Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ,ତା ପରେ ହେବ ଖାଲି ଧନର ବର୍ଷା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୀପାବଳି ଦିନ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ ଧନର ବର୍ଷା ହେବ।

ବନ୍ଧୁଗଣ ଦୀପାବଳି ଦିନ ଝାଡୁ ତଳେ ଏହି ଗୋଟିଏ ଜିନିଷ ରଖି ଦିଅନ୍ତି ତେବେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।
ବନ୍ଧୁଗଣ ଝାଡୁ ପ୍ରତ୍ୟକଙ୍କ ଘରେ ଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଝାଡୁକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ। ଝାଡୁକୁ ନେଇ ବହୁତ ଶୁଭ ଏବଂ ଅଶୁଭ କଥା ରହିଛି ଏବଂ ଝାଡୁକୁ ଆପଣ କେମିତି ରଖିବେ କେବେ କିଣିବେ କେବେ ଆପଣ ଏହାକୁ ଫୋପାଡିବେ ଏମିତି ଅନେକ ନିୟମ ଅଛି। ଆପଣ ମାନେ ଦୀପାବଳି ଦିନ ଏହି ପ୍ରୟୋଗକୁ ନିଶ୍ଚୟ କରନ୍ତୁ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ। ଆଉ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଦୀପାବଳି ରାତିରେ ଏହି ୫ ଟି ସ୍ଥାନରେ ଦୀପ ଲଗେଇବେ ତାହେଲେ ଆପଣଙ୍କ ଘରେ ହେବ ଧନର ବର୍ଷା।

ବନ୍ଧୁଗଣ ଝାଡୁ ଆମ ଘରକୁ ସଫା କରିବା ସହିତ ଘରର ସମସ୍ୟାକୁ ମଧ୍ୟ ବାହାରକୁ ବାହାର କରିଦେଇଥାଏ। ଝାଡୁ ସହିତ ଜଡ଼ିତ ବହୁତ ସାରା ପ୍ରୟୋଗ ରହିଛି। ଆଜି ଆମେ ଆପଣଙ୍କୁ ସେଥିମଧ୍ୟରୁ ଗୋଟେ ଖାସ ପ୍ରୟୋଗ ବିଷୟରେ ଜଣେଇବୁ। ଆପଣ ଏହା ଦ୍ବାରା ଆପଣଙ୍କ ଜୀବନରେ ସବୁ ସମସ୍ୟାକୁ ଦୂର କରିପାରିବେ। ଏହା ଦ୍ବାରା ଘରର କଳହ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ। ଦୀପାବଳି ଦିନ ଯଦି ଆପଣ ଝାଡୁକୁ କିଣନ୍ତି ତ ବହୁତ ଶୁଭ ହୋଇଥାଏ। ଏହାକୁ ଦୀପାବଳି ଦିନ ଯଦି ପୂଜା କରନ୍ତି କିମ୍ବା ରାତିରେ ଶୋଇବା ପୂର୍ବରୁ ଏହାର ତଳେ ଏହି ଖାସ ଜିନିଷକୁ ରଖି ଦିଅନ୍ତି ତାହେଲେ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିଥାଏ। ଦୀପାବଳୀ ଦିନ ଆପଣ ସୂର୍ଯ୍ୟସ୍ତ ପରେ ଆପଣ ଝାଡୁକୁ ଲଗାନ୍ତୁ ନାହିଁ। କେବେବି ଆପଣ ସନ୍ଧ୍ୟା ପରେ ଝାଡୁ ଲଗାନ୍ତୁ ନାହିଁ। ଏପରି ମାନ୍ୟତା ଅଛି କି ଏହିପରି କଲେ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ସୂର୍ଯ୍ୟସ୍ତ ପରେ ଝାଡୁ କରିବା ପୋଛା କରିବା ମଧ୍ୟ ଉଚିତ ନୁହେଁ। ଯଦି ଜରୁରୀ ତ କରନ୍ତୁ କିନ୍ତୁ ଅଳିଆକୁ ବାହାରକୁ ବାହାର କରନ୍ତୁ ନାହିଁ। ଆପଣଙ୍କୁ ଏହି କଥାର ଧ୍ୟାନ ଦୀପାବଳି ଦିନ ଖାସ କରି ରଖିବା ଉଚିତ। ଆପଣ ଧନତେରସ ଏବଂ ଦୀପାବଳି ଦିନ ଝାଡୁକୁ ଏପରି ରଖନ୍ତୁ ଯେପରି କାହାର ନଜର ନପଡିବ। ଏହିପରି କଲେ ବହୁତ ଲାଭ ମିଳିବ। ଝାଡୁ ଲଗାଇବା ସମୟରେ ଅଳିଆକୁ ଏଠି ସେଠି ପକାନ୍ତୁ ନାହିଁ। ଗୋଟିଏ ଜାଗାରେ ରଖି ବାହାର କରନ୍ତୁ। ଏହିପରି କଲେ ଧନର ଆଗମନରେ ପ୍ରଭାବ ପଡିନଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇନଥାଏ। ଯଦି ଆପଣ ଦୀପାବଳି ଦିନ ସ୍ୱପ୍ନରେ ଝାଡୁ ଦେଖନ୍ତି ତ ଏହାର ଅର୍ଥ ଆପଣଙ୍କ ଘରକୁ ଧନ ଆସିବ। ଯଦି ବହୁତ ସମୟରୁ ଆପଣଙ୍କ ଘରେ ପୁରୁଣା ଝାଡୁ ପଡିରହିଛି ତ ଫୋପାଡ଼ି ଦିଅନ୍ତୁ ଏବଂ ନୂଆ ଝାଡୁ ଆଣନ୍ତୁ। କାରଣ ଏହିଦିନ ନୂଆ ଝାଡୁ ଆଣିବାର ପରମ୍ପରା ରହିଛି।

ଯଦି ପୁରୁଣା ଝାଡୁକୁ ଫୋପାଡ଼ି ଦେବେ ତ ନେଗେଟିଭିଟି ସବୁ ଆପଣଙ୍କ ଘରୁ ଚାଲିଯିବ। ପୁରୁଣା ଝାଡୁକୁ ଅଳେଇବା ସମୟରେ ଝାଡୁର ଟୁକୁରା ସବୁ ଯେଉଁ ଝଡିପଡ଼େ ଏହା ଧନ ସହିତ ସମସ୍ୟାକୁ ଆହୁରି ବଢାଇଥାଏ। ତେଣୁ ପୁରୁଣା ଝାଡୁକୁ ବ୍ୟବହାର କରନ୍ତୁ ନାହିଁ। ତେଣୁ ଆପଣ ଦୀପାବଳି ଦିନ ନୂଆ ଝାଡୁ ଘରକୁ ଆଣନ୍ତୁ। ଦେଖିବେ ଆପଣଙ୍କ ସହିତ କେମିତି ଶୁଭ ହିଁ ଶୁଭ ହେବ। ଘରେ ଖୁସି ବନି ରହିବ। ଘରେ ଏହାକୁ ଲୁଚେଇ ରଖନ୍ତୁ ଯେମିତି କାହାରି ନଜର ପଡିବ ନାହିଁ। ଖୋଲା ଜାଗାରେ କିମ୍ବା ଅଗଣାରେ କିମ୍ବା ଖୋଲା ଛାତରେ ଏହାକୁ ରଖନ୍ତୁ ନାହିଁ। ନଚେତ ଜୀବନରେ ସମସ୍ୟା ସବୁ ବଢିଥାଏ। ଖୋଲା ଆକାଶ ତଳେ ରଖିଲେ ଜୀବନରେ କଷ୍ଟ ବଢିଥାଏ। ଘରେ ଝାଡୁକୁ ଯେବେବି ରଖୁଛନ୍ତି ତାହାକୁ ଠିକ ଦିଗ ଏବଂ ସ୍ଥାନରେ ରଖନ୍ତୁ। ଉତ୍ତର ପଶ୍ଚିମ ଦିଗରେ ଝାଡୁକୁ ରଖନ୍ତୁ। ଦୀପାବଳି ଦିନ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଯଦି ଆପଣ ଗୋଟିଏ ଚାନ୍ଦିର ପଇସା ରଖିକି ଆପଣ ଶୋଇ ପଡିବେ ତ ଜୀବନରେ କିପରି ଚମତ୍କାର ଆସିବ ଆପଣ ନିଜେ ହିଁ ଦେଖିବେ। ଯଦି ଚାନ୍ଦି ବା ରୁପାର ପଇସା ନଆଣି ପାରିବେ ତ ଆପଣ ଗୋଟେ ଟଙ୍କାର କଏନ ମଧ୍ୟ ରଖିପାରିବେ। ଝାଡୁରେ ନକରାତ୍ମକ ଶକ୍ତି ଥାଏ ଆଉ ଏହି ଟଙ୍କା ସେହି ନକରାତ୍ମକତାକୁ ଟାଣି ନେଇଥାଏ। ପରେ ଚାହିଁଲେ ସେହି ଟଙ୍କାକୁ ଆପଣ କୌଣସି ଜଳରେ ଭସାଇ ଦିଅନ୍ତୁ କିମ୍ବା ମାଟି ତଳେ ପୋତି ଦିଅନ୍ତୁ କୌଣସି ବି ଅସୁବିଧା ନାହିଁ କେବେବି ଆପଣଙ୍କର ଧନର କମି ରହିବ ନାହିଁ। ଯଦି ଆପଣ ଝାଡୁର ତଳେ ଚାନ୍ଦିର ପଇସାକୁ ଦୀପାବଳି ଦିନ ରାତିରେ ଶୋଇବା ପୂର୍ବରୁ ରଖିଦେବେ ତାହେଲେ ଜୀବନରେ କେବେବି ଧନର କମି ରହିବ ନାହିଁ।

ବନ୍ଧୁଗଣ ଆପଣ ମାନେ ସବୁବେଳେ ପ୍ରଥମେ ପୋଛା ଲଗାନ୍ତୁ ଏବଂ ପରେ ଝାଡୁ ଲଗାନ୍ତୁ। ଝାଡୁ ତଳେ ଆପଣ ଚାହିଁଲେ ଦୁଇଟି ଅଳେଇଚ ଏବଂ ଦୁଇଟି ଲବଙ୍ଗକୁ ନିଅନ୍ତୁ ରାତିରେ ଶୋଇବା ପୂର୍ବରୁ ହିଁ ଏହାକୁ ମଧ୍ୟ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ। ବିଶ୍ୱାସ କରନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରେ ସବୁବେଳେ ବାସ କରିବେ। ଘରେ କେବେବି ଧନର କମି ହେବ ନାହିଁ। ଯଦି କଉଡ଼ି ମିଳେ ତ ଆପଣ କଉଡିକୁ ବି ରଖିପାରିବେ କାରଣ କଉଡ଼ି ମା ଲକ୍ଷ୍ମୀଙ୍କୁ ଅତି ପ୍ରିୟ ଅଟେ। ଏହା ଦ୍ବାରା ଜୀବନରେ କଷ୍ଟ ସବୁ ଦୂର ହୋଇଥାଏ। ମା ଲକ୍ଷ୍ମୀଙ୍କ କୃପାରୁ ଗରିବୀ ଦୂରେଇ ଯିବ। ଏବଂ ଆପଣ ମାଲାମାଲ ହୋଇଯିବେ। ଚାହିଁଲେ ଆପଣ ମଧ୍ୟ ମୟୁର ପଙ୍ଖ ମଧ୍ୟ ରଖିପାରିବେ। କାରଣ ଏହା ନକରାତ୍ମକତାକୁ ଦୂର କରି ଘରେ ସକାରାତ୍ମକତାର ସଂଚାର କରିଥାଏ। ଧନତେରସ ଦିନ ଏସବୁ ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ମଧ୍ୟ ଚୁପଚାପ ଝାଡୁ ତଳେ ରଖିଦିଅନ୍ତୁ ଯଦି ଆପଣଙ୍କ ପାଖରେ ଏସବୁ ଜିନିଷ ନାହିଁ ତ ଆପଣ ଚାହିଁଲେ ଲୁଣକୁ ବି ମଧ୍ୟ ରଖିପାରିବେ। କାରଣ ଲୁଣ ନକରାତ୍ମକତାକୁ ଦୂର କରିଥାଏ।

ଏବେ ଆସନ୍ତୁ ଜାଣିବା ଏହି ୫ ଗୋଟି ମୁଖ୍ୟ ଜାଗା ବିଷୟରେ ଯେଉଁ ଜାଗାରେ ଆପଣ ଦୀପ ଜଳାଇବା ଆପଣଙ୍କର ଘରେ ଧନର ଅଭାବ ରହିନଥାଏ

ଦୀପାବଳି ଦିନ ଆମେ ଆମ ଘରେ ଦୀପ ଜଳାଇବା ସହିତ ସବୁ ଘରକୁ ଆଲୋକିତ କରିଥାଉ। ଏମିତିକି ଘର ବାହାରକୁ ମଧ୍ୟ ଆଲୋକିତ କରିଥାଉ। କିନ୍ତୁ ଗୋଟିଏ ଦୀପ ନେଇ ଅସ୍ତ ଗଛ ମୂଳରେ ନିଶ୍ଚୟ ଲଗାନ୍ତୁ। କୁହାଯାଏ କି ଏହି ଗଛରେ ୩୩ କୋଟି ଦେବା ଦେବୀଙ୍କର ବାସ ହୋଇଥାଏ। ଏଣୁ ଏହି ଜାଗାରେ ଦୀପ ଜାଳିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଇଥାନ୍ତି।

ଦୀପାବଳି ଦିନ ମା ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ଘରର ମୁଖ୍ୟ କବାଟର ଦୁଇ ପାର୍ଶ୍ଵରେ ଦୀପ ଜଳାନ୍ତୁ। ମା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧାର ରହିନଥାଏ। କେବଳ ଆଲୋକ ପ୍ରକାଶିତ ହୋଇଥାଏ। ଘରର ଅଗଣାରେ ମଧ୍ୟ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ। ଦୀପାବଳି ଦିନ ସନ୍ଧ୍ୟା ହେବା ମାତ୍ରେ ହିଁ ଦୀପ ଜାଳନ୍ତୁ।

ଦୀପାବଳି ଦିନ ନିଜ ଘରେ ତ ପୂଜା କରିବେ କିନ୍ତୁ ଏହା ସହିତ ଯଦି ଆପଣଙ୍କର ଘର ବାହାରେ କୌଣସି ମନ୍ଦିର ଅଛି ଏହାକୁ ମଧ୍ୟ ଦୀପରେ ସଜାଇ ଦିଅନ୍ତୁ। ଆପଣ ଭଗବାନଙ୍କର ସେବା କରିବାର ସୁଯୋଗ ପାଇବେ ଏହା ସହିତ ଭଗବାନଙ୍କର ଘରକୁ ମଧ୍ୟ ଆଲୋକିତ କରିପାରିବେ।ଘରର ଆଖପାଖରେ କୌଣସି ଚଉରାରେ ମଧ୍ୟ ଦୀପ ଜଳାନ୍ତୁ। ଏହା ଦ୍ବାରା ଦେବୀ ମା ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ କରିବା ସହ ସେଠାରେ ରହିଥିବା ମା ବୃନ୍ଦାବତୀ ମଧ୍ୟ ଆପଣଙ୍କର ସବୁ ମନସ୍କାମନା ପୂରଣ କରିବା ପାଇଁ ଚେଷ୍ଟା କରିବେ।ଏହି ଦୀପାବଳି ଦିନ କୌଣସି ସୁନସାନ ଜାଗାରେ ରହିଥିବା ଶିବ ଲିଙ୍ଗ ପାଖରେ ମଧ୍ୟ ଦୀପ ନିଶ୍ଚୟ ଭାବରେ ଜଳାନ୍ତୁ। ଏହା ଦ୍ବାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *