Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳୀ ରାତିରେ ଚୁପଚାପ୍ ଲୁଣ ଡବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ,ଦେଖିବେ ମାଆ ଲକ୍ଷ୍ମୀ ଦୌଡ଼ି ଦୌଡ଼ି ଘରକୁ ଆସିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୀପାବଳି ରାତିରେ ଚୁପଚାପ ଲୁଣ ଡ଼ବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ। ମା ଲକ୍ଷ୍ମୀ ଦୌଡ଼ି ଆସିବେ ଘରକୁ।

ବନ୍ଧୁଗଣ ଧନତେରସ ଏବଂ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କ ପସନ୍ଦର ବସ୍ତୁ କ୍ରୟ କରାଯାଏ କିନ୍ତୁ ଲୁଣ ଏମିତି ଏକ ଜିନିଷ ଯାହା ଧନତେରସ ଏବଂ ଦୀପାବଳି ଦିନ ଯାହା କିଣନ୍ତୁ କି ନକିଣନ୍ତୁ କିନ୍ତୁ ଲୁଣ ନିଶ୍ଚୟ କିଣନ୍ତୁ। ଧନତେରସ ଏବଂ ଦୀପାବଳି ଦିନ ଯଦି ଲୁଣକୁ ନେଇ କିଛି ଉପାୟ କରାଯାଏ ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ବର୍ଷାଇଥାନ୍ତି। ଆଜି ଆମେ ଏମିତି ବିଶେଷ କଥା ଜଣେଇବାକୁ ଯାଉଛୁ ଯାହା ଲୁଣ ଡ଼ବାରେ କଣ ରଖିବେ ଯାହା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଅସୁବିଧା ଦୂର ହୋଇଯିବ। ଧନତେରସ ଏବଂ ଦୀପାବଳି ଦିନ ଲୁଣର ଉପାୟ ବହୁତ ଖାସ ହୋଇଥାଏ ଏବଂ ଲୁଣ ଆମ ଜୀବନରେ ଅଧିକ ମହତ୍ୱ ରଖିଥାଏ। କାହିଁକିନା ଲୁଣ ବିନା ଖାଦ୍ୟର କିଛି ବି ସ୍ୱାଦ ନଥାଏ। ସେହିପରି ଜୀବନରେ କିଛି ସ୍ୱାଦ ନଥାଏ ଯଦି ଲୁଣ ନଥାଏ। ଆଜି ଆମେ ଆପଣଙ୍କୁ ଜଣେଇବୁ ଲୁଣର ଏପରି ଏକ ଉପାୟ ଯାହା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ। ତା ସହିତ ଆପଣଙ୍କୁ ଜଣେଇବୁ ୧୧ ଟଙ୍କାର ଏକ ଉପାୟ ଏହାକୁ କରିଲେ ମଧ୍ୟ ଆପଣଙ୍କ ଜୀବନ ପୁରାପୁରି ବଦଳିଯିବ।

ବନ୍ଧୁଗଣ ଲୁଣ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତୀକ ମାନାଯାଏ ଓ ଶାସ୍ତ୍ରରେ ରାହୁର ପ୍ରତୀକ ମଧ୍ୟ ଲୁଣ କିନ୍ତୁ ଆଜି ଆମେ ଜଣେଇବୁ ଲୁଣ ଡ଼ବାରେ ଏମିତି କଣ ରଖିଲେ ଯାହା ଜୀବନରେ ସୁଖ ଶାନ୍ତି ଆସିଯିବ ଓ ଧନର ଅଭାବ କେବେବି ଅସୁବିଧାରେ ପକାଇପାରିବ ନାହିଁ। ଲୁଣର ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଯେଉଁ ଆର୍ଥିକ ସମସ୍ୟା ଥିଲା ଆପଣଙ୍କୁ ଅସୁବିଧାରେ ପକାଉଥିଲା ତାହା ସମ୍ପୂର୍ଣ ଭାବେ ଠିକ ହୋଇଯିବ ତା ସହିତ ଗ୍ରହ ମଧ୍ୟ ଠିକ ହୋଇଯିବ। ବେଳେବେଳେ ଏମିତି ହୋଇଥାଏ କି ଘରେ ନେଗେଟିଭ ଏନର୍ଜୀ ବହୁତ ଅସୁବିଧାରେ ପକାଇଥାଏ। ଯଦି ଆପଣଙ୍କୁ ଲାଗୁଛି ଘରେ ନକରାତ୍ମକ ଶକ୍ତି ଅଧିକ ହୋଇଗଲାଣି ତେବେ ମା ଲକ୍ଷ୍ମୀ ଏମିତି ଘରେ ବାସ କରନ୍ତି ନାହିଁ। ଯେଉଁ ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ସେହି ଘରେ ସ୍ୱାସ୍ଥ୍ୟ ଅବସ୍ଥା ଆର୍ଥିକ ସମସ୍ୟା ଲାଗିରହେ ଏବଂ ଏମିତି ଲୋକଙ୍କ ଜୀବନରେ କେବଳ ଅନ୍ଧକାର ହିଁ ଅନ୍ଧକାର ଦେଖାଯିବ। ତେବେ ଆପଣ କଣ କରିବେ ଆସନ୍ତୁ ଜାଣିବା। ଆପଣଙ୍କୁ କେବଳ ଏତିକି କରିବାର ଅଛି କଳା ଲୁଣ ଡ଼ବା ଆଣି ଏହାକୁ ଗୋଟେ ଲାଲ କପଡ଼ାରେ ବାନ୍ଧି ଘରର କୌଣସି କୋଣରେ ରଖିଦିଅନ୍ତୁ ଏମିତି କରିବା ଦ୍ୱାରା ଘରର ସମସ୍ତ ନକରାତ୍ମକ ଶକ୍ତି ସମାପ୍ତ ହୋଇଯିବ। ଯେତେବେଳେ ଲୁଣର ରଙ୍ଗ ବଦଳିଯିବ ତାହାକୁ କୌଣସି ନାଳରେ ପକେଇ ଦିଅନ୍ତୁ କିମ୍ବା ତାକୁ ସଫା କରିଦିଅନ୍ତି ତାପରେ ସେହି ଡ଼ବାରେ ଭଲ ଲୁଣ ରଖି ଦିଅନ୍ତୁ। ଯେତେବେଳେ ସେହି ଲୁଣର ରଙ୍ଗ ବଦଳିବାକୁ ଲାଗେ ତ ଆପଣ ବୁଝିଯିବେ କି ଘରେ ନକରାତ୍ମକ ଶକ୍ତି କମି କମି ଯାଉଛି। ବନ୍ଧୁଗଣ ଏମିତିରେ ଘରେ ପୋଛା ଲାଗୁଥିବ କିନ୍ତୁ ଗୁରୁବାର ଦିନ ଘରେ ପଛା ଲଗାନ୍ତୁ ନାହିଁ। ଯଦି ଆବଶ୍ୟକ ପଡେ ତେବେ ପାଣିରେ ଅଳ୍ପ ହଳଦୀ ପକାଇ ପୋଛା ଲଗାନ୍ତୁ। ଏହା ଦ୍ବାରା ପୋଛା ଲଗାଇବାର ଦୋଷ କଟିଯିବ। ଘରେ ନକରାତ୍ମକ ଶକ୍ତି ମଧ୍ୟ ସମାପ୍ତ ହେବ। ଘରର ବାତାବରଣ ପବିତ୍ର ହୋଇଯିବ। ଘରେ ମା ଲକ୍ଷ୍ମୀଙ୍କୁ ପ୍ରାପ୍ତ କରିବା ପାଇଁ ମାର୍ଗ ମଧ୍ୟ ଖୋଲିଯିବ। କିନ୍ତୁ ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ କିନ୍ତୁ ବାକି ଦିନ ଗୁଡିକରେ ପାଣିରେ ଲୁଣ ପକାଇ ପୋଛା କରନ୍ତୁ। ଏହା ଦ୍ବାରା ଜୀବାଣୁ କିଟାଣୁ ସମାପ୍ତ ହେବ ଆଉ ଘର ମଧ୍ୟ ସଫା ରହିବ। ଯଦି ଆପଣ ଜଣେ ବ୍ୟବସାୟୀ ଅଟନ୍ତି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କୁ ଧନରେ ଅଧିକ ଲାଭ ମିଳିଥାଏ। ଏହି ଉପାୟ ସମସ୍ତେ କରିପାରିବେ।

ଏବେ ଆସନ୍ତୁ ଜାଣିବା ଲୁଣ ଡ଼ବାରେ କଣ ପକାଇଲେ ମା ଲକ୍ଷ୍ମୀଙ୍କ କୃପା ଆମ ଉପରେ ବର୍ଷିଥାଏ।

ଆପଣଙ୍କ ରୋଷେଇ ଘରେ ଯେଉଁ ଲୁଣ ଥାଏ ତାହାକୁ ଅଧିକ ପବିତ୍ର ମାନାଯାଏ। କାହିଁକିନା ଏହି ଲୁଣ ଆପଣଙ୍କୁ ସୁସ୍ଥ ରଖିଥାଏ ଏବଂ ଆପଣଙ୍କ ଘରର ଅଶାନ୍ତି ମଧ୍ୟ ଦୂର କରିଥାଏ। ଆପଣଙ୍କ ରୋଷେଇ ଘରେ ଯେଉଁ ଲୁଣ ଅଛି ତାହାକୁ କାଚ ଡ଼ବାରେ ହିଁ ରଖନ୍ତୁ ପ୍ଲାଷ୍ଟିକ ଡ଼ବାରେ ରଖନ୍ତୁ ନାହିଁ। ଏହାକୁ ସବୁବେଳେ ଘୋଡାଇ ରଖନ୍ତୁ। ଏମିତି କଲେ ଆପଣଙ୍କ ନକରାତ୍ମକ ଶକ୍ତିର ପ୍ରଭାବକୁ କମାଇଥାଏ। ଯଦି ଆପଣ ଲୁଣ ଡ଼ବାକୁ ଖୋଲା ରଖୁଛନ୍ତି ତେବେ ସେଥିରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ।

ଲୁଣକୁ କେମିତି ପବିତ୍ର ରଖି ପାରିବେ। ଯଦି ଆମେ ଲୁଣ ଡ଼ବା ନେଇ ସେଥିରେ ୨ ରୁ ୪ ଟି ଲବଙ୍ଗ ନେଇ ସେଥିରେ ପକାଇବା ତାହେଲେ ଏହା ସମ୍ପୂର୍ଣ୍ଣ ପବିତ୍ର ରହିଥାଏ। ଏହାକୁ ଯଦି ଆମେ ଧନତେରସ ଏବଂ ଦୀପାବଳି ଦିନ କରିଥାଉ ତେବେ ଏହା ବହୁତ ଲାଭଦାୟକ ହୋଇଥାଏ। ଯେମିତିକି ଘରର ନକରାତ୍ମକତାକୁ ଦୂର କରି ଘରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ। ଏବଂ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ଆଗମନ କରିଥାନ୍ତି। କେବେ କେବେ ଜୀବନରେ ସମସ୍ୟା ବଢିଯାଇଥାଏ ଖାସ କରି ଧନର ଅଭାବ ଅଧିକ ଚିନ୍ତା ବଢାଇଥାଏ ଘରେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିନଥାଏ ଏବଂ ଘରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗିରହିଥାଏ। ଯେମିତିକି ସ୍ୱାମୀଙ୍କ ମନ ଆଉ କୁଆଡ଼େ ଏବଂ ପତ୍ନୀଙ୍କ ମନ ଆଉ କୁଆଡେ ହୋଇଥାଏ ସମସ୍ତେ ଗୋଟିଏ ଜାଗାରେ ଥାଇ ମଧ୍ୟ ମନ ଏକତ୍ର ରହିନଥାଏ। ଯେମିତିକି ସେମାନଙ୍କ ମଧ୍ୟରେ ଭଲ ପାଇବା କୁଆଡେ ହଜିଯାଇଛି। ଏମିତିରେ ଆପଣ ଗୋଟେ କାଚ ଗ୍ଲାସ ନିଅନ୍ତୁ ଯଦି ଆପଣଙ୍କ ପାଖରେ ଅଛି ଲାଲ କପଡା ଅଛି ତେବେ ସେହି ଗ୍ଲାସର ଚାରିପାଖରେ ଲାଲ କପଡା ଗୋଡ଼ାଇ ଦିଅନ୍ତୁ ଯଦି ନାହିଁ ତେବେ ଲାଲ ରଙ୍ଗର ନେଲପୋଲିସ ନେଇ ଏହା ଚାରିପାଖରେ ଲଗାଇ ପାରିବେ। ଏହାକୁ ଧନତେରସ ଏବଂ ଦୀପାବଳି ଦିନ କରନ୍ତୁ। ଏହା ପରେ ସେହି ଗ୍ଲାସରେ ୩ ଭାଗ ପାଣି ଭରି ଦିଅନ୍ତୁ ଏବଂ ଗୋଟିଏ ଭାଗ ଛାଡି ଦିଅନ୍ତୁ ଏଥିରେ ଗୋଟେ ଚାମଚ ଲୁଣ ପକାଇ ଦିଅନ୍ତୁ। ଏହାକୁ ଘୋଡାନ୍ତୁ ନାହିଁ ଖୋଲା ଛାଡି ଦିଅନ୍ତୁ ଏବଂ ଏହାକୁ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖିଦିଅନ୍ତୁ। ଖରା ଦିନରେ ପାଣି ଶୀଘ୍ର ଶୁଖିଯାଏ ଏହାକୁ ଗୋଟେ ମାସ ପରେ ସଫା କରି ନୂଆ ପାଣି ଭରି ଦିଅନ୍ତୁ। ଏମିତି କଲେ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

ଧନତେରସ ଏବଂ ଦୀପାବଳି ଦିନ ଏହି ୧୧ ଟଙ୍କାର ଖାସ ଜିନିଷ କିଣି ଆଣନ୍ତୁ ଯାହା ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ। ଆସନ୍ତୁ ସେହି ଜିନିଷ କଣ ଜାଣିବା।

ଏହି ଉପାୟକୁ ଲୋକେ ବହୁତ ଦିନରୁ କରି ଆସୁଛନ୍ତି ଧନତେରସ ଏବଂ ଦୀପାବଳି ଦିନ ୧୧ ଟଙ୍କାରେ ଧନିଆ କିଣି ଆଣନ୍ତୁ ଏବଂ ଏହି ଧନିଆକୁ ମା ଲକ୍ଷ୍ମୀ ଏବଂ ଭଗବାନ ଧନନ୍ତରୀଙ୍କ ଚରଣରେ ରଖି ଦିଅନ୍ତୁ ଏବଂ ଆପଣଙ୍କ ପରିଶ୍ରମର ଧନ ଆପଣଙ୍କୁ ମିଳିଯାଉ ବୋଲି ପ୍ରାର୍ଥନା କରନ୍ତୁ ଏହା ପରେ ଏହି ଧନିଆକୁ ପ୍ରସାଦ ରୂପରେ ବାଣ୍ଟି ଦିଅନ୍ତୁ। ମାଙ୍କୁ ବହୁତ ପ୍ରିୟ ଧନିଆ। ମାଙ୍କୁ ବହୁତ ପ୍ରିୟ ବତାସା। ୧୧ ଟଙ୍କାର ବତାସା ମିଠା କିଣି ଆଣନ୍ତୁ ଏବଂ ମାଙ୍କୁ ଭୋଗ ଲଗାନ୍ତୁ। ମାଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ। ଯଦି ତାଙ୍କ ପ୍ରସାଦ ଧଳା ହେବ ତାହେଲେ ମା ଅତ୍ୟନ୍ତ ଖୁସି ହୋଇଥାନ୍ତି। ମାଙ୍କୁ ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ଭୋଗ ଚଢାନ୍ତୁ ଏବଂ କୁହନ୍ତୁ ଆମ ଭାଗ୍ୟରେ ଯେଉଁ ଧନ ଅଛି ତାହା ଆମକୁ ମିଳିଯାଉ।

ଧନତେରସ ଏବଂ ଦୀପାବଳି ଦିନ ଦୀପ ଜଳାଇବାର ବିଶେଷ ମହତ୍ୱ ରହିଛି।

ଖାଇବା ସମୟରେ ଦୀପ ଜଳାନ୍ତୁ ଏବଂ ଏହି ଦୀପକୁ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଜଳାନ୍ତୁ ଏବଂ ଏହାକୁ ପଛକୁ ବୁଲି ଦେଖନ୍ତୁ ନାହିଁ। ଏହା ଆପଣଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରେ ଏବଂ ଘରର ଲୋକମାନଙ୍କୁ ନିରୋଗ ରଖେ।

ଦୀପ କିଣିବା ସମୟରେ ଦୀପ ବିକୁଥିବା ଲୋକଙ୍କୁ ୧୧ ଟଙ୍କା ଦେଇ ଗୋଟେ ଦୀପ କିଣନ୍ତୁ ଏହା ପରେ ୧୧ ଟଙ୍କାର ସିନ୍ଦୁର ନିଅନ୍ତୁ ମାଙ୍କ ଚରଣରେ ରଖିଦିଅନ୍ତୁ ଏହାକୁ ମାଙ୍କୁ ଅର୍ପଣ କରି ନିଜେ ମଥାରେ ଲଗାନ୍ତୁ। ମାନଙ୍କୁ ସିନ୍ଦୁର ବହୁତ ପ୍ରିୟ ଏହାକୁ ଲଗାଇବା ପରେ ଆପଣଙ୍କୁ ନିଜ ଉପରେ ବିଶ୍ୱାସ ଆସିବ ଏବଂ ଧନର ବର୍ଷା ମଧ୍ୟ ହେବ। ଆଉ ଯେତେବେଳେ ବି ଆପଣ କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ତ ଏହି ସିନ୍ଦୁରକୁ ଅଳ୍ପ ଲଗେଇ ଯାଆନ୍ତୁ ଆପଣଙ୍କୁ ଲାଭ ନିଶ୍ଚୟ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *