Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପୂଜା କରନ୍ତୁ ବା ନ କରନ୍ତୁ, ଜୀବନରେ କେବଳ ଏହି ୪ଟି ଅଭ୍ୟାସ ରଖନ୍ତୁ । ଦାରିଦ୍ର୍ୟତାର ସମ୍ମୁଖୀନ କେବେବି ହେବ ନାହିଁ ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆମର କୌଣସି ଅଭ୍ଯାସ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଆମ ଭାଗ୍ୟ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଥାଏ। ଆମ ଅଭ୍ଯାସ ଗୁଡିକ ଉତ୍ତମ ହୋଇଥିଲେ ଆମ ଜୀବନରେ ଏହାର ସକାରାତ୍ମକ ପ୍ରଭାବ ପଡିବା ସହିତ ଆପଣ ଅଧିକ ଉନ୍ନତି ଆଡକୁ ଗତି କରିବେ। ଏହାର ବିପରୀତ ମନ୍ଦ ଅଭ୍ଯାସ ଯୋଗୁଁ ଏହା ଆମ ଜୀବନରେ ମନ୍ଦ ପ୍ରଭାବ ପକାଇ ଥାଏ। ଆମକୁ ନିଜର ବ୍ୟସ୍ତବହୁଳ ଜୀବନରେ ପୂଜାପାଠ କରିବାକୁ ଆମକୁ ସମୟ ମିଳି ନଥାଏ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କେବଳ ସଚ୍ଚୋଟ ଆଚରଣ ଓ ଅଭ୍ଯାସ କଲେ ହିଁ ଭଗବାନ ପ୍ରସନ୍ନ ହୋଇଥାନ୍ତି।

ଆପଣଙ୍କୁ ପ୍ରତ୍ଯେକ ଦିନ ସକାଳେ ପୂଜାପାଠ କରିବାକୁ ସମୟ ମିଳୁ ନଥିଲେ ମଧ୍ୟ ଆପଣ ପ୍ରତିଦିନ ସକାଳୁ ଉଠିବା ପରେ ଈଶ୍ବରଙ୍କ ସ୍ମରଣ ନିଶ୍ଚିତ କରନ୍ତୁ। ସପ୍ତାହରେ ବା ମାସରେ ଯେକୌଣସି ଗୋଟିଏ ଦିନ ମଧ୍ୟ ଅଳ୍ପ ସମୟ ବାହାର କରି ନିଜ କୁଳଦେବତାଙ୍କ ପୂଜା ଅବଶ୍ୟ କରନ୍ତୁ। ପ୍ରତ୍ଯେକ ଦିନ ନିଜ ଘରର କୁଳଦେବତାଙ୍କୁ ପ୍ରଣାମ କରନ୍ତୁ। ଘରେ ଯଦି ତୁଳସୀ ଗଛ ରହିଛି, ତାହେଲେ ସେଠାରେ ଗୋଟିଏ ଦୀପ ଜଳାଇବା ନିହାତି ଆବଶ୍ୟକ। ଏହାଦ୍ବାରା ଆପଣଙ୍କ ଉପରେ ଓ ଆପଣଙ୍କ ପରିବାର ଉପରେ ସର୍ବଦା କୁଳଦେବତାଙ୍କ ଆଶୀର୍ବାଦ ବଜାୟ ରହିଥାଏ।

ସର୍ବଦା ସକାଳୁ ନିଜର ନିତ୍ୟକର୍ମ ଶେଷ କରି ଭଲ ଭାବରେ ପରିଷ୍କାର ହେବା ପରେ ହିଁ ରୋଷେଇ ଘରକୁ ଯାଆନ୍ତୁ। ଭୋଜନ ପ୍ରସ୍ତୁତ କରିବା ପୂର୍ବରୁ ଚୁଲାକୁ ଅବଶ୍ୟ ପ୍ରଣାମ କରନ୍ତୁ। ଏପରି କରିବା ଦ୍ଵାରା ଦେବୀ ଅନ୍ନପୂର୍ଣ୍ଣା ଓ ଅଗ୍ନିଦେବ ଉଭୟଙ୍କ କୃପା ପ୍ରାପ୍ତ ହୋଇଥାଏ। ଅନ୍ନର କେବେବି ଅପମାନ କରନ୍ତୁ ନାହିଁ

ଆପଣ କେବେ କାହାକୁ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ ବା କାହା ମନରେ କଷ୍ଟ ଦେବା ଭଳି କିଛି କଥା କୁହନ୍ତୁ ନାହିଁ। ବିଶେଷ କରି ଗୁରଜନ ମାନଙ୍କୁ କେବେ ଅନାଦର ଓ ଅସମ୍ମାନ କରନ୍ତୁ ନାହିଁ। ଘରର ମହିଳା ମାନଙ୍କ ସୁରକ୍ଷା ଓ ସମ୍ମାନର ସବର୍ଦା ଧ୍ୟାନ ରଖନ୍ତୁ। ଆପଣଙ୍କ ଘରକୁ ଆସିଥିବା ଅତିଥିଙ୍କୁ ଉଚିତ ସମ୍ମାନ ଓ ଆଦର କରନ୍ତୁ। ଅସହାୟ ଲୋକଙ୍କୁ ଯଥାସମ୍ଭବ ସହାୟତା କରନ୍ତୁ। କୌଣସି ପଶୁପକ୍ଷୀଙ୍କୁ କଷ୍ଟ ଦେବା ଭଳି କାର୍ଯ୍ୟ କରନ୍ତୁ ନାହିଁ । ଦୁଆରକୁ ଆସିଥିବା ପଶୁକୁ ଅବଶ୍ୟ କିଛି ଖାଇବାକୁ ଦିଅନ୍ତୁ।ଆପଣ ଏହିସବୁ ଅଭ୍ଯାସ ପାଳନ କଲେ, ଆପଣଙ୍କ ଉପରେ ଇଶ୍ଵର ସର୍ବଦା ପ୍ରସନ୍ନ ରହିଥାନ୍ତି।

ଘରୁ ବାହାରିବା ସମୟରେ ସର୍ବଦା ଈଶ୍ବରଙ୍କ ନାମ ନେଇ ବାହାରନ୍ତୁ। ଆପଣଙ୍କ ଗୋଡ ତଳେ ଯେପରି କୌଣସି ଛୋଟ ଜୀବଜନ୍ତୁ ନ ଆସନ୍ତି ସେଥି ପ୍ରତି ଆପଣ ଧ୍ୟାନ ରଖନ୍ତୁ। ଆପଣଙ୍କ ଗୋଡ଼ତଳେ ଯେପରି କୌଣସି ଜୀବ ପ୍ରାଣତ୍ୟାଗ ନ କରନ୍ତୁ, ଆପଣଙ୍କୁ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଯେଉଁ ମନୁଷ୍ୟ ଠାରେ ଏହିସବୁ ଅଭ୍ଯାସ ରହିଥାଏ, ତାଙ୍କ ଉପରେ ଇଶ୍ଵର ସର୍ବଦା ପ୍ରସନ୍ନ ରହିଥାନ୍ତି।ସେହି ବ୍ୟକ୍ତି ନିଜ ଜୀବନରେ ସର୍ବଦା ଉନ୍ନତି କରିଥାନ୍ତି। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *