Excuse Me Odisha

ଯାହା କହିବୁ ସତ କହିବୁ

ଦୀପ ଜଳାଇବା ସମୟରେ ପାଳନ କରନ୍ତୁ ଏହି ନିୟମ, ଦେଖିବେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଘରକୁ ଆସିବେ ଦେବୀ ଲକ୍ଷ୍ମୀ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଦୀପାବଳୀ ପର୍ବରେ ଦୀପ ଜଳାଇବାର ଖୁବ ଖାସ୍ ମହତ୍ଵ ରହିଛି। ଆମେ ପୂଜା କରିବା ସମୟରେ ଭଗବାନଙ୍କ ସାମ୍ନାରେ ନିଶ୍ଚିତ ଭାବେ ଦୀପ ଜଳାଇଥାଉ। ନିୟମିତ ଦୀପ ଜଳାଇବା ଦ୍ଵାରା ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇ ଯାଇଥାଏ। ଏହାସହିତ ଭଗବାନ ଆମର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ପୂଜା ସମୟରେ ଦୀପ ନ ଜଳାଇଲେ,ଆପଣ କରୁଥିବା ପୂଜା ସଫଳ ହୁଏନାହିଁ ବୋଲି ମାନା ଯାଇଥାଏ। ପୂଜା କରୁଥିବା ସମୟରେ ଘିଅ ଓ ତେଲ ଦୁଇ ପ୍ରକାରର ଦୀପ ଜଳାଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହି ଦୀପ ଜଳାଇବାର କିଛି ନୀତି ନିୟମ ବିଷୟରେ ବିସ୍ତାରରେ ଜଣାଇବୁ।

ଯଦି ଆପଣ ଘରେ ଘିଅର ଦୀପ ଜଳାଉଛନ୍ତି, ତାହେଲେ ସ୍ଵଚ୍ଛ ଦୀପ ଜଳାଇବା ଆବଶ୍ୟକ। ଯଦି ଆପଣ ତେଲର ଦୀପ ଜଳାଉଛନ୍ତି, ତାହେଲେ ସେଥିରେ ଲାଲ ସଳିତା ରଖି ଜଳାନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସକାଳେ ଓ ସନ୍ଧ୍ୟାରେ ଦୀପ ଜଳାଇବା ଦ୍ଵାରା ସକାରାତ୍ମକ ଶକ୍ତି ଉତ୍ପନ ହୋଇଥାଏ। ଏହାସହିତ ଘରର ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ଏବଂ ଘରେ ସୁଖଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ । ନିୟମିତ ଭାବରେ ଘରର ମୁଖ୍ୟ ଦୁଆର ପାଖରେ ଦୀପ ଜଳାଇବା ଦ୍ଵାରା ଦେବୀ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି।

ଯଦି ଆପଣ ଦୀପ ପ୍ରଜ୍ବଳନ କରୁଛନ୍ତି, ତାହେଲେ ଦୀପକୁ ଖାଲି ନ ରଖି ଏହା ତଳେ କିଛି ଚାଉଳ କିମ୍ବା ଅନ୍ୟ ଜିନିଷ ରଖନ୍ତୁ। ଯଦି ଆପଣ ଘରର ପିଇବା ପାଣି ରଖୁଥିବା ସ୍ଥାନରେ ଦୀପ ଜଳାଇବେ ତେବେ ଆପଣଙ୍କୁ ପ୍ରଚୁର ମାତ୍ରାରେ ଧନଲାଭ ହେବ। ଆପଣଙ୍କର କେବେବି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ଯା ରହିବ ନାହିଁ। ଜଳୁଥିବା ଦୀପକୁ କେବେ ମଧ୍ୟ ଫୁଙ୍କିକରି ଲିଭାଇବା ଉଚିତ ନୁହେଁ। ଏପରି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ବୋଲି ମାନା ଯାଇଥାଏ। ଦୀପ ଜଳାଇବା ବେଳେ ଘିଅ ଦୀପକୁ ସର୍ବଦା ବାମ ହାତ ଆଡକୁ ଜଳାଇବା ଉଚିତ ଏବଂ ତେଲ ଦୀପକୁ ଡାହାଣ ହାତ ଆଡକୁ ଜଳାଇବା ଉଚିତ।

ଏହାସହିତ ଦୀପର ମୁହଁ ଠିକ ଭଗବାନଙ୍କ ସାମ୍ନା ଆଡକୁ ରହିବା ଆବଶ୍ୟକ। ଶାସ୍ତ୍ର ଅନୁସାରେ, ଯଦି ଆପଣ ଘିଅର ଦୀପ ଜଳାଉଛନ୍ତି ତାହେଲେ ଏହା ଭିତରେ ସବୁବେଳେ ତୁଳାରେ ପ୍ରସ୍ତୁତ ସଳିତା ରଖନ୍ତୁ। କିନ୍ତୁ ତେଲ ଦୀପ ମଧ୍ୟରେ ସବୁବେଳେ ଲାଲ ରଙ୍ଗର ସଳିତା ବ୍ୟବହାର କରନ୍ତୁ। ଦୀପ ଜଳାଇବା ସମୟରେ ସର୍ବଦା ଦୀପ ଭିତରେ ଯଥେଷ୍ଟ ମାତ୍ରାରେ ତେଲ କିମ୍ବା ଘିଅ ରଖନ୍ତୁ। ପୂଜା କରିବା ସମୟରେ ଯେପରି ଦୀପ ଲିଭି ନଯାଏ, ସେଥିପ୍ରତି ଧ୍ୟାନ ରଖନ୍ତୁ। ପୂଜା ସାରିବା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ଦୀପ ଜଳିବା ଆବଶ୍ୟକ।

ପୂଜା କରିବା ସମୟରେ ଆପଣ ବ୍ୟବହାର କରୁଥିବା ସମସ୍ତ ଜିନିଷ ଶୁଦ୍ଧ ଏବଂ ଅଖଣ୍ଡିତ ହୋଇଥିବା ଆବଶ୍ୟକ। ଏଥିପାଇଁ ପୂଜାରେ ଭଙ୍ଗା ଦୀପ ମଧ୍ୟ ଜଳାନ୍ତୁ ନାହିଁ । ଦୀପ ଜଳାଇବା ସମୟରେ, “ଶୁଭଂ କରନ୍ତି କଲ୍ୟାଣମ୍ ଆରୋଗ୍ୟମ୍ ଧନ ସମ୍ପଦମ୍ ଶତ୍ରୁ ବିନାଶୟ ଦୀପ॰ ଜ୍ୟୋତିଃ ନମସ୍ତୁତେ” ମନ୍ତ୍ରର ଜପ ନିଶ୍ଚିତ ଭାବେ କରନ୍ତୁ। ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣ ଭଗବାନଙ୍କ ଠାରେ ଶୁଭ, କଲ୍ୟାଣ, ଆରୋଗ୍ୟ, ଧନ ସମ୍ପଦ, ଶତ୍ରୁ ବୃଦ୍ଧିର ବିନାଶ କରିବା ପାଇଁ କାମନା କରିଥାନ୍ତି।

ଏହି ମନ୍ତ୍ରକୁ ପ୍ରାୟତଃ ତିନି ଥର ଜପ କରନ୍ତୁ। ଦୀପ ଜାଳିବା ସମୟରେ ଏହି ସବୁ ନିୟମ ପାଳନ କଲେ ଘରେ ସୁଖଶାନ୍ତି ବଜାୟ ରହିଥାଏ। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *