ଆଖି ବ୍ରହ୍ମ ମୁହୂର୍ତ୍ତରେ ଖୋଲି ଯାଉଥାଏ ଏବଂ ଆପଣଙ୍କୁ ଇଶ୍ୱରଙ୍କର ସ୍ମରଣ ହୋଇଯାଏ କିମ୍ବା ଆପଣଙ୍କୁ ଏପରି ଲାଗେ କି ଆପଣଙ୍କୁ ଯେମିତି କିଏ କୌଣସି ଦିଗ ଆଡ଼କୁ ନେଇଯାଉଛି ତ ବୁଝି ଯାଆନ୍ତୁ ଆପଣ ଜୀବନରେ ସଫଳତାର ନୂଆ ରାସ୍ତା ଖୋଲିଯାଇଛି। ସ୍ଵୟଂ ଭଗବାନ ଆପଣଙ୍କୁ ସମର୍ଥନ କରୁଛନ୍ତି।

ଅନେକ ସମୟରୁ ଚାଲି ଆସୁଥିବା ଖର୍ଚ୍ଚ ଏବଂ ଆସୁଥିବା ସଙ୍କଟ ଟଳିବାକୁ ଲାଗିଥାଏ ଏବଂ ଧନର ନୂତନ ସ୍ରୋତ ଖୋଲିବାକୁ ଲାଗିଯାଏ ତ ଏହି ସଂକେତରୁ ବୁଝି ଯାଆନ୍ତୁ ଯେ ଆପଣଙ୍କର ଖରାପ ସମୟ ଏବେ ସମାପ୍ତ ହେବାକୁ ଯାଉଛି। ଏବଂ ମା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହେବାକୁ ଯାଉଛି। ଘରକୁ ଧନର ଆଗମନ ହେବାକୁ ଯାଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *