Excuse Me Odisha

ଯାହା କହିବୁ ସତ କହିବୁ

ଚମତ୍କାର : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,ଭଗବାନ ଶିବ ଡାକ୍ତର ହୋଇ ନିଜ ଭକ୍ତର କଲେ ଚିକିତ୍ସା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଭଗବାନ ଶିବ ନିଜେ ଡାକ୍ତର ହୋଇ ଭକ୍ତର କଲେ ଚିକିତ୍ସା।

ବନ୍ଧୁଗଣ ଭଗବାନ ଶିବଙ୍କର ଏପରି ଏକ ଚମତ୍କାର କଥା ଯାହାକି ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଯଦି ଆପଣମାନେ ଭାବୁଥିବେ କି ଏହି କଳିଯୁଗରେ ଭଗବାନ କାହାରିକୁ ରକ୍ଷା କରନ୍ତି ନାହିଁ ତେବେ ଭୁଲ ଭାବୁଛନ୍ତି। ବନ୍ଧୁଗଣ ଏହି ସତ୍ୟ ଘଟଣାଟି ହେଉଛି ଆମର ଖର୍ଦ୍ଧା ଜିଲ୍ଲାର ଘଟଣା ଏହା ୨୦୧୮ ମସିହାର କଥା ଜଣେ ସଚା ଭକ୍ତ ସଂଜୟଙ୍କର ବିଷୟରେ। ସଂଜୟ ଭଗବାନଙ୍କୁ ବହୁତ ବିଶ୍ୱାସ କରନ୍ତି ଭକ୍ତି ଏବଂ ପୂଜା କରନ୍ତି ଓ ଭଗବାନଙ୍କର ଗୁଣ ଗାନ କରନ୍ତି। ଏଥିପାଇଁ ତାଙ୍କର କର୍ମ କ୍ଷେତ୍ରରେ ବାରମ୍ବାର ବ୍ୟାଘାତ ଘଟୁଥିଲା କାରଣ ସେ କର୍ମକ୍ଷେତ୍ରରେ ସମୟ ଦେଇପାରୁନଥିଲେ। ଏଥିପାଇଁ ତାଙ୍କର ପିତା ତାଙ୍କ ଉପରେ ଗାଳି କରନ୍ତି କ୍ରୋଧିତ ହୁଅନ୍ତି ଆଉ କୁହନ୍ତି ଏ ପୂଜା ପାଠ ଏ ଭକ୍ତି ସବୁ ବେକାର କଥା ସବୁ ଅବାସ୍ତବ କଥା। ଏଣୁ ଏହି ମାର୍ଗ ଛାଡି କର୍ମକ୍ଷେତ୍ରରେ ମନ ଧ୍ୟାନ ଦେ ଜୀବନରେ ଉନ୍ନତି କରିବୁ ନଚେତ ଦିନ ଆସିବ ତୁ ଭିକ୍ଷା ମାଗିବାକୁ ବି ଯୋଗ୍ୟ ରହିବୁନାହିଁ। ମୁଁ ସେ ଭଗବାନଙ୍କୁ ମାନେ ନାହିଁ। ଯେତେ ପୂଜା କଲେ ବି ସେ ଦୁଃଖ ଛଡା କାହାରିକୁ କିଛି ଦିଅନ୍ତି ନାହିଁ। ପିତାଙ୍କର ଏପରି କଟୁ କଥା ଶୁଣି ସଂଜୟଙ୍କୁ ବହୁତ ଆଘାତ ଲାଗିଥିଲା। ଆଉ ବହୁତ ଦୁଃଖର ସହକାରେ ପ୍ରାର୍ଥନା କଲେ ହେ ପ୍ରଭୁ ମୋର ପିତଙ୍କୁ କ୍ଷମା କରନ୍ତୁ ସେ ଆପଣଙ୍କର ମହିମା ଜାଣନ୍ତି ନାହିଁ। ଏଥିପାଇଁ ସେ ଏପରି କହୁଛନ୍ତି ତେଣୁ ତାଙ୍କୁ କ୍ଷମା କରିଦିଅନ୍ତୁ। କିଛି ଦିନ ପରେ ତାଙ୍କର ପିତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ବିଗିଡି ବାକୁ ଲାଗିଲା। ବହୁ ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା ତାଙ୍କର ହୃଦୟ ରୋଗ। ଏମିତି ଏକ ମୁହୂର୍ତ୍ତ ଆସିଲା କି ତାଙ୍କର ପିତାଙ୍କର ହୃଦଘାତ ଦେଖାଦେଲା। ଶ୍ୱାସ ରୁଦ୍ଧ କାରଣରୁ ସେ ଆଉ ନିଶ୍ୱାସ ପ୍ରଶ୍ୱାସ ନେଇ ପାରିଲେ ନାହିଁ। ଘର ପରିବାରର ସମସ୍ତେ ଭାବି ନେଇଥିଲେ କି ସେ ଆଉ ଏ ଦୁନିଆରେ ନାହାନ୍ତି ତାଙ୍କର ମୃତ୍ୟୁ ହୋଇଯାଇଛି।

ଘର ପରିବାରର ସମସ୍ତେ ତାଙ୍କର ଆଶା ଛାଡି ଦେଇଥିଲେ। କାରଣ ତାଙ୍କ ଆଖପାଖରେ କିଛି ସମ୍ଭ୍ରାନ୍ତ ପରିବାରରେ ଏମିତି ଘଟଣା ଘଟିଥିଲା। ଏବଂ ସେମାନେ ଅତ୍ୟନ୍ତ ଧନଶାଳି ଥିଲେ ମଧ୍ୟ ଏହି ରୋଗରୁ କେହି ଜୀବିତ ଫେରି ନଥିଲେ। ଏଣୁ ସଂଜୟ ବହୁତ ଭାଙ୍ଗି ପଡ଼ିଥିଲେ ହଠାତ ସେ ଅନୁଭବ କରୁଥିଲେ କାରଣ ସେ ତାଙ୍କ ପିତାଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ ତାଙ୍କ ପାଖରେ ଏତେ ବଡ଼ ରୋଗର ଚିକିତ୍ସା ପାଇଁ ସମ୍ବଳ ନଥାଏ ଏପରି ସ୍ଥିତିରେ ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ ହେ ଭଗବାନ ଆପଣ ହିଁ ମୋ ପିତାଙ୍କୁ ରକ୍ଷା କରିପାରିବେ ମୋର ଆଉ ସାହା ଭରସା ଏ ଦୁନିଆରେ କେହି ନାହିଁ ଆପଣ ମୋର ସାହା ଭରସା। ଏପରି ପ୍ରାର୍ଥନା କରୁ କରୁ ଭଗବାନ ଶିବଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ଜପ କରିବାକୁ ଲାଗିଲେ। ସେ ସମ୍ପୂର୍ଣ ଧ୍ୟାନ ମଗ୍ନ ହୋଇଗଲେ। କିଛି କ୍ଷଣ ବିତି ଗଲା ପରେ ତାଙ୍କ କାନରେ ତାଙ୍କ ପିତାଙ୍କର ସ୍ୱର ଶୁଣିବାକୁ ପାଇଲେ। ପୁଅ ଉଠ ଏଥର ଘରକୁ ଯିବା ସଂଜୟ ଆଶ୍ଚର୍ଯ୍ୟ ଚକିତ ହୋଇ ଆଖି ଖୋଲି ଦେଖନ୍ତି ତ ସତରେ ତାଙ୍କ ପିତା ତାଙ୍କ ସାମ୍ନାରେ ଥିଲେ। ସଂଜୟ ବହୁତ ଖୁସି ହୋଇଗଲେ ଏବଂ ଭଗବାନଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇଲେ। ତାଙ୍କ ପିତା କହିଲେ ପୁଅ ମୋର ବହୁତ ବଡ଼ ଭୁଲ ହୋଇଯାଇଛି।

ଭଗବାନଙ୍କୁ ଏପରି କହିବା କଥା ନୁହେଁ। କାହାରି ବିଶ୍ୱାସ ଏବଂ ଭକ୍ତିରେ ବାଧା ଦେବା ଉଚିତ ନୁହେଁ। ଏଣୁ ଭଗବାନଙ୍କ ପାଖରେ ମୁଁ କ୍ଷମା ପ୍ରାର୍ଥନା ମାଗୁଛି। ସେ ଏହି ରୋଗ ମାଧ୍ୟମରେ ମୋର ହୃଦୟକୁ ନିର୍ମଳ କରି ଦେଇଛନ୍ତି ପବିତ୍ର କରି ଦେଇଛନ୍ତି ଏବଂ ପାପ ମୁକ୍ତ ମଧ୍ୟ କରି ଦେଇଛନ୍ତି। ସଂଜୟ ତାଙ୍କ ପିତାଙ୍କୁ ସାଥିରେ ଧରି ଘରକୁ ଫେରି ଆସିଲେ। ପରିବାରରେ ସମସ୍ତେ ତାଙ୍କୁ ଦେଖି ବହୁତ ଖୁସି ହୋଇଗଲେ। ସଂଜୟ ସେଦିନ ରାତିରେ ଶାନ୍ତିରେ ଶୋଇଥିଲେ ଏବଂ ସ୍ଵପ୍ନରେ ଭଗବାନ ଶିବଙ୍କୁ ଦେଖିଥିଲେ। ଭଗବାନ ଶିବ ଏହା କହିଥିଲେ କି ତୁମ ପିତାଙ୍କର ଚିକିତ୍ସାରେ ମୁଁ ନିଜେ ହିଁ ସେଠାରେ ଡାକ୍ତର ହୋଇ ଥିଲି। ତୁମର ବିଶ୍ୱାସ ଭକ୍ତି ଏବଂ ଆସ୍ଥାରେ ତୁମ ପିତାଙ୍କୁ ମୁଁ ପୁନରଜୀବିତ କରିଦେଲି ଆଉ ତାଙ୍କ ପ୍ରତି ଆଉ କୌଣସି ବିପଦ ନାହିଁ। ସେ ଏବେ ସୁରକ୍ଷିତ ଅଟନ୍ତି। ତାଙ୍କର ଆୟୁଷ ଦୁଇ ଗୁଣା ହୋଇଯାଇଛି। ଏହା କହି ଭଗବାନ ଶିବ ଅନ୍ତରଧ୍ୟାନ ହୋଇଗଲେ ଏବଂ ସଂଜୟଙ୍କର ମଧ୍ୟ ନିଦ ଭାଙ୍ଗି ଯାଇଥିଲା। ସେ ନିଦରୁ ଉଠି ଭଗବାନଙ୍କୁ କୋଟି କୋଟି ପ୍ରଣାମ ଜଣାଇଥିଲେ ଏବଂ ଭଗବାନଙ୍କର ଏହି ଚମତ୍କାରି ଗୁଣ ଗାଥା ଚାରିଆଡେ ପ୍ରଚାର କରିଥିଲେ।

ବନ୍ଧୁଗଣ ଭଗବାନଙ୍କର ପୂଜା ପାଠ ଆଶା ଭରସା ଆସ୍ଥା କେବେବି ବିଫଳ ହୋଇନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *