Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ପତ୍ର ଛିଣ୍ଡାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍ ! ନହେଲେ ମାଡ଼ି ଆସିବ ଦୁ-ର୍ଭାଗ୍ୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀ ପତ୍ର ଛିଣ୍ଡାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ।ନଚେତ ମାଡି ଆସିବ ଦୁର୍ଭାଗ୍ୟ।

ବନ୍ଧୁଗଣ ତୁଳସୀ ପତ୍ର ଛିଣ୍ଡାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ।ନଚେତ ମାଡି ଆସିବ ଦୁର୍ଭାଗ୍ୟ। ହିନ୍ଦୁ ଧର୍ମରେ ତୁଳସୀ ଗଛ ବହୁତ ପବିତ୍ର ବୋଲି ମାନ୍ୟତା ରହିଛି। ଏଥିପାଇଁ ସମସ୍ତଙ୍କ ଘର ଅଗଣାରେ ତୁଳସୀ ଚୌରା ରହିଥାଏ। ଲୋକମାନେ ପୂଜା କରିବା ବେଳେ ତୀର୍ଥ ସ୍ଥାନ ଭଳି ପୂଜା କରିଥାନ୍ତି। ସମସ୍ତ ଧାର୍ମିକ ଅନୁଷ୍ଠାରେ ତୁଳସୀର ପ୍ରୟୋଗକୁ ଶୁଭ ବୋଲି ମାନନ୍ତି। ତେଣୁ ପୁରାଣ ଶାସ୍ତ୍ରରେ ତୁଳସୀ ଛିଣ୍ଡାଇବା ବେଳେ କିଛି ନିୟମ ରହିଛି। ତୁଳସୀ ପତ୍ରକୁ ତୋଳିଲା ସମୟରେ ଯଦି ଏହି ନିୟମ ନମାନିବେ ତେବେ ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିବ। ତେଣୁ ବନ୍ଧୁଗଣ ଭୁଲରେ ବି କରନ୍ତୁ ନାହିଁ ଏହି କାମ।

ପ୍ରଥମ କଥା। ଏକାଦଶୀ ଦିନ ତୁଳସୀ ପତ୍ରକୁ ତୁଳନ୍ତୁ ନାହିଁ। ଏକାଦଶୀ ଦିନ ଚନ୍ଦ୍ର ଗ୍ରହଣ ସୂର୍ଯ୍ୟପରାଗ ସମୟରେ ଏବଂ ରାତିରେ ତୁଳସୀ ପତ୍ରକୁ ତୁଳନ୍ତୁ ନାହିଁ। ଏହି ସମୟରେ ତୁଳସୀ ପତ୍ରକୁ ତୋଳିଲେ ପୂଜା ଫଳ ମିଳେନାହିଁ ଏବଂ ଘରେ ଦୁର୍ଭାଗ୍ୟ ଘଟେ । ଏପରିକି ରବିବାର ଦିନ ତୁଳସୀ ଗଛରେ ଜଳ ଅର୍ପଣ କରିବା ମଧ୍ୟ ଉଚିତ ନୁହେଁ। ଭୁଲରେ ମଧ୍ୟ ନଖରେ ତୁଳସୀ ପତ୍ର ଚିଣ୍ଡାନ୍ତୁ ନାହିଁ। ଅନ୍ଧାରରେ ତୁଳସୀ ଚଉରା ଭୁଲରେ ବି ରଖନ୍ତୁ ନାହିଁ ଖୋଲା ସ୍ଥାନରେ ଲଗାନ୍ତୁ ନାହିଁ। ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜଳାନ୍ତୁ। ତୁଳସୀ ପତ୍ରକୁ ଛିଣ୍ଡାଇବା ସମୟରେ ହାତ ଯୋଡି ଅନୁମତି ନିଅନ୍ତୁ। ବିନା କାରଣରେ ଏହାର ପତ୍ର ଛିଣ୍ଡାନ୍ତୁ ନାହିଁ ସ୍ନାନ ନକରି ତୁଳସୀ ଗଛ ଛୁଅନ୍ତୁ ନାହିଁ ଏବଂ ତୁଳସୀ ପତ୍ରକୁ ଚୋବାଇ ଖାଇବା ଉଚିତ ନୁହେଁ। ଏଥିରେ ଥିବା ଏସିଡି ଅଂଶ ଦ୍ୱାରା ଦାନ୍ତ ଖରାପ ହୋଇଥାଏ। ତେଣୁ ଆପଣ ପାଣି କିମ୍ବା ଚାରେ ଏହି ପତ୍ରକୁ ପୋକାଇ ଖାଆନ୍ତୁ।

ତୁଳସୀ ପତ୍ର ଶୁଖି ଗଲେ ଏହି ତୁଳସୀ ପତ୍ରକୁ ଫୋପାଡ଼ନ୍ତୁ ନାହିଁ କି ପାଦରେ ମାଡ଼ନ୍ତୁ ନାହିଁ। ଏହାକୁ ଧୋଇ ସେହି ତୁଳସୀ ଗଛ ମୂଳରେ ରଖିଦିଅନ୍ତୁ। ଶୁଖିଲା ତୁଳସୀ ଗଛ ଘରେ ରଖନ୍ତୁ ନାହିଁ। ଯଦି ତୁଳସୀ ଗଛ ଶୁଖି ଯାଇଛି ତେବେ ଏହାକୁ କୌଣସି ନଦୀ କିମ୍ବା ପବିତ୍ର କୂଅରେ କିମ୍ବା ଜଳାଶୟରେ ବିସର୍ଜନ କରିଦିଅନ୍ତୁ। ଶୁଖିଲା ତୁଳସୀ ଗଛ ଘରେ ରହିବା ଦ୍ୱାରା ଦୁର୍ଭାଗ୍ୟ ମାଡ଼ିଆସେ। ଘରର ଦକ୍ଷିଣ ପୂର୍ବ ଦିଗରେ ତୁଳସୀ ଗଛ ଲଗାନ୍ତୁ ନାହିଁ। ଏହା ଅଗ୍ନି କୋଣ ହୋଇଥାଏ ଏଥିପାଇଁ ଏହି ଦିଗରେ ତୁଳସୀ ଗଛ ଲଗାନ୍ତୁ ନାହିଁ। ତେବେ ତୁଳସୀ ଗଛକୁ କେବେବି ତଳେ ଲଗାଇବା ଉଚିତ ନୁହେଁ। ଏହାକୁ ଚଉରାରେ ଲଗାନ୍ତୁ। ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ ଏହିସବୁ ଜିନିଷ। ସର୍ବଦା ଚଉରାର ଚାରିପାଖେ ପରିଷ୍କାର ରଖନ୍ତୁ। ଏହା ଚାରି ପାଖରେ କେବେବି ଅଳିଆ ଆବର୍ଜନା ରଖନ୍ତୁ ନାହିଁ। ଏହା ପାଖରେ କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଜାଣିଲେ ତୁଳସୀ ପତ୍ରକୁ ଛିଣ୍ଡାଇବାର କିଛି ନିୟମ ଏବଂ ତୁଳସୀ ଗଛକୁ ନେଇ କିଛି ନିୟମ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *