Excuse Me Odisha

ଯାହା କହିବୁ ସତ କହିବୁ

ଭୟଙ୍କର ରୁ ଭୟଙ୍କର ମୁଣ୍ଡବିନ୍ଧା ଗୋଟିଏ ଥରରେ ଭଲ ହୋଇଯିବ,ବାସ ଥରଟେ ଏହାକୁ ପିଇକି ଦେଖନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭ-ୟଙ୍କରରୁ ଭ-ୟଙ୍କର ମୁ-ଣ୍ଡବି-ନ୍ଧା ଥରକରେ ଭଲ ହେବ, ଥରେ ପିଇକି ଦେଖନ୍ତୁ।

ବନ୍ଧୁଗଣ ଆଜିର ସମୟରେ ମୁଣ୍ଡବିନ୍ଧା ବହୁତ ବଡ଼ ସମସ୍ୟା ହୋଇଗଲାଣି। ବିଭିନ୍ନ ପ୍ରକାରର କାରଣ ଯୋଗୁ ଆପଣଙ୍କୁ ମୁଣ୍ଡବିନ୍ଧା ଭଳି ସମସ୍ୟା ଭୋଗିବାକୁ ପଡିଥାଏ। ସେଥିପାଇଁ ଆଜି ଆମେ ଆପଣମାନଙ୍କ ପାଇଁ ଏମିତି ଘରୋଇ ଉପଚାର ନେଇ ଆସୁଛୁ ବା ଏମିତି ଚାହା ନେଇଆସିଛୁ ଯାହାର ପ୍ରୟୋଗରେ ଆପଣଙ୍କ ମୁଣ୍ଡବିନ୍ଧା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ହମ ରେମିଡ଼ି କେମିତି ପ୍ରସ୍ତୁତ କରିବେ। ଭୟଙ୍କର ରୁ ଭୟଙ୍କର ମୁଣ୍ଡବିନ୍ଧା ପାଇଁ ଏହି ହମ ରେମିଡ଼ି ଟି ବହୁତ ଲାଭକାରୀ ଅଟେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ମୁଣ୍ଡବିନ୍ଧା ଭଲ କରିବା ପାଇଁ ଚା କେମିତି ବନେଇବେ ଆସନ୍ତୁ ଜାଣିବା।

ଏଥିପାଇଁ ପ୍ରଥମେ ଆପଣ ଗୋଟେ ପେନରେ ଦେଢ଼ କପ ପାଣି ନିଅନ୍ତୁ ଏହାକୁ ଗରମ କରି ଦିଅନ୍ତୁ। ଏହା ପରେ ଆପଣ ଏକ ଚାମଚ ଚିନି ଦିଅନ୍ତୁ ଚିନି ବଦଳରେ ଆପଣ ମିଶ୍ରିର ପ୍ରୟୋଗ କଲେ ବହୁତ ଭଲ ହେବ। ଏହା ପରେ ଆପଣ ଏଥିରେ ଗୋଟେ ତେଜପତ୍ର ପକାନ୍ତୁ। ଏହି ତେଜପତ୍ର ତ ଆପଣଙ୍କ ଘରୁ ବହୁତ ସହଜରେ ମିଳିଯିବ। ଏହି ତେଜପତ୍ରରେ ଏମିତି ଅନେକ ପ୍ରକାରର ଗୁଣ ମିଳିଥାଏ ଯାହା ଆମ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏବେ ଏଥିରେ ଏକ ଇଞ୍ଚ ସାଇଜରେ ଖଣ୍ଡେ ଛୋଟ ଅଦା ପ୍ରୟୋଗ କରନ୍ତୁ। ଏହାକୁ ଛେଞ୍ଚି ପକାନ୍ତୁ। ଅଦା ତ ଆପଣଙ୍କ ଶରୀର ପାଇଁ କେତେ ଅଧିକ ଲାଭଦାୟକ ଆପଣ ମାନେ ଜାଣିଥିବେ। ଏହା ନାଁ କେବଳ ଆପଣଙ୍କ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଦୂର କରିଥାଏ ବରଂ ଏହା ଥଣ୍ଡା କାଶ କଫ ଭଳି ସମସ୍ୟାକୁ ମଧ୍ୟ ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ। ସେଥିପାଇଁ ଏହି ରେମିଡ଼ିରେ ଅଦାର ପ୍ରୟୋଗ ନିହାତି କରନ୍ତୁ। ଏବେ ଏଥିରେ ଅଧା ଚାମଚ ଚା ପତିର ପ୍ରୟୋଗ ନିହାତି କରନ୍ତୁ। ଚା ପତି ମଧ୍ୟ ଆପଣଙ୍କ ମୁଣ୍ଡବିନ୍ଧା ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଏହା ପରେ ଏଥିରେ ଅନ୍ନପୂର୍ଣ୍ଣା ପତ୍ରର ଆବଶ୍ୟକତା ପଡିବ। ଏହି ପତ୍ରତ ଅନେକ ଲୋକଙ୍କ ବାଡ଼ି ଘରେ ହୋଇଥାଏ ଏହା ପ୍ରାୟତଃ ଲୋକେ ଚା କିମ୍ବା କ୍ଷୀରି ବନେଇବାର ପ୍ରୟୋଗ କରିଥାନ୍ତି। ଏହି ପତ୍ର ଆପଣଙ୍କ ଚାର ସ୍ୱାଦ ବହୁଗୁଣା ବଢ଼ାଇଦିଏ। ଏହି ପତ୍ରରେ ଅନେକ ପ୍ରକାରର ପୋଷକତତ୍ତ୍ୱ ମିଳିଥାଏ ଯାହା ଆପଣଙ୍କ ମୁଣ୍ଡବିନ୍ଧା ସମସ୍ୟାକୁ ଦୂର କରିବା ସହିତ ଆପଣଙ୍କ ଶରୀରର ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଚମତ୍କାରି ହୋଇଥାଏ। ଯେତେବେଳେ ବି ଆପଣ ଚା ବନାଉଛନ୍ତି ଏହି ପତ୍ରର ପ୍ରୟୋଗ ନିଶ୍ଚୟ କରନ୍ତୁ। ଏହି ଚାରେ ଫାଳେ ଅନ୍ନପୂର୍ଣ୍ଣା ପତ୍ରକୁ ଛୋଟ ଛୋଟ ଖଣ୍ଡ କରି ପକେଇ ଦିଅନ୍ତୁ।

ଏହାକୁ ଆପଣ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ। ଯଦି ଆପଣ ଦେଢ଼ କପ ପାଣି ନେଇଛନ୍ତି ତେବେ ଏକ କପ ପାଣି ହେବା ପର୍ଯ୍ୟନ୍ତ ଆପଣ ଏହି ଚାକୁ ଫୁଟାନ୍ତୁ ଏହା ପରେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏହି ଚାକୁ ଏକ କପକୁ ଛାଣି ନିଅନ୍ତୁ। ଏବେ ଏଥିରେ ଶେଷ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଲେମ୍ବୁ। ଫାଳେ ଲେମ୍ବୁକୁ କାଟି ଆପଣ ଏଥିରେ ଚିପୁଡି ଦିଅନ୍ତୁ। ଲେମ୍ବୁର ପ୍ରୟୋଗ ଆପଣ ଏହି ଚାରେ ନିହାତି କରନ୍ତୁ। ମୁଣ୍ଡବିନ୍ଧା ପାଇଁ ଲେମ୍ବୁର ପ୍ରୟୋଗ କରିବା ନିହାତି ଆବଶ୍ୟକ। ଆପଣ ଚା କିମ୍ବା କଫି ବନାନ୍ତୁ କିନ୍ତୁ ଫାଳେ ଲେମ୍ବୁ ରସ ନିହାତି ପ୍ରୟୋଗ କରନ୍ତୁ। ଯଦି ଆପଣ ଲେମ୍ବୁ ରସ ଦେଇ ଚା ବନେଇବେ ତେବେ ଆପଣଙ୍କର ପିତଜ ମୁଣ୍ଡବିନ୍ଧା ବା ଭୟଙ୍କର ରୁ ଭୟଙ୍କର ପୁରୁଣା ମୁଣ୍ଡବିନ୍ଧା ଭଳି ସମସ୍ୟା ଦୂର ହୋଇଯିବ। ଆପଣ ଏମିତି ବନେଇ ଦିନରେ ୩ କପ ପିଅନ୍ତୁ। ଯେକୌଣସି ସମୟରେ ଆପଣଙ୍କର ମୁଣ୍ଡବିନ୍ଧା ଭଳି ସମସ୍ୟା ହୁଏ ସେହି ସମୟରେ ଆପଣ ଏହି ଚା ବନେଇ ପିଅନ୍ତୁ ତେବେ ଦେଖିବେ ଆପଣଙ୍କୁ ତୁରନ୍ତ ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ମୁକ୍ତି ମିଳିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *