Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଦୀପାବଳୀ ଦିନ ଏହି ୩ଟି ସଙ୍କେତ ମିଳେ,ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରଶନ୍ନ ଅଛନ୍ତି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନତେରସ କିମ୍ବା ଦୀପାବଳି ଦିନ ଏହି ୩ ଟି ସଂକେତ ମିଳେ ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି।

ବନ୍ଧୁଗଣ ଧନତେରସ କିମ୍ବା ଦୀପାବଳି ଦିନ ଏହି ୫ ଟି ସଂକେତ ମିଳିଯାଉଛି ତେବେ ଆପଣ ବୁଝିଯାଅନ୍ତୁ ଧନର ଦେବତା ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି। ଆପଣଙ୍କର ଗରିବର ଦିନ ଯିବାକୁ ଅଛି। ଘରେ ମା ଲକ୍ଷ୍ମୀଙ୍କ ବାସ ହେବାକୁ ଯାଉଛି। ଯଦି ଆପଣଙ୍କୁ ଏହି ଦୁଇ ପବିତ୍ର ଦିନରେ ଏହି ୫ ଟି ସଂକେତ ମିଳେ ତାହେଲେ ଆପଣଙ୍କୁ ଧନବାନ ହେବାକୁ କେହି ଅଟକାଇ ପାରିବେ ନାହିଁ। ମା ଲକ୍ଷ୍ମୀଙ୍କର ଘରକୁ ଆଗମନ ହେବ ଆପଣଙ୍କର ଦୁଃଖ ଦରିଦ୍ରତାର ଦିନ ସରିବାକୁ ଯାଉଛି। ଆପଣଙ୍କୁ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟର ପ୍ରାପ୍ତ ହେବ। ତେବେ ଆସନ୍ତୁ ଜାଣିନେବା ସେହି ୫ ଟି ସଂକେତ ବିଷୟରେ।

ବନ୍ଧୁଗଣ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେହି ୧୪ ଟି ରତ୍ନ ମଧ୍ୟରୁ ଗୋମାତା ବି ପ୍ରକଟ ହୋଇଥିଲେ। କୁହାଯାଏ ଯେ ଧନତେରସ କିମ୍ବା ଦୀପାବଳି ଦିନ ଗୋମାତା ଯଦି ଆପଣଙ୍କ ଘର ପାଖକୁ ଆସନ୍ତି ତେବେ ବୁଝିଯାଅନ୍ତୁ ଭଗବାନ ଧନନ୍ତରୀ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି। ଆଉ ଆପଣଙ୍କର ଗରିବର ଦିନ ସମାପ୍ତ ହେବାର ଅଛି। କାରଣ ଗାଈ ଦେହରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି। ଏହି ଦିନ ଗାଈକୁ ସର୍ବଶ୍ରେଷ୍ଠ ଏବଂ ପୂଜନୀୟ ମାନାଯାଏ। ଏହି ଗାଈର ଚରଣ ଛୁଇଁବା ଦ୍ୱାରା ଆପଣଙ୍କର ସବୁ ମନକାମନା ପୂରଣ ହୋଇଥାଏ। ଆପଣ ଯାହାବି ମାଗିବେ ଗୋମାତା ତାହା ପୂରଣ କରିଥାନ୍ତି। କାରଣ ଏହିଦିନ ଗୋମାତା ପ୍ରକଟ ହୋଇଥିଲେ। ସେଥିପାଇଁ ଏହି ଦିନ ଗାଈର ବହୁତ ମହତ୍ୱ ରହିଛି। ଏହି ଗୋମାତାଙ୍କୁ କିଛି ଖାଇବାକୁ ଦେଇ ତାଙ୍କ ଆଶୀର୍ବାଦ ନେବା ନିହାତି ଲାଭଦାୟକ ହୋଇଥାଏ। ଧନତେରସ କିମ୍ବା ଦୀପାବଳି ରାତିରେ ଯଦି ଆପଣଙ୍କ ଘର ପାଖକୁ ପେଚା ଆସେ ତାହେଲେ ବୁଝିଯାଅନ୍ତୁ କି ସାକ୍ଷତ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଗଲେ ବା ଆପଣଙ୍କୁ ବହୁତ ଧନ ସମ୍ପତ୍ତି ପ୍ରାପ୍ତ ହେବାକୁ ଯାଉଛି। ଏହି ଦିନ ପେଚାର ଦର୍ଶନ ହୋଇଗଲେ ଆପଣଙ୍କୁ ଜୀବନସାରା ଧନର ଅଭାବ ହେବ ନାହିଁ। କାରଣ ଏହି ଦିନ ମା ଲକ୍ଷ୍ମୀ ତାଙ୍କ ବାହନ ପେଚା ଉପରେ ବସି ପୃଥିବୀ ଭ୍ରମଣ କରିଥାନ୍ତି। ଯେଉଁ ଘର ତାଙ୍କୁ ପସନ୍ଦ ଆସେ ସିଏ ସେହି ଘରେ ବାସ କରନ୍ତି।

ଧନତେରସ କିମ୍ବା ଦୀପାବଳି ଦିନ ଯଦି ଆପଣଙ୍କୁ କେହି ଶଙ୍ଖ ଉପହାର ଦିଏ ତ ବୁଝିଯାଅନ୍ତୁ ସାକ୍ଷତ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଗଲେ। କାରଣ ଶଙ୍ଖ ମା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ। ଧନତେରସ ଦିନ ୧୪ ରତ୍ନ ମଧ୍ୟରୁ ଶଙ୍ଖର ବି ଉତ୍ପତ୍ତି ହୋଇଥିଲା। ଏହି ଦିନ ଯାହାକୁ ବି ଶଙ୍ଖ ଉପହାରରେ ଦେବେ ତ ତାର ଭାଗ୍ୟ ପ୍ରବଳ ହୋଇଯିବ। ଧନତେରସରେ ଆପଣ ଶଙ୍ଖ ମଧ୍ୟ କିଣିପାରିବେ।

ଧନତେରସ କିମ୍ବା ଦୀପାବଳି ଦିନ ନିଜ ଘରର ଝାଡୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଏହା ଦ୍ବାରା ଧନର ହାନି ହୋଇଥାଏ। ମା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘର ଛାଡ଼ି ଚାଲି ଯାଇପାରନ୍ତି। ଏହି ଶୁଭ ଦିନରେ ଯଦି ନିଜ ଘରର ଝାଡୁକୁ ଅନ୍ୟ କାହାକୁ ଦିଅନ୍ତି ତେବେ ବୁଝିଯାଅନ୍ତୁ ମା ଲକ୍ଷ୍ମୀଙ୍କୁ ନିଜ ହାତରେ ଅନ୍ୟକୁ ଦେଇଦେଲେ। ଏମିତି ଭୁଲ କେବେବି କରନ୍ତୁ ନାହିଁ। ଏହି ଦିନ ଝାଡୁର ମହତ୍ୱ ସର୍ବଶ୍ରେଷ୍ଠ ଅଟେ। ଏହି ମା ଲକ୍ଷ୍ମୀ ଆସିଥାନ୍ତି ଯାଇନଥାନ୍ତି। ଏହି ଝାଡୁକୁ ଲୁଚେଇ ରଖିବା ଉଚିତ।

ଯଦି ଆପଣଙ୍କୁ କେହି ଏହି ଦିନରେ ଗଙ୍ଗଶିଉଳି ଗଛ ଉପହାରରେ ଦିଏ ତ ଆପଣଙ୍କର ଭାଗ୍ୟ ହଜାର ଗୁଣା ବଢିଯିବ। କାରଣ ୧୪ ରତ୍ନ ମଧ୍ୟରୁ ଗଙ୍ଗଶିଉଳି ମଧ୍ୟ ପ୍ରକଟ ହୋଇଥିଲା। ଯାହା ଭିତରେ କେତେସବୁ ଦିବ୍ୟଶକ୍ତି ବାସ କରିଥାଏ। ଏହାର ଫୁଲକୁ ଖାସ କରି ଧନତେରସ କିମ୍ବା ଦୀପାବଳି ଦିନ ସାମିଲ କରିବା ଉଚିତ। ଏହା ବିନା ପୂଜାକୁ ଅଧୁରା ମାନାଯାଏ କାରଣ ଏହି ଫୁଲ ଭଗବାନଙ୍କୁ ଅତ୍ୟନ୍ତ ପ୍ରିୟ ସେଥିପାଇଁ ଏହି ଶୁଭ ଦିନରେ ଏହି ଫୁଲର ପ୍ରୟୋଗ ନିଶ୍ଚୟ କରନ୍ତୁ।

ଧନତେରସ କିମ୍ବା ଦୀପାବଳି ଦିନ ଗାଈ ବାଛୁରୀର ଫୋଟ କିମ୍ବା ମୂର୍ତି ଉପହାରରେ ଦେବା ଦ୍ୱାରା ସାମ୍ନା ବାଲାର ଭାଗ୍ୟ ଚମକି ଯାଏ। କାରଣ ଏହି ଦିନରେ ଗୋମାତା ସର୍ବଶ୍ରେଷ୍ଠ ଏବଂ ପୂଜନୀୟ ଅଟନ୍ତି। ଏହି ଦିନରେ ୩୩ କୋଟି ଦେବୀ ଦେବତା ସକ୍ରିୟ ରହିଥାନ୍ତି। ସେଥିପାଇଁ ଏହି ଦିନ ଗାଈର ଚିତ୍ର ଆଣିବା କିମ୍ବା କାହାକୁ ଉପହାରରେ ଦେବା ମଙ୍ଗଳକାରୀ ମାନାଯାଇଛି।

ଧନତେରସ କିମ୍ବା ଦୀପାବଳି ଦିନ ଯଦି ଘରକୁ କେଉଁବି ପକ୍ଷୀ ଆସେ ତାହେଲେ ସାକ୍ଷତ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ। କାରଣ ମା ଲକ୍ଷ୍ମୀଙ୍କୁ ପକ୍ଷୀ ଅତ୍ୟନ୍ତ ପ୍ରିୟ ଅଟେ। ଘରକୁ ପକ୍ଷୀ ଆସିବାର ଅର୍ଥ ମା ଲକ୍ଷ୍ମୀଙ୍କର ବାସ ଆପଣଙ୍କ ଘରେ ହୋଇସାରିଛି।

ଧନତେରସ କିମ୍ବା ଦୀପାବଳି ଦିନ ଯଦି ଆପଣ ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ଫୋଟ କିମ୍ବା ମୂର୍ତି ଆଣିବେ ତେବେ ମନେରଖନ୍ତୁ ମୂର୍ତି ଖଣ୍ଡିତ ନହୋଇଥିବା ଦରକାର। ଏମତି ମୂର୍ତି ଆଣିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି।

ଧନତେରସ କିମ୍ବା ଦୀପାବଳି ଦିନ ତେଲ କିଣିବା ଅଶୁଭ ହୋଇଥାଏ। ଲୁହା ଏବଂ ଷ୍ଟିଲ ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ କାରଣ ଏହି ସମୟ ରାହୁକାଳ ହୋଇଥାଏ। ରାହୁକାଳରେ ଯଦି ଆପଣ ଏହିସବୁ ଜିନିଷ କିଣିବେ ତାହେଲେ ଆପଣଙ୍କ ଘରେ ରାହୁ କେତୁଙ୍କ ବାସ ହୋଇଯିବ। ଏମିତି ଭୁଲ କରନ୍ତୁ ନାହିଁ। ନଚେତ ପୁରା ବର୍ଷ ଆପଣଙ୍କୁ ଦୁଃଖର ସାମ୍ନା କରିବାକୁ ପଡିପାରେ।

ଏହି ଦିନ ସୁନା ରୁପା ହୀରା ପିତଳ ତମ୍ବା କିଣିବା ଶୁଭ ହୋଇଥାଏ। ମନେରଖନ୍ତୁ ଏହି ଦିନ କଳା କପଡା କିମ୍ବା କାଚର କୌଣସି ବି ବସ୍ତୁ କିଣିବେ ନାହିଁ। ଏହି ଦିନ କଳା କପଡା ପିନ୍ଧିବା ଦ୍ୱାରା ଶନିଦୋଷ ଲାଗିଥାଏ। କାରଣ କଳା ରଙ୍ଗ ଶନିଙ୍କ ପ୍ରତୀକ ହୋଇଥାଏ। ଶୁଭ ଦିନରେ କେବେବି କଳା କପଡା ପିନ୍ଧନ୍ତୁ ନାହିଁ

ଏହି ଦିନ କାହାକୁ ବି ଟଙ୍କା ଉଧାରରେ ମାଗି କିଣା କିଣି କରିବା ଅଶୁଭ ହୋଇଥାଏ। ଏହା ଦ୍ବାରା ଆପଣଙ୍କୁ କିଛିବି ଫଳ ମିଳିବ ନାହିଁ। ଋଣ ନେଇ ଏହି ପର୍ବ ମନେଇବା ଶୁଭ ହୋଇନଥାଏ। ଏଥି ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି। ତା ସହିତ ଘରର ଅଭାବ ହୋଇଥାଏ।

ଧନତେରସ କିମ୍ବା ଦୀପାବଳି ଦିନ ପିଆଜ ରସୁଣର ଖାଦ୍ୟ ବନାନ୍ତୁ ନାହିଁ। ମଦ ମାଂସର ସେବନ କରିବା ଉଚିତ ନୁହେଁ।

ଧନତେରସ କିମ୍ବା ଦୀପାବଳିର ପୂଜା ହୋଇଥାଏ ଏହି ଶୁଭ ପର୍ବରେ ଝଗଡା କରିବା ଉଚିତ ନୁହେଁ। କାହାର ବି ଅପମାନ କରିବା ଭଲ ନୁହେଁ। ଖାସ କରି ସ୍ତ୍ରୀର ଅପମାନ କରିବା ଭଲ ନୁହେଁ ଏଥି ଦ୍ୱାରା ଧୀରେ ଧୀରେ ଅନ୍ନ ଏବଂ ଧନର ହାନି ହୋଇଥାଏ।

ଧନତେରସ କିମ୍ବା ଦୀପାବଳି ଦିନ ଖାଇବାରେ ଧନିଆର ବ୍ୟବହାର ନିଶ୍ଚୟ କରନ୍ତୁ। ଏହାକୁ ବହୁତ ଶୁଭ ମାନାଯାଏ। ଏହା ଦ୍ବାରା ଘରକୁ ଧନର ଆଗମନ ହୋଇଥାଏ।

ଏହିଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତା ସହିତ ଆପଣଙ୍କୁ ଅତ୍ୟନ୍ତ ଲାଭ ହେବ।

ଧନତେରସ କିମ୍ବା ଦୀପାବଳି ଦିନ ଯଦି ଝିଟିପିଟି ଦେଖାଦିଏ ଏହା ବହୁତ ଶୁଭ ସଂକେତ ଅଟେ। ଝିଟିପିଟିକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ।

ଧନତେରସ କିମ୍ବା ଦୀପାବଳି ଦିନ କଳା ଜନ୍ଦା ଘରକୁ ଆସିବା ଲମ୍ବା ଲମ୍ବା ଧାଡିରେ ଚାଲିବାକୁ ଅତ୍ୟନ୍ତ ଶୁଭ ମାନାଯାଏ।

ଏହି ଦୁଇ ଦିନରେ ଯଦି ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସନ୍ତି ତେବେ ଏହାକୁ ବହୁତ ଶୁଭଦାୟକ ମାନାଯାଏ। ଏହି ସ୍ୱପ୍ନ ଆପଣ କାହା ସହିତ ବି ସେୟାର କରନ୍ତୁ ନାହିଁ। ନଚେତ ଏହାର ଶୁଭ ଫଳ ଆପଣଙ୍କୁ ମିଳିବ ନାହିଁ।

ଧନତେରସ କିମ୍ବା ଦୀପାବଳି ଦିନ ମାଛ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ମାଛକୁ ଭଗବାନ ବିଷ୍ଣୁଙ୍କ ପ୍ରତୀକ ମାନାଯାଏ।

ଏହି ଦିନ ଧଳା ବିଲେଇ ଦେଖିବା ଶୁଭ ହୋଇଥାଏ। ଶାସ୍ତ୍ର ଅନୁସାରେ ଏହି ଦିନ ମୟୁର ପଙ୍ଖ ଘରକୁ ଆଣିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ। କାରଣ ମୟୁର ପଙ୍ଖ ଭଗବାନ ଶ୍ରୀକୃଷ୍ଣଙ୍କୁ ଅତ୍ୟନ୍ତ ପ୍ରିୟ। ସେଥିପାଇଁ ମୟୁର ପଙ୍ଖ ଏହି ଦିନ ନିଶ୍ଚୟ ଘରକୁ ଆଣନ୍ତୁ। ମୟୁର ପଙ୍ଖ କିଣିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଶ୍ଚୟ ଧ୍ୟାନ କରିବେ ଏମିତି କରିବା ଦ୍ୱାରା ଧନ ଦୌଲତ ଏବଂ ସୁଖ ପ୍ରାପ୍ତି ହୋଇଥାଏ। ମୟୁର ପଙ୍ଖ ଘରର ନକରାତ୍ମକକୁ ନଷ୍ଟ କରିଦିଏ।

ଏହି ଦିନ ଘରକୁ ନଡ଼ିଆ ନିଶ୍ଚୟ ଆଣିବେ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *