Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳିରେ ଏହି ସ୍ଥାନରେ ଜ-ଳାନ୍ତୁ ଦୀପ, ହେବ ଧନଲାଭ

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ଆପଣ ମାନେ ଜାଣି ଥିବେ ଆଗାମୀ ଦିନରେ ଦୀପାବଳୀ ପର୍ବ ଆସିବାକୁ ଯାଉଛି। ଏହିଦିନରେ ଜଳା ଯାଉଥିବା ଦୀପର ଅଧିକ ମହତ୍ୱ ରହିଛି। ଦୀପାବଳୀ ଦିନ ସବୁ ସ୍ଥାନରେ ଦୀପ ପ୍ରଜ୍ବଳନ କରାଯାଇଥାଏ। ଏହି ଉତ୍ସବକୁ ସର୍ବଦା ଆଲୋକର ଉତ୍ସବ ବୋଲି କୁହାଯାଇଥାଏ। ହିନ୍ଦୁଧର୍ମ ଅନୁସାରେ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ବିସ୍ତାରରେ କୁହାଯାଇଛି ଯେ ଦୀପାବଳୀର ଶୁଭ ସମୟରେ ଦେବୀ ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥାନ୍ତି।

ଦୀପାବଳିର ଶୁଭ ଅବସରରେ ଦେବୀ ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥାନ୍ତି, ଏହିଦିନରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଅନେକ ଲୋକଙ୍କ ଉପରେ ପଡ଼ିଥାଏ। ଏହାସହିତ ସେହି ଲୋକମାନଙ୍କୁ ଆର୍ଥିକ ଅଭାବ ଦେଖା ଦିଏ ନାହିଁ। ଏଣୁ ଦୀପାବଳୀ ଦିନ ସମସ୍ତେ ଦୀପ ପ୍ରଜ୍ବଳନ କରିଥାନ୍ତି ଏବଂ ସବୁ ସ୍ଥାନରେ ଆଲୋକମୟ ପରିବେଶ ସୃଷ୍ଟି ହୋଇଥାଏ। ଦୀପକୁ ରଖିବାର ସଠିକ ସ୍ଥାନ ମଧ୍ୟ ରହିଥାଏ, ଯାହାଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଆପଣ ମାନଙ୍କୁ ଆଜି ଆମେ କହିବାକୁ ଯାଉଛୁ କି ଘରେ କେଉଁ କେଉଁ ସ୍ଥାନରେ ଦୀପ ରଖିଲେ, ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏହାସହିତ ପ୍ରଚୁର ଧନଲାଭ ମଧ୍ୟ ହୋଇଥାଏ। ତେବେ ବନ୍ଧୁଗଣ ପ୍ରଥମେ ଆପଣମାନେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟ ଫାଟକର ଡାହାଣ ପଟେ ଏବଂ ବାମ ପଟେ ଆପଣ ମାନେ ଦୀପ ନିଶ୍ଚିତ ଭାବେ ଜଳାନ୍ତୁ। ଦେବୀ ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ଏହା ଏକ ଉତ୍ତମ ଉପାୟ ଅଟେ। ଯେଉଁ ଘରେ ଅନ୍ଧାର ନଥାଏ, ସେହି ଘରକୁ ଦେବୀ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି।

ଦୀପାବଳି ପର୍ବରେ ସଂନ୍ଧ୍ୟା ହେବା ମାତ୍ରକେ ହିଁ ଆପଣ ମାନେ ଦୀପ ଜଳେଇବା ଆରମ୍ଭ କରନ୍ତୁ। ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଛି ଯେ, ଠାକୁର ପୂଜା କରିବା ସମୟରେ ଦୀପ ପ୍ରଜ୍ବଳନ କରନ୍ତୁ। ଘରର ବାହାରେ ରହିଥିବା ମନ୍ଦିର ଆଦିରେ ପୂଜାର୍ଚ୍ଚନା କରିବା ପରେ ହିଁ ସେଠାରେ ଦୀପ ପ୍ରଜ୍ବଳନ କରନ୍ତୁ।

ଆପଣଙ୍କ ଘରର କୌଣସି ଆଖ ପାଖ ଅଞ୍ଚଳରେ ଆପଣ ଦୀପ ଜଳାଇ ପାରିବେ।ଏପରି କରିବା ଦ୍ବାରା ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ।

ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *