Excuse Me Odisha

ଯାହା କହିବୁ ସତ କହିବୁ

ଏହି ମନ୍ଦିରକୁ ଭୁତମାନେ ଗୋଟିଏ ରାତିରେ ତିଆରି କରିଥିଲେ,ଏକ ଅଦ୍ଭୁତ ଓ ଆଚମ୍ବିତ ମନ୍ଦିର,ଜାଣନ୍ତୁ ଏହା କୋଉଠି ଓ କିପରି ତିଆରି ହୋଇଥିଲା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ମନ୍ଦିରକୁ ଭୁତ ମାନେ ଗୋଟିଏ ରାତିରେ ତିଆରି କରିଥିଲେ ଏକ ଅଦ୍ଭୁତ ଏବଂ ଆଚମ୍ବିତ ମନ୍ଦିର ଜାଣନ୍ତୁ କେଉଁଠି ଏବଂ କିପରି।

ବନ୍ଧୁଗଣ କିଛି ବର୍ଷ ପୂର୍ବେ ବୈଜ୍ଞାନିକମାନଙ୍କୁ ମଧ୍ୟପ୍ରଦେଶରେ ଏକ ମନ୍ଦିର ବିଷୟରେ କିଛି ଆଶ୍ଚର୍ଯ୍ୟ ଜନକ କଥା ଜଣା ପଡିଥିଲା। ଏହି ମନ୍ଦିର ବିଷୟରେ କିଛି ବି କଥା ଇଣ୍ଟରନେଟରେ ନଥିଲା ଏବଂ ଲୋକମାନଙ୍କୁ ମଧ୍ୟ କିଛି ବି ଜଣା ନଥିଲା। କେବଳ ଯଦି ଏହି ମନ୍ଦିର ବିଷୟରେ କେହି କିଛି ଜାଣିଥିଲେ ତେବେ ସେମାନେ ହେଉଛନ୍ତି ସେହି ମନ୍ଦିର ପାଖର ବାସିନ୍ଦା ମାନେ। ସେମାନେ ବୈଜ୍ଞାନିକ ମାନଙ୍କୁ କହିଥିଲେ କି ସନ୍ଧ୍ୟା ପରେ ଏହି ମନ୍ଦିରକୁ କେହି ଯାଆନ୍ତି ନାହିଁ। ଏହା ସହିତ ଲୋକମାନେ ଏପରି କିଛି କଥା କହିଥିଲେ କି ବୈଜ୍ଞାନିକ ମାନଙ୍କର ହସ ଉଡି ଯାଇଥିଲା। ଏଣୁ ଏହିସବୁ ରହସ୍ୟ ନିଜ ଆଖିରେ ଦେଖିବା ପାଇଁ ଏହି ମନ୍ଦିରକୁ ସଂରକ୍ଷଣ କରିବା ପାଇଁ ବୈଜ୍ଞାନିକମାନେ ମନ୍ଦିର ପାଖରେ ପହଁଚି ଯାଇଥିଲେ। ଏହି ମନ୍ଦିରଟି ବାହାରୁ ସମ୍ପୂର୍ଣ୍ଣ ଖଣ୍ଡିତ ଦେଖା ଯାଉଥିଲା ତେଣୁ ଯେତେବେଳେ ବୈଜ୍ଞାନିକ ମାନେ ସେହି ମନ୍ଦିର ପାଖକୁ ଯାଇ ପାଖରୁ ଦେଖିଥିଲେ ସେମାନେ ଦାନ୍ତ କାମୁଡି ଦେଇଥିଲେ। ସେହି ମନ୍ଦିର ପାଖକୁ କୌଣସି ବୈଜ୍ଞାନିକ ଗଲେ ନାହିଁ। କୌଣସି ସଂରକ୍ଷଣ କାର୍ଯ୍ୟ କଲେ ନାହିଁ। ବାସ୍ତବରେ କଣ କଥା ଥିଲା କି ବୈଜ୍ଞାନିକମାନେ ମନ୍ଦିର ସଂରକ୍ଷଣ ପାଇଁ ଦ୍ୱିତୀୟ ଥର ଗଲେ ନାହିଁ। କାହିଁକିନା ଏହି ମନ୍ଦିରକୁ ଦିନ ସାରା ଜଗୁ ଥିବା ଗାଡ଼ ସନ୍ଧ୍ୟା ହେବା ମାତ୍ରେ ଘରକୁ ଚାଲିଯାଏ କାହିଁକି ବୈଜ୍ଞାନିକ ମାନେ ସେହି ମନ୍ଦିର ପାଖକୁ ଯିବା ପାଇଁ ଡ଼ରୁଛନ୍ତି? ଏହି ରହସ୍ୟ କଥା ଜାଣିବା ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ଭାରତର ମଧ୍ୟପ୍ରଦେଶର ମୁରେନାର ଶିବନିଆଁ ଠାରେ ୧ ହଜାର ବର୍ଷର ପୁରୁଣା ଏକ ବହୁତ ଅଦ୍ଭୁତ ରହସ୍ୟ ପୁର୍ଣ ମନ୍ଦିର ଅବସ୍ଥିତ ଅଟେ। ଏହି ମନ୍ଦିର ପରି ଦୁନିଆରେ ଆଉ କେଉଁ ମନ୍ଦିର ନାହିଁ। ଏହି ମନ୍ଦିରର ନାମ ହେଉଛି କକନ ମଠ ମନ୍ଦିର ଯାହାକି ଏକ ଶୈବ ମନ୍ଦିର ଅଟେ। ଏହି ମନ୍ଦିରଟି ପ୍ରାଚୀନ କଳା ଏବଂ ସ୍ଥାପତ୍ୟର ବହୁତ ଅଦ୍ଭୁତ ଉଦାହରଣ ଅଟେ। ଯଦି ଏହି ମନ୍ଦିରକୁ ସାମ୍ନାରୁ ଦେଖିବେ ତେବେ ତ ଏହା ପ୍ରତିତ ହେବ କି ଏହି ମନ୍ଦିରକୁ କେହି ତରବରିଆ ହୋଇ ବନେଇଛି। ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଏହା ଦର୍ଶାଇଥାଏ କି ନିର୍ମାଣ କାରୀ ମାନେ ଏହାକୁ ଅଧାରୁ ଛାଡି ଯାଇଛନ୍ତି। ତେବେ ଏମିତି କାହିଁକି ଆସନ୍ତୁ ଜାଣିନେବା କକନ ମଠ ମନ୍ଦିର ବିଷୟରେ। ଏହା କୁହାଯାଏ କି ବଡ଼ ବଡ଼ ପଥର ଖଣ୍ଡରେ ନିର୍ମିତ ଏହି ମନ୍ଦିରରେ କୌଣସି ବି ପ୍ରକାରରେ ଚୂନ ସିମେଣ୍ଟ କିମ୍ବା ମାଟିର ଲେପ ଦିଆଯାଇନାହିଁ। ସମସ୍ତ ପଥର ଗୋଟିଏ ଉପରେ ଗୋଟିଏ ସଜେଇକି ରଖା ଯାଇଛି। ଦେଖିଲେ ଲାଗିବ କି ସାମାନ୍ୟ ପବନରେ ଯେପରି ମନ୍ଦିରଟି ଭୁଶୁଡି ପଡିବ। କିନ୍ତୁ ଏହି ମନ୍ଦିରଟି ଅନେକ ବର୍ଷରୁ ହିଁ ସେମିତି ଠିଆ ହୋଇଛି। ବଡ଼ ବଡ଼ ମହା ବାତ୍ୟା ଆସିଛି ଝଡ଼ ଆସିଛି କିନ୍ତୁ ଏହି ମନ୍ଦିରକୁ ଦହଲାଇ ପାରିନାହିଁ। କୁହାଯାଏ ମି ମୋଗଲ ବାଦସାହା ରାଜୁତି ସମୟରେ ଏହି ମନ୍ଦିରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ମନ୍ଦିରଟି ଭାଙ୍ଗି ପାରିନଥିଲେ। କିନ୍ତୁ ମନ୍ଦିରର କିଛି ମୂର୍ତ୍ତିକୁ ଭାଙ୍ଗି ଚାକିଯାଇଥିଲେ କିନ୍ତୁ ଏହି ମନ୍ଦିର ଉପରେ କୌଣସି ବି ପ୍ରଭାବ ପଡିନଥିଲା। ଏହି ମନ୍ଦିରର ଖାସ କଥା ଏହାକି ଏହି ମନ୍ଦିରରେ ଯେତେବି ପଥର ସବୁ ଲାଗିଛି ଏହି ଶିବନିଆଁ ଏରିଆରେ କୋଉଠି ବି ଏମିତି ପଥର ନାହିଁ। କିନ୍ତୁ ଏହା କେମିତି ସମ୍ଭବ ଅଟେ। ଏହି ବିଷୟରେ ଏକ ଲୋକକଥା ପ୍ରଚଳିତ ଅଛି ଯାହାକୁ ଜାଣିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ଏହା କୁହାଯାଏ କି ଏହି ମନ୍ଦିରକୁ କୌଣସି ମଣିଷ ମାନେ ନୁହଁନ୍ତି ବରଂ ଏହି ମନ୍ଦିରକୁ ଗୋଟିଏ ରାତିରେ ଭୁତ ମାନେ ନିର୍ମାଣ କରିଥିଲେ। ଲୋକମାନେ ଏହା ମଧ୍ୟ କୁହନ୍ତି କି ସନ୍ଧ୍ୟା ସମୟରେ ଏହି ଠାରେ ଖାଲି ପଡିଆ ଥିଲା ପର ଦିନ ସକାଳ ହେବା ମାତ୍ରେ ଏହି ମନ୍ଦିର ଦେଖାଯାଇଥିଲା। ଏହାର ନିର୍ମାଣ କିଏ କରିଛି ଏହାର ଉଲ୍ଲେଖ ନାହିଁ। ଗାଁ ଲୋକଙ୍କ କଥା ଅନୁସାରେ ଭୁତ ପ୍ରେତ ମାନେ ଭଗବାନ ଶିବଙ୍କର ଭକ୍ତ ଅଟନ୍ତି ଏବଂ ଏଠାରେ ଆଖପାଖରେ କେଉଁଠି ବି ଶିବ ମନ୍ଦିରଟିଏ ନଥିଲା ଏଥିପାଇଁ ଭୁତ ମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟିଏ ରାତିରେ ହିଁ ଏହି ମନ୍ଦିରର ନର୍ମାଣ କରିଛନ୍ତି। ଏହି ମନ୍ଦିରକୁ ଦେଖିଲେ ଏହା ଅନୁଭବ ହୁଏ କି ଏହି ମନ୍ଦିରର ନିର୍ମାଣ ହଠାତ ଅଧାରୁ ଛାଡି ଦେଇଥିଲେ। ସ୍ଥାନୀୟ ଲୋକମାନେ କୁହନ୍ତି କି ମନ୍ଦିର ନିର୍ମାଣ ସମୟରେ ସକାଳ ହୋଇଯିବାରୁ କେହି ଜଣେ ନିଦରୁ ଉଠି ତେଲ ଘଣା ଚଲାଇଥିଲା ସେଥିପାଇଁ କାଠର ଏକ କିଳାଟିଏ ଜୋରରେ ପିଟି ଦେଇଥିଲା ଏହାର ଶବ୍ଦ ଶୁଣି ଭୁତ ପ୍ରେତ ମାନେ ମନ୍ଦିରର ନିର୍ମାଣ ରାତି ଅଧରୁ ହିଁ ବନ୍ଦ କରି ଦେଇଥିଲେ ଏବଂ ଅଧାରୁ ଛାଡି ଭୁତ ପ୍ରେତ ମାନେ ଚାଲି ଯାଇଥିଲେ। ଏହା ବ୍ୟତୀତ ଏହି ମନ୍ଦିର ବିଷୟରେ ଆଉ ଏକ କାହାଣୀ ମଧ୍ୟ ଅଛି। ମଧ୍ୟ ଶତାବ୍ଦୀ ସମୟରେ କଛୁଆ ରାଜବଂଶୀ ରାଜା କୀର୍ତି ରାଜାଙ୍କର ମହାରାଣୀ କକନା ବତୀଙ୍କ ଉଦ୍ଧେଶ୍ୟରେ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା।

ଏବେ ଆସନ୍ତୁ ଜାଣିବା ବୈଜ୍ଞାନିକମାନେ କାହିଁକି ମନ୍ଦିର ପାଖକୁ ଦ୍ୱିତୀୟ ଥର ଯାଇନଥିଲେ କାହିଁକି ମନ୍ଦିରକୁ ହାତ ଲଗେଇ ନଥିଲେ ଏବଂ ଏଠାକୁ କାହିଁକି ରାତିରେ ସମସ୍ତଙ୍କୁ ଆସିବାକୁ ମନା।

ଯେତେବେଳେ ପ୍ରତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିରକୁ ଦେଖିଥିଲେ ସେତେବେଳେ ଏହାକୁ ଦେଖି ବହୁତ ଚକିତ ହୋଇଯାଇଥିଲେ କାହିଁକିନା ଏହିପରି ମନ୍ଦିର ସେମାନେ ଅନ୍ୟ କେଉଁଠି ବି ଦେଖିନଥିଲେ। ସେମାନେ ଦେଖିଥଲେ ଏହି ମନ୍ଦିରରେ କୌଣସି ବି ଚୂନ ସିମେଣ୍ଟ କିମ୍ବା ମାଟିର ବ୍ୟବହାର ହୋଇନଥିଲା। ସମସ୍ତ ପଥର ଗୋଟିଏ ଉପରେ ଗୋଟିଏ ସଜେଇ ହୋଇ ରଖାଯାଇଅଛି। ସେମାନେ ଭାବିଲେ କି ଏହି ମନ୍ଦିର ଦେହରେ ହାତ ଦେଲେ ଭୁଶୁଡି ପଡିବ କିନ୍ତୁ ଏହି ମନ୍ଦିରଟି ଅନେକ ବର୍ଷରୁ ଏହିପରି ହିଁ ଠିଆ ହୋଇ ରହିଛି। କିନ୍ତୁ କିପରି ଏହିପରି ହୋଇଛି ସେମାନେ ଏଠାକାର ଲୋକଙ୍କୁ ପଚାରିଥିଲେ ସେତେବେଳେ ଏଠାକାର ଲୋକମାନେ କହିଥିଲେ କି ଏହି ମନ୍ଦିରକୁ ଭୁତ ମାନେ ହିଁ ନିର୍ମାଣ କରିଛନ୍ତି କିନ୍ତୁ ଏହି କଥାକୁ ବୈଜ୍ଞାନିକ ମାନେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ବିନା ସିମେଣ୍ଟ ଚୁନ ମାଟିର ମନ୍ଦିର ସେମିତି ହିଁ ରହିଛି ଏହାକୁ ଅଣଦେଖା କରିହେବ ନାହିଁ। ସେଠାରେ ପ୍ରଶାସକଙ୍କ ନିର୍ଦେଶ ଅନୁସାରେ ସେଠାରେ ରାତିରେ କେହିବି ରୁହନ୍ତି ନାହିଁ। ପ୍ରତ୍ନତତ୍ତ୍ୱ ବୈଜ୍ଞାନିକ ମାନଙ୍କୁ ଏହା ଭୟ ଥିଲା କି ଏହି ମନ୍ଦିରକୁ ଛୁଇଁଲେ ଭୁଶୁଡି ଯିବ କାହିଁକିନା ଏହି ମନ୍ଦିରର ପଥର ଗୋଟିଏ ଉପରେ ଗୋଟିଏ ସଜା ହୋଇ ରହିଥିଲା। ସେଥିପାଇଁ ସେହିଦିନ ଠାରୁ ଏହି ମନ୍ଦିରର ସଂରକ୍ଷଣ କାର୍ଯ୍ୟ ବନ୍ଦ ଅଛି। ଏହି ମନ୍ଦିରର ପ୍ରକୃତ ସତ କଥା କଣ ଏହି ମନ୍ଦିରର ନିର୍ମାଣକାରୀଙ୍କ ସହିତ ହଜି ଯାଇଅଛି ଯାହା ହଜିଯାଇଛି ତାହା ହେଉଛି କକନ ମଠ ମନ୍ଦିର। ଯିଏକି ପ୍ରାକୃତିକ ଦୁର୍ବିପାକକୁ ସହି ଠିଆ ହୋଇ ରହିଅଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *